ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ


ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ( VSSUT ), ବୁର୍ଲା ଇଞ୍ଜିନିୟରିଂ କଲେଜ ଭାବରେ ମଧ୍ୟ ଜଣାଶୁଣା । ୧୯୫୬ରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଓଡ଼ିଶାର ସର୍ବ ପୁରାତନ ଇଞ୍ଜିନିୟରିଂ କଲେଜ ଅଟେ । ୨୦୦୯ ମସିହା ଫେବୃଆରୀ ୧୨ ତାରିଖରେ ଏହି ଅନୁଷ୍ଠାନକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ସହ ଏହାର ନାମ ପରିବର୍ତ୍ତନ କରାଯାଇଥିଲା । ଏହା ଓଡ଼ିଶାର ସମ୍ବଲପୁରର ବୁର୍ଲାଠାରେ ଅବସ୍ଥିତ । ଏହା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଅଟେ ।[୨]

ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ
ଲକ୍ଷ୍ୟସିଦ୍ଧିର୍ଭବତି କର୍ମଜା (ସଂସ୍କୃତ)
ସ୍ଥାପିତ୧୯୫୬ (୧୯୫୬)
ପ୍ରକାରଜାତୀୟ
କୁଳାଧିପତିଗଣେଶୀ ଲାଲ
କୁଳପତିପ୍ର ଅଟଲ ଚୌଧୁରୀ[୧]
ପ୍ରଶାସନୀକ ସଦସ୍ୟ୨୬୦
ଛାତ୍ର ଛାତ୍ରୀ ସଂଖ୍ୟା୪୪୧୩
ତଳସ୍ନାତକ୩୭୨୪
ସ୍ନାତକୋତ୍ତର୬୮୯
ଅବସ୍ଥାନବୁର୍ଲା, ସମ୍ବଲପୁର, ଓଡ଼ିଶା, ଭାରତ
21°29′50″N 83°54′14″E / 21.4973°N 83.9040°E / 21.4973; 83.9040
ୱେବସାଇଟwww.vssut.ac.in

୨୦୧୨ ମସିହାରେ ୟୁଜିସିର ୧୨ବି ଧାରା ଅନୁଯାୟୀ ଏହି ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ସହାୟତା ପାଇବାକୁ ଯୋଗ୍ୟ ବୋଲି ଘୋଷଣା କରାଯାଇଥିଲା ।

ଇତିହାସ ସମ୍ପାଦନା

ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ୧୯୫୬ ମସିହାରେ ବୁର୍ଲା ଇଞ୍ଜିନିୟରିଂ କଲେଜ (ୟୁନିଭରସିଟି କଲେଜ ଅଫ୍ ଇଞ୍ଜିନିୟରିଂ UCE) ନାମରେ ରାଜ୍ୟର ପ୍ରଥମ ଇଞ୍ଜିନିୟରିଂ କଲେଜ ଭାବରେ ପ୍ରତିଷ୍ଠିତ ହୋଇଥିଲା । ସେତେବେଳେ ନିର୍ମାଣଧିନ ହୀରାକୁଦ ବନ୍ଧ ପ୍ରକଳ୍ପରେ ନିଯୁକ୍ତ ହେବାକୁ ଥିବା ଇଞ୍ଜିନିୟରମାନଙ୍କୁ ପ୍ରସ୍ତୁତ କରିବା ଏହି କଲେଜର ମୂଳ ଉଦ୍ଦେଶ୍ୟ ଥିଲା । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହି କଲେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପ୍ରଥମ ବର୍ଷ ସିଭିଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଏବଂ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗରେ ସର୍ବମୋଟ ୨୦ଜଣ ଛାତ୍ର ଥିଲେ । ପରେ ଏହି କଲେଜ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶାସନିକ ନିୟନ୍ତ୍ରଣକୁ, ଏବଂ ପରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନକୁ ଚାଲିଯାଇଥିଲା । ୨୦୦୯ରେ ଏହା ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିଲା ।[୩]

ପ୍ରଚଳିତ ପାଠ୍ୟକ୍ରମ ସମ୍ପାଦନା

୦୧ ସ୍ନାତକ ଇଞ୍ଜିନିୟରିଂ (B.Tech)
୦୨ ସ୍ନାତକ ସ୍ଥାପତ୍ୟ (B.Arch)
୦୩ ସ୍ନାତକୋତ୍ତର ଇଞ୍ଜିନିୟରିଂ (M.Tech)
୦୪ ସ୍ନାତକୋତ୍ତର ବିଜ୍ଞାନ (M.Sc) )
୦୫ ସ୍ନାତକୋତ୍ତର ଦର୍ଶନଶାସ୍ତ୍ର (M.Phil)
୦୬ ମାଷ୍ଟର ଇନ କମ୍ପ୍ୟୁଟର ଆପ୍ଲିକେସନ୍ (MCA)
୦୭ ପିଏଚଡି (Ph.D) )

କ୍ୟାମ୍ପସ୍ ସମ୍ପାଦନା

ଏହି ବିଶ୍ୱବିଦ୍ୟାଳୟ ହୀରାକୁଦ ବନ୍ଧ ନିକଟରେ ଅବସ୍ଥିତ ଓ ବୁର୍ଲାରେ ପ୍ରାୟ ୩୦୦ଏକର ବିଶିଷ୍ଟ ନିଜସ୍ୱ କ୍ୟାମ୍ପସ ରହିଛି । ଅନୁଷ୍ଠାନର ଆଧୁନିକ ଭିତ୍ତିଭୂମି ରହିଛି । ବିଭିନ୍ନ ବିଭାଗର ଲାବୋରେଟୋରୀରେ ସୁବିଧା ଏବଂ କମ୍ପ୍ୟୁଟର ସେଣ୍ଟର, ଲାଇବ୍ରେରୀ, ଇଣ୍ଟରନେଟ୍ ସୁବିଧା, ଛାତ୍ର ଏବଂ ଛାତ୍ରୀମାନଙ୍କ ପାଇଁ ପୃଥକ ହଷ୍ଟେଲ, ସମ୍ମିଳନୀ କଷ, ମନୋରଞ୍ଜନର ସୁବିଧା ଆଦି ଏଠାରେ ଉପଲବ୍ଧ ଅଛି ।[୪]

ସର୍ବଭାରତୀୟ ର‍୍ୟାଙ୍କିଂ ସମ୍ପାଦନା

୨୦୨୦ ମସିହାରେ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‍୍ୟାଙ୍କିଂ ଫ୍ରେମୱାର୍କ (NIRF) ଏହି ବିଶ୍ୱବିଦ୍ୟାଳୟକୁ ଇଞ୍ଜିନିୟରିଂ ବିଭାଗରେ ସର୍ବଭାରତୀୟ ସ୍ଥରରେ ୧୧୯ତମ ସ୍ଥାନ ପ୍ରଦାନ କରିଥିଲା ।

ଆଧାର ସମ୍ପାଦନା

  1. "Vice Chancellor's Desk :: Veer Surendra Sai University of Technology". www.vssut.ac.in. Retrieved 20 September 2019.
  2. "UCE becomes Veer Surendra Sai University of Technology". OdishaLinks. 18 December 2008. Retrieved 22 December 2008.
  3. "History :: Veer Surendra Sai University of Technology". www.vssut.ac.in. Retrieved 2019-09-20.
  4. "Campus". Veer Surendra Sai University of Technology. {{cite web}}: |first= has numeric name (help); |first= missing |last= (help)CS1 maint: url-status (link)

ବାହ୍ୟ ଲିଙ୍କ ସମ୍ପାଦନା