"ମ୍ୟୁଚୁଆଲ ଫଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଜାଣିବା କଥା: ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ବିଷୟରେ ଲେଖାହେଲା
ଟିକେ ସମ୍ୟକ ଇତିହାସ ଦିଆହେଲା ।
୧ କ ଧାଡ଼ି:
{{ଲେଖା ଚାଲିଛି}}{{ଛୋଟ|Mutual Fund}}
'''ମ୍ୟୁଚୁଆଲ‌୍ ଫଣ୍ଡ''' [[ଶେୟାର ବଜାର|ବିତ୍ତୀୟ ବଜାର]]<nowiki/>ର ବିଭିନ୍ନ ସାଧନରେ [[ପୁଞ୍ଜି ନିବେଶ]]ର ସୁଯୋଗ ନେଇ ନିବେଶକମାନଙ୍କୁ ସାମୟିକ ଆୟ ଓ ପୁଞ୍ଜି ବର୍ଦ୍ଧନର ସୁଯୋଗ ପ୍ରଦାନ କରିବା ହେଉଛି ମ୍ୟୁଚୁଆଲ‌୍ ଫଣ୍ଡର ପ୍ରାଥମିକ ଲକ୍ଷ୍ୟ । ମ୍ୟୁଚୁଆଲ‌୍ ଫଣ୍ଡ ଗୁଡିକଦ୍ବାରା ଜାରି ବିଭିନ୍ନ ପରିକଳ୍ପନା ଅନୁଯାୟୀ ସେଥିରେ ବୃହତ‌୍‍ ପରିମାଣର ପୁଞ୍ଜି ଏକତ୍ରୀକରଣ ତଥା ପ୍ରବନ୍ଧନ କରାଯାଏ । ଏହି ଅର୍ଥ ବିଭିନ୍ନ ପ୍ରକାରର ନିବେଶକମାନଙ୍କଠାରୁ ଏକୀକୃତ ହୋଇଥାଏ । ବିଭିନ୍ନ ପ୍ରକାରର ନିବେଶକ ଯଥା- ସାଧାରଣ ଓ ସଂସ୍ଥାଗତ ନିବେଶକମାନଙ୍କର ଭିନ୍ନଭିନ୍ନ ଲକ୍ଷ୍ୟକୁ ଦୃଷ୍ଟି ରଖି ମ୍ୟୁଚୁଆଲ‌୍ ଫଣ୍ଡ ମାନେ ବିଭିନ୍ନ ଯୋଜନାମାନ ପ୍ରବର୍ତ୍ତିତ କରିଥାନ୍ତି । ମ୍ୟୁଚୁଆଲ‌୍ ଫଣ୍ଡ ଗୁଡିକ, ନିଜର ନିବେଶ ଲକ୍ଷ୍ୟ ଘୋଷିତ କରି ଜନତାଙ୍କଠାରୁ ପୁଞ୍ଜି ଆହରଣ କରନ୍ତି । ଏହି ଯୋଜନାର ନିର୍ମାଣ ସଂରଚନା ଅନୁଯାୟୀ ନିବେଶକଙ୍କଠାରୁ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ଲାଗି ଅଥବା ନିୟମିତ ଭାବରେ ପୁଞ୍ଜି ଆହରଣ କରାଯାଏ । ଏହି ଏକତ୍ରୀତ ରାଶିକୁ କେତୋଟି ନିର୍ଦ୍ଦିଷ୍ଟ ‘ଏକକ’ ବା ୟୁନିଟ‌୍‍ ରେ ରୂପାନ୍ତରିତ କରାଯାଏ । ସାଧାରଣତଃ ପ୍ରତ୍ୟେକ ୟୁନିଟ‌୍‍ର ପ୍ରାଥମିକ ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇଥାଏ । ୟୁନିଟ‌୍‍ ସଂଖ୍ୟାକୁ ଫେସ‌୍‍ ଭାଲ୍ୟୁରେ ଗୁଣନ କଲେ ଯୋଜନାର ସମ୍ପତ୍ତି ମିଳିଥାଏ । ପ୍ରତ୍ୟେକ ଯୋଜନା ଅନ୍ତର୍ଗତ କରାଯାଇଥିବା ନିବେଶ, ଲାଭାଂଶ ଓ ସୁଧ ପ୍ରାପ୍ତ କରେ ।
 
== ଇତିହାସ ==
୧୭୭୨-୭୩ ମସିହାରେ ଏକ ଆର୍ଥିକ ସଙ୍କଟରୁ ବଞ୍ଚିବା ପାଇଁ ଏକ ଆମଷ୍ଟରଡ଼ମରେ ଥିବା ବ୍ୟବସାୟୀ, ଆବ୍ରାହାମ ପ୍ରଥମ ଆଧୁନିକ ମ୍ୟୁଚୁଆଲ‌୍ ଫଣ୍ଡ ଆରମ୍ଭ କରିଥିଲେ । ଯାହା ଖଂଡର ନିବେଶକାରୀଙ୍କୁ ତାଙ୍କର ସ୍ୱଳ୍ପ ସଞ୍ଚିତ ଧନକୁ ଭିନ୍ନ ଭିନ୍ନ ପୁଞ୍ଜିରେ ନିବେଶ କରିବାର ସୁଯୋଗ ପ୍ରଦାନ କରିଥିଲା ।<ref>https://papers.ssrn.com/sol3/papers.cfm?abstract_id=636146</ref>
 
ଭାରତରେ ୧୯୬୩ ମସିହାରୁ ମ୍ୟୁଚୁଆଲ‌୍ ଫଣ୍ଡର ଇତିହାସ ୟୁନିଟ ଟ୍ରଷ୍ଟ ଅଫ ଇଣ୍ଡିଆର ପ୍ରତିଷ୍ଠା ସହିତ ଆରମ୍ଭ ହୋଇଥିଲା ।<ref>https://timesofindia.indiatimes.com/articles/Conceptand-Evolution-of-Mutual-Funds-in-India/articleshowhsbc/22187765.cms</ref> ୧୯୬୩ ମସିହା ପର୍ଯ୍ୟନ୍ତ ୟୁଟିଆଇ ମ୍ୟୁଚୁଆଲ‌୍ ଫଣ୍ଡ ନିବେଶର ଏକମାତ୍ର ବିକଳ୍ପ ଥିଲା । ୧୯୮୭ ମସିହାରେ ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡ଼ିକର ମ୍ୟୁଚୁଆଲ‌୍ ଫଣ୍ଡ ବଜାରରେ ପ୍ରବେଶ ହୋଇଥିଲା, ଯଥା ଲାଇଫ ଇନ୍ସୁରାନ୍ସ କର୍ପୋରେସନ (ଏଲଆଇସି), ଜେନେରାଲ ଇନ୍ସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ (ଜିଆଇସି) ଇତ୍ୟାଦି । ୧୯୯୩ ମସିହାରେ ମ୍ୟୁଚୁଆଲ‌୍ ଫଣ୍ଡ ବଜାରରେ ପ୍ରାଇଭେଟ ସେକ୍ଟର ଉଦ୍ୟୋଗଗୁଡି଼କର ପ୍ରବେଶ ସହ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା ।<ref>https://www.amfiindia.com/research-information/mf-history</ref>
 
== ଜାଣିବା କଥା ==
Line ୯୩ ⟶ ୯୮:
== ଆଧାର ==
{{ଆଧାର}}
 
== ବାହ୍ୟ ଆଧାର ==
 
* https://www.amfiindia.com/research-information/mf-history
 
[[ଶ୍ରେଣୀ:ଅର୍ଥନୀତି]]