"କେଳା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୩ କ ଧାଡ଼ି:
୧୮୬୬-୬୭ ମସିହାରେ ଓଡ଼ିଶା ପରି ମେଦିନପୁରରେ ମଧ୍ୟ ଦୁର୍ଭିକ୍ଷ ପଡ଼ିଥିଲା । ଖାଦ୍ୟ ଅନ୍ୱେଷଣରେ ମେଦିନିପୁରର ସେହି ଯାଯାବର ଆହିରୀ-ଗଉଡ଼ ସେତେବେଳେ ଓଡ଼ିଶା ଚାଲିଆସିଥିଲେ । ଓଡ଼ିଶାର ତତ୍‌କାଳୀନ ରାଜଧାନୀ କଟକର ୮ମାଇଲ ଦକ୍ଷିଣ ଦିଗରେ ପ୍ରାଚୀନ ସାରଙ୍ଗଗଡ଼ର ଦକ୍ଷିଣରେ ମାତ୍ର ୨ ମାଇଲ ଦୂରରେ ପଟିଆ ଗଡ଼ ଅବସ୍ଥିତ । ସେହି ଗଡ଼ର ସେତେବେଳର ରାଜା ତୃତୀୟ ଦିବ୍ୟସିଂହ ଦେବଙ୍କ ଅନୁମତିରେ ରାଜବାଟୀର ଦକ୍ଷିଣ ଦିଗରେ ଚନ୍ଦ୍ରଶେଖରପୁରଠାରେ ଆମ୍ବବଗିଚାରେ ଝାଟିମାଟିର କୁଡ଼ିଆମାନ ତିଆରି କରି ସେମାନେ ବିନା ଖଜଣାରେ ରହିଲେ । ସେହି ଘରଗୁଡ଼ିକୁ କେଳା କୁଡ଼ିଆ ବା ପଟିଆର କେଳା ସାହି ରୂପେ ନାମିତ ହେଲା । ନିଜର ବୃତ୍ତି ଭାନୁମତୀ-ପେଡ଼ି ଦ୍ୱାରା ଶ୍ରୀକୃଷ୍ଣଙ୍କ ଲୀଳା ପରିବେଷଣ କରି ସେମାନେ ପେଟ ପୋଷିବାକୁ ଲାଗିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସାପ ଧରି ଖେଳାଇବାକୁ ନିଜର ଜୀବିକା ଭାବରେ ଧରିନେଲେ । ଫଳରେ ସେମାନେ ସାପୁଆ-କେଳା ନାମରେ ନାମିତ ହେଲା ।
 
ସମୟକ୍ରମେ ପଟିଆର ରାଜ ଶାସନ ଚାଲିଗଲା । ଏଣୁ କନିକାର ଜମିଦାର ପଟିଆର ଜମିଦାରୀ ନିଲାମ ନେଇ ଜମିଦାରୀ ଶାସନ ଚଳାଇଲେ । ଶ୍ରୀ ଶୈଳେନ୍ଦ୍ର ନାରାୟଣ ଭଞ୍ଜ ୧୯୫୦ ମସିହାରେ ପଟିଆ- ଗଡ଼ର ଉତ୍ତର ପୂର୍ବ ଦିଗରେ ଏକ ବିସ୍ତୀର୍ଣ୍ଣ ଟାଙ୍ଗୀରେ ପ୍ରତ୍ୟେକ କେଳା ପରିବାରକୁ ୫ ଡେସିମିଲ୍ ଲେଖାଁଏ ଜାଗା ଦେଇ ସ୍ଥାୟୀ ବାସିନ୍ଦାଭାବରେ ରଖାଇଲେ । ସେହି ନୂତନ କେଳା ସାହିର ନାମ ଦିଆଗଲା 'ପଦ୍ମକେଶରୀପୁର' । ଏହା ନୂତନ ରାଜଧାନୀ ଭୁବନେଶ୍ୱରଠାରୁ ୮ କିଲୋମିଟର ଉତ୍ତର-ପୂର୍ବରେ ପଟିଆ -ରେଳଷ୍ଟେସନ ନିକଟରେ ଅବସ୍ଥିତ । <ref>ପିଲାଙ୍କ ଭାଷା ଓ ସାହିତ୍ୟ -ପଞ୍ଚମ ଭାଗ, ପୁସ୍ତକ ମନ୍ଦିର ପ୍ରା:ଲି:, ପୃଷ୍ଠା-୭୬-୭୭</ref>
== ସାପୁଆ କେଳା ସମାଜର ନିୟମକାନୁନ==
ରାଜାଙ୍କ ଦ୍ୱାରା ଶାଢ଼ୀ ପାଇଥିବା 'ବେହେରା' ହେଉଛି ସାପୁଆ କେଳା ଜାତିର ରାଜା । ସେ ଯାହା କୁହେ ତାହା ହେଉଛି ଆଇନ । ତା' କଥାକୁ ସମସ୍ତେ ମାନିବାକୁ ବାଧ୍ୟ । ଅବଜ୍ଞା କଲେ ଆର୍ଥିକ ଦଣ୍ଡ ଦେବା କିମ୍ବା ଜାତିରୁ ବାଛନ୍ଦ ହେବାକୁ ପଡ଼େ ।<ref>ପିଲାଙ୍କ ଭାଷା ଓ ସାହିତ୍ୟ -ପଞ୍ଚମ ଭାଗ, ପୁସ୍ତକ ମନ୍ଦିର ପ୍ରା:ଲି:, ପୃଷ୍ଠା-୭୮</ref>
 
== ଆଧାର ==
"https://or.wikipedia.org/wiki/କେଳା"ରୁ ଅଣାଯାଇଅଛି