ଉଇକିପିଡ଼ିଆ:ଆଲୋଚନା ସଭା ଉପରେ ବିଷୟ

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ସହିତ ସାକ୍ଷାତକାରର ବିବରଣୀ

3
Ssgapu22 (ଆଲୋଚନାଅବଦାନ)

ଆଜି ଅର୍ଥାତ ୨୪ ଜୁଲାଇ ୨୦୨୪ରେ, ମୁଁ ଓ ମୃତ୍ୟୁଞ୍ଜୟ ଭାଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସାକ୍ଷାତ କରିଥିଲୁ । ଓଡ଼ିଆ ଭାଷା କ୍ଷେତ୍ରରେ ଉଇକିପିଡ଼ିଆର ଅବଦାନ ଓ ଭାଷାର ଉନ୍ନତିରେ କ'ଣ ସୁଯୋଗ ରହିଛି, ସେ ଉପରେ ଆଲୋଚନା ହେଲା । ଉଇକିପିଡ଼ିଆ ପାଇଁ କ'ଣ କାର୍ଯ୍ୟ ହୋଇପାରିବ ସେ ଉପରେ ପ୍ରସ୍ତାବ ଦେବାକୁ କହିଛନ୍ତି । ସେ ବର୍ଷିକିଆ, ୫ ବର୍ଷିଆ ଓ ୨୫ ବର୍ଷିଆ ଯୋଜନା ପ୍ରସ୍ତୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଇଣ୍ଟରନେଟରେ ଓଡ଼ିଆ ଭାଷା ଅଧିକ ଅବଦାନ ପାଇଁ ଫଣ୍ଟ, ଉଇକିପିଡ଼ିଆ ବାବଦରେ କର୍ମଶାଳା, ୱେବ୍‌ସାଇଟ୍‌କୁ କପିରାଇଟ୍ ଫ୍ରି କରିବା ଆଦି ଦିଗରେ ପ୍ରସ୍ତାବ ଦେଇଛୁ ଏବଂ ସେ ସେହି ବିଷୟରେ ଆଗକୁ କାର୍ଯ୍ୟ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅଗଷ୍ଟ ୧୫ ତାରିଖ ସୁଦ୍ଧା ତାଙ୍କୁ ଏକ ଯୋଜନା ପ୍ରସ୍ତାବ ଦେବାକୁ ସେ କହିଛନ୍ତି ।

Hellohappy (ଆଲୋଚନାଅବଦାନ)

ବଢ଼ିଆ କାମଟିଏ ହେଇଛି ।

Ssgapu22 (ଆଲୋଚନାଅବଦାନ)

ଏହା ତ ଆରମ୍ଭ ମାତ୍ର, ଏବେଯାଏଁ କିଛି କାମ ଅବଶ୍ୟ ହୋଇନାହିଁ । ମିଳିତ ଭାବରେ କିଛି କାମ ହେଲେ, ସୁଫଳ ମିଳିବ ।

"ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ସହିତ ସାକ୍ଷାତକାରର ବିବରଣୀ"ଙ୍କୁ ଉତ୍ତର