ବ୍ରାଡିରାଇଜୋବିଅମ ଜାପୋନିକମ

ବ୍ରାଡିରାଇଜୋବିଅମ ଜାପୋନିକମ ହେଉଛି ଏକ ଯବକ୍ଷାରଜାନ ବିବନ୍ଧକ, ଲେଗ୍ଯୁମ ମୂଳ-ଗଣ୍ଠିକାରୀ,ସହଜୀବୀ ଅଣୁଜୀବ । ଅନେକ ଗ୍ରାମ୍-ବିରୋଧୀ, ଦଣ୍ଡାକୃତି ବ୍ଯାକ୍ଟେରୀଆ, ରାଇଜୋବୀୟମାନଙ୍କ ମଧ୍ଯରୁ ଗୋଟିଏ ।[ଆଧାର ଲୋଡ଼ା] ସେହି ବଡ଼ ବିଭାଗରେ ଥିବା ତିନୋଟି ଗ୍ରୁପ ମଧ୍ଯରୁ ଏହା ହୋମୋଲୋଗି ଗ୍ରୁପ IIର ସଦସ୍ଯ ।[୧]

ବ୍ରାଡିରାଇଜୋବିଅମ ଜାପୋନିକମ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ଜଗତ: ବ୍ଯାକ୍ଟେରୀଆ
ପର୍ବ: ପ୍ରୋଟିଓବ୍ଯାକ୍ଟେରିଆ
ଶ୍ରେଣୀ: ଆଲ୍ଫାପ୍ରୋଟିଓବ୍ଯାକ୍ଟେରିଆ
ବର୍ଗ: ରାଇଜୋବିଏଲ
କୁଳ: ବ୍ରାଡିରାଇଜୋବିଆସି
ପ୍ରଜାତି: ବ୍ରାଡିରାଇଜୋବିଅମ
ଜାତି: ବ ଜାପୋନିକମ
ବାଇନୋମିଆଲ ନାମ
ବ ଜାପୋନିକମ

ବ୍ଯବହାର ସମ୍ପାଦନା

କୃଷିକାର୍ଯ୍ୟ ସମ୍ପାଦନା

ବ୍ରା. ଜାପୋନିକମ ଫସଲ ବଢାଇବା ପାଇଁ ଫସଲରେ ବୁଣି ଦିଆଯାଏ ।[୨] ମୁଖ୍ଯତଃ ସେହି ଅଞ୍ଚଳମାନଙ୍କରେ ଯେଉଁଠାରେ ଏହି ବୀଜାଣୁଟି ଜନ୍ମଜ ନୁହେଁ ।[୩] ଏକ ଶର୍କରା ଦ୍ରବଣର ବ୍ଯବହାରଦ୍ୱାରା ଇନୋକ୍ଯୁଲକଟିକୁ ମଞ୍ଜି ସହ ଲଗେଇ ଦିଆଯାଏ ।[୪]

ଗବେଷଣା ସମ୍ପାଦନା

୧୯୫୬ ମସିହାରୁ ବ୍ରା. ଜାପୋନିକମର ଏକ ଜନ୍ଯ, USDA110, ଗବେଷଣା ପାଇଁ ଆଦର୍ଶ ଜୀବ ଭାବରେ ବ୍ଯବହାର କରାଯାଉଛି । ଆଣବିକ ଜିନୀୟଶାସ୍ତ୍ର, ଉଦ୍ଭିଦ ଫିଜିଓଶାସ୍ତ୍ର ଏବଂ ଉଦ୍ଭିଦ ଇକୋଶାସ୍ତ୍ର ପାଇଁ ଏହାକୁ ବହୁଳ ବ୍ଯବହାର କରାଯାଉଛି । କାରଣ ଅନ୍ୟ ରାଇଜୋବୀୟ ତୁଳନାରେ ଏହାର ସହଜୀବୀ ଯବକ୍ଷାରଜାନ ବିବନ୍ଧନ ପ୍ରକ୍ରିୟା ସର୍ବାଧିକ । ଏହାର ସମ୍ପୂର୍ଣ୍ଣ ଜେନୋମକୁ ୨୦୦୨ ମସିହାରେ ଅନୁକ୍ରମଣ କରାଯାଇଥିଲା । ସେଥିରୁ ଜଣାଗଲା ଯେ ଏହାର ଗୋଟିଏ ଚକ୍ରାକାର ଗୁଣସୂତ୍ର ରହିଛି ଯେଉଁଥିରେ ୯୧,୦୫,୮୨୮ଟି ବେସଯୋଡା ରହିଛି ।[୫]

ଆଧାର ସମ୍ପାଦନା

  1. A. B. Hollis, W. E. Kloos & G. E. Elkan (1981). "DNA:DNA hybridization studies of Rhizobium japonicum and related Rhizobiaceae". Journal of General Microbiology. 123: 215–222. doi:10.1099/00221287-123-2-215.
  2. Purcell, Larry C.; Salmeron, Montserrat; Ashlock, Lanny (2013). "Chapter 5". Arkansas Soybean Production Handbook - MP197. Little Rock, AR: University of Arkansas Cooperative Extension Service. p. 5. Archived from the original (PDF) on 4 March 2016. Retrieved 21 February 2016.
  3. Purcell, Larry C.; Salmeron, Montserrat; Ashlock, Lanny (2000). "Chapter 7". Arkansas Soybean Production Handbook - MP197. Little Rock, AR: University of Arkansas Cooperative Extension Service. pp. 2–3. Archived from the original (PDF) on 4 March 2016. Retrieved 21 February 2016.
  4. Bennett, J. Michael; Rhetoric, Emeritus; Hicks, Dale R.; Naeve, Seth L.; Bennett, Nancy Bush (2014). The Minnesota Soybean Field Book (PDF). St Paul, MN: University of Minnesota Extension. p. 79. Archived from the original (PDF) on 2013-09-30. Retrieved 21 February 2016.
  5. Kaneko, T; Nakamura, Y; Sato, S; Minamisawa, K; Uchiumi, T; Sasamoto, S; Watanabe, A; Idesawa, K; Iriguchi, M; Kawashima, K; Kohara, M; Matsumoto, M; Shimpo, S; Tsuruoka, H; Wada, T; Yamada, M; Tabata, S (2002). "Complete genomic sequence of nitrogen-fixing symbiotic bacterium Bradyrhizobium japonicum USDA110". DNA Research. 9 (6): 189–197. doi:10.1093/dnares/9.6.189. PMID 12597275.

ବାହ୍ଯ ସମ୍ପର୍କ ସମ୍ପାଦନା