"ମାଲକାନଗିରି ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ 2409:4062:2E06:FCE8:908D:6C88:41A7:F258 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Jnanaranjan sahuଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
୧୧୫ କ ଧାଡ଼ି:
ସରସ୍ୱତୀ ଶିଶୁ ମନ୍ଦିର-୧୩
ସରସ୍ୱତୀ ବିଦ୍ୟା ମନ୍ଦିର-୧୩
 
ମାଲକାନଗିରି ଜିଲ୍ଲାର ଶିକ୍ଷା ରୂପରେଖା -
 
ମାଲକାନଗିରି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ମାଲକାନଗିରି ତା ୦୫/୦୭/୧୨ ରିଖ ଠାରୁ ବିଧିବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ କରି ଆସୁଛି। ଓଡିଶା ସରକାରଙ୍କ ବିଜ୍ଞାପନ ସଂଖ୍ୟା ୧୩୯୩୫/ବିଦ୍ୟାଲୟ ଗଣଶିକ୍ଷା ବିଭାଗ ତା ୩୦/୫/୧୨ ଅତିରିକ୍ତ ଶାସନ ସଚିବ ବିଦ୍ୟାଲୟ ଗଣଶିକ୍ଷା ବିଭାଗଙ୍କ ଅନୁଯାୟୀ ପୂର୍ବ ଜୟପୁର ଶିକ୍ଷାମଣ୍ଡଳ ଜୟପୁର ଠାରୁ ବିଭାଜନ ହୋଇ ଛାତ୍ରଛାତ୍ରୀ ମାନଙ୍କର ବିଜ୍ଞାନ,କ୍ରିଡା,ସାମାଜିକ ସେବା ଆଦର୍ଶ ନାଗରିତ୍ୱ ଇତ୍ୟାଦି ସହ ଶିକ୍ଷଣ କାର୍ଯ୍ୟ କ୍ରମ ଗୁଡିକର ଦକ୍ଷତା ଅଭିବୃତି ନିମନ୍ତେ ରାଜ୍ୟର ପ୍ରତି ରାଜ୍ୱସ୍ୱ ଜିଲ୍ଲାରେ ବିଦ୍ୟାଲୟ ଗଣଶିକ୍ଷା ବିଭାଗ ଏବଂ ମାଧ୍ୟମିକ ଶିକ୍ଷାପରିଷଦ ଓଡିଶାଙ୍କ ନିୟମ ଅନୁଯାୟୀ କାର୍ଯ୍ୟକାରି ହୋଇଆସୁଛି ।
 
ସ୍ୱାକ୍ଷର ଭାରତ କାର୍ଯ୍ୟକ୍ରମ -
 
ସ୍ୱାକ୍ଷର ଭାରତ କାର୍ଯ୍ୟକ୍ରର୍ମଟି ଭାରତ ସରକାରଙ୍କ ଏକ ପ୍ରୟୋଜିତ କାର୍ଯ୍ୟକ୍ରମ । ଏହା ଓଡିଶାରେ ତା ୨୮/୦୨/୧୧ ରିଖ ଆରମ୍ଭ ହେଲା ଏବଂ ମାଲକାନଗିରି ଜିଲ୍ଲାରେ ତା ୨୮/୦୭/୧୪ ରିଖ ଠାରୁ କାର୍ଯ୍ୟକାରୀ ହେଲା ।୧୫ ବର୍ଷରୁ ଉର୍ଦ୍ଧ ବୟସ ସୀମା ଭିତରେ ଯୁବ ଅଶିକ୍ଷିତ ବର୍ଗର ବିଶେଷ କରି ମହିଳା ଅନୁସୂଚିତ ଜାତି/ଅନୁସୂଚିତ ଅଣଜାତି, ସଂଖ୍ୟାଲଘୁ ଓ ଅନଗ୍ରସର ବର୍ଗଙ୍କୁ ଶିକ୍ଷିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।ଏହି କାର୍ଯ୍ୟକ୍ରମ ପାଇଁ ଭାରତ ସରକାର ତଥା ଓଡିଶା ସରକାରଙ୍କର ଅନୁଦାନ ଯଥାକ୍ରମେ ୭୫:୨୫ ଅନୁପାତ ରହିଛି ।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଏହି ଯେ କୈଶର ଶିକ୍ଷାକୁ ବୃଢ କରିବାରେ ପ୍ରୋସ୍ଚାହନ କରିବ । ବିଶେଷକରି ମହିଳାମାନେ ଯେଉଁମାନେ କି ବିଦ୍ୟାଳୟରୁ ଅନୁଷ୍ଠାନ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ଓ ସେମାନଙ୍କର ଅନୁଷ୍ଠାନ ଶିକ୍ଷା ପାଇଁ ବୟସ ସୀମା ଅତିକ୍ରମ ହୋଇଛି ।
 
ଏହି କାର୍ଯ୍ୟକ୍ରମ ନାରୀ ଓ ପୁରୁଷ ମଧ୍ୟରେ ଶିକ୍ଷାର ବ୍ୟବଧାନକୁ ହ୍ରାସ କରିବା ସହିତ, ମହିଳା ମାନକୁ ସଶକ୍ତି କରଣ ଓ ସାମାଜିକ ବିକାଶରେ ସହାୟକ ହେଉଛି।
 
ଉକ୍ତ କାର୍ଯ୍ୟକ୍ରମର ୪ଟି ପ୍ରମୁଖ ଉଦ୍ଦେଶ୍ୟ ରହିଛି :-
ଏହା ଆନୁଷ୍ଠାନିକ ଶିକ୍ଷାକୁ ପ୍ରୋସ୍ଚାହନ ନେଉଛି ଓ ବହୁ ନିରକ୍ଷର ବକ୍ଷସ୍କମାନଙ୍କୁ ସ୍ୱାକ୍ଷର କରିବାରେ ସହାୟକ ହେଉଛି ।
ଏହି କାର୍ଯ୍ୟକ୍ରମ ଯୋଗୁଁ ନିରକ୍ଷର ବକ୍ଷସ୍କମାନଙ୍କର ଶିକ୍ଷା ଜାରି ରଖିବା ସହିତ ସେମାନଙ୍କୁ ଆନୁଷ୍ଠାନିକ ଶିକ୍ଷା ପ୍ରାପ୍ତପାଇଁ ସକ୍ଷମ କରୁଛି ।
ଅନେକ ନିରକ୍ଷର ଓ ଅର୍ଦ୍ଧଶିକ୍ଷିତଙ୍କର ଜୀବିକା ନିର୍ବାହରେ ସହୟୁକ ଦକ୍ଷତା ବିକାଶ ହେଉଛି ।
ଅର୍ଦ୍ଧଶିକ୍ଷିତ ବୟସ୍କ ମାନଙ୍କର ଶିକ୍ଷା ଜାରି ରହିବା ଫଳରେ ଶିକ୍ଷିତ ସମାଜ ପାଇଁ ଏହା ସୁଯୋଗ ସୃଷ୍ଟି କରୁଛି ।
ପାଇକା(PYKKA):-
 
ଭାରତ ସରକାରଙ୍କର ପାଇକା (PYKKA) ଯୋଜନା ପ୍ରତ୍ୟକ ରାଯ୍ୟରେ ୨୦୦୮/୦୯ ରେ କାଯ୍ୟକାରି ହୋଇଛି । ପାଇକା (PYKKA) ଅନୁଦାନ ମୁଖ୍ୟତଃ ନିମ୍ନ ଅଂଶ ବିଶେଷକୁ ନେଇ ଗଠିତ।
 
ଥରିକିୟା ମୂଳ ପୁଞି ଅନୁଦାନ:- ଖେଳ ପଡିଆର ସୃଷ୍ଟି ଓ ବିକାଶ ନିମନ୍ତେ ।
ବାର୍ଷିକ ପ୍ରାପ୍ତ ଅନୁଦାନ:- ଖେଳ ଉପକରଣ କ୍ରୟ ନିମନ୍ତେ ୧୦,୦୦୦ ଟଙ୍କା ।
ବାର୍ଷିକ କାର୍ଯ୍ୟକାରି ଅନୁଦାନ:- କ୍ରିଡା କର୍ମି ମାନଙ୍କ , କ୍ରିଡା ଅନୁସଂଗୀକ କାର୍ଯ୍ୟ ବାବଦରେ ପାରିଶ୍ରମିକ ୬,୦୦୦ ଟଙ୍କା ।
ପାଇକା (PYKKA) କେନ୍ଦ୍ରର ଖେଳ ପଡିଆ ଉନ୍ନତି କରଣ ପାଇଁ ପ୍ରତି ଗ୍ରାମ ପଞ୍ଚାୟତକୁ ୧,୦୦,୦୦୦ (ଏକ ଲକ୍ଷ ଟଙ୍କା) ଓ ପ୍ରତି ବ୍ଳକ ସ୍ତରକୁ ୫,୦୦,୦୦୦(ପାଞ୍ଚ ଲକ୍ଷ ଟଙ୍କା) ଖର୍ଚ୍ଚ ବାବଦକୁ ସ୍ଥିର କରାଜାଇଛି । ଏତତ ବ୍ୟତିତ ବାର୍ଷିକ ଅନୁଦାନ ପ୍ରତି ଗ୍ରାମ ପଞ୍ଚାୟତକୁ ୧୦,୦୦୦ (ଦଶ ହଜାର) ଲେକାଏଁ ଏବଂ ପ୍ରତି ବ୍ଳକ ସ୍ତରକୁ ୨୦,୦୦୦ (କୋଡିଏ ହଜାର) ଲେଖାଏଁ ବିଭିନ୍ନ ଖେଳ ପାଇଁ ଉଦ୍ଦିଷ୍ଟ ଅଛି ।
ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାଗଣା ସାଇକେଲ ବଣ୍ଟନ ଯୋଜନା
 
ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ସାଇକେଲ ବଣ୍ଟନମାଗଣା ସାଇକେଲ ବଣ୍ଟନ ସରକାରଙ୍କ ଏକ ସର୍ବୋକୃଷ୍ଟ କାର୍ଯ୍ୟକ୍ରମ ଅଟେ । ଏହା ମାଧ୍ୟମିକ ଶିକ୍ଷାପ୍ରତି ବିମୁଖ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଏକ ପ୍ରୋତ୍ସାହନ ଯୋଗାଇବା ସହିତ ଶିକ୍ଷାପ୍ରତି ଆକଶ୍ରଣ ସୃଷ୍ଟି କରୁଛି । ଉକ୍ତ ଯୋଜନାରେ ସମସ୍ତ ଦଶମ ଶ୍ରେଣୀର ବାଳିକା ବିଶେଷ କରି ସରକାରୀ/ସରକାରି ଅନୁଦାନ ବିଦ୍ୟାଳୟ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ଅନୁସୂଚିତ ଜାତି ଓ ଜନଜାତିର ବାଳକ ବିଶେଷ କରି ୧୧୮ ଟି T.S.P ବ୍ଳକ ଅନ୍ତର୍ଭୁକ୍ତ ।
 
ବିଗତ ୨୦୧୬/୧୭ ବର୍ଷର ୩,୨୮,୯୫,୨୦୦(ତିନି କୋଟି ଅଠେଇଶ ଲକ୍ଷ ପଞ୍ଚାନବେ ହଜାରେ ଦୁଇ ଶହ) ଅର୍ଥରାଶି ୧୨,୬୫୨ ଜଣ ହିତାଧିକାରୀଙ୍କୁ ସାଇକେଲ କିଣିବା ବାବଦରେ ସେମାନଙ୍କ ଜମାଖାତାରେ ଜମାକରାଯାଇଛି ।
 
== ପର୍ଯ୍ୟଟନ ସ୍ଥଳ ==