"ମାଟିପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ
(କିଛି ବଦଳିନାହିଁ)

୧୯:୦୫, ୩୦ ମଇ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ମାଟିପାତ୍ର ଗଢ଼ିବା ପ୍ରଣାଳୀ

ମାଟିପାତ୍ର ଗଢ଼ିବା ପାଇଁ ଗୋଡି, ପଥର ରହିତ ଚିକିଟା ମାଟି ଆବଶ୍ୟକ ହୁଏ ୤ ସେହି ମାଟିରେ ଆବଶ୍ୟକ ପରିମାଣର ପାଣି ମିଶାଇ ଚକଡା ଯାଏ ୤ ଚକଡା ଯାଇଥିବା ମାଟିରେ ଦରକାର ମୁତାବକ ବାଲି ମିଶାଯାଇ ଏକ ସ୍ୱତନ୍ତ୍ର ସ୍ଥାନରେ ସାଇତି ରଖାଯାଏ ୤ ଚକଟାମାଟିକୁ ମାଟିପିଣ୍ଡି ବା ଗୋଳା କରାଯାଇ ସେଥିରୁ ଗୋଡି ବଛାଯାଏ ୤ ମାଟିପାତ୍ର ଗଢ଼ିବା ପୂର୍ବରୁ କଞ୍ଚାପାଗ ମାଟିକୁ କୁମ୍ଭାର ଚକରେ ରଖି ଚକକୁ ଘୁରାଯାଏ ୤ କୁମ୍ଭାର-କାରିଗର ହାତର ସ୍ପର୍ଶରେ ବିଭିନ୍ନ ପ୍ରକାର ମାଟି ସାମଗ୍ରୀ ଗଢା ହୋଇଯିବା ପରେ ସେଗୁଡ଼ିକୁ ଅଳ୍ପଖରାରେ କିଛି ସମୟ ପାଇଁ ସୁଖାଇଲା ବେଳେ ଯେପରି ମାଟିପାତ୍ରଗୁଡ଼ିକ ଅଳ୍ପଓଦା ରହିବ ୤ ପରେ ପିଣ୍ଡ, ପିଟଣା ଓ ଗେଣ୍ଢା ସାହାଯ୍ୟରେ କୁମ୍ଭକାର ମାଟିହାଣ୍ଡି, ମାଠିଆ, ସୁରେଇ ଆଦି ବିଭିନ୍ନ ମାଟିପାତ୍ର ମସୃଣ କରେ ୤ ମାଟିପାତ୍ର ଭିତରେ ପିଣ୍ଡ ରଖି ଓ ମାଟିପାତ୍ରର ବାହାର ଅଂଶକୁ ପିଟଣରେ ପିଟି ମାଠଣା ବା ମସୃଣ କରେ ୤ ତା’ପରେ କୁମ୍ଭାରଶାଳ ବା ଭାଟିରେ କଞ୍ଚା ମାଟିପାତ୍ରଗୁଡ଼ିକୁ ସଜଡା ଯାଇ ପୋଡିବାର ବ୍ୟବସ୍ଥା କରାଯାଏ ୤