"କପିଳାସ ଶିବ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୪୨ କ ଧାଡ଼ି:
 
== ଇତିହାସ ==
କପିଳାସ ବାବଦରେ ଅନେକ କିମ୍ବଦନ୍ତୀ ରହିଛି । ଏହାକୁ [[ଶିବ]]ଙ୍କର ଦ୍ଵିତୀୟ କୈଳାସ କୁହାଯାଉଥିଲା ବେଳେ ମର୍ତ୍ତ୍ୟରେ ଦେବତା ମାନେ ଏଠାରେ ସଭା କରୁଥିବାର ମଧ୍ୟ [[ପୁରାଣ]]ରୁ ଜଣାଯାଏ । ଏଠାରେ [[କପିଳ]] ମୁନିଙ୍କ ଆଶ୍ରମ ଥିଲା ବୋଲି ଏହାକୁ (କପିଳଙ୍କ ଉଆସ) କପିଳାସ ବୋଲି କୁହାଯାଏ । ଆହୁରି ମଧ୍ୟ ତ୍ରେତୟା ଯୁଗ ବେଳେ [[ରାମ|ଶ୍ରୀରାମଚନ୍ଦ୍ର]] [[ସୀତା]]ଙ୍କୁ ତ୍ୟାଗ କରିବା ପରେ [[ବାଲ୍ମୀକି]] ଆଶ୍ରମରେ [[ଲବ ଓ କୁଶ]]ଙ୍କ ସହ ରହୁଥିବା ସ୍ଥାନ ମଧ୍ୟ ଏଠାରେ ରହିଛି ବୋଲି ବିଶ୍ଵାସ କରାଯାଉଛି। କିମ୍ବଦନ୍ତୀ କୁହେ ମୟୁରଭଞ୍ଜର ରାଜା ପ୍ରତାପଦେବ ଥରେ ଅଜାଣତରେ ବ୍ରହ୍ମହତ୍ୟା ପାପକଲେ, ଏଥିରୁ ମୁକ୍ତି ପାଇବା ପାଇଁ କପିଲାସ ପର୍ବତ ଉପରେ ତପସ୍ୟା କଲେ । ସେଥିପାଇଁ ଏକ ମଣ୍ଡପ ତିଆରି ହୋଇଥିଲା । ଶିବଙ୍କୁ ସନ୍ତୁଷ୍ଟ କରିବାକୁ ଶିଖରେଶ୍ୱରଙ୍କ ଶରଣାଗତ ହୋଇଥିଲେ । ତପସ୍ୟା ପୀଠ ନିକଟରେ ପର୍ବତର ଶିଖରଦେଶରେ ଏକ ପଥର ଅଛି, ଯାହା ଉପରେ ଆଘାତକଲେ ଭିତରଟି ଫମ୍ପା ଥିବା ପରି ଶବ୍ଦ ଶୁଣାଯାଏ । <ref>ସଂଚାର, ପୃଷ୍ଠା-୧୪ ୮।୩।୨୦୧୮</ref>
 
== ଭ୍ରମଣ ସମୟ ==