"ଆଖି ପଲକରେ ତୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
ଟିକେ "ମାନଙ୍କୁ" ଶବ୍ଦ ସହ ଲାଗିରହେ (via JWB)
୮୩ କ ଧାଡ଼ି:
ପରଦିନ ମୁନ୍ନା ଭଗିଆ କ‌ହିଥିବା ଜାଗାକୁ ଗଲା । ସେଠାରେ ଭଗିଆକୁ ମୁନ୍ନା ମାମା ବିଷୟରେ ପଚାରୁଥିବା ବେଳେ ମୁନ୍ନା ରାଜେଶକୁ ଅନ୍ୟମାନେ ମାରିଦେଇଛନ୍ତି ବୋଲି କ‌ହିଥିଲା ଏବଂ ସେତିକିବେଳେ ମୁନ୍ନା ଉପରେ ଅଚାନ‌କ ଗୁଳିର ବର୍ଷା ହେଲା । ଏହି ଦୃଶ୍ୟକୁ ମାମା ବଳିଆ ଭାଇର ଘରେ ଥାଇ ଟିଭିରେ ଦେଖିଲା । ଏବଂ ଭଗିଆ ଅସିବା ପରେ ମାମା ତାକୁ ତା'ର ଭାଇ ଉପରେ ଗୁଳିଚଳାଇଥିବା ଅପରାଧି ବୋଲି ଭାବିଲା । ହେଲେ ଭଗିଆ ମୁନ୍ନା ଉପରେ ଗୁଳି ଚଳାଇନାହିଁ ବୋଲି କ‌ହିଲା । ମାମା ଡାକ୍ତରଖାନାରେ ମୁନ୍ନାକୁ ଦେଖାକରିବାକୁ ଯିବାକୁ ଜିଦ୍ କଲା । ସେଥିପାଇଁ ମାମା ଏବଂ ଭଗିଆ ନିଜର ବେଶ ବଦଳାଇ ଡାକ୍ତରଖାନାରେ ପ‌ହଞ୍ଚିଲେ । ଡାକ୍ତରଖାନାରେ ପ‌ହଞ୍ଚିବା ପରେ ସେଠାରେ ସେମାନେ ମନ୍ତ୍ରୀ ବୀରଭାଇ, ବିଟୁ ଏବଂ ପୋଲିସ ଇନିସ୍‌ପେକ୍ଟର ଜି ଭି ମିର୍‌ଧାର କଥାବାର୍ତ୍ତା ଶୁଣିଲେ । ସେମାନେ ହିଁ ମୁନ୍ନାକୁ ମାରି ରାଜେଶକୁ ଜେଲ‌କୁ ପଠାଇବାକୁ ଚାହୁଁଥିଲେ । ହେଲେ ମୁନ୍ନା ବଞ୍ଚିଯିବା ପରେ ସେମାନେ ତାକୁ ମାରିବାକୁ ଡାକ୍ତରଖାନାରେ ମଧ୍ୟ ଚେଷ୍ଟା କରୁଥିଲେ । ଏହି କଥା ଜାଣିବା ପରେ ଭଗିଆ ମୁନ୍ନାକୁ ଡାକ୍ତରଖାନାରୁ ଲୁଚାଇ ନେଇ ଅନ୍ୟ ଜଣେ ବୈଦ୍ୟଙ୍କ ପାଖକୁ ନେଇଗଲା ସେତେବେଳକୁ ମୁନ୍ନା କୋମାକୁ ଚାଲିଯାଇଥିଲା ।
 
ମୁନ୍ନାକୁ ରାଜେଶ ନେଇଯାଇଥିବା ଜାଣି ଇନିସ୍‌ପେକ୍ଟର ରାଜେଶକୁ ଖୋଜି ଖୋଜି ଯାଇ ରାଜେଶର ଘରେ ପ‌ହଞ୍ଚିଲା । ସେଠାରେ ଭଗିଆ ତା' ଠାରୁ ବନ୍ଧୁକ ଛଡ଼ାଇ ରାଜେଶର ପରିବାରକୁ ନେଇ ଚାଲିଗଲା । ଭଗିଆ ମୁନ୍ନା ଚିକିତ୍ସିତ ହେଉଥିବା ରାଜେଶର ପରିବାର ଲୋକଙ୍କୁ ନେଇଯାଇଥିଲା । ସେଠାରେ ମୁନ୍ନାକୁ ପୁଣିଥରେ ଜୀବିତ ଦେଖି ରାଜେଶର ବାପା ଭଗିଆ ଉପରେ ବ‌ହୁତ ରାଗିଗଲେ ଏବଂ ଭଗିଆକୁ ଧିକ୍କାର କଲେ । ଭଗିଆ କେବେ ରାଜେଶ ହୋଇପାରିବନି ବୋଲି କ‌ହିଲେ । ମୁନ୍ନା ତାକୁ ମାରିଦେଇଥିବା କଥା ସେ ସମସ୍ତଙ୍କ ଠାରୁ ଲୁଚେଇ ରଖିଥିଲେ । ରାଜେଶକୁ ଗୁଣ୍ଡାମାନେ ମାରି ପୋତିଦେଇଥିବାର ସେ ନିଜ ଆଖିରେ ଦେଖିଥିଲେ ଏବଂ ତା'ର ମର ଶରୀରକୁ ନେଇ ଆସି ସେ ପୋଡ଼ି ଦେଇଥିଲେ । ଆଉ ସେଦିନ ସେ ଭଗିଆକୁ ସବୁ କଥା କ‌ହି ତାକୁ ରାଜେଶ ସଜେଇ ଘରକୁ ନେଇଥିବା କଥା ସମସ୍ତଙ୍କୁ ଜଣାଇଲେ । ଏହି ସବୁ କଥା ଶୁଣି କାନ୍ଦିବାକୁ ଲାଗିଲେ ଏବଂ ଭଗିଆ ସମସ୍ତଙ୍କୁ କଥା ଦେଲା କି ସେ ରାଜେଶକୁ ମାରିଥିବା ଲୋକ ମାନଙ୍କୁଲୋକମାନଙ୍କୁ ଉଚିତ ଶାସ୍ତି ଦେବ ।
 
ଭଗିଆ ଓ ମାମା ଘରେ ନଥିବା ବେଳେ ଇନିସ୍‌ପେକ୍ଟର, ବିଟୁ ଏବଂ ବୀରଭାଇ ଆସି ମୁନ୍ନାକୁ ସେଠାରେ ଦେଖିଲେ ଏବଂ ବାକି ସମସ୍ତଙ୍କୁ ଉଠେଇ ନେଇଚାଲିଗଲେ । ମୁନ୍ନାକୁ ସେହିଭଳି ଅବସ୍ଥାରେ ଛାଡ଼ିଦେଲେ ଏବଂ ତା ପାଖରେ ଗୋଟିଏ ଚିଠି ଲେଖି ରଖିଦେଇଆସିଲେ, ଯେଉଁଥିରେ ସେମାନେ ରାଜେଶକୁ ତା'ର ମୋବାଇଲ ନେଇ ପୁରୁଣା ଆଖଡ଼ା ଘରକୁ ଯିବାକୁ ଲେଖିଥିଲେ । ବଳିଆ ଭାଇ ଆସି ସେମାନଙ୍କୁ ଅକଟାଇବାକୁ ଚେଷ୍ଟା କରିବାରୁ ସେମାନେ ବଳିଆ ଭାଇର ମଧ୍ୟ ହତ୍ୟା କରିଦେଲେ । ରାଜେଶର ଘର ଲୋକମାନେ ସେମାନଙ୍କୁ ରାଜେଶ ସ‌ହ ଶତୃତା ବିଷୟରେ ପଚାରିବାରୁ ସେମାନେ ତାକୁ ରାଜେଶ ସୁଟିଂ କରିଥିବା ଗୋଟିଏ ଭିଡ଼ିଓ ବିଷୟରେ କ‌ହିଲେ । ଯେଉଁ ଭିଡ଼ିଓରେ ସେମାନେ ମୁନ୍ନାର ଅନାଥ ଆଶ୍ରମରୁ ପିଲାଙ୍କୁ ଚୋରି କରି କିଡ଼ିନ୍ ବାହାର କରି ବିକ୍ରି କରିବା ବିଷୟରେ କଥା ହେଉଥିଲେ । ସେଇ କଥା ବାହାରେ ଜଣା ପଡ଼ିଲେ ମନ୍ତ୍ରୀ ମହୋଦୟଙ୍କ ଉପରେ କିଛି ବିପଦ ପଡ଼ିବ ବୋଲି ସେ ଡରୁଥିଲେ । ସେହି ସମୟରେ ରାଜେଶର ମାଆ ବୀର ଭାଇର ସାର୍ଟକୁ ଟାଣି ଦେବାରୁ ସେଇଟା ଚିରିଗଲା ଏବଂ ତା' ଦେହରେ ଥିବା ଗୋଟିଏ [[ଚିତା]] ଦେଖାଗଲା । ସେଇ ଚିତାଟିକୁ ଖୋଜୁଥିଲା ମୁନ୍ନା କାରଣ ମୁନ୍ନାର ବାପାଙ୍କୁ ହତ୍ୟା କରିଥିବା ଲୋକଟିର ପିଠିରେ ସେଇ ଚିତାଟି ଥିଲା । ପରେ ସେମାନେ ରାଜେଶର ଘର ଲୋକମାନଙ୍କୁ ନେଇ ଚାଲିଗଲେ । ସେ ଚିତାଟିକୁ ଦେଖିବା ପରେ ମୁନ୍ନା ଧିରେ ଧିରେ କୋମାରୁ ବାହାରକୁ ଆସିଲା ଏବଂ ଭଗିଆ ପାଖକୁ ସେଇ ଚିଠିଟି ନେଇକି ଗଲା । ଭଗିଆକୁ ମୁନ୍ନା ରାଜେଶର ମୋବାଇଲ ବିଷୟରେ କ‌ହିଲା ଏବଂ ସେମାନେ ସେହି ମୋବାଇଲକୁ ଚାହୁଁଛନ୍ତି ବୋଲି ସେମାନେ କ‌ହିଲେ । ରାଜେଶର ମୋବାଇଲ ମାମା ପାଖରେ ଥିଲା ଏବଂ ସେଇଟା ମୁନ୍ନାର ଘରେ ଥିଲା । ରାଜେଶର ମୋବାଇଲ ମାମାର ଶୋଇବା ଘରୁ ଆଣିବା ପାଇଁ ରାଜେଶର ଦୁଇ ସାଙ୍ଗ ଝିଅବେଶ ହୋଇ ଗଲେ ଏବଂ ରାଜେଶର ମୋବାଇଲ ଆଣି ଭଗିଆ ଏବଂ ମୁନ୍ନାକୁ ଦେଲେ । ଭଗିଆ ଏବଂ ମୁନ୍ନା ବୀରଭାଇ, ବିଟୁ ଏବଂ ସେ ପୋଲିସ ଇନିସ୍‌ପେକ୍ଟରର ହତ୍ୟା କରି ରାଜେଶର ପରିବାର ଲୋକଙ୍କୁ ଉଦ୍ଧାର କଲେ ।