Topic on ଉଇକିପିଡ଼ିଆ:ଆଲୋଚନା ସଭା

Hellohappy (ଆଲୋଚନାଅବଦାନ)

କାଲି (୨୮ ନଭେମ୍ବର ୨୦୨୨) ଦିନ ଅନୁଷ୍ଠିତ ହୋଇଥିବା ଗୁଗୁଲ ମିଟରେ ଗୋଟିଏ ବିଚାର ଆସିଛି ଯେ ପିକିନିକିଆ ମାସ ଡିସେମ୍ବରରେ ଏକ ସପ୍ତାହବ୍ୟାପୀ ଗୋଟିଏ ଗଣସମ୍ପାଦନା କରାଯିବ । ଡିସେମ୍ବର ଦ୍ୱିତୀୟ-ତୃତୀୟ ସପ୍ତାହ ଏଥିପାଇଁ ସର୍ବୋତ୍କୃଷ୍ଟ ବୋଲି ସମ୍ମାନନୀୟ ଉଇକିଆଳିମାନେ ମତପୋଷଣ କରିଥିଲେ । ଗଣସମ୍ପାଦନାର ବିଷୟ ରହିବ "ଓଡ଼ିଶାର ପର୍ଯ୍ୟଟନସ୍ଥଳୀ" । ନୂତନ ପ୍ରସଙ୍ଗ ଲେଖିବା ସହିତ, ପୁରୁଣା ପ୍ରସଙ୍ଗକୁ ଉନ୍ନତ କରାଯିବ । ଛବି, ଶ୍ରେଣୀ, ତଥ୍ୟପେଟି ଇତ୍ୟାଦି ଯୋଡ଼ାଯିବ ।

ବିଷୟ - ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ସମୟ - ୧୩-୧୯ ଡିସେମ୍ବର ୨୦୨୨

ଆଗ୍ରହୀ ଉଇକିଆଳିମାନେ ଉକ୍ତ ଗଣସମ୍ପାଦନାରେ ଅଂଶଗ୍ରହଣ କରି ଏହାକୁ ସାଫଲ୍ୟମଣ୍ଡିତ କରିବେ ବୋଲି ଆଶା ।

Ssgapu22 (ଆଲୋଚନାଅବଦାନ)

ଏହି ପ୍ରସ୍ତାବ ପାଇଁ ଧନ୍ୟବାଦ ଭାଇ । ଶୀଘ୍ର ଗଣସମ୍ପାଦନା ପାଇଁ ପୃଷ୍ଠାଟିଏ କରିବା ସହିତ ଫାଉଣ୍ଟେନ୍ ଟୁଲ୍ ଇତ୍ୟାଦି କରିବା ।

Psubhashish (ଆଲୋଚନାଅବଦାନ)

ବଢ଼ିଆ ପ୍ରସ୍ତାବ । ମୋ ମତରେ ପ୍ରସଙ୍ଗ ତାଲିକାକୁ ଦୁଇଟି ଭାଗରେ ଭାଙ୍ଗିଲେ ଭଲ । ପ୍ରଥମ ଭାଗରେ କମ ତଥ୍ୟଥିବା/ନିମ୍ନମାନର ପ୍ରସଙ୍ଗଗୁଡ଼ିକୁ ଯୋଡ଼ିଲେ ଗଣସମ୍ପାଦନାରେ ଭାଗନେଉଥିବା ଉଇକିଆଳିଏ ସେସବୁ ଉନ୍ନତ କରିବାରେ ସାହାଯ୍ୟ କରିପାରିବେ । ଦ୍ୱିତୀୟରେ ତିଆରି ହୋଇନଥିବା ପ୍ରସଙ୍ଗସବୁ ରଖିଲେ ନୂଆ ପ୍ରସଙ୍ଗ ମଧ୍ୟ ତିଆରି ହୋଇପାରିବ ।

Ssgapu22 (ଆଲୋଚନାଅବଦାନ)

ଠିକ୍ କଥା । ସେ ପ୍ରସଙ୍ଗ ବଛାବଛି ଦାୟିତ୍ୱ @Hellohappy ଭାଇଙ୍କ ହାତରେ । ଆଉ ଯଦି ସବୁ କାମ ଯୋଜନା ମୁତାବକ ହେଲା, ତେବେ ଗଣ-ସମ୍ପାଦନାଟିଏ ହେବ ।

Ssgapu22 (ଆଲୋଚନାଅବଦାନ)

ଏହି ଗଣ-ସମ୍ପାଦନା ପାଇଁ ପୃଷ୍ଠାଟି ପ୍ରସ୍ତୁତ ହୋଇସାରିଛି । ସେଭିଏଁ ଯୋଗ ଦେବାକୁ ଅନୁରୋଧ ।

"ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଗଣସମ୍ପାଦନା"ଙ୍କୁ ଉତ୍ତର