"ସ୍ନେହସାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୪ କ ଧାଡ଼ି:
* ଶରୀରରେ ହେଉଥିବା ବିଭିନ୍ନ କ୍ରିୟା ପାଇଁ ତ‌ଥା ମାଂସପେଶୀଗୁଡ଼ିକୁ ଏହା ଶକ୍ତି ଯୋଗାଇଥାଏ । ମେଦ (Fat)ରେ ଗ୍ରାମ୍ ପିଛା ୯ କ୍ୟାଲୋରୀ ଶକ୍ତି ରହିଥାଏ । ପ୍ରତିଦିନ ବିଭିନ୍ନ କ୍ରିୟା ପାଇଁ ଶରୀରରେ ଆବଶ୍ୟକ ହେଉଥିବା ଶକ୍ତିର ଅର୍ଦ୍ଧେକ ଭାଗ ସ୍ନେହସାରରୁ ହିଁ ମିଳିଥାଏ । ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀ ସେବନ କଲେ, ଏହି ଅତିରିକ୍ତ ଶକ୍ତି ସ୍ନେହସାର ରୂପେ [[ଆଡିପୋଜ୍]] କୋଷ (Adipose cell)ରେ ସଞ୍ଚିତ ହୋଇରୁହେ । ଆବଶ୍ୟକତା ସ୍ଥଳେ ପ୍ରାଣୀ ଶରୀର ଏହି ଗଚ୍ଛିତ ସ୍ନେହସାରରୁ ଶକ୍ତି ଉତ୍ପନ୍ନ କରି ବ୍ୟବ‌ହାର କରିଥାଏ ।<ref name=Lipid_usage>{{cite web|last=Usage|first=Lipid|title=What are lipids used for in the body?|url=http://healthyeating.sfgate.com/lipids-used-body-8282.html|accessdate=10 July 2016}}</ref>
* ଏହା ଶରୀରକୁ ସୁରକ୍ଷା ପ୍ରଦାନ କରିଥାଏ । [[ଚର୍ମ]]ର ଠିକ୍ ତଳକୁ ମେଦ (Fat)ର ଏକ ଆସ୍ତରଣ ରହିଥାଏ, ଯାହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରି ରଖେ । [[ବୃକ‌କ୍]]‌ର ଉପରିଭାଗରେ ମଧ୍ୟ ମେଦର ଏକ ଆସ୍ତରଣ ରହିଥାଏ । ଏହା ବୃକ‌କ୍‌କୁ ଆଘାତରୁ ରକ୍ଷା କରିଥାଏ ।<ref name=Lipid_usage />
* ଏହା ଖାଦ୍ୟ [[ପାଚନ]] (Digestion) ଓ [[ଅବଶୋଷଣ]] (Absorption)ରେ ମଧ୍ୟ ସାହାଯ୍ୟ କରେ । [[ଯକୃତ]]ରେ [[ପିତ୍ତଲବଣ]] (Bile salt) ସ୍ନେହସାରରୁ ହିଁ ତିଆରି ହୋଇଥାଏ । ଏହି ପିତ୍ତଲବଣ [[ଖାଦ୍ୟନଳୀ]]ର ନିମ୍ନଭାଗ ବା [[ଅନ୍ତ୍ର]] (Intestine)ରେ ମେଦ ସ‌ହ ଜଳର ମିଶ୍ରଣରେ ଏବଂ ତଦ୍ଦ୍ୱାରା ଖାଦ୍ୟର [[ଅପଘଟନ]] ତ‌ଥା ଖାଦ୍ୟସାରଗୁଡ଼ିକର ଅବଶୋଷଣରେ ସ‌ହାୟକ ହୋଇଥାଏ । ଏହାପରେ ମେଦରେ ଦ୍ରବଣୀୟ [[ଜୀବସାର]]ଗୁଡ଼ିକ, ଯଥା [[ଜୀବସାର କ|ଜୀବସାର ଏ]], [[ଜୀବସାର ଘ|ଜୀବସାର ଡି]], [[ଜୀବସାର ଇ]] ଓ [[ଜୀବସାର କେ]], ସ୍ନେହସାର ଦ୍ୱାରା ଅନ୍ତ୍ରରୁ ରକ୍ତ ସାହାଯ୍ୟରେ ଶରୀରର ବିଭିନ୍ନ ଅଂଶକୁ ଯାଇଥାଏ । ଏହି ଜୀବସାରଗୁଡ଼ିକ ଦୃଷ୍ଟି, ଚର୍ମ, [[ହାଡ଼]], [[ଦାନ୍ତ]] ଓ ରକ୍ତକୁ ସୁସ୍ଥ ରଖିବାରେ ସ‌ହାୟକ ହୋଇଥାଏ ।<ref name=Lipid_usage />
* ଫସ୍‌ଫୋଲିପିଡ୍ ଉଭୟ ଉଦ୍ଭିଦ ଓ ପ୍ରାଣୀ କୋଷିକା ଆବରଣର ଅଂଶବିଶଷ ଅଟେ ।
* ମହମକୁ ବ୍ୟବ‌ହାର କରି ଜଳ ଅବରୋଧକାରୀ ବସ୍ତୁ ପ୍ରସ୍ତୁତ କରାଯାଏ ।
"https://or.wikipedia.org/wiki/ସ୍ନେହସାର"ରୁ ଅଣାଯାଇଅଛି