"ମହାତ୍ମା ଗାନ୍ଧୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଓଡ଼ିଶାରେ ଗାନ୍ଧୀ: ବ୍ୟାକରଣ ସଜାଡ଼ିଲେ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୩୧ କ ଧାଡ଼ି:
=== ପ୍ରଥମ ଗସ୍ତ: ୧୯୨୩ ମାର୍ଚ୍ଚ ୨୩, କଟକ ===
ଉତ୍କଳମଣି [[ଗୋପବନ୍ଧୁ ଦାସ|ଗୋପବନ୍ଧୁଙ୍କ]] ନିମନ୍ତ୍ରଣକୁ ସାଦରେ ଗ୍ରହଣ କରି ଗାନ୍ଧୀଜୀ ୨୩ ମାର୍ଚ୍ଚ ୧୯୨୩ ପ୍ରତ୍ୟୁଷରୁ ପତ୍ନୀ କସ୍ତୁରବା, କନିଷ୍ଠପୁତ୍ର ଦେବଦାସ ଓ ଅନ୍ୟ କେତେଜଣ ଅନୁଚରଙ୍କ ସହ [[କଟକ]] ରେଳ ଷ୍ଟେସନରେ ପହଞ୍ଚିଥିଲେ ।<ref>ପ୍ରଫେସର ଅନନ୍ତଚରଣ ସାହୁ, ଗାନ୍ଧିଜୀଙ୍କ ଓଡ଼ିଶା ପରିଦର୍ଶନ ପୃଷ୍ଠଭୂମିରେ ଉତ୍କଳମଣିଙ୍କ ପ୍ରେରଣା, [[ସମାଜ (ଖବରକାଗଜ)|ସମାଜ]], ୨ ଅକ୍ଟୋବର ୨୦୧୧, ପୃଷ୍ଠା: ୦୬</ref>
ଗୋପବନ୍ଧୁଙ୍କ ସମେତ କଟକର ବହୁ ବିଶିଷ୍ଟ ବ୍ୟକ୍ତି ଓ କର୍ମୀମାନେ ଗାନ୍ଧିଜୀଙ୍କୁ ଏକ ପୁରୁଣା ଫୋର୍ଡ଼ ମୋଟର କାରରେ କଟକର ସ୍ୱରାଜ ଆଶ୍ରମକୁ ଘେନି ଯାଇଥିଲେ । ସେହିଦିନ ସନ୍ଧ୍ୟାରେ କଟକ [[କାଠଯୋଡ଼ି ନଦୀ|କାଠଯୋଡ଼ି ନଦୀର]] ଗଣେଶଘାଟ ନିକଟସ୍ଥ ବାଲିଶଯ୍ୟା ଉପରେ ଗୋପବନ୍ଧୁଙ୍କ ଉଦ୍ୟମରେ କଟକବାସୀଙ୍କ ତରଫରୁ ଗାନ୍ଧିଜୀଙ୍କ ଅଭ୍ୟର୍ଥନା ଉଦ୍ଦେଶ୍ୟରେ ଏକ ବିରାଟ ସାଧାରଣ ସଭା ଆୟୋଜିତ ହୋଇଥିଲା । ସେହି ସାଧାରଣ ସଭାରେ ଗାନ୍ଧୀଜୀଙ୍କ ବାଣୀକୁ ଗ୍ରହଣ କରି ବହୁଛାତ୍ର [[ଅସହଯୋଗ ଆନ୍ଦୋଳନ|ଅସହଯୋଗ ଆନ୍ଦୋଳନରେ]] ସହଯୋଗ ଦେଇଥିଲେ । ଏହି କ୍ରମରେ ଗାନ୍ଧୀଜୀ ମାର୍ଚ୍ଚ ୨୬ତାରିଖରେ [[ପୁରୀ|ପୁରୀରେ]] ପହଞ୍ଚି, ସମୁଦ୍ର ବାଲିରେ ଏକ ବିରାଟ ସାଧାରଣ ସଭାରେ ଉଦ୍‌ବୋଧନ ଦେବାପରେ, ୨୭ ତାରିଖ ଦିନ ଗୋପବନ୍ଧୁଙ୍କ ଗହଣରେ [[ପୁରୀ ଜିଲ୍ଲା|ପୁରୀ ଜିଲ୍ଲାର]] କେତେକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରିଥିଲେ ।
 
ଦେଇଥିଲେ । ଏହି କ୍ରମରେ ଗାନ୍ଧୀଜୀ ମାର୍ଚ୍ଚ ୨୬ତାରିଖରେ [[ପୁରୀ|ପୁରୀରେ]] ପହଞ୍ଚି, ସମୁଦ୍ର ବାଲିରେ ଏକ ବିରାଟ ସାଧାରଣ ସଭାରେ ଉଦ୍‌ବୋଧନ ଦେବାପରେ, ୨୭ ତାରିଖ ଦିନ ଗୋପବନ୍ଧୁଙ୍କ ଗହଣରେ [[ପୁରୀ ଜିଲ୍ଲା|ପୁରୀ ଜିଲ୍ଲାର]] କେତେକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରିଥିଲେ ।
 
=== ଦ୍ୱିତୀୟ ଗସ୍ତ: ୧୯୨୫ ଅଗଷ୍ଟ ୧୯, କଟକ ===