ବ୍ରେକ୍‍ଅପ୍ ବାଲା ଲଭ୍‌ଷ୍ଟୋରୀ

୨୦୨୩ ଓଡ଼ିଆ କଥାଚିତ୍ର

ବ୍ରେକ୍‍ଅପ୍ ବାଲା ଲଭ୍‌ଷ୍ଟୋରୀ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦେବୀ ପ୍ରସାଦ ପାତ୍ର । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାଶେସ ମହାନ୍ତି ।[୧] ସଙ୍ଗୀତକାର ଦୀପ୍ତିମାନ ଷଡ଼ଙ୍ଗୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥଲେ ।

ବ୍ରେକ୍‍ଅପ୍ ବାଲା ଲଭ୍‌ଷ୍ଟୋରୀ
ନିର୍ଦ୍ଦେଶକରାଶେସ ମହାନ୍ତି
ପ୍ରଯୋଜକଦେବୀ ପ୍ରସାଦ ପାତ୍ର
ସଂଳାପବି. ଚନ୍ଦନ କୁମାର
ଚିତ୍ରନାଟ୍ୟବି. ଚନ୍ଦନ କୁମାର
କାହାଣୀବି. ଚନ୍ଦନ କୁମାର
କଳାକାରପ୍ରଦୀପ କୁମାର ସାହୁ
ଦେବସ୍ମିତା
ଇଲୁ ବାନାର୍ଜୀ
ସଙ୍ଗୀତଦୀପ୍ତିମାନ ଷଡ଼ଙ୍ଗୀ
ଚିତ୍ରଗ୍ରହଣଏସ୍‌କେ ଆରିଫ୍
ସମ୍ପାଦକପିଣ୍ଟୁ ନାୟକ
ମୁକ୍ତିଲାଭ ତାରିଖ
୧୯ ଫେବୃଆରୀ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରଦୀପ କୁମାର ସାହୁ ଓ ଦେବସ୍ମିତା । ଇଲୁ ବାନାର୍ଜୀ, କେଦାର ମିଶ୍ର, ଶକ୍ତି ବରାଳ, ତ୍ରିଭୁବନ ପଣ୍ଡା, ଦୀପ୍ତି ପଣ୍ଡା, ଦେବୀ ବାରିକ, ଦିବ୍ୟା, ପ୍ରକାଶ, ସ୍ୱାଗତିକା, ସୋମୁ, ବିଭୁ ମିଶ୍ର, ଅଶୋକ, ଟୁନା, ମିଲି, ଚିରକୁଟ, ପ୍ରତାପ, ଲୋପାମୁଦ୍ରା ମିଶ୍ର, ସାଇ ରାଜ ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟି ୨୦୨୩ ମସିହାର ଫେବୃଆରୀ ୧୯ ତାରିଖରେ ଉଭୟ ତରଙ୍ଗ ଟିଭିତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୀପ୍ତିମାନ ଷଡ଼ଙ୍ଗୀ । ଦେବୀଦତ୍ତ ମହାନ୍ତି, ଦେବଜ୍ୟୋତି ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସ୍ୱୟମ ପାଢ଼ୀ, ନେହା ନିହାରିକା କର, ଅନ୍ତରା ଚକ୍ରବର୍ତ୍ତୀ, ଅମ୍ରିତା ନାୟକ, କୁଳଦୀପ ପଟ୍ଟନାୟକ, ଦୀପ୍ତିମାନ ଷଡ଼ଙ୍ଗୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ହଁ କି ନାହିଁ"ଦେବୀଦତ୍ତ ମହାନ୍ତିଅନ୍ତରା ଚକ୍ରବର୍ତ୍ତୀ, ଦୀପ୍ତିମାନ ଷଡ଼ଙ୍ଗୀ 
2."ତୋ' ନୀରିହ ଆଖି"ଦେବଜ୍ୟୋତି ନାୟକସ୍ୱୟମ ପାଢ଼ୀ, ଅମ୍ରିତା ନାୟକ 
3."ଲୁଚି ଛପି ଯିଏ ଆସୁଥିଲା"ଦେବୀଦତ୍ତ ମହାନ୍ତିକୁଳଦୀପ ପଟ୍ଟନାୟକ, ନେହା ନିହାରିକା କର 

ଆଧାର ସମ୍ପାଦନା

  1. "ସଞ୍ଜୁ ଖୋଜୁଛି ସାଥୀ". ସମାଜ. No. ରବିବାର. 19 February 2023. p. 8. Archived from the original on 19 February 2023. Retrieved 19 February 2023.

ବାହାର ଆଧାର ସମ୍ପାଦନା