"ଅନନ୍ତ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଥଥ
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଜୀବନୀ
୩୭ କ ଧାଡ଼ି:
}}
'''ଅନନ୍ତ ପଟ୍ଟନାୟକ''' (୧୨ ଜୁନ ୧୯୧୪-୧୯୮୭)<ref>{{cite web|title=ANANTA PATNAIK|url=http://www.orissadiary.com/personality/poet/ANANTA_PATNAIK.asp|publisher=OrissaDiary|accessdate=28 February 2015}}</ref> [[ଓଡ଼ିଶା]]ରେ ଜନ୍ମିତ ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଲେଖକ ଓ ଅନୁବାଦକ ଥିଲେ । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର [[ସପ୍ତଶଯ୍ୟା (ଓଡ଼ିଆ ଚଳଚ୍ଚିତ୍ର)|ସପ୍ତଶଯ୍ୟା]]ର ସେ କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ।<ref name="GokulsingDissanayake2013">{{cite book|author1=K. Moti Gokulsing|author2=Wimal Dissanayake|title=Routledge Handbook of Indian Cinemas|url=http://books.google.com/books?id=djUFmlFbzFkC&pg=PA64|date=17 April 2013|publisher=Routledge|isbn=978-1-136-77284-9|pages=64–}}</ref>
 
== ଜୀବନୀ ==
ଅନନ୍ତ ୧୯୧୪ ମସିହାରେ ପୁରୀ ଜିଲ୍ଲାର ଚଣାହାଟଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ନିଜ ମାତାପିତାଙ୍କୁ ହରାଇଥିଲେ । [[ରେଭେନ୍‌ସା କଲିଜିଏଟ ସ୍କୁଲ]]ରେ ନବମ ଶ୍ରେଣୀରେ ପଢୁଥିବା ସମୟରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ସ୍କୁଲର କୌଣସି ପତ୍ରିକା ପ୍ରକାଶ ପାଉନଥିଲା । ଶିକ୍ଷକମାନଙ୍କୁ କହି, ସେ "ଛାତ୍ରବନ୍ଧୁ" ନାମକ ପତ୍ରିକା ପ୍ରକାଶନା ଆରମ୍ଭ କରିଥିଲେ । ପତ୍ରିକାର ସମ୍ପାଦକ ମଧ୍ୟ ସେ ନିଜେ ଥିଲେ । ୧୯୩୦ରେ ସେ ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ । ବୈପ୍ଲବିକ କବିତା ଲେଖୁଥିବାରୁ [[ରେଭେନ୍ସା ବିଶ୍ୱବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟରେ]] ତାଙ୍କୁ ପଢିବାରୁ ବଞ୍ଚିତ କରାଗଲା । ଏହି ସମୟରେ ସେ [[ଲବଣ ସତ୍ୟାଗ୍ରହ]]ରେ ଯୋଗ ଦେଇଥିଲେ ଓ ବୈପ୍ଲବିକ ଗୀତ ଗାଇ ସଂଗ୍ରାମୀମାନଙ୍କର ଉତ୍ସାହ ବର୍ଦ୍ଧନ କରୁଥିଲେ । ୧୯୩୧ରେ ତାଙ୍କୁ ରେଭେନ୍ସା ମହାବିଦ୍ୟାଳୟରେ ଦାଖଲା ମିଳିଥିଲା । ଏଠାରେ ସେ ବାମପନ୍ଥୀ ଚିନ୍ତାଧାର ପ୍ରତି ଆକର୍ଷିତ ହୋଇଥିଲେ । ଓଡ଼ିଶାରେ କଂଗ୍ରେସ ସମାଜବାଦୀ ଦଳ ପ୍ରତିଷ୍ଠାରେ ସେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । "ନବଯୁଗ ସାହିତ୍ୟ ସଂସଦ" ଏହି ଦଳର ଏକ ଅନୁଷ୍ଠାନ ଥିଲା ଓ ଏହି ଅନୁଷ୍ଠାନ ପତ୍ରିକାର ପରିଚାଳନା ସମ୍ପାଦକ ଦାୟିତ୍ୱ ଅନନ୍ତ ନିର୍ବାହ କରୁଥିଲେ । ଛଅ ମାସ ପ୍ରକାଶ ପାଇବା ପରେ, ଏହି ପତ୍ରିକା ବନ୍ଦ ହୋଇ ଯାଇଥିଲା । 'ଅତନୁ', 'ବୋଧିସତ୍ତ୍ୱ', 'କୁମାରୀ ଯଶୋଧାରା', 'ପ୍ରାୟଦର୍ଶୀ' ଆଦି ଛଦ୍ମନାମରେ ସେ ଏହି ପତ୍ରିକାରେ ଲେଖୁଥିଲେ ।<ref>{{cite news |title=ଆଜି ଜନ୍ମଦୈନ |url=https://sambadepaper.com/epaper/1/71/2020-06-11/1 |accessdate=11 June 2020 |issue=ସମ୍ବାଦ ୧୧/୦୬/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨ |publisher=ସମ୍ବାଦ}}</ref>
 
== ରଚନାବଳୀ ==