ବ୍ରଜଲାଲ ବିୟାନୀ

ଭାରତୀୟ କର୍ମକର୍ତ୍ତା, ଲେଖକ

ବ୍ରଜଲାଲ ବିୟାନୀ (୧୮୯୬ – ୧୯୬୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ଲେଖକ ଥିଲେ । ମହାରାଷ୍ଟ୍ରର ଆକୋଲା ଜିଲ୍ଲାରେ ତାଙ୍କ ପିଲାଦିନ କଟିଥିଲା । ନାଗପୁରର ମୋରିସ୍ କଲେଜରେ ସେ ଅଧ୍ୟୟନ କରିଥିଲେ । ୧୯୨୦ ମସିହାରେ ସେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଦହିହଣ୍ଡାଠାରେ ଲବଣ ସତ୍ୟଗ୍ରାହ, ଜଙ୍ଗଲ ସତ୍ୟଗ୍ରାହରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ସହିତ ହାଇଦ୍ରବାଦର ନିଜାମଙ୍କ ବିରୁଦ୍ଧରେ ସଂଗ୍ରାମ କରି ଚାରିଥର କାରାବରଣ କରିଥିଲେ ।

ବ୍ରଜଲାଲ ବିୟାନୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୮୯୬
ମୃତ୍ୟୁ୧୯୬୮ (୮୨ ବର୍ଷ)
ଜାତୀୟତାଭାରତୀୟ
ସନ୍ତାନକମଳା କିଶୋର ବିୟାନୀ
କମଳା ଦେବୀ ସାରଦା
ସରଲା ବିର୍ଲା
ଶିକ୍ଷାନୁଷ୍ଠାନମୋରିସ୍ କଲେଜ, ନାଗପୁର

୧୯୨୭ – ୧୯୩୦ ଯାଏଁ ଚାଲିଥିବା ସେଣ୍ଟ୍ରାଲ୍ ପ୍ରୋଭିନ୍ସ ଏବଂ ବେରାର ତୃତୀୟ ବିଧାନ ପରିଷଦକୁ ସେ ପ୍ରଥମେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।[୧]

ସ୍ୱାଧୀନତା ପରେ ସେ ମଧ୍ୟପ୍ର ଦେଶର ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ଅକୋଲା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୨]

ପରେ ସେ ୧୯୫୭ ମସିହାରେ ବମ୍ବେ ରାଜ୍ୟର ମାଙ୍ଗ୍ରୁଲ୍‌ପିର୍ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ମହାରାଷ୍ଟ୍ର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ସେ ଖୁବ୍ କମ୍ ବୟସରେ ସାବିତ୍ରୀଙ୍କୁ ବିବାହ କରିଥିଲେ । ତାଙ୍କ ଝିଅ ସରଳା ବିର୍ଲା ଅପ୍ରେଲ ୧୯୪୧ରେ ଭାରତୀୟ ବ୍ୟବସାୟୀ ଘନଶ୍ୟାମ ଦାସ ବିର୍ଲାଙ୍କ ପୁଅ ବସନ୍ତ କୁମାର ବିର୍ଲାଙ୍କୁ ବିବାହ କରିଥିଲେ ।[୪]

ଅମରାବତୀବ୍ରଜଲାଲ ବିୟାନୀ ସାଇନ୍ସ କଲେଜ ତାଙ୍କ ନାମରେ ନାମିତ ହୋଇଛି । ୨୦୦୨ ମସିହାରେ ଭାରତ ସରକାର ତାଙ୍କ ସମ୍ମାନାର୍ଥେ ଏକ ଡାକ ଷ୍ଟାମ୍ପ ଜାରି କରିଥିଲେ ।[୫]

ଆଧାର ସମ୍ପାଦନା

  1. Pateriya, Raghaw Raman (1991). Provincial legislatures and the national movement: a study in interaction in ... New Delhi: Northern Book Centre. p. 228. ISBN 81-85119-58-9.
  2. "State Election of India 1951" (PDF). Election Commission of India. p. 11. Retrieved 29 January 2010.
  3. "State Election of India 1957" (PDF). Election Commission of India. p. 33. Retrieved 21 January 2010.
  4. "Story of India's prominent family".
  5. Brijlal Biyani and Indian Post