"ହରିଶଙ୍କର ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪୬ କ ଧାଡ଼ି:
==ଇତିହାସ==
୧୪ଶହ ଶତାବ୍ଦୀରେ ପଶ୍ଚିମ ଓଡ଼ିଶାର ଚୌହାନ ରାଜବଂଶର ରାଜାଙ୍କୁ ହରିଶଙ୍କର ପ୍ରତିମୂର୍ତ୍ତୀ ବିଷୟରେ ସୂଚନା ମିଳିଥିଲା । ଏହା ପରଠାରୁ ସେହି ସ୍ଥାନରେ ହରିଶଙ୍କରଙ୍କର ପୂଜା ହୋଇଆସୁଛି । ନୃତ କରୁଥିବା ଏକ ଗଣେଶଙ୍କ ଛବି ମଧ୍ୟ ମିଳିଥିଲା, ଯାହାକି ୧୨ଶହ ଶତାବ୍ଦୀର ପ୍ରାରମ୍ଭର ବୋଲି ଅନୁମାନ କରାଯାଏ । ଏହା ପରେ ମହାରାଜ ବିଜଳ ଦେବ ଚୌହାନଙ୍କର ପତ୍ନୀ ଦୁର୍ଲଭା ଦେବୀଙ୍କ ନିର୍ଦ୍ଦେଶରେ ସେହି ସ୍ଥାନରେ ମନ୍ଦିରଟି ନିର୍ମାଣ ହୋଇଥିଲା । ଏହି ମନ୍ଦିରର ଆକର୍ଷଣୀୟ ରୂପରେଖ ଏବଂ ଉତ୍ତମ ନିର୍ମାଣଶୈଳୀ ପାଇଁ ଅନେକଙ୍କର ଦୃଷ୍ଟି ଆକର୍ଷଣ କରିଛି । ଏହି ମନ୍ଦିରଟିର ନିରମାଣ ଶୈଳୀ ଓଡ଼ିଶାର ଅନ୍ୟାନ୍ୟ ମନ୍ଦିର ଅପେକ୍ଷା କିଛି ଭିନ୍ନ ପରିଲକ୍ଷିତ ହୋଇଥାଏ ।<ref name=NuaTrsm/>
 
ପ୍ରଥମେ ଯମୁନା ନାମକ ଜଣେ କନ୍ଧ ମହିଳା ହରି-ଶଙ୍କରଙ୍କୁ ଦର୍ଶନ କରିଥିଲେ । ଏଠାରେ ପୂଜକମାନେ ହେଉଛନ୍ତି କନ୍ଧ-ଆଦିବାସୀ ସଂପ୍ରଦାୟର । ଆଦିବାସୀ ସଂସ୍କୃତି ଅନୁଯାୟୀ ଏଠାରେ ପୂଜାର୍ଚ୍ଚନା କରାଯାଏ । ବୈଶାଖ ମାସର ନରସିଂହ ଚତୁର୍ଦ୍ଦଶୀ ହେଉଛି ହରି-ଶଙ୍କରଙ୍କର ମୁଖ୍ୟ ପର୍ବ । ସେହି ଦିନକ ପାଇଁ ସନ୍ଧ୍ୟା ଆଳତୀରେ ଗନ୍ଧମାର୍ଦ୍ଦନ ପାହାଡ଼ରୁ ସଂଗ୍ରହ କରାଯାଇଥିବା ପିଟକନ୍ଦା ଭୋଗ ଲାଗି ହୁଏ । ଅନ୍ୟାନ୍ୟ ଦିନ ମାନଙ୍କରେ ସ୍ଥାନୀୟ ଫଳ ଲାଗି ହୁଏ ।<ref name=ହରିଶଙ୍କର>{{cite news|title=ହରିଶଙ୍କରରେ ଗୋଟିଏ ଦିନ|url=http://odishareporter.in/one-day-in-harishankara/|accessdate=21 October 2016|newspaper=Odisha Reporters|date=11 April 2016}}</ref>
 
==ଅବସ୍ଥିତି==
Line ୫୧ ⟶ ୫୩:
 
ଗନ୍ଧମାର୍ଦ୍ଦନ ପର୍ବତରୁ ବାହାରିଥିବା ଝରଣାଟିଏ ଏହି ମନ୍ଦିରକୁ ଲାଗିକି ରହିଛି । କିମ୍ବଦନ୍ତୀ ଅନୁସାରେ କେହି ଜଣେ ସେହି ସ୍ଥାନରେ କିଛି ଖୋଳୁଥିବା ବେଳେ ପାହାଡରୁ ପାଣିଝରଟିଏ ସୃଷ୍ଟି ହୋଇଥିଲା ଏବଂ ସେହି ପାଣିଝରଟି ଝରଣାର ରୂପ ନେଇଥିଲା ।<ref name=NuaTrsm/>
 
ଗୋଟିଏ ସ୍ଥାନରେ ଝରଣାର ପାଣି ଗଡ଼ାଣିଆ ପଥର ଶଯ୍ୟା ଉପର ଦେଇ ପ୍ରବାହିତ ହେଉଥାଏ । ଏହି ପଥର ଶଯ୍ୟାକୁ ସ୍ଥାନୀୟ ଲୋକେ ‘ସଲ୍‌ଡେନ୍‌ ପଥର’ ବୋଲି କୁହନ୍ତି । ଏହି ପଥର ଶଯ୍ୟା ଖୁବ୍ ଚିକ୍କଣ । ଏହା ହେଉଛି ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ । ଏଠାରେ ଗାଧୋଇବା ଓ ଜଳକ୍ରୀଡ଼ା କରିବା ପାଇଁ ସବୁ ପ୍ରକାର ସୁବିଧା ଅଛି ।<ref name=ହରିଶଙ୍କର/>
 
==ପର୍ବ ପର୍ବାଣୀ==