ବୌଆ ଦେବୀ ବିହାରର ମଧୁବାଣୀ ଜିଲ୍ଲା ଜିତୱରପୁର ଗାଁର ମିଥୀଳା ଚିତ୍ରକାର ଅଟନ୍ତି । ମିଥୀଳା ପେଣ୍ଟିଂ ହେଉଛି ଏକ ପ୍ରାଚୀନ ଲୋକକଳା ଯାହା ଏହି ଅଞ୍ଚଳରେ ଉତ୍ପନ୍ନ ହୋଇଥିଲା । ଏହା ଏକ ଘରର ଭିତର କୋଠରୀଗୁଡ଼ିକ କାନ୍ଥରେ ଚିହ୍ନିତ ଜଟିଳ ଜ୍ୟାମିତିକ ଏବଂ ରେଖା ଢାଞ୍ଚାଗୁଡ଼ିକର ଏକ କ୍ରମ ଭାବରେ ସ୍ୱୀକୃତିପ୍ରାପ୍ତ । ପରେ ଏହାକୁ ହସ୍ତତନ୍ତ କାଗଜ ଏବଂ କାନଭେଜକୁ ସ୍ଥାନାନ୍ତର କରାଯାଇଥିଲା ।[୧] ବୌଆ ଦେବୀ ୧୯୮୪ରେ ଜାତୀୟ ପୁରସ୍କାର ଜିତିଥିଲେ[୨] ଏବଂ ୨୦୧୭ରେ ପଦ୍ମଶ୍ରୀ ଗ୍ରହଣ କରିଥିଲେ ।

ବୌଆ ଦେବୀ
ଜନ୍ମ
ଜିତୱରପୁର, ବିହାର
ଶୈଳୀମିଥୀଳା ଏବଂ ମଧୁବାଣୀ ଚିତ୍ର
ପୁରସ୍କାରପଦ୍ମଶ୍ରୀ (୨୦୧୭), ଜାତୀୟ ପୁରସ୍କାର (୧୯୮୪)

ଜୀବନୀ ସମ୍ପାଦନା

ବୌଆ ଦେବୀ ପ୍ରାୟ ୬୦ ବର୍ଷ ଧରି ମିଥୀଳା କଳା ଅଭ୍ୟାସ କରିଆସୁଛନ୍ତି ।[୩] ସେ ୧୨ ବର୍ଷ ବୟସରେ ବିବାହ କରିଥିଲେ ଏବଂ ତାଙ୍କ ଶାଶୁଙ୍କଦ୍ୱାରା ଚିତ୍ର ଆଙ୍କିବା ପାଇଁ ଉତ୍ସାହିତ ହୋଇଥିଲେ । ୧୯୬୬ ମସିହାରେ ବୟନ ମନ୍ତ୍ରଣାଳୟର ପରାମର୍ଶଦାତା ସଂସ୍ଥା ଅଲ ଇଣ୍ଡିଆ ହସ୍ତତନ୍ତ ବୋର୍ଡ଼ର ତତ୍କାଳୀନ ନିର୍ଦ୍ଦେଶକ "ପୁପୁଲ ଜୟକର" କଳା ଓ କଳାକାର ଖୋଜିବା ପାଇଁ ମୁମ୍ବାଇର କଳାକାର ଭାସ୍କର କୁଲକର୍ଣ୍ଣିଙ୍କୁ ମଧୁବାଣୀକୁ ପଠାଇଥିଲେ । ବୌଆ ଦେବୀ ଯେତେବେଳେ କୁଲକର୍ଣ୍ଣିଙ୍କୁ ଭେଟିଥିଲେ ସେତେବେଳେ ସେ କିଶୋର ଥିଲେ ଏବଂ କଳାକାରମାନଙ୍କ ଗୋଷ୍ଠୀର ସବୁଠାରୁ କନିଷ୍ଠ ଥିଲେ । ଯେଉଁମାନେ ମିଥୀଳା କଳାକୁ କାନ୍ଥରୁ ଆନୁଷ୍ଠାନିକ ଭାବରେ ସ୍ଥାନାନ୍ତର କରିଥିଲେ, ସେହିଠାରେ ଏହା ପାରମ୍ପାରିକ ଭାବରେ ମୂର୍ତି କଳା ଭାବରେ ଅଭ୍ୟାସ କରାଯାଉଥିଲା । ଭାସ୍କର କୁଲକର୍ଣ୍ଣି ସେମାନଙ୍କ କାର୍ଯ୍ୟ ସଂଗ୍ରହାଳୟକୁ ନେଇଥିଲେ ଏବଂ ପରେ ବୌଆ ଦେବୀଙ୍କୁ ଜାତୀୟ ହସ୍ତଶିଳ୍ପ ସଂଗ୍ରହାଳୟକୁ ଆସିବାକୁ ଉତ୍ସାହିତ କରିଥିଲେ । ସେ କୁଲକର୍ଣ୍ଣିଙ୍କ ପାଇଁ କାମ କରିବା ବେଳେ ପ୍ରଥମ ବର୍ଷ ପାଇଁ ତାଙ୍କୁ ପେଣ୍ଟିଂ ବାବଦରେ ୧.୫୦ ଟଙ୍କା ପ୍ରଦାନ କରାଯାଇଥିଲା ।[୪] ତାଙ୍କ କାର୍ଯ୍ୟ ପରେ ସ୍ପେନ, ଫ୍ରାନ୍ସ ଏବଂ ଜାପାନର ଗ୍ୟାଲେରୀ ଏବଂ ସଂଗ୍ରହାଳୟରେ ସ୍ଥାନାନ୍ତରିତ ହୋଇଛି ।[୫] ୨୦୧୫ ରେ, ତାଙ୍କର ଗୋଟିଏ ଚିତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାନୋଭରର ମେୟର ଷ୍ଟେଫାନ୍ ସ୍କୋଷ୍ଟୋକଙ୍କୁ ଭାରତ ଗସ୍ତରେ ଉପହାର ଦେଇଥିଲେ ।[୬]

ଶୈଳୀ ସମ୍ପାଦନା

ବିଗତ ପାଞ୍ଚ ଦଶନ୍ଧି ମଧ୍ୟରେ ମଧୁବାଣୀ କଳା ପ୍ରସିଦ୍ଧି ଲାଭ କରିଛି ଏବଂ ବୌଆ ଦେବୀଙ୍କ କାର୍ଯ୍ୟ ପ୍ରସିଦ୍ଧି ଲାଭ କରିଛି । ସେ ଭାରତର ଏକମାତ୍ର ମହିଳା କଳାକାର ଯିଏକି ୧୯୮୯ରେ ମ୍ୟାଜିସିଏନ୍ସ ଦେ ଲା ଟେରେ କେନ୍ଦ୍ର ପମ୍ପିଡ଼ୋରେ ପ୍ରଦର୍ଶନ କରିଥିଲେ । ତାଙ୍କର କାମ ଏକ ଛୋଟ କାଗଜଠାରୁ ଆରମ୍ଭ କରି ୨୦ ଫୁଟ ଉଚ୍ଚ ମୁରାଲ ପର୍ଯ୍ୟନ୍ତ ଥିଲା । ତାଙ୍କ ଚିତ୍ରଗୁଡ଼ିକ ଭଗବାନ କୃଷ୍ଣ, ରାମ ଏବଂ ସୀତାଙ୍କ ପୌରାଣିକ କାହାଣୀଗୁଡି଼କ ବର୍ଣ୍ଣନା କରୁଥିବାବେଳେ, ସେ ମୁଖ୍ୟତଃ ସୀତାଙ୍କ କାହାଣୀ ଉପରେ ଗୁରୁତ୍ୱାରୋପ କରିଥିଲେ । ବୌଆ ଦେବୀ ତାଙ୍କ ଚିତ୍ର ପାଇଁ ହସ୍ତତନ୍ତ କାଗଜ ଏବଂ ପ୍ରାକୃତିକ ରଙ୍ଗ ବ୍ୟବହାର କରନ୍ତି; ମୁଖ୍ୟତଃ ତାଙ୍କ ପ୍ୟାଲେଟରେ କଳା ଏବଂ ଗୋବର ମିଶ୍ରଣ କରି କଳା ରଙ୍ଗ, ସବୁଜ ପତ୍ରରୁ ସବୁଜ ରଙ୍ଗ, ଚାଉଳ ଗୁଣ୍ଡରୁ ଧଳା ରଙ୍ଗ ଏବଂ ସିନ୍ଦୂରରୁ ନାଲି ରଙ୍ଗର ବ୍ୟବହାର କରନ୍ତି । ସେ ପ୍ରାକୃତିକ ରଙ୍ଗ ବ୍ୟବହାର କରି ଚିତ୍ର ଆଙ୍କିବାକୁ ପସନ୍ଦ କରନ୍ତି ।

ଆଧାର ସମ୍ପାଦନା

  1. Madhubani Painting (in ଇଂରାଜୀ). Abhinav Publications. 2003. ISBN 9788170171560.
  2. "President Mukherjee confers Padmi Shri to Madhubani artist Baua Devi". The New Indian Express. Retrieved 2019-03-18.
  3. MithilaConnect, Team (2017-02-03). "Baua Devi of Jitwarpur village gets Padmashree award". MithilaConnect Local (in ଆମେରିକୀୟ ଇଂରାଜୀ). Archived from the original on 2019-03-27. Retrieved 2019-03-18.
  4. "Painting on the Wall - Indian Express". archive.indianexpress.com. Retrieved 2019-03-18.
  5. "Baua Devi". artiana.com. Retrieved 2019-03-18.
  6. "PM Modi gifts Bihar artist's painting to Hannover mayor - Times of India". The Times of India. Retrieved 2019-03-18.