"ପାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଛବି
No edit summary
୧ କ ଧାଡ଼ି:
{{prettyurl|Betel}}
[[File:Betel 20020400 6.jpg|thumb|ପାନ ପତ୍ର]]
ପାନ ଶବ୍ଦର ଅନ୍ୟାନ୍ୟ ଆଭିଧାନିକ ଅର୍ଥଗୁଡ଼ିକ ହେଲା, ପାନୀୟ, ପିଇବା, ଔଷଧାଦିର ମାତ୍ରା ବିଶେଷ। ଏହି ପ୍ରସଂଗଟି ପାନ ନାମକ ଲତାର ପତ୍ର ଏବଂ ଏହି ପତ୍ର ତଥା ଅନ୍ୟାନ୍ୟ ମସଲାରୁ ପ୍ରସ୍ତୁତ ମୁଖଶୋଧକ ଖିଲି ବା ଖିଲ ବାବଦରେ।
ଭାରତୀୟ ସଂସ୍କୃତିରେ "ପାନ" ର ଏକ ଗୁରୁତ୍ଵପୂର୍ଣ୍ଣ ଭୁମିକା ରହିଛି । ଏହାକୁ ସାଧାରଣତଃ ଖାଇସାରିବା ପରେ ବା କିଛି ଉତ୍ସବ ଯେପରିକି- ବାହାଘର, ଭୋଜି ଆଦିରେ ଦିଆଯାଇଥାଏ । ଏହା ଭାରତର ସବୁ ରାଜ୍ୟ ର ସବୁ ଗଳି ରେ ମିଳେ । ଏହାକୁ ଏକ ପବିତ୍ର ଖାଦ୍ୟ ଭାବେ ମଧ୍ୟ ଇତିହାସରେ ବର୍ଣ୍ଣନା କରାଯାଇଛି । ଏହା ଗରିଷ୍ଠ ଖାଦ୍ୟର ପାଚନ ପ୍ରକ୍ରିଆକୁ ତ୍ଵରାନ୍ଵିତ କରିଥାଏ ଓ ମୁଖକୁ ସୁବାସିତ ମଧ୍ୟ କରିଥାଏ I ମସଲାଯୁକ୍ତ ପାନକୁ ଉତ୍ତେଜକ ହିସାବରେ ବ୍ୟବହାର କରାଯାଏ । ତେଣୁ ପାନ ମଧ୍ୟ ଏକ ଉତ୍ତେଜକ ମୁଖ ପ୍ରସାଧନ ଯାହା ଗୁଆ ଓ ଚୂନ ତଥା ଜରଦା (ତମାଖୁ) ସହିତ ଖିଆଯାଇଥାଏ । ପାନକୁ ଚୋବାଯାଇ ତାହାର ପିକକୁ ବାହାରକୁ ଫିଙ୍ଗାଯାଇଥାଏ । ପାନକୁ ଚୋବାଇଲେ ସେଥିରେ ଥିବା "ଖଇର" ନାମକ ଏକ ପଦାର୍ଥ ପାଟିରେ ମିଳେଇଯାଏ ଓ ପାଟିର ଳାଳ ସହିତ ମିଶି ନାଲି ରଂଗର ଛେପ ସୃଷ୍ଠି କରେ । ଲୋକମାନେ ପାନ ଖାଇଲା ପରେ ଏହି ଛେପକୁ ପକାଇଦିଅନ୍ତି । ଭାରତରେ ପାନରେ ଅନେକ ପ୍ରକାରର ମସଲା ଯଥା ଗୁଜୁରାତି ଅଳେଇଚ, ଯାଇଫଳ, ଜାୟତ୍ରୀ, ଲବଙ୍ଗ ଓ ଖଇର ଆଦି ପକାଇ ତିଆରି କରାଯାଇଥାଏ ।
ଭାରତୀୟ ସଂସ୍କୃତିରେ "ପାନ" ର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଏହାକୁ ସାଧାରଣତଃ ଖାଇସାରିବା ପରେ ବା କିଛି ଉତ୍ସବ ଯେପରିକି- ବାହାଘର, ଭୋଜି ଆଦିରେ ଦିଆଯାଇଥାଏ । ଏହା ଭାରତର ସବୁ ରାଜ୍ୟର ସବୁ ଗଳିରେ ମିଳେ । ଏହାକୁ ଏକ ପବିତ୍ର ଖାଦ୍ୟ ଭାବେ ମଧ୍ୟ ଇତିହାସରେ ବର୍ଣ୍ଣନା କରାଯାଇଛି । ଏହା ଗରିଷ୍ଠ ଖାଦ୍ୟର ପାଚନ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିଥାଏ ଓ ମୁଖକୁ ସୁବାସିତ ମଧ୍ୟ କରିଥାଏ I ମସଲାଯୁକ୍ତ ପାନକୁ ଉତ୍ତେଜକ ହିସାବରେ ବ୍ୟବହାର କରାଯାଏ । ତେଣୁ ପାନ ମଧ୍ୟ ଏକ ଉତ୍ତେଜକ ମୁଖ ପ୍ରସାଧନ ଯାହା [[ଗୁଆ]] ଓ [[ଚୂନ]] ତଥା ଜରଦା ([[ତମାଖୁ]]) ସହିତ ଖିଆଯାଇଥାଏ । ପାନକୁ ଚୋବାଯାଇ ତାହାର ପିକକୁ ବାହାରକୁ ଫିଙ୍ଗାଯାଇଥାଏ । ପାନକୁ ଚୋବାଇଲେ ସେଥିରେ ଥିବା "[[ଖଇର]]" ନାମକ ପଦାର୍ଥ ପାଟିରେ ମିଳେଇଯାଏ ଓ ପାଟିର ଲାଳ ସହିତ ମିଶି ନାଲି ରଂଗର ଛେପ ସୃଷ୍ଠି କରେ । ଲୋକମାନେ ପାନ ଖାଇଲା ପରେ ଏହି ଛେପକୁ ପକାଇଦିଅନ୍ତି । ଭାରତରେ ପାନରେ ଅନେକ ପ୍ରକାରର ମସଲା ଯଥା [[ଗୁଜୁରାତି]], [[ଅଳେଇଚ]], [[ଜାଇଫଳ]], [[ଜାୟତ୍ରୀ|ଜାଇତ୍ରୀ]], [[ଲବଙ୍ଗ]] ଓ [[ଖଇର]] ଆଦି ପକାଇ ତିଆରି କରାଯାଇଥାଏ ।
==ପାନର ବଂଶ ପରମ୍ପରା==
{| class="wikitable"
|-
|କୁଟୁମ୍ବ (Family) || ପାଇପେରାସି
|-
|ଗୋତ୍ର (ଜିନ୍ସ)|| ପାଇପର
|-
|ଜାତି (Species)|| ବିଟଲେ
|-
|ଉଦ୍ଭିଦିକ ନାମ(Botanical Name)|| ପାଇପର ବିଟଲେ
|-
|}
==ବିଭିନ୍ନ ନାମ==
ପାନକୁ ତାମ୍ବୁଳ, ପୂର୍ଣ୍ଣ ତାମ୍ବୁଳ, ଭୁଜ୍ୟଲତା, ସପ୍ତଲତା, ଓ ନାଗବଲ୍ଲୀ ବୋଲି କୁହା ଯାଇଥାଏ। ନାଗବଲ୍ଲୀ ରସ ପାନ କରି ମୃତ ରାଜପୁତ୍ର ଜୀବନ ପାଇଥିବାର ପ୍ରବାଦ ରହିଛି। ତେଣୁ ଏହାକୁ ପ୍ରାଣ ବୋଲି କୁହାଯାଉଥିଲା। କାଳକ୍ରମେ ଏହା ଅପଭ୍ରଂଶ ହୋଇ ପାନ ନାମରେ ବିଦିତ ହୋଇଛି।
ଓଡ଼ିଆ, ବଙ୍ଗଳା, ଅସମୀୟା, ହିନ୍ଦୀ, ଗୁଜରାଟୀ ଓ ପଞ୍ଜାବୀ ଭାଷା – ପାନ
ମରାଠୀ – ନାଗବଲ୍ଲୀ
ତାମିଲ୍- ଭେଟିଲଇ
କନ୍ନଡ଼ – ଭିଲ୍ୟାଡ଼ା ଏଲେ
ତେଲୁଗୁ – ତମାଳପାକୁ
ମାଲାୟଲମ୍ – ଭେଟିଲା କୋଡ଼ି
== ପାନର ଇତିହାସ==
ପାନର ଜନ୍ମ ଦକ୍ଷିଣ ପୂର୍ବ ଏସିଆରେ, ଖ୍ରୀଷ୍ଟପୂର୍ବ ୩୪୦ରେ ହୋଇଥିଲା। ଗ୍ରୀକ୍ ଐତିହାସିକ ହେରୋଡଟସ୍ ପ୍ରଥମେ ପାନ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ତାଙ୍କ ହିସାବରେ ପାନର ଜନ୍ମ ମାଳୟ। କିନ୍ତୁ ମହାଭାରତ ଯୁଗ (ଖ୍ରୀ.ପୂ. ୮୦୦ ରୁ ୩୫୦ ଅବ୍ଦ)ରେ ପାନ ମୁଖବାସ ରୂପେ ବ୍ୟବହାର ହେଉଥିବାର ସୂଚନା ରହିଛି।</br>
ଏହାଛଡ଼ା [[ଜୟପୁର]] ([[କୋରାପୁଟ]]) ଧାନର ଜନ୍ମସ୍ଥାନ ପରି [[ଗଞ୍ଜାମ]]ର ହିଞ୍ଜିଳିକାଟୁ ପାନର ଉତ୍ପତ୍ତି ସ୍ଥଳ ବୋଲି ଉଦ୍ଭିଦବିତ୍ ମାନେ ମତ ପୋଷଣ କରିଥାନ୍ତି।
==ପାନ ଗଛ==
ପାନ ଏକ ଗ୍ରୀଷ୍ମ ମଣ୍ଡଳୀୟ ବହୁ ବର୍ଷୀୟ (୧୦-୫୦), ପୃଥକ୍ ଲିଙ୍ଗୀ ବା ଏକ ଲିଙ୍ଗୀ, ଚିର ହରିତ୍, କୋମଳ (ମାଂସଳ) ଆରୋହୀ ଲତା ବିଶେଷ।। ପ୍ରତିଟି ଗଣ୍ଠି(ଆଖି)ରୁ ଅଠାଯୁକ୍ତ ଆସ୍ଥାନିକ ଚେର (ଚେର ପରି ଏକ ପ୍ରକାରର ଡେମ୍ଫ) ବାହାରେ ଯାହା ରଞ୍ଜା ସାହାଯ୍ୟରେ ବା କୌଣସି ଆଧାରକୁ ଜାବୁଡ଼ି ଧରି ମାଡ଼ିଥାଏ। ପ୍ରତି ଗଣ୍ଠିରେ ଗୋଟିଏ ପତ୍ର ଓ ଗୋଟିଏ ଆସ୍ଥାନିକ ଚେର ରହିଥାଏ। ପାନର ପତ୍ର ହୃଦୟ ଆକାରର। ପତ୍ର ଗୁଡ଼ିକ ପରସ୍ପର ବିପରୀତ ଦିଗର ମାଡିଥାଏ। ପାନ ଫୁଲ ନେନ୍ଥା ଉପକର୍ଣ୍ଣ ଘେରରେ ରହିଥାଏ। ଏହି ନେନ୍ଥାର ମୂଳ ଭାଗରେ ଏକଲିଙ୍ଗୀ ମାଈ ଫୁଲ ଓ ଉପର ଭାଗରେ ଏକଲିଙ୍ଗୀ ଅଣ୍ଡିରା ଫୁଲ ରହିଥାଏ। ପାନ ମଞ୍ଜିଟି ଆକାରରେ ଛୋଟ ଓ ଏହାର ବାହାର ଭାଗରେ ଟାଣ ଆବରଣ ରହିଥିବାବେଳେ, ଭିତର ଅଂଶଟି ମାଂସଳ ହୋଇଥାଏ। ପାନ ଗଛରେ କ୍ୱଚିତ ଫୁଲ ଫଳ ଧରିବା କାରଣରୁ ଏହାର ବଂଶ ବିସ୍ତାର ମଞ୍ଜି ପରିବର୍ତ୍ତେ ଡଙ୍କରୁ ହୋଇଥାଏ।
==ପାନର କିସମ==
(ଏଠାରେ କେବଳ ଓଡ଼ିଶାରେ ଉପଲବ୍ଧ ପାନର କିସମ ବିଷୟରେ ବର୍ଣ୍ଣନା କରାଯାଇଛି।) </br>
କିସମ ଭେଦରେ ପାନ ଦୁଇ ପ୍ରକାରର – “ଛାଚି ପାନ” ବା “ସାରୁଆ ପାନ” ଓ “ମେଳକ” (ଉନ୍ନତ) ପାନ। </br>
୧. ଛାଚି ପାନ ସ୍ୱାଦଯୁକ୍ତ ହେଲେ ବି କମ୍ ଅମଳକ୍ଷମ। ଏହି ଲତା ଗଛ ଛାଇରେ ପ୍ରାକୃତିକ ପରିବେଶରେ ବଢ଼େ। ସାଧାରଣତଃ ଅଗସ୍ତି ଗଛରେ ଲଟିଥାଏ। ଗଞ୍ଜାମ ଜିଲ୍ଲାର [[ଚିକିଟି]], ଗୋଳନ୍ଥରା, ଶିକିରି, ବୁରୁପୋଡ଼ା ଆଦି ଅଞ୍ଚଳରେ ଏହା ଦେଖିବାକୁ ମିଳେ।</br>
୨. ମେଳକ (ଉନ୍ନତ) ପାନ ତିନି ପ୍ରକାରର – “ନାଉଆ”, “ଆଳୁ ପତ୍ରିଆ” ଓ “ରାଶି ମେଳକ”। ଅଞ୍ଚଳ ଭେଦରେ ଏହାର ନାଁ ଅଲଗା ଅଲଗା ହୋଇଥାଏ। ଏମାନଙ୍କ ଭିତରୁ ରାଶି ପାନର ରଙ୍ଗ, ଆକାର, ସ୍ୱାଦ ଓ ରହିବାଗୁଣ ସବୁଠାରୁ ଅଧିକ। ମେଳକ ପାନକୁ [[ସାଲେପୁର]] ଅଞ୍ଚଳରେ “ପାଗା”, ମଧୁବନ ଓ ସିଙ୍ଗାପୁର ଅଞ୍ଚଳରେ “ରାଶି”, [[ବାଲେଶ୍ୱର]] [[ଭୋଗରାଇ]] ଅଞ୍ଚଳରେ “ବିରିକୋଳି”, “ମାଟିଆଳି”, ବାଲିଆପାଳ ଅଞ୍ଚଳରେ “ବାଲିପାନ” କହିଥାନ୍ତି। ନାଉଆ ଓ ଆଳୁ ପତ୍ରିଆ ପାନର ଆକାର ବଡ଼, ରଙ୍ଗ ଗାଢ଼ ସବୁଜ, ଡେମ୍ଫ ଲମ୍ବ, ସ୍ୱାଦ ରାଗୁଆ, ରସୁଆଳ ଓ ସାମାନ୍ୟ ପାରୁଆ। ଏହାକୁ ଚୋବାଇଲେ ପାରୁ ଦାନ୍ତରେ ଲାଗିରହେ। ଏହାର ରହିବା ଓ ରୋଗ ସହଣୀ ଗୁଣ କମ୍। </br>
ଦେଶୀପାନ, ମିଠାପତ୍ର ପାନ, ମଘୀପାନ ଓ ଚନ୍ଦ୍ରକଣା ପାନ ଭେଦରେ ମଧ୍ୟ ପାନର ଚାରିଟି କିସମ ରହିଛି। </br>
୧. “ଦେଶୀପାନ” : ଏହା ବ୍ୟାପକ ଭାବରେ ଓଡ଼ିଶାରେ ଚାଷ କରାଯାଏ।</br>
୨. “ମିଠାପତ୍ର ପାନ” : ଏହା ଓଡ଼ିଶାର ଜଳବାୟୁରେ ଭଲ ହୁଏନାହିଁ, ତେଣୁ ପ୍ରାୟ ଚାଷ କରାଯାଏ ନାହିଁ। </br>
୩. “ମଘୀପାନ” : ଏହା ଓଡ଼ିଶାରେ ବିରଳ।</br>
୪. “ଚନ୍ଦ୍ରକଣା ପାନ” : ମଘୀପାନ ଓ ଚନ୍ଦ୍ରକଣାପାନ ଚାଷ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସଫଳ ନ ହେବାରୁ ଏହି କିସମ ଗୁଡ଼ିକ ଓଡ଼ିଆ ବରଜୀମାନେ ସାଧାରଣତଃ ଚାଷ କରନ୍ତି ନାହିଁ।</br>
୫. “ବଙ୍ଗାଳିପାନ” ନାମରେ ଆଉ ଏକ କିସମ ମଧ୍ୟ ରହିଅଛି। ପାନଚାଷୀମାନଙ୍କ କହିବା ଅନୁସାରେ ଏହି ପାନର ମଞ୍ଜି ପ୍ରଥମେ ବଙ୍ଗଳାରୁ ଆସିଥିବାରୁ ଏହାର ନାମକରଣ ଏପରି ହୋଇଛି।</br>
ପାନ ପତ୍ର କଞ୍ଚା ଓ ପାଚିଲା ଉଭୟ ପ୍ରକାରରେ ବିକ୍ରି ହୋଇଥାଏ। ପାନକୁ ଝୁଡିରେ ସଜାଇ ତାକୁ ଏକ ଆବଦ୍ଧ କୋଠରୀରେ ରଖାଯାଏ। ଏହି କୋଠରୀର ତାପମାତ୍ରାକୁ ହିଟର ସାହାଯ୍ୟରେ ବାରମ୍ବାର ବଢାଇ ଦିଆଯାଏ ଓ ମଝିରେ ମଝିରେ କମ୍ କରିଦିଆଯାଏ। ଏହାଫଳରେ ଟୁକୁରିରେ ଥିବା ପାନ ପତ୍ର ଗୁଡ଼ିକ ପାଚି ହଳଦିଆ ପଡ଼ିଯାଏ। ଏହି ପାଚିଲା ପାନପତ୍ର ଗୁଡ଼ିକର ଦାମ୍ ବଜାରରେ ବେଶି।</br>
==ପାନଚାଷ==
ଓଡ଼ିଆରେ ପ୍ରବାଦ ଅଛି “ଷୋହଳ ଚାଷେ ମୂଳା, ତା’ର ଅର୍ଦ୍ଧେକ ତୁଳା, ତା’ର ଅର୍ଦ୍ଧେକ ଧାନ, ବିନା ଚାଷେ ପାନ।“ ପୁରାକାଳରେ ଗଛ ଛାଇରେ, ଜଙ୍ଗଲର ଚିର ଉଷ୍ମ-ଆର୍ଦ୍ର ଜଳବାୟୁର ଉର୍ବର ଆର୍ଦ୍ର ମୃତ୍ତିକାରେ ପାନ ଜଙ୍ଗଲୀ ଲତା ରୂପେ ବଢୁଥିଲା। ଅନ୍ୟାନ୍ୟ ପତ୍ର ସହିତ ମିଶାଇ ଏହାକୁ ଆଗରୁ ଶାଗ ହିସାବରେ ଖିଆ ଯାଉଥିଲା। ଏହାର କଫ ଓ ଶ୍ଳେଷ୍ମା ନାଶକ ପ୍ରକୃତି କାରଣରୁ ଏହାକୁ ପରବର୍ତ୍ତୀ କାଳରେ ଚାଷ କରାଗଲା।</br>
ପାନଚାଷ ଏକ ସୂକ୍ଷ୍ମ କଳା। ଏଥିପାଇଁ ନିଗିଡ଼ା ବାଲିଆ ଦୋରସା ମାଟି ତଥା ସବୁଦିନିଆ ଜଳ ସେଚନ ବ୍ୟବସ୍ଥା ଆବଶ୍ୟକ। ବର୍ଷାଋତୁକୁ ଛାଡ଼ିଦେଲେ ଅନ୍ୟ ସବୁ ଋତୁରେ ପାନ ଚାଷ ଆରମ୍ଭ କରାଯାଇଥାଏ। ଶୀତଦିନେ ପାନ ଚାଷ କରିବା ବ୍ୟୟ ବହୁଳ। ବର୍ଷରେ ଦୁଇଥର ପାନ ଚାରା ରୋପଣ କରାଯାଏ। ନଭେମ୍ବର କିମ୍ବା ମାର୍ଚ୍ଚ ମାସରେ ପାନ ରୋପିଲେ ସହଜରେ ଗଛ ହୁଏ। ଗଛ ଲଗାଇବାର ପଚିଶ ଦିନ ପରେ ସାର ଦେବାକୁ ହୋଇଥାଏ। ସୋରିଷ, ରାଶି, ଚିନା ବାଦାମ ବା କରଞ୍ଜ ପିଡିଆ ଆଦି ପାନ ଗଛମୂଳେ ଦିଆ ଯାଇଥାଏ। ପାନ ଗଛ ୩୫ ରୁ ୪୫ ସେ.ମି. ହୋଇଗଲେ ଏହାର ଡଙ୍କକୁ ଖଡ଼ି କାଠି ବା ରଞ୍ଜାଦେହରେ ଜୁଣରେ ବାନ୍ଧି ଦିଆଯାଏ। ଏହିପରି ପାନଗଛ ଉପରକୁ ଉଠିଗଲେ, ମୂଳଆଡ଼ୁ ପାନ ତୋଳିନେଇ ମୁଳକୁ ମାଟିରେ ପୋତି ଦିଆଯାଏ। ଏହାକୁ ‘ଲ’ ଓହ୍ଲାଇବା ମଧ୍ୟ କୁହାଯାଏ।
===ପାନର ରୋଗ ===
ପାନ ଗଛରେ ହେଉଥିବା ବିଭିନ୍ନ ପ୍ରକାର ରୋଗ ଭିତରେ ମୁଖ୍ୟ ରୋଗ କେତୋଟି ହେଲା : </br>
* “କଳାଦୋଷ” : ଅକସ୍ମାତ ଗଛମୂଳଆଡୁ ପ୍ରାୟ ଚାଖଣ୍ଡେ ଖଣ୍ଡ କଳା ପଡ଼ିଯାଏ ଓ ଗଛ ମରିଯାଏ।
* “ଦହିଆ” : ମୂଳପାଖରୁ ଗଛ ଲାଳୁଆ ହୋଇଯାଇ ପଡ଼ିଯାଏ। ଏହି ରୋଗ ଦେଶୀ ପାନଗଛରେ ବେଶୀ ହୋଇଥାଏ। ଏପରିକି ଗୋଟିଏ ରାତିରେ ପୂରା ପାନ ବରଜର ସବୁଯାକ ଗଛ ଆକ୍ରାନ୍ତ ହୋଇଯାଆନ୍ତି। ଏହି ରୋଗ ଦୂରକରିବାପାଇଁ ପ୍ରାଥମିକ ଅବସ୍ଥାରେ ସୋଡ଼ା ବ୍ୟବହାର କରାଯାଏ। ଏହା ବ୍ୟତୀତ କୁମାୟଲ, ଡାଇଥେନ ଏମ୍-୪୫ ଓ ଇଣ୍ଡୋଫିଲ ପରି ଔଷଧର ପ୍ରୟୋଗ ମଧ୍ୟ କରାଯାଇଥାଏ।
* “ଘାଡମଗରା” : ଏଇ ରୋଗରେ ଗଛର ଅଗ କଳା ପଡିଯାଏ ଓ ଗଛ ଆଉ ଆଗକୁ ନ ଲଟି ଗଳି ପଡ଼େ।
* “ମଇନା” : ଏହି ରୋଗ ଧରିଲେ ଗଛ ଆଉ ନ ବଢ଼ି ମୁଣ୍ଡିଆ ହୋଇଯାଏ। ଫଳରେ ଆଉ ପତ୍ର କଅଁଳେ ନାହିଁ। ଏହାର କୌଣସି ପ୍ରତିଷେଧକ ଆଜିଯାଏ ଉପଲବ୍ଧ ହୋଇନାହିଁ। ଏମିତି ହେଲେ ଗଛର ତଳି ଉଠାଇ ନେଇ ସାନି(ପୁଣିଥରେ) ଗଛ ଲଗାଯାଏ।</br>
ଏହାଛଡ଼ା ବୈଶାଖ ଓ ଜ୍ୟେଷ୍ଠ ମାସରେ ପାନ ଗଛରେ “ଦହିଆ” ଓ “କଳାରୋଗ” ବ୍ୟାପକ ଭାବରେ ଦେଖାଯାଏ।
==ଓଡ଼ିଶାରେ ପାନଚାଷ==
ଓଡ଼ିଶାରେ ପାନଚାଷ ଅତି ପ୍ରାଚୀନ। ଏହାର ଏକ ସ୍ୱତନ୍ତ୍ର ଐତିହ୍ୟ ଓ ପରମ୍ପରା ରହିଛି। ବଙ୍ଗୋପସାଗର ଉପକୂଳବର୍ତ୍ତୀ ଚାରୋଟି ଜିଲ୍ଲା, [[ବାଲେଶ୍ୱର]], [[କଟକ]], [[ପୁରୀ]] ଓ [[ଗଞ୍ଜାମ]]ର ପ୍ରାୟ ୨୦ରୁ ୩୦ କିଲୋମିଟର ଅଭ୍ୟନ୍ତର ସ୍ଥଳଭାଗରେ ପାଖାପାଖି ୮୦୦ ହେକ୍ଟର ଜମିରେ ଚାଷ ହୋଇ ଆସୁଛି। ପାନ ଚାଷପାଇଁ [[ବଙ୍ଗୋପସାଗର]] ଉପକୂଳବର୍ତ୍ତୀ ଏହି ଜଳବାୟୁ ପୃଥିବୀର ଅନ୍ୟ କୌଣସି ଜଳବାୟୁ ଠାରୁ ଉତ୍କୃଷ୍ଟ। </br>
 
ଓଡ଼ିଶାର ବାଲେଶ୍ୱର, ଗଞ୍ଜାମର ଶୋଳନ୍ଥରା, ଶିକିରି, ବୁରୁପୋଡ଼ା ଓ ଚିକିଟିରେ ପ୍ରାକୃତିକ ବନ ପରିବେଶରେ ପାନ ଲତା ମାଡ଼ୁଥିବାର ଦେଖା ଯାଇଥାଏ।
==ପ୍ରସ୍ତୁତିପ୍ରଣାଳୀ ==
===ପାନ ବରଜ===
ପାନଚାଷ କରିବାପାଇଁ ମୂଳତଃ ବାଉଁଶରେ ତିଆରି କରାଯାଉଥିବା ସ୍ୱତନ୍ତ୍ର ପ୍ରକାରର ପ୍ରାକୃତିକ ଘର(ଆବଦ୍ଧ କ୍ଷେତ୍ର)କୁ “ପାନ ବରଜ” କୁହାଯାଏ। ବଙ୍ଗଳା ଭାଷାରେ ପାନ ବରଜକୁ ବରେଇ କୁହାଯାଏ। ଯେଉଁମାନେ ବରଜରେ ପାନଚାଷ କରନ୍ତି, ସେମାନଙ୍କୁ “ବରଜୀ” କୁହାଯାଏ। </br>
ଗୋଟିଏ ବରଜର କ୍ଷେତ୍ରଫଳ ପ୍ରାୟ ଦୁଇ ଡେସିମିଲ୍। ଏହାର ଚାରିପଟରେ ପଥରବନ୍ଧ ଓ ତା ଉପରେ ବାଲିମାଟି ଦିଆଯାଇ ବାଉଁଶ, କାଠ ଓ ଇକଡ଼ (ଖଡ଼ିକା) ଓ ପ୍ରାୟ ଦୁଇ କ୍ୱିଣ୍ଟାଲ ଜି.ଆଇ.ତାରଦ୍ୱାରା ବନ୍ଧାଯାଇ ତାକୁ ଏକ ମଞ୍ଚାର ରୂପ ଦିଆଯାଏ। ଏହାତଳେ ପାନ “କଡ଼ମା” (ପୁଆ) ଧାଡ଼ି ଧାଡ଼ିକରି ଲଗାଯାଏ। କଡ଼ମାଟି ଲଟେଇବା ଆରମ୍ଭ କଲାମାତ୍ରେ, ତାକୁ ଖଡ଼ିକା ଦେହରେ ବାନ୍ଧି ସିଧା ଉପରକୁ ଟୁଇ ପର୍ଯ୍ୟନ୍ତ ମଡ଼େଇ ଦିଆଯାଏ। ଗୋଟିଏ ଗଛ ଟୁଇ ପର୍ଯ୍ୟନ୍ତ ପହଞ୍ଚିବାକୁ ଶୀତ ଦିନରେ ପ୍ରାୟ ୩ ରୁ ୪ ମାସ ସମୟ ଲାଗେ। ଗୋଟିଏ ଛୋଟିଆ ସାଧାରଣ ବରଜ ତିଆରି ପାଇଁ ଖର୍ଚ୍ଚ ପ୍ରାୟ କୋଡ଼ିଏରୁ ପଚିଶି ହଜାର ଟଙ୍କା ହୋଇଥାଏ। </br>
ଅନ୍ୟାନ୍ୟ ସ୍ଥାନରେ ପାନ ବରଜର ପରମାୟୁ ୨ ରୁ ୩ ବର୍ଷଯାଏଁ ଆରମ୍ଭ କରି ୫ ରୁ ୧୦ ବର୍ଷ ହୋଇଥିବା ସ୍ଥଳେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ପରମାୟୁ ୨୦ ରୁ ୩୦ ବର୍ଷଠାରୁ ଆରମ୍ଭ କରି ୪୫ ରୁ ୫୦ ବର୍ଷ ପର୍ଯ୍ୟନ୍ତ।</br>
ବାଲେଶ୍ୱର ଓ ବାଲିଆପାଳର ଚାଷୀମାନେ କଡ଼ମା (ପୁଆ) ପାଇଁ ପଶ୍ଚିମ ବଙ୍ଗର ଉପରେ ନିର୍ଭର କରିଥାନ୍ତି। ଦେଶୀ ପାନର କଡ଼ମା ମୋହନପୁର ଆଦି ଅଞ୍ଚଳରୁ ଓ ଚନ୍ଦ୍ରକଣା ପାନର କଡ଼ମା ସାଦି ଓ ଖଇରଗଣ୍ତା (ରାମନଗର) ଅଞ୍ଚଳରୁ ମିଳିଥାଏ। ପଶ୍ଚିମବଙ୍ଗର ଅଠାଳିଆ ମାଟିରେ ଜାତହୋଇଥିବା କଡ଼ମା ଗୁଡ଼ିକ ବାଲେଶ୍ୱରର ବାଲିଆ ମାଟିରେ ଭଲ ବଢ଼ୁଥିବାରୁ ବରଜୀମାନେ ଏହାକୁ ସେଠାରୁ କିଣିଆଣିବାକୁ ପସନ୍ଦ କରିଥାନ୍ତି।</br>
ଓଡ଼ିଶାର [[ପୁରୀ]] ଜିଲ୍ଲାରେ [[ଚନ୍ଦନପୁର]], [[ପିପିଲି]], [[ନିମାପଡ଼ା]] ନିକଟବର୍ତ୍ତୀ ନୂଆହାଟ, କୁଣ୍ଢେଇ, ଓଥକା, ଉଦୟପୁର, ବାଙ୍ଗୁରିଗାଁ, ନାସିକେଶର, କଣିଆ, ତରପଦା, ତେନ୍ତୁଳିଆ, ବାଣିଆ, ତଣ୍ଡାହର, ସିରେଇ, ଇନାୟତପୁର, ତଇଆ, ଅସୁରଖଳା, ରତ୍ନପୁର, ଓଲା, କୋରଣା, କୁସୁମ୍ଭର, ଅସ୍ତରଙ୍ଗ, କେନ୍ଦ୍ରାପଟି, ଜୁନ୍ତୁ, କାକଟପୁର ଓ ପ୍ରାଚୀନଦୀ କୂଳର ବିଭିନ୍ନ ଗ୍ରାମ, ଜଳେଶ୍ୱରପଦା, ପାଣିଛତ୍ର, ବନ୍ତୀଳ ଆଦି ଗ୍ରାମ।</br>
କଟକ ଜିଲ୍ଲାର [[ନିଆଳୀ]], ମାଧବ ଏହାର ଆଖପାଖ ଗ୍ରାମ।</br>
ଉତ୍ତର ଓଡ଼ିଶାର ଅର୍ଥନୈତିକ ସମୃଦ୍ଧିଦିଗରେ ପାନଚାଷର ବହୁତ ବଡ଼ ଯୋଗଦାନ ରହିଛି। ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ [[ଜଳେଶ୍ୱର]], [[ଚନ୍ଦନେଶ୍ୱର]], [[ଲଙ୍ଗଳେଶ୍ୱର]] ଓ [[ବାଲିଆପାଳ]]ର [[ସିମୁଳିଆ]] ହାଟଠାରୁ ପ୍ରାୟ ଦଶ କିଲୋମିଟର ଦୂର ଚଉମୁଖ ଗ୍ରାମ, ଓ ନିକଟବର୍ତ୍ତୀ ଡଗରା, ଜମତକୁଲା, ଆମଚୁଆ, ଯୁଗଡିହା, ବେତଗଡ଼ିଆ, ଅଳାଡ଼ିହା, ରତାଇ, ନୂଆଗାଁ, ଜମ୍ଭିରାଇ, ନାରଣପୁରା ଓ ନାରାୟଣପୁର ତାନ୍ତା ଇତ୍ୟାଦି ପାନ ଚାଷ ସହିତ ପାନ, ଗୁଆ, ନଡ଼ିଆ, କାଜୁ ବାଦମ, ଚିନା ବାଦାମ, ମସିଣା, ସପକାଠି, ଓ ଖଡ଼ିକା ଚାଷ ପାଇଁ ମଧ୍ୟ ପ୍ରସିଦ୍ଧ। </br>
 
ଗଞ୍ଜାମ ଜିଲ୍ଲାର ଶୋଳନ୍ଥରା, ଶିକିରି, ବୁରୁପୋଡ଼ା ଓ ଚିକିଟି ଆଦି ସ୍ଥାନରେ ପାନ ବରଜ ରହିଛି।</br>
[[ଚନ୍ଦନପୁର]] ଅଞ୍ଚଳର ପାନ ପତଳା ଓ ସ୍ୱାଦିଷ୍ଠ। ଏ ଅଞ୍ଚଳରେ ଛାଚି ପାନର ଉତ୍ପାଦନ ବହୁତ କମ୍। [[ଭାର୍ଗବୀ]] ନଦୀ କୂଳେ କୂଳେ ବିସ୍ତୃତ ପାନ ବରଜ ହେଉଛି ଚନ୍ଦନପୁରର ଐଶ୍ୱର୍ଯ୍ୟ। ଭୁବନେଶ୍ୱରରୁ ପୁରୀ ବସରେ ଗଲା ବାଟରେ ରାସ୍ତାକଡ଼େ କଡ଼େ ମଧ୍ୟ ଅନେକ ପାନ ବରଜ ଦେଖିବାକୁ ମିଳିଥାଏ।
===ପାନ ଚାଷର ସମସ୍ୟା===
ପାନବରଜ ତିଆରି ପାଇଁ ଆନୁସଙ୍ଗିକ ଉପକରଣ, ବିଶେଷକରି ବାଉଁଶର ଅତ୍ୟଧିକ ଦରବୃଦ୍ଧି, ମୂଲ ମଜୁରୀ, ସାର ପିଡ଼ିଆ ଆଦିର ଦର ବୃଦ୍ଧି ହେତୁରୁ ପାନ ଚାଷ ଏବେ ଆଉ ଲାଭଜନକ ଚାଷ ହୋଇ ରହିନାହିଁ ବୋଲି ବରଜୀମାନେ ମତ ଦିଅନ୍ତି।
==ପାନ ବ୍ୟବସାୟ==
ଚାରା ରୋପଣର ଛଅ ମାସ ଭିତରେ ପାନ ଅମଳ ଆରମ୍ଭ ହୁଏ। ପ୍ରତି ପନ୍ଦର ଦିନରେ ପ୍ରାୟ ଥରେ ପାନ ତୋଳାଯାଏ ଓ ଡଙ୍କକୁ ମାଟି ପିନ୍ଧେଇ ଦିଆଯାଏ। ପାନ ପତ୍ର ସବୁକୁ ଭଲଭାବରେ ଧୋଇ ସାନ ବଡ଼ କ୍ରମେ ସଜାଇ ବାଉଁଶ ଝୁଡ଼ିରେ ୫୦ କିମ୍ବା ୧୦ଟି ଲେଖାଏଁ କ୍ରମରେ ସଜାଇ ବିଡ଼ା ବନ୍ଧାଯାଏ। ଓଦା ଅଖା, କଦଳୀ ପଟୁକା, ଓଦା କୁଟା, ନଡ଼ା କିମ୍ବା ଇଙ୍କଡ଼ ପତ୍ରରେ ଘୋଡେଇ ଝୁଡ଼ିରେ ଦୂରସ୍ଥାନକୁ ପଠାଇବାର ବ୍ୟବସ୍ଥା କରାଯାଏ। </br>
ଓଡ଼ିଶାରୁ ପାନଝୁଡ଼ିକୁ [[ବନାରସ]], [[ଆଗ୍ରା]], [[ଟାଟାନଗର]], [[ମୁମ୍ବାଇ]], [[କାନପୁର]], [[[ଆହ୍ଲାହାବାଦ]], [[ଦିଲ୍ଲୀ]] ଓ [[ବାଙ୍ଗାଲୋର]] ଆଦି ଜାଗାକୁ ପଠାଯାଏ। </br>
ବ୍ରହ୍ମପୁର ଅଞ୍ଚଳର ପାନ ବନାରସ ଯାଇଥାଏ। ବ୍ରହ୍ମପୁର ଅଞ୍ଚଳର ପାନ ଆକାରରେ ସାନ ଓ ଏଥିରେ ଅଧିକଦିନ ରହିବାର କ୍ଷମତା ଥିବାରୁ ଏହାକୁ ବାହାର ବେପାରୀମାନେ ପସନ୍ଦ କରିଥାନ୍ତି।</br>
ଓଡିଶାର ଚନ୍ଦନପୁର ଅଞ୍ଚଳରୁ ପାନ ମଧ୍ୟପ୍ରଦେଶକୁ ପଠାଯାଏ। ପ୍ରତିବର୍ଷ ପଚାଶ ହଜାରରୁ ଏକଲକ୍ଷ ପର୍ଯ୍ୟନ୍ତ ପାନଝୁଡ଼ି ବଜାରକୁ ଯାଇଥାଏ।</br>
ବାଲେଶ୍ୱରର ବାଲିଆପାଳ ଓ ଭୋଗରାଇ ଅଞ୍ଚଳରୁ ଉଭୟ କଞ୍ଚା ଓ ପାଚିଲାପାନ ବାହାରକୁ ପଠାଯାଏ। ପ୍ରତିଦିନ ଓଡ଼ିଶାରୁ ହାରାହାରି ୨୦,୦୦୦ ପାନ ଝୁଡ଼ି ବଜାରକୁ ଯାଇଥାଏ। ପ୍ରତି ଝୁଡ଼ିର ଦାମ୍ ୭୦୦ ରୁ ୧୫୦୦ ଟଙ୍କା। </br>
ଓଡ଼ିଶା ପାନର ବଜାର ଦିନକୁ ଦିନ କମିବାରେ ଲାଗିଛି। ପ୍ରଥମେ ବ୍ରହ୍ମପୁର ଅଞ୍ଚଳରୁ ବର୍ଷକୁ ୩୦୦ ଟ୍ରକ ପାନ ପଠାଯାଉଥିଲାବେଳେ ଏବେ କେବଳ ୩୦ ଟ୍ରକ ପାନ ପଠାଯାଉଅଛି। </br>
 
ରାସାୟନିକ ସାର ଓ କୀଟନାଶକ ଔଷଧ ପ୍ରୟୋଗଦ୍ୱାରା ପାନର ଗୁଣବତ୍ତା ହ୍ରାସ ପାଇବାରୁ ଓ ସ୍ୱାଦଯୁକ୍ତ ପାକଳ ପାନ ଉପଯୁକ୍ତ ପରିମାଣରେ ନ ମିଳୁଥିବାରୁ ଓଡ଼ିଶାର ପାନ, ଯାହା ବନାରସରେ ସବୁଠାରୁ ଅଧିକ ଲୋକପ୍ରିୟଥିଲା ତା’ର ଆଗ ଚାହିଦା ଆଉ ନାହିଁ।
== ଭଙ୍ଗାପାନ ବା ଖିଲିପାନ ==
===କଡ଼ାପାନ===
# ପାନପତ୍ରକୁ ଭଲଭାବେ ଧୋଇ ଏକ ଶୁଖିଲା କପଡା ରେ ପୋଛାଯାଏ ।
# ଏଥିରେ ଚୂନ ଲଗାଇ ଏହା ଉପରେ, ଗୁଣ୍ଡ ଖଇର, ଗୁଜୁରାତି, ଲବଙ୍ଗ, ବିଭିନ୍ନ ମସଲା ଯଥା ଦୁକ୍ତା (ସମ୍ବଲପୁରୀ ଭାଷାରେ ଭାଙ୍ଗ), ସ୍ଵାଦଧଣିଆରୁ ପ୍ରସ୍ତୁତ ଯାଇଫଳକୁଗୁଣ୍ଡି, ମିଶାଇଜର୍ଦା ତା'କୁ ପାନଜାଇଫଳ ପତ୍ରରେଇତ୍ୟାଦିକୁ ରଖାଯାଏ । କେହି କେହି ତରଳ ଖଇରକୁ ମଧ୍ୟ ଚୁନ ସହିତ ଲଗାଇଥାଆନ୍ତି।
# ଏହି ପତ୍ରକୁ ତ୍ରିଭୁଜାକାରରେ ମୋଡି ଖାଇବାକୁ ଦିଆଯାଏ ।
# ଏହାକୁ ସତେଜ ରଖିବା ପାଇଁ ବରଫରେ ବି ରଖାଯାଏ ।
===ସାଧାପାନ ବା ମିଠା ପାନ===
 
===ମିଠା ପାନ===
[[File:Meethapana2.jpg|thumb|ମିଠା ପାନ]]
ମିଠା ପାନର ପ୍ରସ୍ତୁତି ପ୍ରଣାଳୀ ମସଲାଯୁକ୍ତ ପାନଠାରୁ ଅଲଗା । ଏଥିରେ ଚୂନ ଓ ମସଲା ମିଶେ ନାହିଁ । କେବଳ ଗୁଜୁରାତି, ଲବଙ୍ଗ, ପ୍ରାକୃତିକ ସ୍ଵାଦ ଓ ରଙ୍ଗ ମିଶାଯାଏ ଯାହା ହଜମରେ ସାହାଯ୍ୟ କରେ । ଦକ୍ଷିଣ ଏସିଆ ର କେତେକ ସ୍ଥାନରେ ମିଠା ପାନରେ [[ନଡ଼ିଆ]], ପ୍ରାକୃତିକ ମଞ୍ଜି, [[କାଜୁ]] ଓ ଅନ୍ୟ ଶୁଖିଲା ଫଳ ପକାନ୍ତି । ଏହିପରି ଆମ ଦେଶରେ ଅନେକ ସ୍ଥାନର ନାମ ଅନୁସାରେ ପାନ ମିଳେ, ଯେପରି- ବଙ୍ଗାଳି ପାନ, ଜଗନ୍ନାଥ ପାନ, ବନାରସୀ ପାନ ଯାହା ସ୍ଵାଦାନୁସାରେ ପରସ୍ପରଠାରୁ ଅଲଗା ।</br>
ଗୋଟିଏ ବଡ଼ ଆକାରର ପାନପତ୍ରରୁ ଦୁଇ ରୁ ତିନିଖଣ୍ଡ ଖିଲିପାନ ତିଆରି ହୋଇଥାଏ। ଛୋଟ ପାନକୁ ଗୋଟିକିଆ ଖିଲି କରି ବା ମୋଡ଼ି ମିଠାପାନ ପ୍ରସ୍ତୁତ କରାଯାଏ।
==ଖିଲି ପାନର ମୂଲ୍ୟ ==
ବେକାରୀ ସମସ୍ୟାକୁ ଲକ୍ଷ୍ୟକଲେ ଓଡ଼ିଆଶାରେ ପାନ ବ୍ୟବସାୟ ଅନେକ ଯୁବକଙ୍କର ପେଟ ପୋଷିବାରେ ସହାୟକ ହୋଇ ପାରିଛି। ପାନରେ ନାନାଦି ମସଲା ଦେଇ ତାକୁ ବିଭିନ୍ନ ଶୈଳୀରେ ଭାଙ୍ଗି ପ୍ରସ୍ତୁତ କରିବାର ଅନେକ ବିଧି ରହିଛି। ଗୋଟିଏ ଭଙ୍ଗା ପାନର ଦାମ୍ ୫୦ ପଇସାଠାରୁ ଆରମ୍ଭ କରି ୧୫୦୦ ଟଙ୍କା ପର୍ଯ୍ୟନ୍ତ ଥିବାର ଜଣାଯାଏ। ହେଲେ ଆମ ରାଜ୍ୟରେ ବ୍ୟୟ ବହୁଳ ପାନ ସେବନ କରିବା ଲୋକଙ୍କ ସଂଖ୍ୟା ବହୁତ କମ୍।
 
==ପାନର ଉପଯୋଗ==
==ସ୍ଵାସ୍ଥ୍ୟ ଉପରେ ପ୍ରଭାବ==
=== ଔଷଧୀୟ ===
ପାନପତ୍ର ଶରୀରର ହଜମଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ଗୁଆ ଓ ଅନ୍ୟାନ୍ୟ ତମ୍ବାଖୁଯୁକ୍ତ ମସଲା ମୁଖ କର୍କଟ ରୋଗର ମୁଖ୍ୟ କାରଣ । ଗୁଆ ଦ୍ଵାରା ଦାନ୍ତ ମାଢି ଦୁର୍ବଳ ହୋଇଯାଏ । ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଅନୁସାରେ ଗୁଆଯୁକ୍ତ ତମ୍ବାଖୁ ଓ ତମ୍ବାଖୁବିହୀନ ପାନଦ୍ଵାରା କର୍କଟ ରୋଗର ସମ୍ଭାବନା ଯଥାକ୍ରମେ ୯.୯ ଓ ୮.୪ ଗୁଣ ଥାଏ । ତେଣୁ [[ଭାରତ]] ତଥା ବିଶ୍ଵର ସମସ୍ତ ସ୍ଵାସ୍ଥ୍ୟ ସଂସ୍ଥା ପାନ ସେବନକୁ ମନା କରନ୍ତି ।
ପାନରସରେ ବହୁ ପରିମାଣରେ ଅମ୍ଳ, ଧତବ ଲବଣ, ଜୀବନିକା ରହିଥାଏ। ଆୟୁର୍ବେଦ ଚିକିତ୍ସାରେ ପାନରସର ବ୍ୟବହାର ଅତି ବ୍ୟାପକ। ପାନରସ ବାତ, ପିତ୍ତ ଓ କଫ ନାଶକ। ପାନ ତେଲ ଶ୍ଳେଷ୍ମା, ଆମାଶୟ, ଅତିସାର, ଯକ୍ଷ୍ମା, ସନ୍ନିପାତ, କଣ୍ଠରୋଗ ଓ ଫୁସଫୁସ ରୋଗର ପ୍ରଶମକ। ପାନର କେତୋଟି ଔଷଧୀୟ ପ୍ରୟୋଗ ନିମ୍ନରେ ଦିଆଗଲା:
* ସର୍ଦ୍ଦି, ପେଟଟଣା, ବଦହଜମି, ଅତିସାର, ମୂର୍ଚ୍ଛା ଆଦିରେ ପାନରସ ମହୁସହିତ ପ୍ରୟୋଗ କରାଯାଏ।
* ଅଚେତ୍ ହୋଇଥିଲେ ଗାଈଦୁଧ ସହିତ ପ୍ରୟୋଗ କରାଯାଏ।
* ମାଢ଼ିକ୍ଷତରେ ପାନରସକୁ ପାଣିରେ ମିଶାଇ କୁଳିକରାଯାଏ।
* ପାନରସକୁ ମୁଣ୍ଡରେ ଘସିଲେ ଉକୁଣୀ ମରିଯାନ୍ତି।
* ଚକ୍ଷୁରୋଗ, ଅନ୍ଧାରକଣା, ସର୍ପବିଷ, ମୁଣ୍ଡ ଯନ୍ତ୍ରଣା, କାନତଳ ଗ୍ରନ୍ଥିଫୁଲା, ସ୍ତନ ଗ୍ରନ୍ଥିଫୁଲା, କ୍ଷୀର ନିର୍ଗତ, କମ୍ପନ, ଅନିଦ୍ରା ଆଦି ଦୋଷ ହାରକ।
* କାନପୂଜ ଓ କଣନଖାରେ ଉଷୁମ ପାନରସ ପ୍ରୟୋଗ କରାଯାଏ।
* ଚର୍ମରୋଗ, କାଛୁକୁଣ୍ଡିଆ, ରମ୍ପା, ଯାଦୁ ଆଦିରେ ଉପକାରୀ। ଚୂନ ସହିତ ଭାତୁଡ଼ି ଓ ବ୍ରଣ ଆଦିରେ ଲେପ ଦେଲେ ଯନ୍ତ୍ରଣା ଉପଶମ କରେ।
* ପାନର ପେଟପଟେ ପୁରୁଣା ଘିଅ ଲଗାଇ ବଥ ଉପରେ ପାରିଲେ ଘା’ ପଚାଇ ଫଟାଇ ଦିଏ।
* ପାନମୂଳର ରସ ସାତଗୋଟି ଗୋଲମରିଚ ସହିତ ଖାଇଲେ ଗର୍ଭପାତ କରାଏ ଓ ଗର୍ଭରୋଧ କରେ।
* ପାନଡେମ୍ଫ ମଳଦ୍ୱାର ଦେଇ ପ୍ରବେଶ କରାଇଲେ ଶିଶୁଙ୍କ ପେଟଫମ୍ପା ଦୂର ହୁଏ।
* ପନଡେମ୍ଫ ଖାଇଲେ ଗାଈ ଦୁଧିଆଳୀ ହୁଏ।
ଏହାଛଡ଼ା ପାନରୁ ଅନେକପ୍ରକାରର ଔଷଧ, ରଙ୍ଗ, ଲଜେନସ, ଚକୋଲେଟ, ଥଣ୍ଡାପାନୀୟ ଓ ସୋମରସ ପରି ମୃଦୁ ମାଦକ ମଧ୍ୟ ତିଆରି ହୋଇଥାଏ।
=== ଅନ୍ୟାନ୍ୟ ===
ଇତିହାସ କହେ ଯେ, ଆଗକାଳରେ ନାରୀମାନେ ନିଜ ଓଠକୁ ରଙ୍ଗ କରିବା ପାଇ ପାନ ଖାଉଥିଲେ । ସେମାନେ ପ୍ରାକୃତିକ ରଙ୍ଗ ହିସାବରେ ଏହାକୁ ବ୍ୟବହାର କରୁଥିଲେ । [[ଭାରତ]], [[ଚୀନ]], [[ନେପାଳ]], [[ଭୁଟାନ]], [[ବର୍ମା]], [[ଥାଇଲାଣ୍ଡ]], [[ମାଲେସିଆ]]ରେ ପାନକୁ ଆଭିଜାତ୍ୟର ଚିହ୍ନ ହିସାବରେ ବ୍ୟବହାର କରୁଥିଲେ ।</br>
 
ସବୁଦେଶରେ, ସବୁକାଳରେ ଲୋକେ ସୌଖିନ ମୁଖବାସ, ଧର୍ମକର୍ମ ପୂଜାପଦ୍ଧତି, ଶାରୀରିକ କ୍ରିୟା, ଏକଲୟତା ଆଦିରେ ପାନକୁ ବ୍ୟବହାର କରିଥାନ୍ତି। ଗୁଆପାନ ଶ୍ରଦ୍ଧା, ସମ୍ମାନ ଓ ମଙ୍ଗଳ ସୂଚକ। ଚୂନପାନ ଗୋଦୁଗ୍ଧ ସମାନ ବୋଲି କୁହାଯାଏ। ବିଡ଼ିଆପାନ ବା ଖିଲପାନ ମୁଖ ମହକ, କଣ୍ଠ ସରଳ, ଖାଦ୍ୟ ପାଚକ ଓ ଅମ୍ଳ ନାଶକ। ପତ୍ରରେ ଥିବା ହରିତ କଣା ଜୀବନିକା ‘ଖ’ ଓ ‘ଗ’ରେ ଭରିଥାଏ। ଏହା ଦାନ୍ତ ମାଢିକୁ ମଜବୁତ କରିବା ସହିତ ମସ୍ତିସ୍କ, ଯକୃତ ଓ ହୃତପିଣ୍ଡକୁ ସତେଜ କରେ। ଦେହମନରେ ଉଲ୍ଲାସ ଓ ହରଷ ଆଣେ। ପୃଥିବୀରେ ପ୍ରାୟ ୪୦୦ନିୟୁତରୁ ଅଧିକ ଅଧିବାସୀ ଏକ ବା ଏକାଧିକ ଖିଲିପାନ ଚର୍ବଣ କରିଥାନ୍ତି।
=== ପାନ ମସଲା ===
ପାନରେ ବ୍ୟବହାର କରାଯାଉଥିବା ମସଲା କେହି କେହି ଘରେ ତିଆରି କରିଥାନ୍ତି। ଧଣିଆ, ପାନ ମଧୁରୀ, ତମାଖୁ (ଦୋକ୍ତାପତ୍ର) ଇତ୍ୟାଦିକୁ ଭାଜି ସେଥିରେ ସପରକଚୁ ଓ ଚୁଆତେଲ ପକାଇ ଘରେ ସୁଗନ୍ଧିତ ମସଲା ତିଆରି କରାଯାଏ। ଏହାକୁ ଗୁଣ୍ଡି କୁହନ୍ତି। କେହି କେହି ସାଧା ଖଇର ବ୍ୟବହାର କଲାବେଳେ କେତେକ ଲୋକ ଖଇରକୁ ଆଉଟି ସେଥିଲେ କିଆଫୁଲର କେଶର ପକାଇ ସୁଗନ୍ଧିତ ଖଇର ମଧ୍ୟ ପ୍ରସ୍ତୁତ କରିଥାନ୍ତି। ତେବେ ବଜାରରେ ମିଳୁଥିବା ପାନ ମସଲା, ବିଶେଷ କରି ପୁରୀ ସହରରେ କେତେକ ସ୍ଥାନୀୟ ମସଲା ପାନ ଖିଆ ଲୋକଙ୍କର ଅତି ପ୍ରିୟ। ଏହାକୁ ଧୂଳିଗୁଣ୍ଡି ବୋଲି ମଧ୍ୟ କୁହାଯାଏ।</br>
ବ୍ରହ୍ମପୁରର ହରିଡ଼ାଖଣ୍ଡି ପାନ ମସଲା ଶହେ ବର୍ଷ ପୁରୁଣା। ଶ୍ରୀ ପାଣ୍ଡିଆ ସୁବୁଦ୍ଧି ଏହାକୁ ପ୍ରଥମ କରି ଆରମ୍ଭ କରିଥିଲେ। ସୁବୁଦ୍ଧିଙ୍କର ଦେହାନ୍ତ ପରେ ତାଙ୍କର ପିଲାମାନେ ଏଥିରେ ମନ ନ ଦେବାରୁ ସେହି ଗ୍ରାମର ଶ୍ରୀ ଅର୍ଜ୍ଜୁନ ସାହୁ ଏଇ ମସଲାର ପ୍ରସ୍ତୁତି ନିଜ ଗ୍ରାମରେ ଆରମ୍ଭ କରିଥିଲେ। ହରିଡ଼ାଖଣ୍ଡ ଗ୍ରାମର ଲକ୍ଷ୍ମୀନାରାୟଣ ନୃସିଂହ ମନ୍ଦିରର ନାମାନୁସାରେ ସେ ଏହି ମସଲାର ନାମ ରଖିଥିଲେ ‘‘ଶ୍ରୀ ଲକ୍ଷ୍ମୀ ନୃସିଂହ କେତକୀ ଖାରା ମସଲା’’। କିନ୍ତୁ ଏହା ହରିଡ଼ାଖଣ୍ଡି ମସଲା ହିସାବରେ ଖ୍ୟାତି ଲାଭ କରିଛି। ଏହି ମସଲାରେ କିଆ ଫୁଲ ପଡ଼ୁଥିବାରୁ ଏହାକୁ କେତକୀ ଖାରା ମସଲା କୁହାଯାଏ। ଏଥିରେ ପଚିଶ ଶତାଂଶ ତମାଖୁ ଓ ଅନ୍ୟାନ୍ୟ ଜଡ଼ିବୁଟି ପଡ଼େ। ଧନିଆ, ପୋସ୍ତକ, କଳାଜିରା, ଜାଇଫଳ, ଡାଲଚିନି, ଲବଙ୍କ, ଗୁଜୁରାତି, ଟବାକୋ ଚିନି, କେତକୀ ଫୁଲ, ଚୁଆ ତେଲ ଇତ୍ୟାଦି ଏଥିରେ ଲାଗିଥାଏ। ଏହାକୁ ପ୍ରସ୍ତୁତ କରି ଦୁଇମାନ ଆବଦ୍ଧ କରି ରଖିଲା ପରେ ଏଥିରୁ କେତକୀ ଫୁଲର ବାସ୍ନା ବାହାରେ। ଏହି ମସଲା ଓଡ଼ିଶା, ବିହାର ଓ ପଶ୍ଚିମ ବଙ୍ଗରେ ଲୋକପ୍ରିୟ।
==ପାନ ଓ ଅସ୍ୱଚ୍ଛତା==
ପାନଖିଆ ଲୋକେ କହନ୍ତି, ପାନ ଖାଇଦେଲେ କ୍ଲାନ୍ତି ଦୂର ହୁଏ, ଟିକିଏ ଜରଦା ପକାଇଦେଲେ ହଜି ଯାଇଥିବା ବୁଦ୍ଧି ମିଳିଯାଏ। କେହି କେହି ଖାଇବା ଭୁଲିଯାଆନ୍ତି, ସାରାଦିନ କେବଳ ପାନ ଖାଇ ରହି ଯାଆନ୍ତି। ସାର୍ବଜନିକ ସ୍ଥାନରେ ପାନଛେପ ପାଟିରେ ଭରିଗଲେ କାହା ସହିତ କଥା ହେବା ସହଜ ହୋଇ ନଥାଏ ଓ କଥା କହିଲେ ଛେପ ପଡ଼ିବାର ଭୟ ରହିଥାଏ। ପୁରାକାଳରେ ରାଜାରାଜୁଡ଼ାମାନେ ପାନ ଛେପ ପକାଇବାପାଇଁ ପିକଦାନୀ ରଖୁଥିଲେ। କିନ୍ତୁ ଅନେକ ପାନଖିଆ ଲୋକ ଅଫିସ କୋଣରେ, ସିଡ଼ିରେ, ରାସ୍ତାଘାଟରେ ପାନପିକ ପକାଇ ସେ ସବୁ ସ୍ଥାନକୁ ଅସନା କରୁଥିବାର ଦେଖିବାକୁ ମିଳିଥାଏ।
 
==ସ୍ଵାସ୍ଥ୍ୟ ଉପରେ ପ୍ରଭାବ==
ପାନପତ୍ର ଶରୀରର ହଜମଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ଗୁଆ ଓ ଅନ୍ୟାନ୍ୟ ତମ୍ବାଖୁଯୁକ୍ତ ମସଲାଯୁକ୍ତ ଖିଲିପାନ ମୁଖ କର୍କଟ ରୋଗର ମୁଖ୍ୟ କାରଣ । ଏହା ରକ୍ତକୁ ଅପରିସ୍କାର କରେ। ଗୁଆ ଦ୍ଵାରା ଦାନ୍ତ ମାଢି ଦୁର୍ବଳ ହୋଇଯାଏ। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଅନୁସାରେ ଗୁଆଯୁକ୍ତ ତମ୍ବାଖୁ ଓ ତମ୍ବାଖୁବିହୀନ ପାନଦ୍ଵାରା କର୍କଟ ରୋଗର ସମ୍ଭାବନା ଯଥାକ୍ରମେ ୯.୯ ଓ ୮.୪ ଗୁଣ ଥାଏ । ତେଣୁ [[ଭାରତ]] ତଥା ବିଶ୍ଵର ସମସ୍ତ ସ୍ଵାସ୍ଥ୍ୟ ସଂସ୍ଥା ପାନ ସେବନକୁ ମନା କରନ୍ତି । </br>
ଗର୍ଭବତୀ ମହିଳାଙ୍କ ଉପରେ ମଧ୍ୟ ପାନର ଅନେକ କୁପ୍ରଭାବ ରହିଥାଏ । [[ଭାରତ]], [[ତାଇଵାନ]], [[ମାଲେସିଆ]] ଓ ପପୁଆ ରେ ବହୁତ ସ୍ଥାନରେ ଏହା ଦେଖିବାକୁ ମିଳିଛି ଯେ ଗର୍ଭବତୀ ମହିଳା ତମ୍ବାଖୁ ଓ ଗୁଆଯୁକ୍ତ ପାନ ଖାଇବା ଦ୍ଵାରା ସେମାନଙ୍କ ପିଲାଙ୍କ ଅସମ୍ପୂର୍ଣ୍ଣ ବିକାଶ ହୋଇଥାଏ । ସେହିପରି ଯେଉମାନେ ମାଦକଦ୍ରବ୍ୟ ଓ ତମ୍ବାଖୁ ସେବନ କରନ୍ତି ସେମାନେ ମଧ୍ୟ ସେହିପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି ।
==ପାନ ଓ ଓଡ଼ିଶାର ପରମ୍ପରା==
କୋଣାର୍କ ଦେଉଳ ଗଢଣ କାହାଣୀରେ କୁହାଯାଇଛି ନିପୁଣ ଶିଳ୍ପୀ ଅଭିନିବିଷ୍ଟ ହୋଇ ମୂର୍ତ୍ତୀ ଗଢ଼ି ଚାଲିଥିବା ବେଳେ, କ୍ଳାନ୍ତି ମେଣ୍ଟାଇବାପାଇଁ ଯେତେବେଳେ ଅନ୍ୟମନସ୍କ ଭାବରେ ହାତ ପଛକୁ ବଢାଇ ଦେଉଥିଲେ ପାନ ଖଣ୍ଡେପାଇଁ, ସେତେବେଳେ ସ୍ୱୟଂ ରାଜା ନରସିଂହ ଦେବ ତା’ ହାତରେ ବଢାଇଦେଉଥିଲେ ଖିଲେ ଭଙ୍ଗାପାନ। </br>
ଓଡ଼ିଶାର ସାହିତ୍ୟ, ସଂସ୍କୃତି ସହିତ ତାମ୍ବୁଳ ସେବନର ପରମ୍ପରା ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ବୋଇତ ବନ୍ଦାଣ ଉତ୍ସବରେ ସାଧବ ପୁଅର ଗୀତ ‘‘ଆ-କା-ମା-ବୈ, ଗୁଆ ପାନ ଖାଇ’’ର ମାର୍ମିକ ଅଭିବ୍ୟକ୍ତିଠାରୁ ବାହାଘର, ବ୍ରତଘର, ପୂଜା ପାର୍ବଣ, ଶ୍ରାଦ୍ଧ ଆଦିରେ ପାନ ପତ୍ରଟିଏ ଅଥବା ବିଡ଼ିଆ ପାନଟିଏ ନିହାତି ଦରକାର।
ପ୍ରସିଦ୍ଧ ଓଡ଼ିଶୀ ଗୁରୁ ପଦ୍ମଶ୍ରୀ କେଳୁ ଚରଣ ମହାପାତ୍ର ଦିନକୁ ୨୦ରୁ ୨୫ ଖଣ୍ଡ ପାନ ସେବନ କରୁଥିଲେ। ବାଲ୍ୟକାଳରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ସେ ଏକଦା ଏକ ପାନ ବରଜରେ ପାଣି ଦେବା କାମ କରିଥିଲେ। ପାନ ବରଜର ମାଲିକ ତାଙ୍କ କଣ୍ଠସ୍ୱର ଶୁଣି ତାଙ୍କୁ ସଙ୍ଗୀତ ଶିଖିବାପାଇଁ ଅଯାଚିତ ଆର୍ଥିକ ସାହାଯ୍ୟ କରିଥିଲେ, ଯାହା ଫଳରେ ତାଙ୍କ ଭିତରେ ଥିବା ସୁପ୍ତ ପ୍ରତିଭା ଆଜି ଲୋକ ଲୋଚନକୁ ଆସି ପାରିଛି।</br>
===ବଟୁଆ===
ବଟୁଆ ଓଡ଼ିୟାମିର ଏକ ପ୍ରତୀକ ଓଡ଼ିଆର ଗଉରବ। ଆଗକାଳରେ ପାନ ବଟୁଆରେ କେବଳ ପାନ, ଗୁଆ, ଗୁଣ୍ଡି ରହୁ ନଥିଲା। ସେଥିରେ ନାନାଦି ଜଡ଼ିବୁଟି, ତିଳକ, କୋଥଳି, ଛୁରୀ, କତୁରୀ, ପଇସାପତ୍ର, ପାନଗୁଆ ମସଲା ମସଲି ଆଦି ରହୁଥିଲା। ଏବେବି ମଫସଲ ଅଞ୍ଚଳର କେତେକ ଓଡ଼ିଆ ଘରକୁ ଗଲେ ଭଙ୍ଗାପାନ ନ ଦେଇ ଲୋକେ ପାନ, ଗୁଆ, ଗୁଣ୍ଡି, ଚୂନ, ଖଇର, ଜାଇଫଳ, ଅଳେଇଚ ଆଦିରେ ସଜ୍ଜିତ ବଟୁଆ ଦେଇ ଅତିଥିକୁ ନିଜ ପସନ୍ଦର ପାନଟିଏ ଭାଙ୍ଗି ଖାଇବାର ସ୍ୱତନ୍ତ୍ରତା ଦେଇଥାନ୍ତି।
===ପିକଦାନୀ===
ରାଜାମହାରାଜାଙ୍କ ପ୍ରିୟ ମୁଖମହକ ଭାବେ ପାନ ସେବନର ଏକ ସୌଖିନ ଋଚି ମୋଗଲ ସମ୍ରାଟଙ୍କଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଚାଲି ଆସିଛି। ପିକଦାନୀ ନାନାତି କଳାନୈପୁଣ୍ୟ ଖୋଦିତ ପିତଳ, କଂସା, ରୂପା ଓ ସୁନା ଆଦି ଧାତୁରେ ନିର୍ମିତ ହୋଇଥାଏ।
===ଲୋକକଥା===
କଥାରେ ଅଛି - ‘‘ଘରେ ଖାଉଛି, ପାନ ବରଜରେ ପାଣି ଦେଉଛି।’’ ଓଡ଼ିଶାର ଅନେକ ପର୍ବପର୍ବାଣୀରେ ପାନର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ସତ୍ୟନାରାୟଣ ପୂଜା ଓ ତ୍ରିନାଥ ମେଳା ଆଦିରେ ପାନ ପ୍ରଥମେ ଦରକାର ହୋଇଥାଏ। ଘରୁ ବାହାରିଲା ବେଳେ ପାନ ଖଣ୍ଡେ ଖାଇ ବାହାରିଲେ ଯାତ୍ରାଶୁଭ ଓ କାର୍ଯ୍ୟସିଦ୍ଧି ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଅନ୍ୟକୁ ବଶୀଭୂତ କରିବାପାଇଁ ପାନ ଭିତରେ ବିଭିନ୍ନ ଚେରମୂଳି ଦେଇ ତାନ୍ତ୍ରିକମାନେ ପ୍ରୟୋଗ କରିବାର ଜନଶ୍ରୁତି ରହିଛି।
===ଶ୍ରୀଜଗନ୍ନାଥଙ୍କ ପାନସେବା===
ଭୋଜନ ଅନ୍ତେ ଶ୍ରୀଜଗନ୍ନାଥଙ୍କ ଘରଣୀ, ଲକ୍ଷ୍ମୀ ଠାକୁରାଣୀ ପ୍ରଭୁଙ୍କର ମନଜାଣି ତାମ୍ବୁଳ ଭୁଞ୍ଜାଇ ଦିଅନ୍ତି ବୋଲି ଲକ୍ଷ୍ମୀ ପୁରାଣ ଓ ଜଗନ୍ନାଥ ଦର୍ଶନରେ ବର୍ଣ୍ଣିତ ଅଛି। ରାଶିପାନ, ଗଜମୋତି, ଚୂନ, ଗୁଆ, ଚୁଆ, ଚନ୍ଦନ, ମୁଖମୋହକ ପାଇଁ ଗୁଜୁରାତି, ଲବଙ୍ଗଦେଇ ଖିଲି ପ୍ରସ୍ତୁତ କରାଯିବାର ଲୋକମତ ଏବେବି ରହିଛି। ସାମାନ୍ୟ ମଣିଷଟିର ଦୈନନ୍ଦିନ ଜୀବନରେ ଯେମିତି ପାନର ଆବଶ୍ୟକତା ରହିଛି, ସେମିତି ପ୍ରଭୁ ଜଗନ୍ନାଥଙ୍କର ପାନ ସେବାର ବିଧି ରହିଛି। ବିଡ଼ିଆ ଯୋଗାଣିଆ ଛାଚିପାନ, ଗୁଆ, ଗଜମୋତି, ଚୂନ, ଚୁଆ, ଚନ୍ଦନ, କର୍ପୁର ଦେଇ ଚାରି ଚଉତା କରି ସେଥିରେ ଲବଙ୍ଗଟିଏ ଖୋସି ମହାପ୍ରଭୁଙ୍କର ପାନ ତିଆରି କରିବାର ସେବା କରିଥାନ୍ତି। ତିଆରି ହୋଇଥିବା ପାନକୁ ପ୍ରଭୁଙ୍କ ପାଖରେ ଛାଡ଼ିବାର ଦାୟିତ୍ୱ ହଡ଼ପ ନାୟକଙ୍କର। ପୂଜାପଣ୍ଡା ହଡ଼ପ ନାୟକଙ୍କଠାରୁ ପାନ ନେଇ ରୂପା ଥାଳିଆରେ ରଖି ଜୀଉଙ୍କୁ ଭୋଗ ଲଗାନ୍ତି। ଏହାପରେ କର୍ପୁର ଆଳତୀ ହୋଇଥାଏ।
===ପଲ୍ଲୀଜୀବନରେ ପାନ===
ଓଡ଼ିଆ ପଲ୍ଲୀଜୀବନରେ ପ୍ରତିଟି କାମକର୍ଯ୍ୟ ଓ ପର୍ବପର୍ବାଣୀରେ ପାନର ଏକ ସ୍ୱତନ୍ତ୍ର ଭୂମିକା ରହିଛି। ବାହାଘର ହେଉକି ଶୁଦ୍ଧ ଘର ସବୁଛି ପାନ ଲୋଡ଼ା ହୋଇଥାଏ। ପିଲାଠାରୁ ବୁଢା ସଭିଏଁ ପାନ ଖାଇଥାନ୍ତି। ଧନୀ, ଗରିବ ନିର୍ବିଶେଷରେ ସମସ୍ତେ ପାନ ଖାଇଥାନ୍ତି। ବିଶେଷ କରି ଖାଇ ସାରିବାପନେ ପାନ ଖଣ୍ଡେ କଳରେ ନ ଜାକିଲେ ପୂର୍ଣ୍ଣତା ଆସେନାହିଁ।
ଓଡ଼ିଆ ଜୀବନରେ ପାନର ଭୂମିକା ଓଡ଼ିଆ ସାହିତ୍ୟ, ଲୋକକଥା ଆଦିରେ ସ୍ପଷ୍ଟ ଦେଖାଯାଏ। ଏହାର କତିପୟ ଉଦାହରଣ ଏଠାରେ ଦିଆଗଲା।
*କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖନୀରୁ :
{{Rquote|centre|ମଲ୍ଲୀମାଳ ଶ୍ୟାମଙ୍କୁ ଦେବି, ମନ ତୋଷିବି</br>ସେ ଯେବେ କରିବେ ମାନ, ଭାଙ୍ଗି ଭୁଞ୍ଜାଇବି ପାନ</br>ଗଣ୍ଡରେ ଦେଇ ଚୁମ୍ବନ ହରଷ କରାଇବି॥}}
*ଆଗକାଳରେ ପ୍ରେମିକା ପ୍ରେମିକର ମାନଭଞ୍ଜନ ପାଇଁ ସୋହାଗରେ ପାନଖଣ୍ଡେ ଭାଙ୍ଗି ଦେଇଥାଏ। ସମ୍ଭବତଃ ଏକଥା ରାଧାକୃଷ୍ଣ ପ୍ରେମଲୀଳାରେ ବର୍ଣ୍ଣନା କରାଯାଇଛି।
*ସୁଖ-ଦୁଃଖ, ହସକାନ୍ଦ, ଅଭିମାନ ଆକ୍ରୋଶ ଆଦି ସବୁ ଭାବର ସାକ୍ଷୀ ଏଇ ପାନ। ପଲ୍ଲୀଗୀତରେ ଏହାର ଚଟୁଳ ଚିତ୍ର ଦେଖିବାକୁ ମିଳେ। ନାଁ ଦିଆ ଗୀତରୁ ପଦେ:
{{Rquote|centre|ମୁଣ୍ଡିଆ ଉପରେ ଗାଡ଼ିଆଟିଏ</br>ମାଛ ମାରିଗଲା ଭେଣ୍ଡିଆଟିଏ</br>ମୋଡ଼ିମାଡ଼ି କରି ଖାଇଲା, ରକତ ଟୋପାଏ ପଡ଼ିଲା॥}}
*ଅନ୍ୟଏକ ଲୋକଗୀତ
{{Rquote|centre|ଚାରିଜାତି ମିଳି ଏକ ହୁଅଇ</br>ବେଳକାଳ ଜାଣି ରଙ୍ଗ ବହଇ</br>ପାଞ୍ଚରେ ଗଣନା କେବେ ନୁହଇ, </br> ତା’ ନ ଚିହ୍ନି କେହି ମଣିଷ ନାହିଁ॥}}
*ପାନ ଓ ପ୍ରୀତିର ସଂପର୍କକୁ ଦର୍ଶାଉଥିବା ତାଳଚେର ଅଞ୍ଚଳର ‘ସଜନୀଗୀତ’
{{Rquote|centre|ଧନ କରିବା ପାନ ଖରଚ, ସଜନୀ ଗୋ</br>କଟକର ଗୁଆକାତି</br>ଜଙ୍ଘରେ ବସାଇ ପାନ ଖୁଆନ୍ତି ଗୋ, </br> ହସି ପୁହାଇ ଦିଅନ୍ତି ରାତି, ସଜନୀ ଗୋ॥}}
*ପ୍ରୀତିସୂଚକ ଅନ୍ୟଏକ ଲୋକଗୀତ
{{Rquote|centre|ପାକଲା ପାନର ଚୂନ</br>ହସି ହସି କହି ମିଠା ବଚନ</br> ମିଠା ବଚନ ଗୋ, ଭୁଲାଉଛ ମୋର ମନ</br>x x x x </br>ଜହ୍ନ ଆସେ ଘନଘନ, </br> ନିଅ ଏବେ ତୁମ ବିଡ଼ିଆ ପାନ ବିଡ଼ିଆ ପାନ ଗୋ, </br>ମୋହିଲ ମୋହରି ମନ॥}}
*ପାନ ଓ ପ୍ରୀତିକୁ ନେଇ ବଲାଙ୍ଗୀର ଅଞ୍ଚଳର ‘ଦୋଳିଗୀତ’
{{Rquote|centre|ଥାଳିରେ ରଖିଲି ପାନ,</br>ତୋହର ମୋହର ଗୋଟେ ଜୀବନ,</br>ଜାତି ହେଲା ଭିନ୍ନ ଭିନ୍ନ ସଜନୀ ରେ ॥}}
*ମିଳନ ପରି ବିରହ ଗୀତରେ ମଧ୍ୟ ପାନର ଉଲ୍ଲେଖ ରହିଛି। ଝିଅଟିଏ ବିଦାବୋଇ ଶାଶୁ ଘରକୁ ଯିବାବେଳେ କାନ୍ଦଣାଗୀତ ଗାଇଥାଏ।
*କେନ୍ଦୁଝର ଅଞ୍ଚଳର କାନ୍ଦଣାଗୀତ:
{{Rquote|centre|ଆଳୁ ପତରିଆ ମହତା ପାନ,</br>ତୁମକଥା ସବୁ ହେବ ସପନ,</br>ଜାତି ହେଲା ଭିନ୍ନ ଭିନ୍ନ ସଜନୀ ରେ ॥}}
*ବାଣପୁର ଅଞ୍ଚଳର କାନ୍ଦଣାଗୀତ:
{{Rquote|centre|ପାନଖିଆ ପାଞ୍ଚ ଟଙ୍କା, ବୋଉଲୋ ମୋର... }}
{{Rquote|centre|ପାନଭାଙ୍ଗି କିଏ ଖୁଆଇ ଦେବ, ବୋଉଲୋ ମୋର... }}
*କଟକ ଅଞ୍ଚଳର କାନ୍ଦଣାଗୀତ (ଝିଅ ମାମୁଙ୍କୁ ବାହୁନି କାନ୍ଦୁଛି):
{{Rquote|centre|କେଉଁ ପାନଖିଲ ଖାଇ ନଥିଲ ହେ ମାମୁ,</br>ପାନ ମସଲାରେ ଭୁଲି ପଡ଼ିଲ ହେ ମାମୁ...}}
*ଶାଶୁବୋହୂ, ଦିଅର ଭାଉଜ, ଭାଇଭଉଣୀ ଓ ସ୍ୱାମୀସ୍ତ୍ରୀ ଆଦି ପାରିବାରିକ ସମ୍ପର୍କ ଭିତରେ ମଧ୍ୟ ପାନର ପ୍ରବେଶ ରହିଛି। ବୋହୂର ଚାଲିଚଳଣକୁ ଆକ୍ଷେପ କରି ଶାଶୁ କହୁଥିବା କଥାରେ ପାନର ଉପସ୍ଥିତିକୁ ଦେଖନ୍ତୁ:
{{Rquote|centre|ଶେଯରେ ନଣଠଣ ଥୁଅନ୍ତି,</br>ବରମାନଙ୍କ ମୁଖ ଦେଖିବାପାଇଁ,</br>ଶେଯରେ ପିକଦାନୀ ଧୁଅନ୍ତି ନେଇ,</br>ରାତିରେ ପାନପିକ କାଢ଼ିବାପାଇଁ </br>X X X X</br>କଳାଲୋ ଧଳାଲୁଗା ଦେହକୁ ମୋଟା</br>ବାଛି ପିନ୍ଧିଲେ ବୋହୂ ବଙ୍ଗାଳି ଫେଟା</br>ବଙ୍ଗାଳି ଫେଟାକୁ ଲୋ ଏ ପାନଖିଆ</br>ଏକାଳ ବୋହୂଙ୍କୁ ଲୋ ମାନିଲା ଏହା</br>ବୋହୁଙ୍କଠୁଁ ମରା ଇଂଗୋଜି ନେଲା</br>ରୁପେଲି ପିକଦାନୀ ବଟୁଆ ଦେଲା</br>ମହତ ପାନକୁ ଲୋ ଏ କଲି ଚୂନ</br>ବୋହୂଙ୍କ ପାନଖିଆ କଲା ଉଚ୍ଛନ୍ନ</br>ଜାହାଜୀ ଗୁଆକୁ ଲୋ ଏ ଗୁଜୁରାତି</br>ବୋହୂଙ୍କ ପାନଖିଆ ବଡ଼ ଅନିତୀ॥}}
କେଉଁଝର ଅଞ୍ଚଳର ଏଇ ଗୀତରେ ଦିଅରକୁ ପ୍ରଶଂସା କରି ଭାଉଜ କହେ:
{{Rquote|centre|ଦିଅର ମୋହର ରଜାର ପୁଅଲୋ,</br>ପାନ ଖିଲ ଭୁଞ୍ଜାଇଲା, </br>ନଣନ୍ଦ ମୋହର ପରଘରୀଟାଲୋ </br>ଚାଉଳ ଧୋଇ ଥୋଇଲା॥}}
ଆଉ ଏକ ଲୋକ ଗୀତରେ ଦିଅରକୁ ଚାଟୁ କରି ଭାଉଜ କହେ:
{{Rquote|centre|ଚୂନ ଖଇର ଡବା,</br>ପାନଭାଙ୍ଗି କରୁଥିବା ସେବା, </br>ବଉ ଘରକୁ ଯିବା॥}}
ଭଉଣୀ ନିଜ ଭାଇର ଗୁଣ ବଖାଣି କହେ:
{{Rquote|centre|ମୋ ଭାଇ ବସିଛି ଉଚ୍ଚ ପିଣ୍ଡାରେ, ଭଗାରୀ ବସିଛି ତଳେ</br>ପାନ ଖାଇ ପିକ ପକାଇ ଦେଲେରେ ପଡ଼ିଲା ଭଗାରି ଶିରେ॥}}
*ଓଡ଼ିଆ ଝିଅମାନଙ୍କର ସବୁଠାରୁ ବଡ଼ ପର୍ବ ରଜପର୍ବରେ ବୋଲାଯାଉଥିବା ଦୋଳିଗୀତରେ ମଧ୍ୟ ପାନର ପ୍ରତିଫଳନ ଦେଖିବାକୁ ମିଳିଥାଏ:
{{Rquote|centre|କଷିଗୁଆ କଷି ପାନ,</br>ଗୁଜୁରାତି ଦେଇ ବିଡ଼ିଲି ମନ,</br>ରଜ ସଙ୍କରାନ୍ତି ଦିନ</br> X X X X</br>ପାନଭଙ୍ଗା ଖିଲିକାତି</br>କହି ପଠେଇଲେ ଦେଇ ପଠାନ୍ତି</br>କଟକିଆ ଗୁଜୁରାତି</br>X X X X </br>ତାଟିଆରେ ଭଙ୍ଗା ପାନ</br>ତୋରପରା ଭାଇ କରମହୀନ</br>ମୋ ସାଙ୍ଗେ ନାହିଁ ଲଗନ॥}}
*ପାରଳାଖେମୁଣ୍ଡି ଅଞ୍ଚଳର ମହାଲକ୍ଷ୍ମୀ ଜଣାଣରେ ପାନର ବର୍ଣ୍ଣନା:
{{Rquote|centre|ଆଗରେ ଧାନଘର ମାଗୋ ପଛରେ ପାନ ଘର</br>ଲକ୍ଷ୍ମୀଥିବ ମାଗୋ ମୋହରି ଘର॥}}
*ଚାଷ ଓ ପାଗବେଳ ଗୀତରେ
{{Rquote|centre|ଷାଠିଏ ଓଡ଼ ମୂଳା, ତହିଁରେ ଅଧ ସୁଳା</br>ତହିଁରେ ଅଧତୁଳା, ତହିଁରେ ଅଧ ଧାନ </br>ତେବେ ସେ ଚଷାଖାଏ ସୁପାରି ପାନ॥}}
*ବିବାହ ଗୀତିକା ଅନ୍ତର୍ଗତ ସୀତା ବିଭା ଗୀତରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ସୀତାଙ୍କୁ ବିବାହ କରି ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ ସମୟରେ ଦୃଶ୍ୟରେ ପାନର ବର୍ଣ୍ଣନା:
{{Rquote|centre|ବାର ଯେ ବରଷ କରି ବଢ଼ାଇଣ ଅଛି</br>କ୍ଷଣକ ମାତ୍ରକେ ରାମ ଘେନି ଯାଉଛନ୍ତି </br>ଏତେ ବୋଲିରେ ସେ ରାମ ପାଲିଙ୍କି ଚଢିଲେ</br>ପାଲିଙ୍କିରେ ଚଢ଼ି ରାମ ତାମ୍ବୁଳ ଭୁଞ୍ଜିଲେ॥}}
* ଆଉ କେତେଗୋଟି ପଲ୍ଲୀ ଗୀତରେ ବଙ୍ଗାଳି ପାନର ବର୍ଣ୍ଣନା:
{{Rquote|centre|ତୁଣ୍ଡକୁ ସୁନ୍ଦର ବଙ୍ଗାଳି ପାନ</br>ବିଭାହେବାପରି ଦିଶିବ ଧନ ॥}}
* କଟକ ଅଞ୍ଚଳର ପୁନେଇଁ ଗୀତରେ:
{{Rquote|centre|ଆସୁଛନ୍ତି ପରା ମୋ ପ୍ରାଣ ଧନ</br>ମୁଗୁଲି ଦାନ୍ତକୁ ବଙ୍ଗାଳି ପାନ ॥}}
 
 
 
 
 
 
 
 
ଇତିହାସ କହେ ଯେ ଆଗକାଳରେ ନାରୀମାନେ ନିଜ ଓଠକୁ ରଙ୍ଗ କରିବା ପାଇ ପାନ ଖାଉଥିଲେ । ସେମାନେ ପ୍ରାକୃତିକ ରଙ୍ଗ ହିସାବରେ ଏହାକୁ ବ୍ୟବହାର କରୁଥିଲେ । [[ଭାରତ]], [[ଚୀନ]], [[ନେପାଳ]], [[ଭୁଟାନ]], [[ବର୍ମା]], [[ଥାଇଲାଣ୍ଡ]], [[ମାଲେସିଆ]]ରେ ପାନକୁ ଆଭିଜାତ୍ୟର ଚିହ୍ନ ହିସାବରେ ବ୍ୟବହାର କରୁଥିଲେ ।
 
==ଆଧାର==
{{ଆଧାର}}
==ଆହୁରି ପଢ଼ନ୍ତୁ==
 
ମାସିକ ଓଡ଼ିଆ ପତ୍ରିକା ସଚିତ୍ର ବିଜୟା, ଅପ୍ରେଲ ୧୯୯୯ ସଂଖ୍ୟା
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ar:مضغة التنبول]]
"https://or.wikipedia.org/wiki/ପାନ"ରୁ ଅଣାଯାଇଅଛି