ବିଶ୍ୱ ଚେସ ଦିବସ
ବିଶ୍ୱ ଚେସ ଦିବସ, ପ୍ରତିବର୍ଷ ଜୁଲାଇ ୨୦ ତାରିଖରେ ପାଳନ କରାଯାଏ । ଆନ୍ତର୍ଜାତିକ ଚେସ ଫେଡ଼ରେସନ (ଫିଡ଼େ) ୧୯୨୪ ମସିହା ଜୁଲାଇ ୨୦ ପ୍ରତିଷ୍ଠା କରାଯାଇଥିଲା । ୧୯୬୬ ମସିହାରୁ ଫିଡ଼େଦ୍ୱାରା ଏହି ଦିବସ ପାଳିତ ହେଉଛି ।[୧] ଏହିଦିନ ଫିଡ଼େ ଅଧିନରେ ଥିବା ୧୮୧ଟି ଦେଶର ଚେସ ଫେଡରେସନଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ।[୨]
ବିଶ୍ୱ ଚେସ ଦିବସ | |
---|---|
ପାଳନକାରୀ | ବିଭିନ୍ନ ଦେଶ |
ତାରିଖ | ୨୦ ଜୁଲାଇ |
ପୁନଃପୌନିକତା | ବାର୍ଷିକ |
ପ୍ରଥମ ପାଳନ | ୧୯୬୬ |
ସମ୍ପର୍କିତ | ଫିଡ଼େ, ଚେସ |
ୟୁନେସ୍କୋଦ୍ୱାରା ବିଶ୍ୱ ଚେସ ଦିବସ ପାଳନର ପ୍ରସ୍ତାବ ଦିଆଯାଇଥିଲା ଓ ୨୦୧୯ ମସିହା ଡିସେମ୍ବର ୧୨ ତାରିଖରୁ ମିଳିତ ଜାତିସଂଘଦ୍ୱାରା ଏହି ଦିବସକୁ ମାନ୍ୟତା ଦିଆଯାଇଛି ।[୩]
ଆଧାର
ସମ୍ପାଦନା- ↑ "History of International Chess Day". Chess-teacher.com. 2012-07-21. Retrieved 2015-07-07.
- ↑ "FIDE Membership". FIDE.com. Retrieved 2015-07-01.
- ↑ UN adopts July 20 as World Chess Day, FIDE, 13 December 2019, retrieved 2 May 2020