"ଇନ୍ଦିରା ଏକାଦଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ
(କିଛି ବଦଳିନାହିଁ)

୧୬:୧୦, ୪ ସେପ୍ଟେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଆଶ୍ୱିନ ମାସ କୃଷ୍ଣପକ୍ଷରେ 'ଇନ୍ଦିରା' ନାମକ ଏକାଦଶୀ ପଡେ । ଏହି ବ୍ରତର ପ୍ରଭାବରେ ବଡ଼ ବଡ଼ ପାପ ନଷ୍ଟ ହୋଇଯାଏ ।

କିମ୍ବଦନ୍ତୀ

ସତ୍ୟଯୁଗରେ ଇନ୍ଦ୍ରସେନ ନାମକ ଜଣେ ରାଜା ମାହିଷ୍ମତିପୁରୀକୁ ଶାସନ କରୁଥିଲେ । ସେ ଅତ୍ୟନ୍ତ ଧର୍ମପରାୟଣ ହୋଇଥିବାରୁ ତାଙ୍କର ଖ୍ୟାତି ଚତୁର୍ଦ୍ଦିଗକୁ ବ୍ୟାପିଥିଲା । ରାଜା ଇନ୍ଦ୍ରସେନ ଭଗବାନ ବିଷ୍ଣୁଙ୍କ ଭକ୍ତିରେ ତଲ୍ଲୀନ ରହି ଗୋବିନ୍ଦଙ୍କର ମୋକ୍ଷଦାୟକ ନାମ ଜପ କରି ସମୟ ଅତିବାହିତ କରୁଥିଲେ । ଦିନେ ରାଜା ରାଜ ଦରବାରରେ ବସିଥିବା ସମୟରେ ଦେବର୍ଷି ନାରଦ ସେଠାରେ ପହଞ୍ଚିଲେ । ତାଙ୍କୁ ଆସିବାର ଦେଖି କରଯୋଡ଼ି ଠିଆହେଲେ ଓ ବିଧିପୂର୍ବକ ପୂଜାକରି ଆସନରେ ବସାଇଲେ । ଆସିବାର କାରଣ ଜିଜ୍ଞାସା କଲେ । ନାରଦ କହିଲେ - ଶୁଣ ରାଜନ୍ । ମୁଁ ଯମଲୋକକୁ ଯାଇଥିଲି ଓ ସେଠାରେ ତୁମ ପିତାଙ୍କୁ ଦେଖିଲି । ସେ ବ୍ରତଭଙ୍ଗ ଦୋଷରୁ ନର୍କଯନ୍ତ୍ରଣା ଭୋଗକରୁଛନ୍ତି । ସେ ମୋହାତରେ ସନ୍ଦେଶ ପଠାଇ କହିଛନ୍ତି, ମୋତେ ଇନ୍ଦିରା ଏକାଦଶୀ ବ୍ରତ ପୁଣ୍ୟ ଦେଇ ସ୍ୱର୍ଗକୁ ପଠାଅ ।