ସୌର ବର୍ଷର ଦ୍ୱିତୀୟ ମାସ ହେଉଛି ବୃଷ ମାସ । ଏହା ବୃଷ ସଂକ୍ରାନ୍ତିରୁ ଆରମ୍ଭ ହୋଇ ମାସାନ୍ତରେ ଶେଷ ହୁଏ ।

ଜ୍ୟୋତିଷୀୟ ପୃଷ୍ଠଭୂମି

ସମ୍ପାଦନା

ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।[] ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ସୂର୍ଯ୍ୟ ଯେଉଁ ସମୟ ମଧ୍ୟରେ ଏହି ବୃଷ ରାଶିରେ ଅବସ୍ଥାନ କରେ ସେହି ସମୟ ବୃଷ ମାସ ନାମରେ ନାମିତ । ସାଧାରଣତଃ ଏହା ଇଂରାଜୀ ମାସ ମଇର ମଧ୍ୟ ଭାଗରୁ ଆରମ୍ଭ ହୋଇ ଜୁନ ମାସର ମଧ୍ୟ ଭାଗରେ ଶେଷ ହୁଏ ‌। ହିନ୍ଦୁମାନଙ୍କର ଚାନ୍ଦ୍ରମାନ ମାସ ବୈଶାଖଜ୍ୟେଷ୍ଠ ସହ ଏହା ସମ୍ବନ୍ଧିତ ।[] ଏହିପରିଭାବେ ୧୨ଟି ରାଶି ନାମରେ ନାମିତ ୧୨ଟି ସୌରମାସ ଅଥବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।[] ମୂଖ୍ୟତଃ ଭାରତୀୟ ଗ୍ରୀଷ୍ମଋତୁରେ ପଡୁଥିବା ଏହି ସୌର ମାସରେ ସାବିତ୍ରୀ ବ୍ରତ ଇତ୍ୟାଦି ହିନ୍ଦୁ ପର୍ବ ପର୍ବାଣି ପାଳିତ ହୁଏ ।[]

  • ଅଖିଳ ଭାରତୀୟ ନିରୟନ ସୌର କ୍ୟାଲେଣ୍ଡର ପଦ୍ଧତିରେ ଦ୍ୱିତୀୟ ସୌର ମାସ (ଜ୍ୟେଷ୍ଠ) ୧୫ ମଇ- ୧୪ ଜୁନ ।[]

ଅଧିକ ତଥ୍ୟ

ସମ୍ପାଦନା
  1. "Indian Clendars" (PDF). Retrieved 24 September 2015.
  2. "Hindu Calendar". Retrieved 24 September 2015.
  3. "Months named after rasis". Retrieved 24 September 2015.
  4. "Important Festivals". Retrieved 13 June 2017.
  5. "Uniform All India Nirayana Solar Calendar" (PDF). Retrieved 30 May 2017.