"ସିନ୍ଧୁ ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ମ୍ୱ +ମ୍ବ)
ଟିକେ ମାଛ ଲିଙ୍କ
୩୩ କ ଧାଡ଼ି:
ଋକବେଦରେ ଅନେକ ନଦୀର ଉଲ୍ଲେଖ ରହିଛି ଯାହା ମଧ୍ୟରୁ "ସିନ୍ଧୁ" ନଦୀ ଅନ୍ୟତମ । ଋକବେଦରେ ୧୭୬ ଥର ଏକବଚନ ଶବ୍ଦ "ସିନ୍ଧୁ" ଓ ୯୪ ଥର ବହୁବଚନ ଶବ୍ଦ "ସିନ୍ଧବଃ" ଉଲ୍ଲିଖିତ ଅଛି । ସିନ୍ଧୁ ଶବ୍ଦଟି ଅଧିକାଂଶ ସମୟରେ ନଦୀ ପାଇଁ ହିଁ ବ୍ୟବହୃତ ହୋଇଛି । ପରବର୍ତ୍ତୀ କାଳରେ ରଚିତ ଓ ଋକବେଦରେ ସମ୍ମିଳିତ ସ୍ତୋତ୍ର ସବୁରେ ସିନ୍ଧୁ ଶବ୍ଦ କେବଳ ସିନ୍ଧୁ ନଦୀ ପାଇଁ ବ୍ୟବହୃତ ହୋଇଛି ; ଉଦାହରଣ ସ୍ୱରୂପ ''ନଦୀସ୍ତୁତି ସୁକ୍ତ'' । ଋକବେଦର ଶ୍ଳୋକରେ [[ବ୍ରହ୍ମପୁତ୍ର ନଦୀ|ବ୍ରହ୍ମପୁତ୍ର]] ବ୍ୟତୀତ ଅନ୍ୟ ସମସ୍ତ ନଦୀଙ୍କୁ ସ୍ତ୍ରୀଲିଙ୍ଗବାଚୀ ଶବ୍ଦରେ ସମ୍ବୋଧନ କରାଯାଇଛି ।
 
ସିନ୍ଧୁ ଉପତ୍ୟକାରେ ଗଢ଼ି ଉଠିଥିବା ପ୍ରାଚୀନ ସଭ୍ୟତାର କିଛି ମୁଖ୍ୟ ନଗର ହେଲେ – [[ହରପ୍ପା ସଭ୍ୟତା|ହରପ୍ପା]] ଓ [[ମହେଞ୍ଜୋଦାରୋ]] । ଏହି ନଗରର ଅବଶେଷ ଏମାନଙ୍କ ଜୀବନକାଳ ଆନୁମାନିକ ଖ୍ରୀ.ପୂ. ୩୩୦୦ସମୟରେ ଅବସ୍ଥାପିତ କରିଥାଏ ଯାହାକି ଆମ ଜ୍ଞାତସାରରେ ଥିବା ସର୍ବବୃହତ୍ ପ୍ରାଚୀନ ସଭ୍ୟତା । ଏହି ସଭ୍ୟତା ଉତ୍ତର-ପୂର୍ବ ଆଫଗାନିସ୍ତାନରୁ ନେଇ ସମ୍ପୂର୍ଣ୍ଣ ପାକିସ୍ତାନ ଓ ଉତ୍ତର-ପଶ୍ଚିମ ଭାରତ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା ।<ref>{{cite book|url=https://books.google.com/books?id=ArReCgAAQBAJ|title=Daily Life in the Indus Valley Civilization|last=Williams|first=Brian|publisher=Raintree|year=2016|isbn=978-1406298574|page=6}}</ref> ଉତ୍ତର ଦିଗରେ ଝେଲମ ନଦୀର ପୂର୍ବ ପଟେ ରୋପର୍‍ରୁ ଶତଲେଜ୍‍ର ଉପରମୁଣ୍ଡ ପର୍ଯ୍ୟନ୍ତ ଏହି ସଭ୍ୟତାର ଅବଶେଷ ମିଳେ । ସମୁଦ୍ର କୂଳରେ ପାକିସ୍ତାନ ଓ ଇରାନ ସୀମାସ୍ଥିତ ସୁଟକାଗାନ ଡୋରରୁ [[ଗୁଜରାଟ]]<nowiki/>ର କଚ୍ଛ ପର୍ଯ୍ୟନ୍ତ ସିନ୍ଧୁ ସଭ୍ୟତା ବ୍ୟାପ୍ତ ଥିଲା । ଉତ୍ତର [[ଆଫଗାନିସ୍ତାନ]]<nowiki/>ରେ ଆମୁ ନଦୀ (ସ୍ଥାନୀୟ ନାମ "ଆମୁ ଦରିଆ") କୂଳର ଶୋର୍ତ୍ତୁଘାଇ ଓ [[ଦିଲ୍ଲୀ|ଦିଲ୍ଲୀଠାରୁ]] ୨୮ କିଲୋମିଟର୍ ଦୂରରେ ହିନ୍ଦୋନ ନଦୀ କୂଳର ଆଲମଗିରପୁର ପରି ସ୍ଥାନରେ ମଧ୍ୟ ସିନ୍ଧୁ ସଭ୍ୟତାର ଅବଶେଷ ଦେଖିବାକୁ ମିଳେ । ଅଦ୍ୟାବଧି ୧୦୫୨ରୁ ଅଧିକ ସ୍ଥାନରେ ସିନ୍ଧୁ ସଭ୍ୟତାର ଅବଶେଷ ମିଳିଛି ଓ ଏଗୁଡ଼ିକ ପ୍ରାୟତଃ ଘଗ୍ଗର-ହାକ୍ରା ନଦୀ ଓ ତାହାର ଉପନଦୀମାନଙ୍କ କୂଳରେ ଅବସ୍ଥିତ । ସିନ୍ଧୁ ସଭ୍ୟତାର ନଗରୀମାନଙ୍କ ମଧ୍ୟରେ ହରପ୍ପା ଓ ମହେଞ୍ଜୋଦାରୋ ମୁଖ୍ୟ । ତା’ଛଡ଼ା ଲୋଥାଲ୍, ଧୋଲାୱିରା, ଗନେରିୱାଲା, ରାଖିଗର୍‍ହି ପ୍ରଭୃତି ସ୍ଥାନରୁ ମଧ୍ୟ ସିନ୍ଧୁ ସଭ୍ୟତାର ବହୁ ଅବଶେଷ ମିଳିଛି । ସିନ୍ଧୁ ସଭ୍ୟତା ବିଷୟରେ ଜଣାଥିବା ୮୦୦ରୁ ଅଧିକ ସ୍ଥାନ ମଧ୍ୟରୁ କେବଳ ୯୦-୯୬ଟି ସ୍ଥାନ ଆବିଷ୍କୃତ ହୋଇଛି । ଶତଲେଜ୍ (ଶତଦ୍ରୁ) ନଦୀ ସିନ୍ଧୁ ସଭ୍ୟତା ସମୟରେ ଘଗ୍ଗର-ହାକ୍ରା ନଦୀର ଉପନଦୀ ଥିଲା ଯାହା ତଟରେ ଅନେକ ସହର ଓ ଜନବସତି ଗଢ଼ି ଉଠିଥିଲା ବୋଲି ବିଶ୍ୱାସ କରାଯାଏ । ପରବର୍ତ୍ତୀ ସମୟରେ ଶତଲେଜ୍ ନଦୀ ପଶ୍ଚିମକୁ ଦିଗ ପରିବର୍ତ୍ତନ କରି ସିନ୍ଧୁ ନଦୀ ସହିତ ମିଳିତ ହେଲା ବୋଲି ଅନୁମାନ କରାଯାଉଛି ।
 
ଖ୍ରୀଷ୍ଟପୂର୍ବ ୧୭୦୦ରୁ ୬୦୦ ପର୍ଯ୍ୟନ୍ତ ଭାରତୀୟ-ଆର୍ଯ୍ୟମାନେ ଗାନ୍ଧାର ରାଜ୍ୟରେ ବସତି ସ୍ଥାପନ କରୁଥିଲେ ଯାହା "ଗାନ୍ଧାର ସମାଧି ସଭ୍ୟତା" ବା "ସ୍ୱାଟ୍ ସଂସ୍କୃତି"ର ପ୍ରତ୍ନତାତ୍ତ୍ୱିକ ଅବଶେଷରୁ ଜଣାପଡ଼ିଛି । ମହେଞ୍ଜୋଦାରୋ ଓ ହରପ୍ପା ପରି ନଗରର ପତନ ବା ପରିତ୍ୟାଗ ପରେ ଏହି ଜନବସତି ଆରମ୍ଭ ହୋଇଥିଲା ।
୧୨୬ କ ଧାଡ଼ି:
ସିନ୍ଧୁ ଅବବାହିକାର ମତ୍ସ୍ୟ ସମ୍ପଦରେ ୧୮୦ଟି ପ୍ରଜାତିର ବିବିଧ ମଧୁରଜଳ ମାଛ ଦେଖାଯାନ୍ତି<ref name=Mirza2014>{{cite journal | author1=Mirza, M.R. | author2=Mirza, Z.S. | year=2014 | title=Longitudinal Zonation in the Fish Fauna of the Indus River in Pakistan | journal=Biologia (Pakistan) | volume=60 | issue=1 | pages=149–152 }}</ref> ଓ ତାହା ମଧ୍ୟରୁ ୨୨ଟି ପ୍ରଜାତି ଅନ୍ୟତ୍ର ଦେଖିବାକୁ ମିଳନ୍ତି ନାହିଁ ।<ref name=UNWater/> ମାଛ ଧରିବା ବା ଖାଇବା ପ୍ରାଚୀନ ସିନ୍ଧୁ ସଭ୍ୟତାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାକାର ସଂସ୍କୃତିର ଏକ ଅଂଶ ରହିଆସିଛି । ସିନ୍ଧୁ ସଭ୍ୟତାର ଲିପିରେ ମାଛର ଚିତ୍ର ବାରମ୍ବାର ଦେଖିବାକୁ ମିଳେ । ଏହି ଚିତ୍ର ମାଛ ନଚେତ୍ କୌଣସି ତାରକା ବା ଭଗବାନଙ୍କ ସଙ୍କେତ ଭାବେ ବ୍ୟବହୃତ ହୋଇଥାଇପାରେ ।<ref>{{cite | author=Sparavigna, A. | year=2008 | title=Icons and signs from the ancient Harappa | publisher=Dipartimento di Fisica, Politecnico di Torino }}</ref>
 
ସିନ୍ଧୁ ନଦୀର ଉପର ମୁଣ୍ଡରେ କମ୍ ପ୍ରଜାତିର ମାଛ, ଯଥା : ସ୍ନୋଟ୍ରାଉଟ୍, ମାଗୁର ଇତ୍ୟାଦି ଦେଖାଯାନ୍ତି ।<ref name=Mirza2014/> ସେଠାରୁ ତଳକୁ ଆସିଲେ ସିୁନେଲି ମହାଶିର ମାଛ ପରି ପ୍ରଜାତିର ମାଛ ମିଳିଥାନ୍ତି । ଥାକୋଟ, ତର୍ବେଲା, କାବୁଲ-ସିନ୍ଧୁ ସଙ୍ଗମ ପ୍ରଭୃତି ସ୍ଥାନରେ ମାଛ ପ୍ରଜାତିରେ ବିବିଧତା ବହୁମାତ୍ରାରେ ବଢ଼ିଯାଏ ।<ref name=Mirza2014/> ପଞ୍ଜାବର ସମତଳ ଭୂମିକୁ ପହଞ୍ଚିବା ବେଳକୁ ସିନ୍ଧୁ ନଦୀର ବେଗ ଖୁବ୍ ଧୀର ହୋଇଯାଇଥାଏ । ତେଣୁ ଏହି ଅଞ୍ଚଳରେ ଭାକୁର, ଖଇଙ୍ଗା, ତୁଡ୍ଡି (ଇଲ୍), ପରି ମାଛ ଦେଖିବାକୁ ମିଳନ୍ତି ।<ref name=Mirza2014/> ଉଚ୍ଚଭୂମିରେ ଥିବା ହ୍ରଦ ବା ଉପନଦୀରେ ଯେଉଁ ସବୁ ମାଛ ଦେଖାଯାନ୍ତି, ସେମାନେ ନିମ୍ନ ଅବବାହିକାରେ ପ୍ରାୟତଃ ମିଳନ୍ତି ନାହିଁ ।<ref name=Mirza2014/> ସମଭୂମିର ନିମ୍ନାଂଶରେ [[ଇଲିଶୀ]], ରୋହୁ[[ରୋହୀ]], [[ଭାକୁର]] ପରି ମାଛ ମିଳନ୍ତି ।<ref name=Mirza2014/> ତ୍ରିକୋଣଭୂମି ନିକଟରେ ମଧୁରପାଣି ମାଛ ସହ ଲୁଣିପାଣି ମାଛ, [[ଚିଙ୍ଗୁଡ଼ି]], ପମ୍ଫ୍ରେଟ୍ ପରି ମାଛ ଆଦି ରୁହନ୍ତି ।<ref name=Mirza2014/>
 
ଇଲିଶୀ ମାଛ ନଦୀ କୂଳର ବାସିନ୍ଦାଙ୍କ ପାଇଁ ଏକ ମନପସନ୍ଦ ମାଛ । ସିନ୍ଧୁ ନଦୀରେ ଇଲିଶୀ ମାଛର ପରିମାଣ ମଧ୍ୟ ଅଧିକ । ସୁକ୍କୁର, ଥଟ୍ଟା ଓ କୋଟ୍ରିରେ ବଡ଼ ବଡ଼ ମାଛଧରା କେନ୍ଦ୍ର ମଧ୍ୟ ରହିଛି । ବନ୍ଧ ଓ ସେଚନ କେନାଲମାନଙ୍କ ଯୋଗୁଁ ଏଠାରେ ମାଛଧରା ବେଉଷା ମଧ୍ୟ ତିଷ୍ଠି ରହିଛି ।