Topic on ଉଇକିପିଡ଼ିଆ:ଆଲୋଚନା ସଭା

Pmsarangi (ଆଲୋଚନାଅବଦାନ)

ଚିନ୍ମୟୀ, ସଂଗ୍ରାମ ଓ ମୁଁ ୧୦ରୁ ୧୩ ଅକ୍ଟୋବର ୨୦୧୯ରେ ପୁନାରେ ଉଇକିପାଠାଗାର ପ୍ରଶିକ୍ଷଣ କର୍ମଶାଳାରେ ଯୋଗ ଦେଇଥିଲୁ । ସେଠାରେ ଇକିପାଠାଗାରର ବ‌ହୁତଗୁଡ଼ିଏ ଜିନିଷ ବାବଦରେ ଜାଣିବାର ସୁଯୋଗ ମିଳିଲା । ସେଗୁଡ଼ିକ ମଧ୍ୟରୁ କିଛି ହେଲା ପୃଷ୍ଠା ସଂଶୋଧନ/ବୈଧ, ସ୍କାନ ବ‌ହିକୁ ପ୍ରକୃତ ପଢ଼ିବା ବହି ଭଳି ଆକାରରେ ମୋବାଇଲ କିମ୍ୱା କମ୍ପୁଟରରେ ଦେଖିବା ଓ ଡ଼ାଉନଲୋଡ଼ କରିବା, ଟେମ୍ପଲେଟ/ଟୁଲ ଇତ୍ୟାଦି । ଅନ୍ୟ ଭାଷା ଉଇକିପାଠାଗାରରେ ବ‌ହୁତ କାମ କରିଛନ୍ତି କିନ୍ତୁ ଓଡ଼ିଆ ଉଇକିପାଠାଗାରରେ ସେତେ କାମ ହୋଇନାହିଁ କାରଣ ଆମର ଉଇକିଆଳି ସଂଖ୍ୟା କମ ଓ ପ୍ରାୟ ସବୁ ଉଇକିଆଳି କେବଳ ଉଇକିପିଡ଼ିଆରେ ହିଁ କାମ କରନ୍ତି । ତେଣୁ ମୁଁ ଗୋଟିଏ ଉଇକିପାଠାଗାର ପ୍ରଶିକ୍ଷଣ କର୍ମଶାଳା ଉଇକିଆଳିଙ୍କ ସକାଶେ କରିବାପାଇଁ ପ୍ରସ୍ତାବ ରଖୁଛି । ଯାହାଦ୍ୱାରା ପୂରୁଣା ଉଇକିଆଳି ଉଇକିପାଠାଗାରରେ କାମ କରିବାକୁ ଆଗ୍ରହ କରିବେ ଓ ନୂଆ ଉଇକିଆଳି ଓଡ଼ିଆରେ ଟାଇପକରିବା ଶିଖି ଉଇକିପାଠାଗାରରେ କିଛି ବ‌ହି ଯୋଡ଼ି ନିଜ କାମ ଉଇକିପିଡ଼ିଆରେ ଆରମ୍ଭ କରିପାରିବେ । ଡିସେମ୍ୱର ମାସ ଖ୍ରୀଷ୍ଟମାସ ଛୁଟି ବେଳେ ଏ କର୍ମଶାଳାଟି କଲେ ବାହାରେ ରହୁଥିବା ଉଇକିଆଳି ଓଡ଼ିଶା ଆସିପାରନ୍ତେ । ଆପଣମାନଙ୍କ ସ‌ହ‌ଯୋଗ ଓ ସାହାଯ୍ୟରେ ଏହି କର୍ମଶାଳାଟି ହୋଇପାରିବ । ତେଣୁ ଜ୍ଞାନ, ଶୈଳେସ, ସଂଗ୍ରାମ, ଚିନୁ ଓ ଅଲିଭାଙ୍କୁ ଏହାର କାମ ଆରମ୍ଭ କରିବା ସକାଶେ ଅନୁରୋଧ କରୁଛି । ଯଦି ଆପଣମାନଙ୍କ କିଛି ସୁଝାବ/ପ୍ରସ୍ତାବ କିମ୍ୱା ଅନ୍ୟ କିଛି ମତ ରହିଛି ଜଣାଇବେ । Pmsarangi (ମୋ ଆଲୋଚନା) ୧୫:୩୫, ୨୧ ଅକ୍ଟୋବର ୨୦୧୯ (IST)

Ssgapu22 (ଆଲୋଚନାଅବଦାନ)

ଏହା ହେଇପାରିଲେ ବହୁତ ଭଲ ହେବ । ଏକାସାଙ୍ଗରେ ଉଇକିପାଠାଗାରର ଜନ୍ମତିଥି ବି ପାଳନ ହେଇପାରନ୍ତା ଆଉ ଜୟନ୍ତ ନାଥ ବି ଅସିପାରନ୍ତେ, ଫଳରେ ଆମର ମଧ୍ୟ ଏକ ଛୋଟ କର୍ମଶାଳା ଅନୁଷ୍ଠିତ ହୋଇପାରନ୍ତା ।

Jnanaranjan sahu (ଆଲୋଚନାଅବଦାନ)

ବହୁତ ଦିନ ହେଲାଣି କର୍ମଶାଳାରେ କିଛି ହେଇନାହିଁ । ମୁଁ ସମୟ ହିସାବରେ ପୁର୍ଣ୍ଣ ସହୋଯୋଗ କରିବି ।

"ଉଇକିପାଠାଗାର ପ୍ରଶିକ୍ଷଣ କର୍ମଶାଳା ଡ଼ିସେମ୍ୱର ୨୦୧୯"ଙ୍କୁ ଉତ୍ତର