ବୋନ୍ନେଟ୍ ମାଙ୍କଡ଼

ବୋନ୍ନେଟ୍ ମାଙ୍କଡ଼ ବା ଗୋଲାଞ୍ଜ ମାଙ୍କଡ଼ (ଇଂରାଜୀରେ bonnet macaque)କୁ ଚ୍ୟାମ୍ବର୍ସ୍ ଇଂରାଜୀ ଶବ୍ଦକୋଶରେ “ଜ୍ୟାଟି” ବୋଲି କୁହାଯାଇଛି ।[] ଏହି ମାଙ୍କଡ଼ର ଜୀବବିଜ୍ଞାନ ନାମ ହେଲା ମକାକା ରେଡ଼ିଆଟା (Macaca radiata) ଓ ଏହା ଦକ୍ଷିଣ ଭାରତରେ ଦେଖାଯାଏ । ଗୋଦାବରୀ ନଦୀତାପ୍ତୀ ନଦୀ ଏହାର ଉତ୍ତର ସୀମା ନିର୍ଦ୍ଧାରଣ କରୁଥିବା ବେଳେ, ଭାରତୀୟ ମହାସାଗର ଏହାର ବ୍ୟାପ୍ତିକ୍ଷେତ୍ରର ଦକ୍ଷିଣ ସୀମା ନିର୍ଦ୍ଧାରଣ କରେ । ଭାରତରେ ଏମାନେ ନିଜର ଅଧିବାସରେ ଏମାନଙ୍କ ପ୍ରତିଦ୍ୱନ୍ଦୀ ନାଲିମୁହାଁ ପାତି ମାଙ୍କଡ଼ ମଧ୍ୟ ବିଚରଣ କରନ୍ତି ।[][][] ଗତ କିଛି ଦଶନ୍ଧିରେ ଲୋକଙ୍କଦ୍ୱାରା ଭୂମିର ବ୍ୟବହାରରେ ବହୁତ ପରିବର୍ତ୍ତନ ହୋଇଥିବାରୁ ପାତି ମାଙ୍କଡ଼ମାନଙ୍କ କ୍ଷେତ୍ର ଓ ବୋନ୍ନେଟ୍ ମାଙ୍କଡ଼ମାନଙ୍କ କ୍ଷେତ୍ରର ସୀମା ମଧ୍ୟ ବହୁ ମାତ୍ରାରେ ପରିବର୍ତ୍ତିତ ହୋଇଛି । ଏହା ଯୋଗୁଁ ବୋନ୍ନେଟ୍ ମାଙ୍କଡ଼ମାନଙ୍କ ସଂରକ୍ଷଣ ସ୍ଥିତି ଖରାପ ହୋଇଛି ।[][]

ବୋନ୍ନେଟ୍ ମାଙ୍କଡ଼ (Bonnet Macaque)
ତାମିଲନାଡ଼ୁର ଆନ୍ନାମଲାଇ ଜାତୀୟ ଉଦ୍ୟାନର ଏକ ବୋନ୍ନେଟ୍ ମାଙ୍କଡ଼
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Mammalia
ଗଣ: Primates
କୁଳ: Cercopithecidae
ପ୍ରଜାତି: Macaca
ଜାତି: M. radiata
ବାଇନୋମିଆଲ ନାମ
ମକାକା ରେଡ଼ିଆଟା (Macaca radiata)
(ଅଟିଏନ୍ ଜ୍ୟଫ୍ରି ସେଣ୍ଟ୍ ହିଲାଏର୍, ୧୮୧୨)
ବୋନ୍ନେଟ୍ ମାଙ୍କଡ଼ମାନଙ୍କ ବ୍ୟାପ୍ତି
Synonyms
  • diluta Pocock, ୧୯୩୧

ଏହି ପ୍ରଜାତିର ଆଦି ବାନରମାନେ ଦିବାଚର ।[] ବୋନ୍ନେଟ୍ ମାଙ୍କଡ଼ମାନଙ୍କ ଶରୀରର ଦୈର୍ଘ୍ୟ ୩୫-୬୦ ସେଣ୍ଟିମିଟର୍ । ଏମାନଙ୍କ ଲାଙ୍ଗୁଡ଼ ପ୍ରାୟ ୩୫-୬୮ ସେ.ମି. ଲମ୍ବା । ଅଣ୍ଡିରା ବୋନ୍ନେଟ୍ ମାଙ୍କଡ଼ମାନେ ୫.୫-୯ କି.ଗ୍ରା. ଓ ମାଈ ମାଙ୍କଡ଼ମାନେ ୩.୫-୪.୫ କି.ଗ୍ରା. ଓଜନର ହୋଇଥାନ୍ତି । ଯନ୍ତାରେ ପାଳିତ ବୋନ୍ନେଟ୍ ମାଙ୍କଡ଼ମାନେ ୩୫ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବା ଦେଖାଯାଇଛି ।[]

ବୋନ୍ନେଟ୍ ମାଙ୍କଡ଼ମାନେ ଫଳ, ବାଦାମ୍, ମଞ୍ଜି, ଫୁଲ, ଶସ୍ୟ ଓ ଛୋଟ ଅମେରୁଦଣ୍ଡୀ ପ୍ରାଣୀଙ୍କୁ ଖାଦ୍ୟ ଭାବେ ଆହରଣ କରିଥାନ୍ତି । ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ବୋନ୍ନେଟ୍ ମାଙ୍କଡ଼ମାନେ ମଣିଷମାନଙ୍କ ଆଖପାଖରେ ରହିବା ମଧ୍ୟ ଦେଖାଯାଇଛି । ସେମାନେ ମଣିଷମାନଙ୍କଠାରୁ ମିଳୁଥିବା ଖାଦ୍ୟ ଖାଆନ୍ତି, ଖେତ ଓ ଘରେ ପଶି ଖାଦ୍ୟ ଲୁଟି ନେଇଯାନ୍ତି ମଧ୍ୟ ।[]

ଅଦ୍ୟାବଧି ବୋନ୍ନେଟ୍ ମାଙ୍କଡ଼ର M. r. radiataM. r. diluta ନାମକ ଦୁଇଟି ଉପ-ପ୍ରଜାତି ଚିହ୍ନଟ ହୋଇପାରିଛନ୍ତି ।[]

ବ୍ୟବହାର

ସମ୍ପାଦନା
 
ବୋନ୍ନେଟ୍ ମାଙ୍କଡ଼ କୃଷ୍ଣଚୂଡ଼ା ଫୁଲ ଖାଉଥିବାର ଚିତ୍ର

ବୋନ୍ନେଟ୍ ମାଙ୍କଡ଼ମାନଙ୍କ ଭିନ୍ନ ଭିନ୍ନ ଭାବଭଙ୍ଗୀ ଓ ଠାଣି ସହଜରେ ବାରିହୁଏ । ଦୁଇ ଓଠ ଓ ମାଢ଼ି ମଧ୍ୟରେ ଏମାନେ ବାରମ୍ବାର ନିଜ ଜିଭ ଭିତରକୁ ନେଇ ଓ ପଦାକୁ ବାହାର କରନ୍ତି ଯାହା ଫଳରେ ଏକ ପ୍ରକାରର ଶବ୍ଦ ସୃଷ୍ଟି ହୁଏ । ସଂଘର୍ଷ ପରେ ବା ଉଚ୍ଚ କ୍ରମର ମାଙ୍କଡ଼ମାନଙ୍କୁ ଭୟରେ ଆନୁଗତ୍ୟ ଦେଖାଇବା ବା ମୁଣ୍ଡ ନୁଆଁଇବା ପରି ବ୍ୟବହାର ମଧ୍ୟ ଦେଖାଯାଇଛି । ଅଜଗରକଲରାପତରିଆ ବାଘକୁ ଦୂରରୁ ଦେଖିଲେ ଏମାନେ ସତର୍କ ସୂଚକ ଶବ୍ଦ କରନ୍ତି ।[୧୦][୧୧]

ସାମାଜିକ ବିନ୍ୟାସ

ସମ୍ପାଦନା

ବୋନ୍ନେଟ୍ ମାଙ୍କଡ଼ମାନଙ୍କ ଦଳରେ ଅନ୍ୟ ମାଙ୍କଡ଼ମାନଙ୍କ ପରି ଅନୁକ୍ରମ ରହିଥାଏ । ଦଳରେ ମୁଖ୍ୟ ଅଣ୍ଡିରା ମାଙ୍କଡ଼ (ଆଲ୍‍ଫା ମେଲ୍)ର ପ୍ରଭୁତ୍ୱ ରହିଥାଏ । ଆଲ୍‍ଫା ଅଣ୍ଡିରା ପରେ ଅନୁକ୍ରମରେ ବିଟା, ଗାମା ଏପରି ଅନ୍ୟ ଅଣ୍ଡିରା ମାଙ୍କଡ଼ ରହିଥାନ୍ତି । ମାଈ ମାଙ୍କଡ଼ମାନଙ୍କ ମଧ୍ୟରେ ଏପରି ଅନୁରୂପ ଅନୁକ୍ରମ ରହିଥାଏ । କିନ୍ତୁ ଦଳରେ ଅଣ୍ଡିରାମାନେ ନିଜର ଅନୁକ୍ରମକୁ ଓ ମାଈମାନେ ନିଜ ଅନୁକ୍ରମକୁ ସମ୍ମାନ ଦିଅନ୍ତି । ଦଳରେ ଅଣ୍ଡିରା ମାଙ୍କଡ଼ମାନେ ମାଈ ମାଙ୍କଡ଼ଙ୍କ ଉପରେ ପ୍ରଭୁତ୍ୱ ରହିଥାଏ ।[୧୨]

ମାଈ ମାଙ୍କଡ଼ମାନଙ୍କ ଅନୁକ୍ରମ ପ୍ରାୟତଃ ସବୁବେଳ ପାଇଁ ସମାନ ରହିଥାଏ । କିନ୍ତୁ ଦଳର ଅଣ୍ଡିରାମାନଙ୍କ ଅନୁକ୍ରମରେ ପରିବର୍ତ୍ତନ ହେଉଥାଏ । ଏକ ଅନୁକ୍ରମରେ ନିର୍ଦ୍ଦିଷ୍ଟ ସ୍ଥାନ ଅକ୍ତିଆର କରିବା ପାଇଁ ବା କ୍ରମୋନ୍ନତି ହାସଲ କରିବା ପାଇଁ ଅଣ୍ଡିରା ମାଙ୍କଡ଼ମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗିରହିଥାଏ । ପରିପକ୍ୱତା ଲାଭ କରିଥିବା ବା ଯୌବନାବସ୍ଥାର ଶ୍ରେଷ୍ଠ ସମୟରେ ରହିଥିବା ମାଙ୍କଡ଼ମାନେ ଅନୁକ୍ରମରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥାନ୍ତି ଓ ଦଳର ମାଈ ମାଙ୍କଡ଼ଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରିବାର ଏକଚାଟିଆ ସୁଯୋଗ ଓ ଅଧିକାର ଲାଭ କରନ୍ତି । ମାଈ ମାଙ୍କଡ଼ମାନେ ବର୍ଷର କିଛି ମାସ ପ୍ରଜନନକ୍ଷମ ନଥାନ୍ତି , ଯାହା ଅଣ୍ଡିରାମାନଙ୍କ ମଧ୍ୟରେ ଏପରି ପ୍ରତିଯୋଗିତାର ମୁଖ୍ୟ କାରଣ । ତେଣୁ ଏପରି ଅବସ୍ଥାରେ ପରସ୍ପର ସହିତ ଦ୍ୱନ୍ଦ ବା ଯୁଦ୍ଧରୁ ସାମୟିକ ଭାବେ ବିଜେତା ସ୍ଥିରୀକୃତ ହୋଇଥାଏ । ହେଲେ ପ୍ରତିଯୋଗିତା ବଜାୟ ରହିଥାଏ । ସମୟେ ସମୟେ ଏହି ସଂଘର୍ଷ ଅତି ଭୟଙ୍କର ରୂପ ନିଏ ଯେଉଁଥିରେ ଏକାଧିକ ପ୍ରତିଯୋଗୀ ମୃତ୍ୟୁ ବରଣ କରିପାରନ୍ତି । ଅଣ୍ଡିରା ମାଙ୍କଡ଼ମାନେ ମୁଖିଆ ପଦ ଲାଭ କରିବା ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣେଇଥାନ୍ତି । ପଦ ଆଶାୟୀ ଦୁଇ ଅଣ୍ଡିରାଙ୍କ ମଧ୍ୟରେ ମେଣ୍ଟ ଏହାର ଏକ ଉଦାହରଣ । ପୁଣି ଅନ୍ୟ ଦଳରେ ଅନୁକ୍ରମରେ ଉପରକୁ ଉଠିବା ସହଜ ହୋଇପାରେ -ଏହି ଆଶାରେ କିଛି ଅଣ୍ଡିରାମାଙ୍କଡ଼ ବାରମ୍ବାର ଦଳ ବଦଳାଉଥାନ୍ତି । ମାଈ ମାଙ୍କଡ଼ମାନଙ୍କ କ୍ଷେତ୍ରରେ ଦଳ ପରିବର୍ତ୍ତନ ହେଉନଥିବାରୁ ଗୋଟିଏ ଦଳରେ ଅନେକ ସମ୍ପର୍କୀୟ ମାଈ ରହିଯାନ୍ତି । ତେଣୁ ମାଈ ମାଙ୍କଡ଼ମାନଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ହୋଇଥାଏ । ସମ୍ପର୍କୀୟଙ୍କ ମଧ୍ୟରେ ନୂଆ ମାଈ ଜନ୍ମ ନିଅନ୍ତି ଯେଉଁମାନେ ସେହି ବୃହତ୍ ପରିବାରର ଅଂଶ ଓ ଏହି କାରଣରୁ ଅନୁକ୍ରମରେ ବେଶୀ ପରିବର୍ତ୍ତନର ସମ୍ଭାବନା ନଥାଏ । ଅବଶ୍ୟ ଅଳ୍ପ କେତେକ କ୍ଷେତ୍ରରେ ଏହି ନିୟମରେ ବ୍ୟତିକ୍ରମ ଘଟିବାର ଉଦାହରଣ ମଧ୍ୟ ରହିଛି ।

ଫଟୋ ଗ୍ୟାଲେରି

ସମ୍ପାଦନା
  1. ୧.୦ ୧.୧ {{{assessors}}} (2008). Macaca radiata. In: IUCN 2008. IUCN Red List of Threatened Species. Downloaded on 24 Nov 2008.
  2. Chambers English Dictionary
  3. ୩.୦ ୩.୧ Groves, C. P. (2005). Wilson, D. E.; Reeder, D. M (eds.). Mammal Species of the World (3rd ed.). Baltimore: Johns Hopkins University Press. p. 164. OCLC 62265494. ISBN 0-801-88221-4. {{cite book}}: Invalid |ref=harv (help)
  4. Fooden, Jack (1988) Taxonomy and Evolution of the Sinica Group of Macaques: 6. Interspecific Comparisons and Synthesis. Fieldiana Zoology (New Series) 45.
  5. Kumar, R. Radhakrishna; S. Sinha, A (2011). "Of Least Concern? Range Extension by Rhesus Macaques (Macaca mulatta) Threatens Long-Term Survival of Bonnet Macaques (M. radiata) in Peninsular India". International Journal of Primatology. 32 (4): 945. doi:10.1007/s10764-011-9514-y.
  6. Govindarajan, Vinita. "South India is losing its endemic bonnet monkey to an aggressive invader from the north". Scroll.in (in ଆମେରିକୀୟ ଇଂରାଜୀ). Retrieved 2017-09-14.
  7. Old World Monkeys Archived June 28, 2012, at the Wayback Machine.. Animalcorner.co.uk (2004-01-01). Retrieved on 2013-04-25.
  8. Brown, M. (2008) Macaca radiata. Animal Diversity Web.
  9. bonnet monkey. Merriam-Webster. Retrieved on 2013-04-25.
  10. Coss, Richard G.; McCowan, Brenda; Ramakrishnan, Uma (2007). "Threat-Related Acoustical Differences in Alarm Calls by Wild Bonnet Macaques (Macaca radiata) Elicited by Python and Leopard Models" (PDF). Ethology. 113 (4): 352. doi:10.1111/j.1439-0310.2007.01336.x. Archived from the original (PDF) on 2016-03-04. Retrieved 2018-01-12.
  11. Friends Help More Promptly, at Least in Monkeys. Sciencedaily.com (2012-07-31). Retrieved on 2013-04-25.
  12. Singh, Mewa; Jeyaraj, Tephillah; Prashanth, U.; Kaumanns, Werner (2010). "Male–Male Relationships in Lion-tailed Macaques (Macaca silenus) and Bonnet, Macaques (Macaca radiata)" (PDF). International Journal of Primatology. 32: 167. doi:10.1007/s10764-010-9448-9. Archived from the original (PDF) on 2014-10-14.

ଆହୁରି ଦେଖନ୍ତୁ

ସମ୍ପାଦନା

ବଣ ମଣିଷ

ହୁଲକ୍ ଗିବନ୍

ଓରାଂଗୁଟାନ୍