ବୈଷ୍ଣବଚରଣ ନାୟକ

ଭାରତୀୟ ସ୍ୱାଧୀନତା ସଂଗ୍ରାମୀ

ବୈଷ୍ଣବଚରଣ ନାୟକ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ । ମହାତ୍ମା ଗାନ୍ଧୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୪୨ ମସିହାରେ ଅଗଷ୍ଟ ବିପ୍ଳବ ସମୟରେ ତାଙ୍କ ନେତୃତ୍ୱରେ ଭଣ୍ଡାରୀପୋଖରୀଠାରେ ଥିବା ଥାନା, ପୋଷ୍ଟଅଫିସ ଓ ଟ୍ରେଜେରୀ ଆଦି ପୋଡ଼ି ଦିଆଯାଇଥିଲା ।[୧]

ବୈଷ୍ଣବଚରଣ ନାୟକ
ଜନ୍ମ ଓ ଜନ୍ମସ୍ଥାନ
ଜାତୀୟତାଭାରତୀୟ
ଜୀବିକାସ୍ୱାଧୀନତା ସଂଗ୍ରାମୀ

ସ୍ୱାଧୀନତା ସଂଗ୍ରାମରେ ଭୂମିକାସମ୍ପାଦନ କରନ୍ତୁ

ବୈଷ୍ଣବ ଚରଣ ନାୟକ ଜଣେ ଯୁବ ଆନ୍ଦୋଳକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଗ୍ରାମଗୁଡ଼ିକରେ ବୁଲି ବୁଲି ପ୍ରଚାର କରିବା ସ‌ହ ଲୋକମାନଙ୍କୁ ସ୍ୱାଧୀନତା ଆନ୍ଦୋଳନ ପ୍ରତି ଆକୃଷ୍ଟ କରାଉଥିଲେ । ତାଙ୍କ କଥା ଏବଂ ତାଙ୍କର ନିଷ୍ଠାପର ଦେଶଭକ୍ତି ଓ ଦେଶ ସେବାରେ ଲୋକମାନେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଉଥିଲେ ।[୧]

ଅଗଷ୍ଟ ମାସରେ ମୁଖ୍ୟତଃ ଅଭାବ ଅନାଟନ ଲାଗି ରହିଥାଏ, ତେଣୁ ସେହି ସମୟରେ ବୈଷ୍ଣବଚରଣ ନାୟକ ତାଙ୍କର କେତେଜଣ ସ‌ହଯୋଗୀଙ୍କ ସ‌ହ ସେ ଅଞ୍ଚଳର ମହାଜନଙ୍କଠାରୁ ବୁଝାସୁଝା କରି ଧାନ ଆଣି ଲୋକଙ୍କ ମଧ୍ୟରେ ବାଣ୍ଟିଥିଲେ । ସେହି ସମୟରେ ଭଣ୍ଡାରୀପୋଖରୀର କୁମ୍ଭାରିଆଠାରେ ଥିବା କଂଗ୍ରେସ ଅଫିସକୁ ଆପତ୍ତିଜନ‌କ କାମରେ ଲିପ୍ତ ଥିବା ଦର୍ଶାଇ ବେଆଇନ ଘୋଷଣା କରିଦେଇଥିଲା, ତେଣୁ ସେ ଅଞ୍ଚଳରେ କର୍ମୀମାନଙ୍କ ସ‌ମେତ ସାଧାରଣ ଜନତା ମଧ୍ୟ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ । ଫଳରେ ଅଗଷ୍ଟ ବିପ୍ଳବ ସେଠାରେ ଏହ ଭୟଙ୍କର ରୂପ ଧାରଣ କରିଥିଲା ।[୧]

୧୯୪୨ ମସିହା ଅଗଷ୍ଟ ମାସ ୧୭ ତାରିଖ ଦିନ ବୈଷ୍ଣବଚରଣ ନାୟକ, ମୁରଲୀଧର ଜେନାମୁରଲୀଧର ପଣ୍ଡାଙ୍କ ନେତୃତ୍ୱରେ ୪୦୦୦ରୁ ୫୦୦୦ ଲୋକ କିରୋସିନୀ ଓ ନିଆଁ ହୁଳା ଧରି ଭଣ୍ଡାରୀପୋଖରୀ ପାଖରେ ଥିବା ପୋଲିସ କର୍ମଚାରୀଙ୍କ ବାସଗୃହ, ଫାଣ୍ଡି, ପୋଷ୍ଟଅଫିସ, ଟ୍ରେଜେରୀ ଆଦି ପୋଡ଼ି ଦେଇଥିଲେ । କଟକରୁ ଭଣ୍ଡାରୀପୋଖରୀଦେଇ ଭଦ୍ରକ ଯାଇଥିବା ଜଗନ୍ନାଥ ସଡ଼କ (ଏବେକାର ୧୬ ନଂ ଜାତୀୟ ରାଜପଥ) ଉପରେ ଥିବା ଏକ କାଠପୋଲକୁ ମଧ୍ୟ ଭାଙ୍ଗିଦେଇଥିଲେ । ଏହି ଘଟଣା ସମୟରେ ସେଠାରେ ଉପସ୍ଥିତ ଦୁଇ ପୋଲିସ କନେଷ୍ଟବଳଙ୍କୁ ମାଡ଼ ମାରି ଆନ୍ଦୋଳନ‌କାରୀମାନେ ଦୂରକୁ ଫିଙ୍ଗି ଦେଇଥିଲେ ।[୧]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ପଟ୍ଟନାୟକ, ଡକ୍ଟର ଜଗନ୍ନାଥ. ରକ୍ତ‌ତୀର୍ଥ ଇରମ. ନାଲନ୍ଦା. p. 19. Retrieved 13 August 2018.