ବିଶ୍ଵ କମ୍ପ୍ୟୁଟର ସାକ୍ଷରତା ଦିବସ

ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ ଭାରତୀୟ କମ୍ପ୍ୟୁଟର କମ୍ପାନୀ National Institute of Information Technology (NIIT)ଦ୍ୱାରା ଏହାର ୨୦ତମ ବାର୍ଷିକୀ ପାଳନ କରିବା ଅବସରରେ ୨୦୦୧ରେ ଆରମ୍ଭ କରାଯାଇଥିଲା । ପ୍ରତିବର୍ଷ ଡିସେମ୍ବର ୨ ତାରିଖରେ ଏହି ଦିବସ ପାଳନ କରାଯାଏ ।

ଇତିହାସ ସମ୍ପାଦନା

ଏକ ଅଧ୍ୟୟନରୁ ଜଣାଗଲା ଯେ ବିଶ୍ୱର ଅଧିକାଂଶ କମ୍ପ୍ୟୁଟର ବ୍ୟବହାରକାରୀ ଥିଲେ ପୁରୁଷ । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୈଷୟିକ ଜ୍ଞାନକୌଶଳର ବିକାଶକୁ ଉତ୍ସାହିତ କରିବା ତଥା ବିଶେଷକରି ଶିଶୁ ତଥା ମହିଳାମାନଙ୍କ ମଧ୍ୟରେ କମ୍ପ୍ୟୁଟର ଜ୍ଞାନକୌଶଳ ବ୍ୟବହାର ପାଇଁ "ସଚେତନତା ସୃଷ୍ଟି କରିବା ।[୧][୨] ଏହି ଆନ୍ଦୋଳନ ମୂଳତଃ NIITଦ୍ୱାରା ପ୍ରତିଷ୍ଠିତ ଏବଂ ଏହା ସୂଚନା ପ୍ରଯୁକ୍ତିବିଦ୍ୟାର ଶିକ୍ଷାଦାନରେ ଉନ୍ନତି ଆଣିବା ପାଇଁ ଉଦ୍ଦିଷ୍ଟ ।

ଆଧାର ସମ୍ପାଦନା

  1. Documentation on Women, Children, and Human Rights. Sandarbhini, Library and Documentation Centre, All India Association for Christian Higher Education. 2002.
  2. "Indian firm launches 'World Computer Literacy Day'".