ଉଇକିପିଡ଼ିଆ:ଆଲୋଚନା ସଭା/Flow ଉପରେ ବିଷୟ

Ssgapu22 (ଆଲୋଚନାଅବଦାନ)

ନମସ୍କାର !

ଗତ ୨୦୧୫ ମସିହାରୁ, ଓଡ଼ିଆ ଉଇକିପିଡ଼ିଆରେ ଏସିଆ ମାସ ଗଣସମ୍ପାଦନା ପ୍ରତ୍ୟେକ ବର୍ଷ ନଭେମ୍ବର ମାସରେ ଆୟୋଜନ ହୋଇ ଆସୁଛି । ଗତ କିଛିବର୍ଷ ଧରି ମୁଁ ନିଜେ ଏହାର ଆୟୋଜକ ଭାବରେ କାମ କରି ଆସିଛି । ଏଥର (୨୦୨୪) ଆୟୋଜନ ପାଇଁ ମୋ ମେଟାର ଆଲୋଚନା ପୃଷ୍ଠାରେ ସେମାନେ ମୋତେ ଜଣେଇଛନ୍ତି । ବିଗତ କିଛି ଗଣ-ସମ୍ପାଦନାର ଅନୁଭୂତି ଓ ଅଂଶଗ୍ରହଣରୁ ମୁଁ ଆଉ ଆୟୋଜନ କରିବାକୁ ଇଚ୍ଛୁକ ନାହିଁ । ଯଦି କେହି ଆୟୋଜନ କରିବାକୁ ଇଚ୍ଛୁକ କିମ୍ବା କିଛି ମତାମତ ଦେବାକୁ ଚାହୁଁଥାନ୍ତି, ତେବେ ଲେଖିପାରିବେ ।

Aliva Sahoo (ଆଲୋଚନାଅବଦାନ)

ମୁଁ ସମ୍ପୂର୍ଣ୍ଣ ଏକମତ । ଏଥର ମୁଁ ଭି ସମ୍ପୂର୍ଣ୍ଣ ଭାବେ ଯୋଗଦାନ କରିବି ।

Psubhashish (ଆଲୋଚନାଅବଦାନ)

 ସମର୍ଥନ + ଯୋଗଦେବି

Ssgapu22 (ଆଲୋଚନାଅବଦାନ)

ମତାମତ ଭାଇ ସାଧୁବାଦ ସୁଭ ଭାଇ ଓ ଅଲିଭା ଦିଦି । କାର୍ଯ୍ୟକ୍ରମ ଆଗକୁ ବଢ଼େଇବା ଆଉ ।

Ssgapu22 (ଆଲୋଚନାଅବଦାନ)

ପୂର୍ବ ଆଲୋଚନା ଅନୁସାରେ, ଏସିଆ ମାସ ଗଣ-ସମ୍ପାଦନା ପାଇଁ ପୃଷ୍ଠା ତିଆରି ହୋଇସାରିଛି । ସଭିଏଁ ନିଜ ନିଜର ନାମ ଲେଖି ଯୋଗଦାନ କରିପାରିବେ ।

Ssgapu22 (ଆଲୋଚନାଅବଦାନ)

ପୂର୍ବରୁ ଏସିଆ ମାସ ଗଣ-ସମ୍ପାନଦାରେ ନିଜ ଦେଶର ପ୍ରସଙ୍ଗକୁ ବାଦ୍ ଦିଆଯାଇ ଏସିଆ ବିଷୟରେ ଲେଖାଯାଉଥିଲା, କିନ୍ତୁ ଗତ ବର୍ଷରୁ ଏହି ନିୟମକୁ ମେଟାରୁ ମଧ୍ୟ ବାଦ୍ ଦେଇଦିଆଯାଇଛି । ଗତକାଲି ସୁଭ ଭାଇ ଏ ବାବଦରେ, ଇଂରାଜୀ ଉଇକିପିଡ଼ିଆରେ ଉଠେଇଥିଲେ, ଯାହାକୁ ନେଇ ଆୟୋଜକମାନଙ୍କ ମଧ୍ୟରୁ ଜଣେ ପ୍ରତ୍ୟୁତ୍ତର ଦେଇଛନ୍ତି ଯେ, ଏହା କମ୍ୟୁନିଟରି ନିଷ୍ପତ୍ତି, ତେଣୁ ଆମେ ଏହା ଉପରେ ଆଲୋଚନା କରିପାରିବା ।

ମୋ ମତରେ ଓ ସୁଭ ଭାଇଙ୍କ ମତରେ, ଏହି ନିୟମକୁ ଏବେ ବାଦ୍ ଦିଆଗଲେ, ଭଲ ହୁଅନ୍ତା ଏବଂ ଏହି ମାସେ ଭିତରେ ଅନେକ ଭଲ ପ୍ରସଙ୍ଗ ଗଢ଼ାଯାଇପାରନ୍ତା ।

Psubhashish (ଆଲୋଚନାଅବଦାନ)

ପାଖାପାଖି ଦଶଦିନ ଭିତରେ କେହି ବିରୋଧ ନ କରିଥିବାରୁ ଭାରତୀୟ ବିଷୟସବୁ ରଖିବାରେ କାହାରି ଆପତ୍ତି ନାହିଁ ବୋଲି ଲାଗୁଛି । @Ssgapu22, ମୋ ମତରେ ହରିହର ବାବୁ ଖୁବ ଆରମ୍ଭରେ ତିଆରିଥିବା ଏକ ଭାରତୀୟ ପ୍ରସଙ୍ଗ ଆଉ @Raj K. Mohapatra (Puri) (ତାଙ୍କୁ ଟିକେ ଆଲୋଚନା ପୃଷ୍ଠାରେ ପିଙ୍ଗ କରି ଗଣସମ୍ପାଦନା ବାବଦରେ ଜଣେଇ ଡାକିଲେ ଭଲ ହେବ) କରୁଥିବା ଅନେକ ପ୍ରସଙ୍ଗ ଏ ଗଣସମ୍ପାଦନାରେ ରହିବା କଥା ।

Ssgapu22 (ଆଲୋଚନାଅବଦାନ)

ରାଜ ବାବୁଙ୍କ ଆଲୋଚନା ସଭାରେ ମୁଁ ଲେଖିକି ଜଣେଇଥିଲି । ଆଉ ସେ ଲେଖୁଥିବା ପ୍ରସଙ୍ଗଗୁଡ଼ିକ ଏହି ଗଣ-ସମ୍ପାଦନାରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରିବ । ଆଜି ନଗଦ ବଦଳରେ ତାଙ୍କ ଦ୍ୱାରା ତିଆରି ହୋଇଥିବା ପୃଷ୍ଠା ଦେଖିକି ଭାବୁଥିଲି ଯୋଡ଼ିଦେବାକୁ ।

Psubhashish (ଆଲୋଚନାଅବଦାନ)

ନା ସେ ନିଜେ ନିଜ ନାଁ ଆଉ ଫାଉଣ୍ଟେନରେ ପ୍ରସଙ୍ଗ ନାଁ ଯୋଡ଼ି ଭାଗନେଲେ ଭଲ ହୁଅନ୍ତା

Ssgapu22 (ଆଲୋଚନାଅବଦାନ)

ତାଙ୍କୁ ଏ ବାବଦରେ ଟିକେ ଶିଖେଇବାକୁ ପଡ଼ିବ । ପୁରୁଣା ପ୍ରସଙ୍ଗ ଖୋଜିକି ମୁଁ ଯୋଡ଼ିଦେଇଛି, ବାକିତକ ତାଙ୍କୁ ମୁଁ ନିଜେ ଜଣେଇଦେବି । ବୁଝିବା ପାଇଁ ବି ସୁବିଧା ହେବ ।

"ଉଇକିପିଡ଼ିଆ ଏସିଆ ମାସ ଗଣସମ୍ପାଦନା ବାବଦରେ"ଙ୍କୁ ଉତ୍ତର