"ମହାଳୟା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ବନାନ (via JWB) ଟ୍ୟାଗ: Reverted |
ଟିକେ "ଦ୍ୱାରା" ଶବ୍ଦ ସହ ଲାଗିକି ରହିବ (via JWB) ଟ୍ୟାଗ: Manual revert |
||
୨୩ କ ଧାଡ଼ି:
[[ଆଶ୍ୱିନ]] ମାସର ପ୍ରଥମ ପକ୍ଷ "ପିତୃ ପକ୍ଷ" ନାମରେ ଜଣା । ଏହି ପକ୍ଷର ଅମାବାସ୍ୟା "ମହାଳୟା ଅମାବାସ୍ୟା" ନାମରେ ପାଳିତ ।<ref name="Clothey1978">{{cite book|author=Fred W. Clothey|title=The Many Faces of Murukan̲: The History and Meaning of a South Indian God|url=http://books.google.com/books?id=0AevljBmCRQC&pg=PA134|date=1 January 1978|publisher=Walter de Gruyter|isbn=978-90-279-7632-1|pages=134–}}</ref> ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ । ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା । ମହଳୟା ଶ୍ରାଦ୍ଧର ତର୍ପଣରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଅଚାର୍ଯ୍ୟ, ବେଦ, ଛନ୍ଦ, ଗନ୍ଧର୍ବଗଣ, ଦେବଗଣ, ପୁରୁଣାଚାର୍ଯ୍ୟ, ସମ୍ବତ୍ସର, ଶାବୟବ, ନାଗଗଣ, ଯକ୍ଷ, ଭକ୍ଷ, ପିଶାଚ, ବନସ୍ପତି, ଔଷଧ, ଭୂତଗ୍ରାମ, ଚତୁଷ୍ଟୟ ଏବଂ ପୃଥିବୀ ଇତ୍ୟାଦି କୋଡ଼ିଏ ଦେବଗଣଙ୍କୁ ଗୋଟିଏ ଥର ତର୍ପଣ; ସନତ, ସନନ୍ଦ, ସନତନ, କପିଳ, ଆସୁରୀ, ଡୋବୁ, ଏବଂ ପଞ୍ଚଶିଖ ଇତ୍ୟାଦି ସାତ ଋଷିଙ୍କୁ ଦୁଇ ଥର ତର୍ପଣ ଏବଂ ପିତୃପୁରୁଷଗଣଙ୍କୁ ତିନିଥର ତର୍ପଣରେ ଅପ୍ୟାୟିତ କରାଯାଏ । ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟରୂପେ କଳ୍ପିତ କରାଯାଏ । ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରଦ୍ଧ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହଯାଏ । ମହାଳୟା ତିଥିରେ [[ଓଡ଼ିଶା]]ର [[ଢେଙ୍କାନାଳ ଜିଲ୍ଲା]] ଅନ୍ତର୍ଗତ [[ଭୁବନ]]ଠାରେ "ଦଶହରା ବଳଦ ଯାତ୍ରା"ର ଆରମ୍ଭ ହୋଇଥାଏ ।<ref name="OSN">{{cite news|title=ଭୁବନର ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା|url=http://www.odiaspotnews.in/webpage/detailnews/59/6|accessdate=11 September 2015|newspaper=Odiaspotnews.in|date=21 September 2014}}</ref> ଏହି ଦିନ [[ସମ୍ବଲପୁର]]ର [[ସମଲେଶ୍ୱରୀ]]ଙ୍କ "ଧବଳମୁଖୀ ବେଶ" ହୋଇଥାଏ ।<ref name="Odisha">{{cite news|last=ନାୟକ|first=ଅଜିତ|title=ମା' ସମଲେଶ୍ୱରୀଙ୍କ ପୀଠରେ ଆରମ୍ଭ ହେଲା ଷୋହଳ ପୂଜା|url=http://www.odisha.com/20050925/fullstory/Religion.rituals.Sambalpur.html|accessdate=11 September 2015|newspaper=Odisha.com|date=25 September 2005}}</ref>
ହିନ୍ଦୁ ଧାର୍ମିକ ପରଂପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ ।
==ବିଭିନ୍ନ ସ୍ଥାନରେ ପାଳନ==
|