ଉଇକିପିଡ଼ିଆ:ଆଲୋଚନା ସଭା/Flow ଉପରେ ବିଷୟ

ସକ୍ରିୟ ପରିଚାଳନା ବାବଦରେ

9
Psubhashishଙ୍କ ଲିଖିତ ସାରାଂଶ

ଦୁଇ ସପ୍ତାହ ଧରି ଥିବା ଏ ଆଲୋଚନାରେ ୩ ଜଣ ପରିଚାଳକଙ୍କୁ ମିଶାଇ ୬ଜଣ ସକ୍ରିୟ ଓ ପୁରୁଖା ଉଇକିଆଳି ସମର୍ଥନ କରି ସମାନ ମତ ଆଧାରରେ ଏ ନୀତିଟି ଏବେଠାରୁ କାର୍ଯ୍ୟକାରୀ କରାଯାଇପାରିବ ।

Psubhashish (ଆଲୋଚନାଅବଦାନ)

ଆମର ପରିଚାଳକ:ସକ୍ରିୟ ଉଇକିଆଳି ଅନୁପାତ ୫:୧୩ । କିନ୍ତୁ ମୋଟ ୫ଜଣ ପରିଚାଳକଙ୍କ ଭିତରୁ ୨ ନିଷ୍କ୍ରିୟ । ନିଷ୍କ୍ରିୟତା ସ୍ୱାଭାବିକ କାରଣ ସମସ୍ତେ ସ୍ୱେଚ୍ଛାସେବୀ । ଏଥିରେ କାହାକୁ ଦୋଷ ଦେଇହେବନି । ତେବେ ନିଷ୍କ୍ରିୟ ଥାଇ ପରିଚାଳକ ପଦରେ ରହିଲେ ନୂଆ ପରିଚାଳକ ହେବା କଷ୍ଟ । ଏଣୁ ମୁଁ ତଳ ତିନୋଟି ଜିନିଷ ବାବଦରେ ସମସ୍ତଙ୍କ ମତ ପାଇଁ ଅନୁରୋଧ କରୁଛି:

  1. ପରିଚାଳକ ପଦରେ ରହିଲେ ବର୍ଷକୁ ୫୦ଟି ପରିଚାଳନା ସମ୍ପାଦନା କରିବାକୁ ହେବ ।
  2. ଗତ ୩ ବର୍ଷ ଭିତରେ ବର୍ଷକୁ ୫୦ରୁ କମ ପରିଚାଳନା ସମ୍ପାଦନା କରିଥିବା ସଭ୍ୟଙ୍କୁ ସାମୟିକ ଭାବେ ପରିଚାଳକ ପଦ ହରେଇବାକୁ ପଡ଼ିବ । ଫଳରେ ସକ୍ରିୟ ଉଇକିଆଳିମାନେ ପରିଚାଳକ ହୋଇପାରିବେ । ଯଦି ଆଗରୁ ପରିଚାଳକ ଥିବା ଜଣେ ପୁଣି ସକ୍ରିୟ ସମ୍ପାଦନା କରିବା ଆରମ୍ଭ କଲେ (ମାସ ପିଛା ପ୍ରସଙ୍ଗ ଭିତରେ ୧୦ଟି ସମ୍ପାଦନା ବା ଉଇକିଡାଟାରେ ସମ୍ପାଦନା) ତାହେଲେ ସେ ଆଉଥରେ ଆବେଦନ କରି ପରିଚାଳକ ହୋଇପାରିବେ ।
  3. ଆଗରୁ ଅନ୍ୟମାନଙ୍କ ପ୍ରସଙ୍ଗରେ ଆଧାର ବା ଅନ୍ୟାନ୍ୟ ସୁଧାର ପାଇଁ ଛାଞ୍ଚ ପକା, ପ୍ରସଙ୍ଗ ଲିଭା ପାଇଁ ଛାଞ୍ଚ ପକା ବା କେହି ଜାଣିଶୁଣି ଭୁଲ କଲେ ତାକୁ ପଛକୁ ଫେରାଇବା ଭଳି ପରିଚାଳନା କାମ କରିଆସିଥିବା ପୁରୁଖା ଉଇକିଆଳି ନିଜେ ପରିଚାଳକ ହେବା ପାଇଁ ଆବେଦନ କରିପାରିବେ । ଏଥି ପାଇଁ ମୁଖ୍ୟତଃ ଉଇକିପିଡ଼ିଆର ନିୟମାବଳୀ ଓ କିଛି ପରିମାଣରେ ବୈଷୟିକ (technical) ଓ ଭାଷାଗତ (lingustic) ଜ୍ଞାନ ଲୋଡ଼ା ।

ସମସ୍ତ ସକ୍ରିୟ ଉଇକିଆଳି ଉପର ମତରେ ଏକମତ ହେଲେ {{ସମର୍ଥନ}} ବୋଲି ତଳେ ଲେଖିପାରିବେ । ଅଲଗା ମତ ଥିଲେ ମଧ୍ୟ ଲେଖିବେ ଫଳରେ ଆମେସବୁ ମିଶି ଆଲୋଚନା କରି ସିଦ୍ଧାନ୍ତ ନେଇପାରିବା ।

Ssgapu22 (ଆଲୋଚନାଅବଦାନ)

 ସମର୍ଥନ

Psubhashish (ଆଲୋଚନାଅବଦାନ)

 ସମର୍ଥନ (ଆଲୋଚନା ଆରମ୍ଭକାରୀ ଭାବେ)

Jnanaranjan sahu (ଆଲୋଚନାଅବଦାନ)

 ସମର୍ଥନ ଭଲ କଥା ।

Chinmayee Mishra (ଆଲୋଚନାଅବଦାନ)

 ସମର୍ଥନ

MKar (ଆଲୋଚନାଅବଦାନ)

 ସମର୍ଥନ

Psubhashish (ଆଲୋଚନାଅବଦାନ)

ଦୁଇ ସପ୍ତାହ ଧରି ଥିବା ଏ ଆଲୋଚନାରେ ୩ ଜଣ ପରିଚାଳକଙ୍କୁ ମିଶାଇ ୬ଜଣ ସକ୍ରିୟ ଓ ପୁରୁଖା ଉଇକିଆଳି ସମର୍ଥନ କରି ସମାନ ମତ ଆଧାରରେ ଏ ନୀତିଟି ଏବେଠାରୁ କାର୍ଯ୍ୟକାରୀ କରାଯାଇପାରିବ ।

"ସକ୍ରିୟ ପରିଚାଳନା ବାବଦରେ"ଙ୍କୁ ଉତ୍ତର