୧୫ ଅକ୍ଟୋବର ଦିନ ସାରା ବିଶ୍ୱରେ ବିଶ୍ୱ ଛାତ୍ର ଦିବସ ପାଳନ କରାଯାଏ । ୧୫ ଅକ୍ଟୋବର ଭାରତର ପୂର୍ବତନ ରାଷ୍ଟ୍ରପତି ଏ. ପି. ଜେ. ଅବଦୁଲ କାଲାମଙ୍କ ଜନ୍ମଦିନ ହୋଇଥିବାରୁ, ଅନେକଙ୍କ ମତରେ କାଲାମଙ୍କ ଜନ୍ମଦିନକୁ ବିଶ୍ୱ ଛାତ୍ର ଦିବସ ରୂପେ ପାଳନ କରାଯାଉଛି । ତେବେ ଏ ସମ୍ପର୍କରେ ସ଼ଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ଘୋଷଣାନାମା ପ୍ରକାଶ କରାଯାଇନାହିଁ ।[୧]

ଉଦ୍ଦେଶ୍ୟ ସମ୍ପାଦନା

କଲାମ ଜଣେ ଉତ୍ସର୍ଗୀକୃତ ଶିକ୍ଷକ ଥିଲେ । ସେ ନିଜ ଜୀବନକୁ ଶିକ୍ଷା ପାଇଁ ଉତ୍ସର୍ଗ କରିଥିଲେ । ସେ କହିଥିଲେ ଯେ ଶିକ୍ଷକମାନେ ସମାଜର ନିର୍ମାଣକାରୀ ଅଟନ୍ତି ଏବଂ ଯେତେବେଳେ ଛାତ୍ରମାନେ ସେମାନଙ୍କ ବିଷୟ ଉପରେ ପାରଦର୍ଶୀ ହୁଅନ୍ତି ସେତେବେଳେ ହିଁ ଏକ ଆଦର୍ଶ ସମାଜ ଗଠନ ହୋଇପାରିବ । ଛାତ୍ରମାନଙ୍କ ପ୍ରତି କାଲାମଙ୍କ ଅନାବିଳ ଶ୍ରଦ୍ଧା ତଥା ଛାତ୍ରମାନଙ୍କ ପକ୍ଷେ କାଲାମ ଏକ ଆଦର୍ଶ ବ୍ୟକ୍ତିତ୍ୱ ଭାବେ ଏକ ପ୍ରେରଣାର ଉତ୍ସ ହୋଇଥିବାରୁ, ଆଶା କରାଯାଉଛି, ବିଶ୍ୱ ଛାତ୍ର ଦିବସ ଘୋଷଣା ପ୍ରଚ୍ଛଦପଟ୍ଟରେ କାଲାମଙ୍କ ଆଦର୍ଶ ବ୍ୟକ୍ତିତ୍ୱକୁ ମାନ୍ୟତା ଦିଆଯିବା ସହ କାଲାମଙ୍କ ଜନ୍ମ ଦିବସକୁ ଏହାର ମୂଳ ସ୍ରୋତ ଭାବେ ବିଶ୍ୱ ସ୍ତରରେ ଗ୍ରହଣ କରାଯିବ ।[୨][୩]

ଆଧାର ସମ୍ପାଦନା

  1. "UN denies announcing World Students' Day". The New Indian Express. Retrieved 13 February 2022.
  2. "The UN never recognised Abdul Kalam's birthday as World Students' Day". FACTLY. 27 October 2021. Retrieved 13 February 2022.
  3. "Why APJ Kalam's birth anniversary is celebrated as World Students' Day". Hindustan Times (in ଇଂରାଜୀ). 15 October 2021. Retrieved 13 February 2022.

ବାହାର ଆଧାର ସମ୍ପାଦନା