ବୃନ୍ଦାବନ ଗାର୍ଡେନ

ବୃନ୍ଦାବନ ଗାର୍ଡେନ ଏକ ବଗିଚା ଯାହା ମହୀଶୂର ସହରଠାରୁ ୧୨ କିମି ଦୂରରେ କର୍ଣ୍ଣାଟକ ପ୍ରଦେଶର ମାନ୍ଦ୍ୟ ଜିଲ୍ଲାର

ବୃନ୍ଦାବନ ଗାର୍ଡେନ ଏକ ବଗିଚା ଯାହା ମହୀଶୂର ସହରଠାରୁ ୧୨ କିମି ଦୂରରେ[୧] କର୍ଣ୍ଣାଟକ ପ୍ରଦେଶର ମାନ୍ଦ୍ୟ ଜିଲ୍ଲାରେ (Mandya District) ଥିବା କାବେରୀ ନଦୀ ଉପରେ ତିଆରି କୃଷ୍ଣରାଜସାଗର ସେତୁ ପାଖରେ ଏହା ଅବସ୍ଥିତ ।[୨] ଏହାର ତିଆରି ୧୯୨୭ ମସିହାରେ ଆରମ୍ଭ ହୋଇ ୧୯୩୨ ମସିହାରେ ଶେଷ ହୋଇଥିଲା ।[୩] ଶ୍ରୀରଂଗପତନମରେ ଥିବା ଏହି ବଗିଚା ଏହାର ଏକ ମୂଖ୍ୟ ଆକର୍ଷଣ ଯାହାକୁ ବାର୍ଷିକ ଦୁଇ ନିୟୁତ ପରିଦର୍ଶକ ଦେଖିବାକୁ ଆସନ୍ତି ।[୪] ମହୀଶୂରର ଦେୱାନ ସାର ମିର୍ଜା ଇସମାଇଲ (Sir Mirza Ismail) ଏହି ବୃନ୍ଦାବନ ଗାର୍ଡେନ ତିଆରି କରେଇଥିଲେ ଯାହା କାବେରୀ ନଦୀ ଉପରେ ତିଆରି କୃଷ୍ଣରାଜସାଗର ସେତୁର କେନାଲ ଯୋଗୁ ୧୨୦,୦୦୦ ହେକ୍ଟର (୪୯୦କିମି) ଜମିରେ ପାଣି ମାଡିପାରିଲା । ହାଇଦର ଅଲି ତିଆରି କରେଇଥିବା ବେଙ୍ଗଲୁରୁର ଅନ୍ୟତମ ଲାଲବାଗ ବୋଟାନିକାଳ ବଗିଚା ଦେଖି ସେହିଭଳି ଏକ ବଗିଚା କରେଇବାର ପ୍ରେରଣା ପାଇଥିଲେ ।

ବୃନ୍ଦାବନ ଗାର୍ଡେନ
ବୃନ୍ଦାବନ ଗାର୍ଡେନ
Map
TypeGarden
Locationକୃଷ୍ଣ ରାଜା ସଗରା ଡ୍ୟାମ୍, ଶ୍ରୀରଙ୍ଗପାଟନା, ମାଣ୍ଡ୍ୟା ଜିଲ୍ଲା, କର୍ଣ୍ଣାଟକ
Nearest cityମହୀଶୁର
Coordinates12°25′34″N 76°34′34″E / 12.42611°N 76.57611°E / 12.42611; 76.57611
Area60 acres (24 ha)
Created1932 (1932)
Operated byକାବେରୀ ନିରାବରୀ ନିଗମ
Visitors୨ ନିୟୁତ
Openବର୍ଷସାରା
ରାତ୍ରି କାଳରେ ବଗିଚାରେ ଥିବା ଜଳ ଫୁଆରାର ଦୃଶ୍ୟ
ରାତ୍ରି କାଳରେ ବଗିଚାରେ ଥିବା ଜଳ ଫୁଆରାର ଦୃଶ୍ୟ
କୃଷ୍ଣରାଜସାଗର ସେତୁ ଓ ପାର୍ଶ୍ୱବର୍ତ୍ତୀ ବୃନ୍ଦାବନ ଗାର୍ଡେନ
କୃଷ୍ଣରାଜସାଗର ସେତୁ
ସେତୁ ଉପରେ କାବେରୀଙ୍କର ପ୍ରତିମୂର୍ତ୍ତି

ବଗିଚା ସମ୍ପାଦନା

ସେହି ବଗିଚାର ରକ୍ଷଣାବେକ୍ଷଣ କରନ୍ତି କର୍ଣ୍ଣାଟକ ସରକାରଙ୍କ କାବେରୀ ଜଳଳସେଚନ କର୍ପୋରେସନ ।[୫] ଷାଠିଏ ଏକର ଜାଗା ଉପରେ ଏହି ବଗିଚା ଅଛି ଓ ନାଗବନ ୩୦ ଏକର ଓ ଚନ୍ଦ୍ରବନ ନାମକ ଦୁଇଟି ଫଳ ବଗିଚା ଏହା ପାଖରେ ଅବସ୍ଥିତ ।[୬] ତିନି ଥାକିଆ ଏହି ବିରାଟ ବଗିଚାରେ ଜଳ ଫୁଆରା, ଫିକଶ ଗଛ (Ficus), ପତ୍ର ବହୁଳ ଇଉଫୋରବିଆ ଓ ଦୁରାଣ୍ଟା ପ୍ଲମେରିଆ, ଫୁଲ ଗଛ ସେଲୋସିଆ, ଗେଣ୍ଡୁ ଓ ବେଗନ ଭିଲା ଗଛ ଲଗାଯାଇଛି ।[୭] କିଛି ଶୁଳ୍କ ଦେଇ ଜନସାଧାରଣ ଏହି ବଗିଚାକୁ ଦେଖିବାକୁ ଯାଇପାରନ୍ତି । ଏହି ବଗିଚା ମଧ୍ୟରେ ଗୋଟିଏ ହ୍ରଦ ଅଛି ଓ ତାହା ମଧ୍ୟରେ ନୌକା ବିହାର ସୁବିଧା ମିଳେ ।[୮]

ଅର୍ଥ ବ୍ୟବସ୍ଥା ସମ୍ପାଦନା

ଆର୍ଥିକ ବର୍ଷ ୨୦୦୩-୨୦୦୪ରେ ଗେଟରୁ ୨.୦୭ କୋଟି ଟଙ୍କା ସଂଗୃହୀତ ହୋଇଥିଲା ଯାହା ୨୦୦୫-୨୦୦୬ରେ ୪.୩ କୋଟିରେ ପହଞ୍ଚିଥିଲା ।

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. "Brindavan Gardens, timings, entry ticket cost, price, fee - Mysore Tourism 2021". mysoretourism.in. Archived from the original on 2021-12-09. Retrieved 2020-12-31.
  2. "Brindavan Garden (KRS-Krishna Raja Sagar)".
  3. "Brindavan Gardens". Horticultural Department, Government of Karnataka. Archived from the original on 10 April 2009. Retrieved 28 February 2007.
  4. Gauri Satya (11 January 2008). "Mysore sees steady rise in tourist flow". Business Standard. Retrieved 28 February 2008.
  5. "Brindavan Gardens to get a makeover". The Hindu. 3 June 2006. Archived from the original on 7 November 2012. Retrieved 28 February 2008.
  6. S V Upendra Charya (28 ଫେବୃଆରୀ 2006). "Focus: Horticulture". Archived from the original on 20 ମଇ 2011. Retrieved 28 ଫେବୃଆରୀ 2008.
  7. "Brindavan Gardens to get a facelift for Dasara". The Hindu. 14 August 2004. Archived from the original on 25 January 2013. Retrieved 28 February 2008.{{cite web}}: CS1 maint: unfit URL (link)
  8. "Daytime to be fun at Brindavan Gardens". The Hindu. 1 February 2008. Archived from the original on 9 February 2008. Retrieved 28 February 2008.