"ଶ୍ରୀୟା ଚଣ୍ଡାଳୁଣୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର +
କିମ୍ବଦନ୍ତୀ
୨ କ ଧାଡ଼ି:
'''ଶ୍ରୀୟା ଚଣ୍ଡାଳୁଣୀ''' [[ବଳରାମ ଦାସ]]ଙ୍କ ରଚିତ ''[[ଲକ୍ଷ୍ମୀ ପୁରାଣ]]''ର ମୁଖ୍ୟ ଚରିତ୍ର ଓ ଏହି ରଚନା ଅନୁସାରେ ଜଣେ [[ଦଳିତ]] ନାରୀ । ''ଲକ୍ଷ୍ମୀ ପୁରାଣ''ର କାହାଣୀ ତାତ୍କାଳିକ ଓଡ଼ିଶାରେ ଦଳିତ ମହିଳାଙ୍କ ଧାର୍ମିକ ଅଧିକାରକୁ କେନ୍ଦ୍ର କରି । ଏହି କାହାଣୀ ଅନୁସାରେ ଧନର ଦେବୀ [[ଲକ୍ଷ୍ମୀ]]ଙ୍କୁ ନିରନ୍ତର ପୂଜା କରୁଥିବା ଶ୍ରୀୟାଙ୍କ କୁଡ଼ିଆକୁ ଲକ୍ଷ୍ମୀ [[ମାର୍ଗଶିର ମାସ]] ଗୁରୁବାରରେ ବିଜେ କରନ୍ତି । ଦଳିତମାନଙ୍କୁ ସେ ସମୟରେ ହିନ୍ଦୁ ସମାଜର ଉଚ୍ଚ ଜାତିର ଲୋକେ ଅସ୍ପୃଶ୍ୟ ବିବେଚନା କରୁଥିବା ସତ୍ତ୍ୱେ ଲକ୍ଷ୍ମୀ ଶ୍ରୀୟାଙ୍କ କୁଡ଼ିଆକୁ ଯାଇ ତାଙ୍କୁ ଆଶୀର୍ବାଦ ଦିଅନ୍ତି । କିନ୍ତୁ ଲକ୍ଷ୍ମୀ [[ଜଗନ୍ନାଥ ମନ୍ଦିର|ବଡ଼ ଦେଉଳ]]କୁ ବାହୁଡ଼ିବା ବେଳେ ତାଙ୍କ ସ୍ୱାମୀ [[ଜଗନ୍ନାଥ]] ଏବଂ ଦେଢ଼ଶୂର [[ବଳଭଦ୍ର]] ତାଙ୍କୁ ଜଣେ ଅସ୍ପୃଶ୍ଯ ଲୋକର ଘରକୁ ଯାଇଥିବାରୁ ତାଙ୍କୁ "ଦୂଷିତ" ବୋଲି କହି ଅଟକାନ୍ତି । ଲକ୍ଷ୍ମୀ କୋପରେ ଦୁଇ ଭାଇଙ୍କୁ ଅଭିଷାପ ଦିଅନ୍ତି ଓ ଉଭୟ ଜଗନ୍ନାଥ ଓ ବଳଭଦ୍ର ଅସ୍ପୃଶ୍ୟତାର ବିଶାଳ କୁପରିଣାମ ଉପଲବ୍ଧି ନ କଲା ପର୍ଯ୍ୟନ୍ତ ଖାଦ୍ୟ, ପରିଧାନ ଓ ଆଶ୍ରାହୀନ ହୋଇ ରହନ୍ତି । ଅକଥନୀୟ ଦୁଃଖ ଭୋଗିବା ପରେ ସେମାନେ
କାହାକୁ "ଅସ୍ପୃଶ୍ୟ" ବୋଲି ବ୍ୟବହାର କରାଯିବ ନାହିଁ ବୋଲି ହୃଦୟଙ୍ଗମ କରନ୍ତି ।<ref>{{Cite book|url=https://www.worldcat.org/oclc/1256677005|title=Women reinventing development the Odisha experience|date=2021|others=Asha Hans, Amrita M. Patel, Bidyut Mohanty, Swarnamayee Tripathy|isbn=978-1-000-42220-7|location=London|oclc=1256677005}}</ref>
 
== କିମ୍ବଦନ୍ତୀ ==
[[ମାଣବସା ଗୁରୁବାର|ମାଣବସା ଗୁରୁବାରର]] କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ । ଏହା ମତେ ଦାସଦାସୀ ପରିବେଷ୍ଟିତ ଲକ୍ଷ୍ମୀ ଦିନେ ସ୍ୱାମୀଙ୍କୁ ମାଣବସା ଗୁରୁବାର ବାବଦରେ ଜଣାଇ ଦେଶ ଭ୍ରମଣରେ [[ବଡ଼ ଦେଉଳ|ବଡ଼ ଦେଉଳରୁ]] ବିଜେ କଲେ । କିଏ ତାଙ୍କୁ ପୂଜୁଛି ତାହା ଜାଣିବା ନିମନ୍ତେ ସେ ଘର ଘର ବୁଲିଲେ । ଅନେକ ଧନୀ, ବଡ଼ ଲୋକ ସେଦିନ ଗୁରୁବାର ବୋଲି ଭୁଲି ଯାଇଥିବା ଦେଖିବା ପରେ ସେ [[ଶ୍ରୀୟା ଚଣ୍ଡାଳୁଣୀ|ଶ୍ରୀୟା]] ନାମକ ଜଣେ [[ଦଳିତ]] ନାରୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖିବା ଦେଖି ଲକ୍ଷ୍ମୀ ତାହାଙ୍କ ଭକ୍ତିରେ ମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ । ଏହା ଶୁଣି [[ବଳରାମ]] କୋପକଲେ । ସେତେବେଳର ସମାଜରେ ଦଳିତମାନଙ୍କୁ ଅଛୁଆଁ ଭାବେ ଗଣା ଯାଉଥିବାରୁ ଜଣେ ଦଳିତ ଲୋକର ଘରେ ପାଦ ଦେଇଥିବାକୁ ଅପରାଧ ବିବେଚନା କରି ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ଅପମାନିତ ହୋଇ ସେ ଘରୁ ବାହାରି ଗଲେ । ଯିବା ବେଳେ ପଣ କଲେ କାଳିଆ-ବଳିଆ (ଜଗନ୍ନାଥ-ବଳଭଦ୍ର) ଦୁଇ ଭାଇଙ୍କୁ ଉଚିତ ଶିକ୍ଷା ଦେବେ । ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ [[ତାଳବେତାଳ]] ନାମକ ଆଉ ଏକ ପ୍ରାସାଦ ଗଢ଼ାହେଲା । ଲକ୍ଷ୍ମୀ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ତାହାକୁ ଶ୍ରୀହୀନ କରିଦେଲେ । ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ । ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମାଲିକ/ମାଲିକାଣୀଙ୍କୁ ଲୋଡ଼ିଲେ । ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ । ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ ।<ref name="bibek">{{cite web|url=http://www.scribd.com/doc/231386520/Ama-vivek-November-01-15-2009|title=ମାଣବସା ଗୁରୁବାର|publisher=ଆମ ବିବେକ|accessdate=13 November 2014}}</ref>
 
== ଆଧାର ==