ଲାଇମ ରୋଗ ବା ଲାଇମ ବୋରେଲିଓସିସ ଏକ ପ୍ରକାର ସଂକ୍ରମକ ରୋଗ ଯାହା ବୋରେଲିଆ ଟାଇପର ଏକ ଜୀବାଣୁଦ୍ୱାରା ହୁଏ । [୧] ଏହି ସଂକ୍ରମଣର ମୂଖ୍ୟ ଲକ୍ଷଣ ହେଉଛି ବିସ୍ତାର ହେଉଥିବା ଏକ ଲାଲ କ୍ଷେତ୍ର ଯାହା ଏରିଦେମା ମାଇଗ୍ରାନସ ନାମରେ ପରିଚିତ; ଏକ ପ୍ରକାର ଟିଙ୍କ କାମୁଡ଼ିବାର ଏକ ସପ୍ତାହ ପରେ ଏହି କାମୁଡ଼ା ସ୍ଥାନରେ ଆରମ୍ଭ ହୁଏ । ଏହି ଲାଲ ଦାଗ ରାସ କଷ୍ଟପ୍ରଦ ନୁହେଁ ବା କୁଣ୍ଡେଇ ହୁଏ ନାହିଁ । ପ୍ରାୟ ୨୫ % ଲୋକଙ୍କର ଏହି ଦାଗ ମଧ୍ୟ ହୁଏନାହିଁ । ଅନ୍ୟ ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଜ୍ୱର, ମୁଣ୍ଡବଥା, ଥକ୍କାଣ ଦେଖାଯାଏ । ଅଣଚିକିତ୍ସିତ ହେଲେ ମୁହଁର ଗୋଟିଏ ପାଖ ଚଳତ ଶକ୍ତିହୀନ, ଗଣ୍ଠିକଷ୍ଟ, ଦୃଢ଼ ବେକ ସ‌ହିତ ସାଙ୍ଘାତିକ ମୁଣ୍ଡବଥା ଓ ଦୃତ ହୃଦଗତି ଆଦି ଲକ୍ଷଣ ଦେଖାଯାଏ । ମାସ ମାସ ଓ ବର୍ଷ ବର୍ଷ ପରେ ଗଣ୍ଟି ଯନ୍ତ୍ରଣା ଓ ଫୁଲା ବାରମ୍ବାର ଦେଖାଯାଏ । ବାହୁ ଓ ଗୋଡ଼ରେ ସାମୟିକ ଗତିଶୀଳ ଯନ୍ତ୍ରଣା ହୁଏ । ଉପ‌ଯୁକ୍ତ ଚିକିତ୍ସା ସତ୍ତ୍ୱେ ୧୦ରୁ ୨୦ % ରୋଗୀଙ୍କର ଗଣ୍ଠି ଯନ୍ତ୍ରଣା, ସ୍ମରଣ ଶକ୍ତି ହ୍ରାସ ଓ ଅଧିକାଂଶ ସମୟରେ ଥକ୍କା ଅନୁଭବ ହୁଏ । [୨]

ଲାଇମ ରୋଗ
ଏକ ବୟଃପ୍ରାପ୍ତ ବାଘ ଟିଙ୍କ (Tiger tick)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦A69.2
ଆଇସିଡ଼ି-୯-ସିଏମ୍088.81
ରୋଗ ଡାଟାବେସ1531
ମେଡ଼ିସିନ-ପ୍ଲସ001319
ଇ-ମେଡ଼ିସିନ330178
965922
786767
Patient UKଲାଇମ ରୋଗ
MeSHD008193

ଇକ୍ସୋଡେସ (Ixodes) ପ୍ରଜାତିର ଟିଙ୍କ (tick) କାମୁଡ଼ିଲେ ମାନବକୁ ଏହି ରୋଗ ବ୍ୟାପେ । [୩] ଜୀବାଣୁ ବ୍ୟାପିବା ନିମନ୍ତେ ଟିଙ୍କ ଅନ୍ୟୁନ ୩୬ରୁ ୪୮ ଘଣ୍ଟା ଲାଖି ରହିବା ଆବଶ୍ୟକ । [୪] ଉତ୍ତର ଆମେରିକାରେ ବୋରେଲିଆ ବରଡରଫେରି ସେନ୍ସୁ ସ୍ଟିକ୍ଟୋ (Borrelia burgdorferi sensu stricto) ଜୀବାଣୁଦ୍ୱାରା; ୟୁରୋପ ଓ ଏସିଆରେ ବୋରେଲିଆ ଆଫଜେଲି ଓ ବୋରେଲିଆ ଗାରିନିନି (Borrelia afzelii and Borrelia garinii) ଜୀବାଣୁଦ୍ୱାରା ଏହି ରୋଗ ହୁଏ । [୧] ମାନବ, ପଶୁ ବା ଖାଦ୍ୟ ମାଧ୍ୟମାରେ ଏହା ବ୍ୟାପେ ନାହିଁ । [୪] ଏହି ରୋଗର ଲକ୍ଷଣ, ଇତିହାସ, ଟିଙ୍କ ଲାଗିରହିବା ଇତିହାସ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରି ଏହାର ଆଣ୍ଟିବଡି ରକ୍ତରେ ପାଇଲେ ରୋଗ ନିଧାର୍ଯ୍ୟ ହୁଏ । [୫][୬] ପ୍ରାରମ୍ଭ କାଳରେ ରକ୍ତ ପରୀକ୍ଷାରେ ସଫଳତା ନ ମିଳି ପାରେ । [୧] ଟିଙ୍କ ପରୀକ୍ଷା ପ୍ରତ୍ୟେକ ଟିଙ୍କ ନିମନ୍ତେ ଦରକାର ହୁଏନି । [୭]

ଏହାର ପ୍ରତିଷେଧ ନିମନ୍ତେ ଟିଙ୍କ କାମୁଡ଼ାରୁ ରକ୍ଷା ପାଇବା ନିମନ୍ତେ ଚେଷ୍ଟା କରିବା ଆବଶ୍ୟକ: ଲମ୍ବା ପ୍ୟାଣ୍ଟ ପିନ୍ଧିବା ଓ ଡିଇଇଟି (DEET) ବ୍ୟବ‌ହାର କରିବା । [୧] ପୋକନାଶକ ଔଷଧ ଦେଇ ଟିଙ୍କ ମାରିବା ଫଳପ୍ରଦ ହୁଏ । [୧] ଟ୍ୱିଜର (tweezer) ବ୍ୟବ‌ହାର କରି ଟିଙ୍କ ନିର୍ମୁଳ କରିହେବ । [୮] ଟିଙ୍କ କାଢ଼ିବାବେଳେ ତାହା ଦେହରେ ରକ୍ତ ଭରିରହିଥିଲେ ଗୋଟିଏ ଡୋଜ ଡକ୍ସିସାଇକ୍ଲିନ ଦେଇ ସଂକ୍ରମଣ ପ୍ରତିରୋଧ କରିହୁଏ କିନ୍ତୁ ସଂକ୍ରମଣ କ୍ୱଚିତ ହେଉଥିବାରୁ ସାଧାରଣତଃ ଏହା ଦେବାକୁ ପରାମର୍ଶ ଦିଆଯାଏ ନାହିଁ । [୧] ସଂକ୍ରମଣ ଆରମ୍ଭ ହେଲେ ଆଣ୍ଟିବାୟୋଟିକ ଯେପରିକି ଡକ୍ସିସାଇକ୍ଲିନ, ଆମୋକ୍ସିସିଲିନସେଫୁରୋକ୍ସିମ ଭଳି ଆଣ୍ଟିବାୟୋଟିକ ଦିଆଯାଏ । [୧] ଦୁଇ ତିନି ସପ୍ତାହ ପର୍ଯ୍ୟନ୍ତ ଚିକିତ୍ସା କରାଯାଏ । [୧] କେତେକ ଲୋକଙ୍କର ଜ୍ୱର ଓ ମାଂସପେଶୀ ତ‌ଥା ଗଣ୍ଠିରେ ଯନ୍ତ୍ରଣା ହୁଏ ଯାହା ଦିନେ ଦୁଇ ଦିନ ରହେ । [୧] ଲଗାତାର ଲକ୍ଷଣ ରହିଲେ ଦୀର୍ଘସ୍ଥାୟୀ ଆଣ୍ଟିବାୟୋଟିକ ଦେଲେ ମଧ୍ୟ ଉପକାରୀ ସାବ୍ୟସ୍ତ ହୁଏ ନାହିଁ । [୧][୨]

ଉତ୍ତର ଗୋଲାର୍ଦ୍ଧରେ ଲାଇମ ରୋଗ ଟିଙ୍କଦ୍ୱାରା ସର୍ବାଧିକ ବ୍ୟାପେ । [୯] ଆମେରିକାରେ ହିସାବ ଅନୁସାରେ ବାର୍ଷିକ ୩୦୦,୦୦୦ ଲୋକ ଓ ୟୁରୋପରେ ୬୫,୦୦୦ ଲୋକଙ୍କୁ ଏହି ରୋଗ ହୁଏ । [୧][୧୦] ଗ୍ରୀଷ୍ମ ଆରମ୍ଭରେ ଏହି ରୋଗ ସାଧାରଣତଃ ହୁଏ । [୧] ଏହି ରୋଗ ପ୍ରଥମେ ୧୯୭୫ ମସିହାରେ କନେକ୍ଟିକଟଠାରେ (Old Lyme, Connecticut) ଏକ ସ୍ୱତନ୍ତ୍ର ରୋଗ ରୂପେ ଚିହ୍ନଟ ହୋଇଥିଲା ଯାହା ଭୂଲକ୍ରମେ ଜୁଭେନାଇଲ ରିଉମାଟଏଡ ଆର୍ଥ୍ରାଇଟିସ ରୋଗ ଭାବରେ ନିର୍ଣ୍ଣୟ କରାଯାଉଥିଲେ । [୧୧] ସନ ୧୯୮୧ରେ ଉଇଲି ବରଗରଫର (Willy Burgdorfer) ପ୍ରଥମେ ଏହି ଜୀବାଣୁ ବିଷୟରେ ବର୍ଣ୍ଣନା କରିଥିଲେ । [୧୨] କ୍ରନିକ ବା ଦୀର୍ଘସ୍ଥାୟୀ ଲକ୍ଷଣ‌ଗୁଡ଼ିକ ଭଲରୂପରେ ବର୍ଣ୍ଣନା କରାଯାଇଛି ଯାହାକୁ ପୋଷ୍ଟ-ଟ୍ରିଟମେଣ୍ଟ ଲାଇମ ରୋଗ କୁହାଯାଉଥିଲା କିନ୍ତୁ ସମ୍ପ୍ରତି କ୍ରନିକ ଲାଇମ ରୋଗ କୁହାଯାଉଛି । କେତେକ ସ୍ୱାସ୍ଥ୍ୟପ୍ରବନ୍ଧକ ମତରେ ଏହା ସଂକ୍ରମଣ ଚାଲୁ ରହିବା ଯୋଗୁ ହେଉଛି କିନ୍ତୁ ଏହା ସତ୍ୟ ବୋଲି ବିଶ୍ୱାସ ହେଉନି । [୧୩] ଆଗରୁ ମିଳୁଥିବା ଲାଇମ ଟିକା ଆଉ ମିଳୁନି । ନୂଆ ଟିକା ନିମନ୍ତେ ଗବେଷଣା ଚାଲିଛି । [୧]


ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Shapiro, ED (1 May 2014). "Clinical practice. Lyme disease". The New England journal of medicine. 370 (18): 1724–31. doi:10.1056/NEJMcp1314325. PMID 24785207.
  2. ୨.୦ ୨.୧ "Signs and Symptoms of Lyme Disease". cdc.gov. January 11, 2013. Retrieved 2 March 2015.
  3. Johnson RC; et al. (1996). "Borrelia". Baron's Medical Microbiology (4th ed.). Univ of Texas Medical Branch. ISBN 0-9631172-1-1. PMID 21413339. {{cite book}}: Unknown parameter |editors= ignored (|editor= suggested) (help)CS1 maint: extra punctuation (link)
  4. ୪.୦ ୪.୧ "Lyme disease transmission". cdc.gov. January 11, 2013. Retrieved 2 March 2015.
  5. "Lyme Disease Diagnosis and Testing". cdc.gov. January 10, 2013. Retrieved 2 March 2015.
  6. "Two-step Laboratory Testing Process". cdc.gov. November 15, 2011. Retrieved 2 March 2015.
  7. "Testing of Ticks". cdc.gov. June 4, 2013. Retrieved 2 March 2015.
  8. "Tick Removal". cdc.gov. June 23, 2014. Retrieved 2 March 2015.
  9. Regional Disease Vector Ecology Profile: Central Europe. DIANE Publishing. April 2001. p. 136. ISBN 9781428911437.
  10. Berger, Stephen (2014). Lyme disease: Global Status 2014 Edition. GIDEON Informatics Inc. p. 7. ISBN 9781498803434.
  11. Williams, Carolyn (2007). Infectious disease epidemiology : theory and practice (2nd ed. ed.). Sudbury, Mass.: Jones and Bartlett Publishers. p. 447. ISBN 9780763728793. {{cite book}}: |edition= has extra text (help)
  12. "Willy Burgdorfer - obituary". Daily Telegraph. 1 December 2014. Retrieved 1 December 2014.
  13. "Post-Treatment Lyme Disease Syndrome". cdc.gov. August 11, 2014. Retrieved 2 March 2015.