ବୀରେନ୍ଦ୍ର ଚନ୍ଦ୍ର ଦାସ
ବୀରେନ୍ଦ୍ର ଚନ୍ଦ୍ର ଦାସ (ଜନ୍ମ: ୧୭ ଜାନୁଆରୀ ୧୯୧୦) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[୧]
ଶିକ୍ଷା ଓ ପେଶା
ସମ୍ପାଦନାବୀରେନ୍ଦ୍ର ଚନ୍ଦ୍ର ଦାସଙ୍କ ଜନ୍ମ ୧୭ ଜାନୁଆରୀ ୧୯୧୦ରେ ଓଡ଼ିଶାର ନ୍ୟାୟିକ ବ୍ୟବସ୍ଥା ସହ ଜଡ଼ିତ ଥିବା ଏକ ପରିବାରରେ ହୋଇଥିଲା । ସେ ତାଙ୍କ ପ୍ରାରମ୍ଭିକ ଶିକ୍ଷା କଟକର ପ୍ୟାରୀମୋହନ ଏକାଡେମୀରେ ଆରମ୍ଭ କରିବା ପରେ ଉଚ୍ଚ ଶିକ୍ଷା ରେଭେନ୍ସା ମହାବିଦ୍ୟାଳୟ, କଟକରେ ଲାଭ କରିଥିଲେ । ପାଟନାସ୍ଥିତ ପାଟନା ମହାବିଦ୍ୟାଳୟରେ ସେ କଳା ବିଷୟରେ ସ୍ନାତକ (ସମ୍ମାନ) ଡିଗ୍ରୀ ହାସଲ କରିଥିଲେ । ଶ୍ରୀ ଦାସ ଇନ୍ସ ଅଫ୍ କୋର୍ଟ, ଲା ଟେମ୍ପଲ(Inns of Court, Law Temple)ରେ ଆଇନ ଶିକ୍ଷା ଗ୍ରହଣ କରି ବାରିଷ୍ଟର ଭାବରେ ସ୍ବୀକୃତି ହାସଲ କରିଥିଲେ । ଲଣ୍ଡନରେ ଥିବା ସମୟରେ, ଶ୍ରୀ ଦାସ ୟୁନିଭର୍ସିଟି କଲେଜ୍, ଲଣ୍ଡନରୁ କଳରେ ସ୍ନାତକ (ସମ୍ମାନ) ଡିଗ୍ରୀ ମଧ୍ୟ ହାସଲ କରିଥିଲେ ।
ଫେବୃଆରୀ ୧୯୩୫ରେ ପାଟନା ଉଚ୍ଚନ୍ୟାୟାଳୟରେ ଏକ ଐନଜୀବୀ ଭାବରେ ଯୋଗ ଦେବା ପରେ, ଶ୍ରୀ ଦାସ ୧୯୪୯ ମସିହାରେ ସୁପରିୟର ନ୍ୟାୟୀକ ସେବାରେ ନିଯୁକ୍ତ ହୋଇଥିଲେ । ଏହି ସମୟରେ ସେ ଏକ ଜିଲ୍ଲା ଜଜ୍, ଆଇନ ବିଭାଗର ଲିଗାଲ୍ ରିମେମ୍ବ୍ରାନ୍ସର୍, ଉପ ସଚିବ, ଓ ଆଇନ ବିଭାଗର ସଚିବ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ ।
ଶ୍ରୀ ଦାସ ୩୧.୮.୧୯୭୦ରୁ ୨.୮.୧୯୭୨ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ଦାୟୀତ୍ଵ ସଂପାଦନ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-05.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |