"ହିନ୍ଦୁ ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ବାହାର ତଥ୍ୟ: ଏଇଟା ଇଂରାଜୀରେ -
ଟିକେ Bot: Automated text replacement (- ର +ର )
୧୧ କ ଧାଡ଼ି:
 
== ସ୍ଥାପନ ==
ହିନ୍ଦୁଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ସ୍ଥାପନା କରାଯାଇନାହିଁ । ଏହା ମୁଖ୍ୟତଃ ବେଦ ଉପରେ ପର୍ଯ୍ୟବେସିତ । ତେବେ ହିନ୍ଦୁଧର୍ମରେ ବହୁମତ ବହୁପଥ ରବହୁପଥର ସହାବସ୍ଥାନ ଘଟିଛି । ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ । ହିନ୍ଦୁଧର୍ମର ମୂଳସତ୍ତ୍ଵ - ସତ୍ୟ, ଅହିଂସା, ଦୟା, କ୍ଷମା ଓ ଦାନ। ସେଥିପାଇଁ ନିଜର ମନ, ବଚନ ଓ କର୍ମ ଦ୍ଵାରା ହିଂସାଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ । ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ। ପୁରାଣ ଅନୁସାରେ [[ପୃଥିବୀ]]ର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା । ଏହାକୁ [[ସନାତନ ଧର୍ମ]] ମଧ୍ୟ କୁହାଯାଏ ।
== ନାମକରଣ ==
[[ହିନ୍ଦୁ]] ଶବ୍ଦଟି [[ସିନ୍ଧୁନଦୀ]]ରୁ ଆସିଅଛି । ଆରବୀ ଭାଷାରେ ଅଲ୍‌-ହିନ୍ଦ୍ ଶବ୍ଦର ଅର୍ଥ ସିନ୍ଧୁ ନଦୀ ପାର୍ଶ୍ଵରେ ବାସ କରୁଥିବା ଲୋକମାନଙ୍କୁ ବୁଝାଉଥିଲା ଓ ଏହି ଶବ୍ଦକୁ ୟୁରୋପ ଦେଶମାନେ ଗ୍ରହଣ କରିଥିଲେ । [[ସିନ୍ଧୁନଦୀ]] ତୀରରେ ପଶ୍ଚିମରେ ବସବାସ କରୁଥିବା ପାରସୀ, ଆରବିକ ଅଧିବାସୀମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ । ସିନ୍ଧୁନଦୀର ପୂର୍ବଦେଶ [[ହିନ୍ଦୁସ୍ତାନ]],ସେଠାରେ ରହୁଥିବା ଅଧିକାଂଶ ଅଧିବାସୀ [[ହିନ୍ଦୁ]] ।