ବିକଳାନନ୍ଦ କର

ସାଲେପୁର ମିଠାର ଜନକ

ବିକଳାନନ୍ଦ କର (ବିକଳି କର), ସାଲେପୁର ମିଠାର ଜନକ । ଓଡ଼ିଶାର ରସଗୋଲା ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିବାର ଶ୍ରେୟ ବିକଳାନନ୍ଦଙ୍କୁ ହିଁ ଯାଏ ।[୧]

ବିକଳାନନ୍ଦ କର
ଜନ୍ମ(1902-11-14)୧୪ ନଭେମ୍ବର ୧୯୦୨



(କାର୍ତ୍ତିକ ଶୁକ୍ଳ ଚତୁର୍ଦଶୀ ତିଥି)
ଚନ୍ଦ୍ରାଦେଇପୁର
ମୃତ୍ୟୁ୧୨ ଅଗଷ୍ଟ ୧୯୭୧(1971-08-12) (ବୟସ ୬୮)
ଜାତୀୟତାଭାରତୀୟ
ଅନ୍ୟ ନାମବିକଳି କର
ପ୍ରସିଦ୍ଧିସାଲେପୁର ରସଗୋଲା
ପିତାମାତା(s)ନିଧି କର, ସାବିତ୍ରୀ ଦେବୀ

ବାଲ୍ୟଜୀବନ ସମ୍ପାଦନା

ବିକଳାନନ୍ଦ ୧୯୦୨ ମସିହା ନଭେମ୍ବର ୧୪ ତାରିଖ (କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଦଶୀ ତିଥି)ରେ ଚନ୍ଦ୍ରାଦେଇପୁର ଗ୍ରାମର ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ନିଧି କର ଓ ମାତାଙ୍କ ନାମ ସାବିତ୍ରୀ ଦେବୀ । ତାଙ୍କ ଜନ୍ମର ପନ୍ଦର ବର୍ଷ ପୂର୍ବରୁ ତାଙ୍କ ଜଣେ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିଲା । ବହୁ ତପସ୍ୟା ଓ କାଳାଗ୍ନିରୁଦ୍ରଙ୍କ ଆଶୀର୍ବାଦରୁ ବିକଳାନନ୍ଦ କର ଜନ୍ମଗ୍ରହଣ କରିଥଲେ । ପିତାମାତା ତାଙ୍କ ନାମ ଦେଇଥିଲେ ବିକଳା । ସେବେଠାରୁ ତାଙ୍କୁ ବିକଳି କର ପରିଚୟ ମିଳିଥିଲା ।

ବିକଳି କରଙ୍କ ବାଲ୍ୟଜୀବନ ଦୁଃଖରେ ବିତିଥିଲା । ଅଳ୍ପ ବୟସରୁ ସେ ତାଙ୍କ ପିତାମାତାଙ୍କୁ ହରେଇଥିଲେ । ମାତ୍ର ଷଷ୍ଠ ଶ୍ରେଣୀରେ ପାଠରେ ଡୋରୀ ବନ୍ଧା ହୋଇଥିଲା ଓ ସେ କାମ ଅନ୍ୱେଷଣରେ କଲିକତା ପଳେଇ ଯାଇଥିଲେ । କଲିକତାରେ ଜଣେ ରେଳବାଇ ଅଫିସରଙ୍କ ପରିବାରରେ ମାସକୁ ୧୫ଟଙ୍କା ବେତନରେ ରୋଷେୟା ଭାବେ ନିଯୁକ୍ତ ହୋଇଥିଲେ । ସେ, ସେହି ପରିବାରର ଜଣେ ସଦସ୍ୟ ଭଳି ଶ୍ରଦ୍ଧା ସମ୍ମାନ ପାଇଥିଲେ । କ୍ରମେ ରୋଷେଇ ବିଦ୍ୟାରେ ପାରଙ୍ଗମ ହୋଇଥିଲେ ଓ ବିଭିନ୍ନ ମିଠା ପ୍ରସ୍ତୁତ କରିବା ଶିକ୍ଷା କରିଥିଲେ । ସେହି ପରିବାରରେ ୭/୮ ବର୍ଷ ଚାକିରୀ କରିବା ପରେ, ସେ ଏକ ମିଠା ଦୋକାନରେ ଚାକିରୀ କରି ବିଭିନ୍ନ ମିଠା ତିଆରି କରିବା ଶିଖିଲେ । ସେ ଦୋକାନରେ ମାଲିକଙ୍କ ବ୍ୟବହାର ଓ ଅନିୟମିତ ବେତନରେ ଅତିଷ୍ଠ ହୋଇ, ସେ ୧୯୨୮ ମସିହାରେ ସାଲେପୁର ଫେରି ଆସିଥିଲେ ।

ସାଲେପୁର ରସଗୋଲାର ଇତିହାସ ସମ୍ପାଦନା

ସାଲେପୁର ବଜାର ସେତେବେଳେ ଖୁବ ଛୋଟ ଥିଲା । ମାତ୍ର ଗୋଟିଏ ଦୁଇଟି କ୍ୟାବିନରେ ଚା’ ଦୋକାନ, ୨/୩ଟି ତେଜରାତି ଦୋକାନ ଓ କେତୋଟି ପାନ ଦୋକାନ ହିଁ ଥିଲା । ତାଙ୍କ ସମ୍ପର୍କୀୟ ବଡ଼ଭାଇ ରାମଚନ୍ଦ୍ର କରଙ୍କର ଏକ ଜଳଖିଆ ଦୋକାନ ସାଲେପୁର ବଜାର ବରଗଛ ମୂଳେ ଥଲା । ରାମଚନ୍ଦ୍ର ଦୋକାନଟିକୁ ଚଳାଇ ନପାରି ବିକଳାନନ୍ଦଙ୍କୁ ସମର୍ପିଦେଇ ସନ୍ନ୍ୟାସୀ ହୋଇଗଲେ । ଏହିଠାରୁ ଆରମ୍ଭ ହୋଇଥିଲା ସାଲେପୁର ରସଗୋଲାର ଜୟଯାତ୍ରା । ଦୀର୍ଘ ୮୦ବର୍ଷରୁ ଉର୍ଦ୍ଧ ସାଲେପୁର ରସଗୋଲା ମିଷ୍ଟାନ୍ନ ସଂସ୍ଥାଟିର କଳେବର ବୃଦ୍ଧି ପାଇଛି । ଛୋଟ ସାଲେପୁରରୁ ଆରମ୍ଭ ହୋଇଥିବା ମିଷ୍ଟାନ୍ନଟି ଆଜି ସମଗ୍ର ବିଶ୍ୱ ଦରବାରରେ ଆଦୃତ ହୋଇପାରିଛି ।

ବିକଳି କର, ସାଲେପୁର ଅଞ୍ଚଳର ଜଣେ ବଦାନ୍ୟ, ନିରଳସ ଓ ଈଶ୍ୱରପ୍ରେମୀ ବ୍ୟକ୍ତି ଭାବରେ ପରିଚିତ ଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ଉଦବୁଦ୍ଧ ହୋଇ ସ୍ନାନୀୟ ଅଞ୍ଚଳର ଅନେକ ସଂଗ୍ରାମୀ ସୁରେନ୍ଦ୍ର ପଟ୍ଟନାୟକ, ସୁରେନ୍ଦ୍ରନାଥ ଦ୍ୱିବେଦୀ, ଆକୁଳାନନ୍ଦ ବେହେରା, ପ୍ରାଣକୃଷ୍ଣ ପଢ଼ିଆରୀ, ବିରଜାପ୍ରସାଦ ରାୟ ପ୍ରମୁଖ ସଂଗ୍ରାମୀଙ୍କୁ ନିଜ ଘରେ ଅଜ୍ଞାତବାସରେ ରଖୁଥିଲେ । ସେମାନଙ୍କୁ ଆର୍ଥିକ ଓ ମାନସିକ ସହଯୋଗ ମଧ୍ୟ ପ୍ରଦାନ କରୁଥଲେ । ପୋଲିସ ବାହିନୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ମଝିରେ ସେ ଏକ ଢାଲ ରୂପେ ରହିଥଲେ । ନିଜେ ବିଶେଷ ପଢ଼ି ପାରିନଥିଲେ ମଧ୍ୟ ଶିକ୍ଷା ପ୍ରତି ତାଙ୍କର ଶ୍ରଦ୍ଧା ରହିଥିଲା । ୧୯୬୪ରେ ଗୁରୁଚରଣ ମହାନ୍ତି, ନରେନ୍ଦ୍ରଚନ୍ଦ୍ର ମଲ୍ଲ, ବାମନ ଚରଣ ପରିଡ଼ା, ବିରଜା ପ୍ରସାଦ ରାୟ, ଡାକ୍ତର ବୈକୁଣ୍ଠନାଥ ଦେବତା, ବ୍ରଜକିଶୋର ଜେନାଙ୍କ ସହ ମିଶି ସେ ସାଲେପୁର କଲେଜ ପ୍ରତିଷ୍ଠା କରିଥିଲେ ।[୨]

ବିକଳାନନ୍ଦ କର ୧୯୭୧ ଅଗଷ୍ଟ ୧୨ତାରିଖ ଦିନ ମୃତ୍ୟୁବରଣ କରିଥିଲେ ।[୩] ତାଙ୍କ ସ୍ମୃତିରେ ୨୦୦୪ରୁ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ଗଠନ କରାଯାଇ ସାଲେପୁର ଅଞ୍ଚଳରେ ଲୋକାଭିମୁଖୀ କାର୍ଯ୍ୟ ହାତକୁ ନିଆଯାଉଛି । ଭାରତବର୍ଷରେ ପ୍ରଥମକରି ବିକଳାନନ୍ଦ କର ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇ, ମିଷ୍ଟାନ୍ନ ପ୍ରସ୍ତୁତି ପ୍ରଶିକ୍ଷଣ ଦିଆଯାଉଛି ।[୪]

ଆଧାର ସମ୍ପାଦନା

  1. http://indianexpress.com/article/lifestyle/food-wine/the-food-story-how-indias-favourite-sweet-dish-rosugulla-was-born/
  2. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2015-09-05. {{cite web}}: Cite has empty unknown parameter: |1= (help)
  3. "ନିରଳସ, ଇଶ୍ୱରପ୍ରେମୀ ବିକଳାନନ୍ଦ". ପ୍ରଗତିବାଦୀ ୦୪/୦୯/୨୦୧୫ ପୃଷ୍ଠା ୪. 4 September 2015. {{cite news}}: |access-date= requires |url= (help)
  4. http://www.telegraphindia.com/1110804/jsp/orissa/story_14330339.jsp