ବୈଶାଳୀ ମହାନ୍ତି
ବୈଶାଳୀ ମହାନ୍ତି(୫ ଅଗଷ୍ଟ ୧୯୯୪) ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ।[୧] ଏହାସହ ସେ ଜଣେ କୋରିଓଗ୍ରାଫର୍, ଲେଖିକା ଓ ବୈଦେଶିକ ଓ ସାର୍ବଜନିକ ନୀତି ବିଶ୍ଲେଷକ । ସେ ଅକ୍ସଫୋର୍ଡ୍ ଓଡ଼ିଶୀ କେନ୍ଦ୍ରର ସଂସ୍ଥାପକ । ଅକ୍ସଫୋର୍ଡ୍ ବିଶ୍ୱବିଦ୍ୟାଳୟ ଓ ୟୁନାଇଟେଡ୍ କିଙ୍ଗଡମର ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ଗୁଡିକରେ ଓଡ଼ିଶାର ନୃତ୍ୟକୁ ପ୍ରୋତ୍ସାହନ ଦେବା ସହ ସେଠାରେ ଓଡ଼ିଶୀ ପ୍ରଶିକ୍ଷଣ ଦେଇଥାନ୍ତି ।[୨] ବିଭିନ୍ନ ପ୍ରତିଷ୍ଠିତ ଅନ୍ତରାଷ୍ଟ୍ରୀୟ ପ୍ରକାଶନ ପାଇଁ ବୈଦେଶିକ ନୀତି ଓ ସାମରିକ କ୍ଷେତ୍ରରେ ନିୟମିତ ଯୋଗଦାନ କରିଥାନ୍ତି । [୩]
ବୈଶାଳୀ ମହାନ୍ତି | |
---|---|
ଜନ୍ମ | ୫ ଅଗଷ୍ଟ ୧୯୯୪ |
ଶିକ୍ଷାନୁଷ୍ଠାନ | ବ୍ଲେସଡ଼ ସାକ୍ରାମେଣ୍ଟ ହାଇସ୍କୁଲ, ଲେଡି ଶ୍ରୀରାମ କଲେଜ, ଅକ୍ସଫୋର୍ଡ୍ ବିଶ୍ୱବିଦ୍ୟାଳୟ |
ବୃତ୍ତି | ଓଡ଼ିଶୀ ନୃତ୍ୟଶିଳ୍ପୀ |
ପିତାମାତା | ରାଧାବିନୋଦ ମହାନ୍ତି, ମାନସୀ ପ୍ରଧାନ |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ସମ୍ପାଦନାବୈଶାଳୀ ମହାନ୍ତିଙ୍କ ଜନ୍ମ ୧୯୯୪ ମସିହା ଅଗଷ୍ଟ ୫ ତାରିଖରେ ଓଡ଼ିଶାର ପୁରୀ ଜିଲ୍ଲାରେ ହୋଇଥିଲା । ତାଙ୍କ ବାପା ରାଧାବିନୋଦ ମହାନ୍ତି ଇଣ୍ଡିଆନ୍ ଇନଷ୍ଟିଚୁଟ ଅଫ୍ ଟେକନୋଲୋଜିରେ ବିଦ୍ୟୁତ୍ ବିଭାଗରେ ଇଂଜିନିୟର ଓ ମା ମାନସୀ ପ୍ରଧାନ ଜଣେ କବି ତଥା ଲେଖିକା । ପୁରୀ ଜିଲ୍ଲାର ବ୍ଲେସଡ଼ ସାକ୍ରାମେଣ୍ଟ ହାଇସ୍କୁଲ ଓ ଭୁବନେଶ୍ୱରର କିଟ୍ ଇଂଟରନ୍ୟାଶନଲ୍ ସ୍ଚୁଲରୁ ସେ ଶିକ୍ଷା ଲାଭ କରିଥିଲେ । ଦିଲ୍ଲୀର ପ୍ରତିଷ୍ଠିତ ମହିଳା ମହାବିଦ୍ୟାଳୟ ଲେଡି ଶ୍ରୀରାମ କଲେଜରୁ ସେ ରାଜନୀତି ବିଜ୍ଞ।ନରେ ସ୍ନାତକ ଲାଭ କରିଥିଲେ । ଏହାପରେ ସେ ଅକ୍ସଫୋର୍ଡ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଲାଭ କରିଥିଲେ | ସେଠାରେ ସେ ଇଣ୍ଡିଆ ନ୍ୟୁକ୍ଲିଅର୍ ପଲିସି ସଂପର୍କରେ ଗବେଷଣା ମଧ୍ୟ କରିଥିଲେ ।[୪]
ନୃତ୍ୟ ଜୀବନ
ସମ୍ପାଦନାଗତ ୧୩ ବର୍ଷ ହେବ ବୈଶାଳୀ, ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଆସୁଛନ୍ତି । ଏହାଦ୍ୱାରା ସେ ଓଡ଼ିଶୀ ନୃତ୍ୟକୁ ପ୍ରୋତ୍ସାହନ ଦେବା ସହ ଏହାକୁ ଦେଶ ବିଦେଶରେ ପ୍ରସିଦ୍ଧ କରାଇଛନ୍ତି ।ଓଡ଼ିଶୀ ଗୁରୁ ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନଙ୍କଠାରୁ ବୈଶାଳୀ ଓଡ଼ିଶୀ ଶିକ୍ଷ। ଗ୍ରହଣ କରିଛନ୍ତି ।[୫] ସେ ଉଭୟ ଓଡ଼ିଶୀ ନୃତ୍ୟ ଓ ହିନ୍ଦୁସ୍ତାନୀ ସଂଗୀତରେ ବିଷାରଦ ହାସଲ କରିଛନ୍ତି । ସେ ଚଣ୍ଡିଗଡର ପ୍ରାଚୀନ କଳା କେନ୍ଦ୍ରରୁ ନୃତ୍ୟ ଶିକ୍ଷ। ଲାଭ କରିଛନ୍ତି । ସେ ଇଣ୍ଡିଆ ହାବିଟାଟ୍ ସେଣ୍ଟର୍, ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍ ସେଣ୍ଟର୍ ଦିଲ୍ଲୀରେ ନିୟମିତ ନୃତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି । ଏହାସହ ଅନେକ ଅର୍ନ୍ତଜାତୀୟ ଓ ଜାତୀୟ ସମାରୋହରେ ମଧ୍ୟ ସେ ଯୋଗ ଦେଇ ଓଡ଼ିଶୀ ପରିବେଷଣ କରିଥାନ୍ତି ।[୬]
ଆଧାର
ସମ୍ପାଦନା- ↑ http://sarbasadharana.com/?p=33835[permanent dead link]
- ↑ https://www.telegraphindia.com/1160504/jsp/odisha/story_83592.jsp
- ↑ http://www.orissapost.com/big-brained-baishali/
- ↑ http://www.dailypioneer.com/state-editions/bhubaneswar/puri-girl-baisali-makes-it-to-oxford-varsity.html
- ↑ https://www.telegraphindia.com/1160113/jsp/odisha/story_63528.jsp
- ↑ "ଆର୍କାଇଭ୍ କପି". Archived from the original on 2016-05-12. Retrieved 2017-05-07.
{{cite web}}
: Cite has empty unknown parameter:|1=
(help)