ବ୍ରହ୍ମା ମନ୍ଦିର, ଖେଦବ୍ରହ୍ମା
ବ୍ରହ୍ମା ମନ୍ଦିର ବା ବ୍ରହ୍ମାଜୀ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଭାରତର ଗୁଜରାଟରେ ଥିବା ଖେଦବ୍ରହ୍ମାରେ ଅବସ୍ଥିତ ଓ ଏହି ମନ୍ଦିର ବ୍ରହ୍ମାଙ୍କୁ ସମର୍ପିତ ହୋଇଛି । ଏକାଦଶ ଶତାବ୍ଦୀର ତୃତୀୟ ଭାଗରେ ଏହା ତିଆରି ହୋଇଥିଲା ।
ବ୍ରହ୍ମା ମନ୍ଦିର, ଖେଦବ୍ରହ୍ମା | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
ଦେବାଦେବୀ | Brahma |
Location | |
ସ୍ଥାନ | Khedbrahma, Sabarkantha district |
State | ଗୁଜରାଟ |
Country | ଭାରତ |
ଭୌଗଳିକ ଅବସ୍ଥିତି | 24°02′18″N 73°02′54″E / 24.03828°N 73.04822°E |
Architecture | |
Type | Maru-Gurjara architecture |
Completed | c. 1060 |
Temple(s) | 1 |
ଇତିହାସ
ସମ୍ପାଦନାଭାରତରେ ବ୍ରହ୍ମାଙ୍କ ମନ୍ଦିର ଅତି ବିରଳ ।[୧][୨] ଚାଲୁକ୍ୟ ବଂଶର ରାଜା କର୍ଣ୍ଣଙ୍କ ଅମଳରେ ମନ୍ଦିର ତିଆରି ହୋଇଥିବା କଥା ମଧୁସୂଦନ ଧାକି ଲେଖିଛନ୍ତି ।[୩][୪]
ସ୍ଥାପତ୍ୟ
ସମ୍ପାଦନାଗ୍ରାମର ମଧ୍ୟ ଭାଗରେ ମନ୍ଦିରର ମୁହଁ ପୂର୍ବ ଦିଗକୁ ଅଛି । [୫][୧] ମୂଳ ମଣ୍ଡପ, ଗମ୍ବୁଜ ଓ ପ୍ରବେଶ ପଥ ନଷ୍ଟ ହୋଇଯାଇଥିବା ଜଣାଯାଏ ଓ ତାହା ଇଟା ଓ ସିମେଣ୍ଟ ସାହାଯ୍ୟରେ ପୁନର୍ନିର୍ମାଣ କରାଯାଇଛି ।[୬] ୩୦ ଫୁଟ ଚଉଡ଼ା ଓ ୩୬ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିର ବାଲି ପଥର ଓ ସିମେଣ୍ଟ ଦେଇ ତିଆରି ହୋଇଛି ।[୭] ବତିଶ ଫୁଟ ଚଉଡ଼ାରେ ବେଦି ସମ୍ପୂର୍ଣ୍ଣ କାରୁକାର୍ଯ୍ୟରେ ସମାହିତ ହୋଇଛି । ଏହାର ପୀଠ, ବେଦିବନ୍ଧ ଓ ମନ୍ଦୋଭର ଆଦି ସୁନକ ମନ୍ଦିର ଭଳି ଦେଖାଯାଏ ।[୩] ମନ୍ଦିରର ନିମ୍ନଭାଗ ଅକ୍ଷତ ଅଛି ଓ ସେଠାରେ ବିଭିନ୍ନ ଦେବାଦେବୀ ଓ ଅପସରାମାନଙ୍କ ବିଗ୍ରହ ଅଛି ।[୬][୧]ବିଗ୍ରହଙ୍କର ଜଙ୍ଘ ଅଂଶ ସଠିକ ଭାବରେ ତିଆରି ହୋଇନି । ନନ୍ଦିକାଙ୍କର ଚାମର ବାହକ ଅତି ସୁନ୍ଦର ଭାବରେ ନିର୍ମିତ ହୋଇଛି । ଫାନସ ଛାତ ଦିଲୱାରା ଜୈନ ମନ୍ଦିର କାରୁକାର୍ଯ୍ୟ ଭଳି ଦେଖାଯାଏ ଓ ଉପରେ ଗୋଟିଏ ଘଣ୍ଟ ଅଛି ।[୩] ତିନି ପାଖରେ ବ୍ରହ୍ମାଙ୍କ ବିଗ୍ରହ ଅଛି ।[୬][୧] ମୂଳ ମଣ୍ଡପ ଚାରୋଟିର ପୁନର୍ନିମାଣ କାରୁକାର୍ଯ୍ୟ ସହିତ ହୋଇଛି । ଗଣେଶଙ୍କର ଏକ ବିଗ୍ରହ ଅଛି ।[୧] ଅଭ୍ୟନ୍ତରର କୌଣସି କାରୁକାର୍ଯ୍ୟ ନାହିଁ । ତିନି ମୁହଁ ଓ ଚାରି ହାତ ବିଶିଷ୍ଟ ବ୍ରହ୍ମା ବିଗ୍ରହର ଉଚ୍ଚତା ୫’୬ ଇଞ୍ଚ । ବିଗ୍ରହର ଉଭୟ ପାର୍ଶ୍ୱରେ ହଂସ ବିଗ୍ରହ ଅଛି । ପୁରାତନ ବିଗ୍ରହମାନଙ୍କର ସିମେଣ୍ଟ ପ୍ଲାଷ୍ଟର ଦେଇ ପୁନର୍ନିମାଣ ହୋଇଛି । [୬][୧]
ଗ୍ୟାଲେରି
ସମ୍ପାଦନା-
ବ୍ରହ୍ମାଙ୍କ ସହିତ ଦୁଇ ପତ୍ନୀ ଗାୟତ୍ରୀ ଓ ସାବିତ୍ରୀଙ୍କର ବିଗ୍ରହ
-
ପ୍ରବେଶ ପଥ
-
ବାହ୍ୟ ଦୃଶ୍ୟ
-
ମନ୍ଦିର ମଣ୍ଡପ
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ Cousens, Henry (1909). "The Temple of Brahma at Khed-Brahma". Annual Report of The Archaeological Survey of India 1906-07. Calcutta: Superintendent Government Printing, India. pp. 171–178.
- ↑ Rajgor, Shivprasad (1993). Thaker, Dhirubhai (ed.). ગુજરાતી વિશ્વકોશ [Gujarati Encyclopedia] (in ଗୁଜୁରାଟୀ). Vol. V. Ahmedabad: Gujarati Vishwakosh Trust, Ahmedabad. p. 846. OCLC 164915270.
- ↑ ୩.୦ ୩.୧ ୩.୨ Dhaky, Madhusudan A. (1961). Deva, Krishna (ed.). "The Chronology of the Solanki Temples of Gujarat". Journal of the Madhya Pradesh Itihas Parishad. Bhopal: Madhya Pradesh Itihas Parishad. 3: 34, 76–77.
- ↑ M. A., Dhaky (1975). "The Genesis and Development of Maru-Gurjara Temple Architecture". In Chandra, Pramod (ed.). Studies in Indian Temple Architecture: Papers Presented at a Seminar Held in Varanasi, 1967. Bombay: American Institute of Indian Studies. p. 128.
- ↑ Sompura, Kantilal F. (1968). The Structural Temples of Gujarat, Upto 1600 A.D. Gujarat University. pp. 172–173, 286.
- ↑ ୬.୦ ୬.୧ ୬.୨ ୬.୩ Inamdar, P A (1936). Some Archaeological Finds In The Idar State. Idar: Department of Archaeology, Idar State. pp. 12–17.
- ↑ Gazetteer of the Bombay Presidency: Cutch, Pálanpur, and Mahi Kántha. Government Central Press. 1880. p. 438. This article incorporates text from this source, which is in the public domain.