"ହସ୍ତମୈଥୁନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ
(କିଛି ବଦଳିନାହିଁ)

୦୭:୪୬, ୮ ମଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ପ୍ରାୟ ପ୍ରତ୍ୟେକ ପୁରୁଷ ଓ ତିନି ଚତୁର୍ଥାଂଶ ସ୍ତ୍ରୀ ନିଜ ଜୀବନରେ କେବେ ନା କେବେ ହସ୍ତମୈଥୁନ କରିଥାନ୍ତି ୤ ପୁରୁଷଟିଏ ସ୍ତ୍ରୀଠାରୁ କମ୍‌ ବୟସରେ ଏଭଳି କରିବା ଶିଖିଥାଏ ୤ ସ୍ତ୍ରୀଠାରୁ ପୁରୁଷମାନେ ଏଭଳି ବ୍ୟବହାର ଅଧିକ କରିଥାନ୍ତି ୤ ନିଜର ଯୌନ ପ୍ରକ୍ରିୟାକୁ ନିଜେ ଉତ୍ତେଜନା କରିବା ପ୍ରାୟ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ ୤ ଶିଶୁଟିଏ ନିଜର ପାଟି, ଆଙ୍ଗୁଠି ଓ ଶରୀରର ବିଭିନ୍ନ ଅଙ୍ଗକୁ ସ୍ପର୍ଶକରି ନୂଆ ନୂଆ ଉଦ୍ଦୀପନାକୁ ଆବିଷ୍କାର କରିବାକୁ ଚାହେଁ ୤ ସେହିଭଳି ନିଜର ଯୌନାଙ୍ଗକୁ ସ୍ପର୍ଶକରି ନୂଆ କିଛି ଶିଖିବାକୁ ଇଚ୍ଛା କରେ ୤ ପ୍ରାୟ ୧୫ରୁ ୨୦ମାସ ବୟସର ଶିଶୁଟି ନିଜର ଯୌନାଙ୍ଗକୁ ନିଜେ ଉତ୍ତେଜନା କରିବା ଆରମ୍ଭ କରେ ୤ ଏଭଳି କଲେ ନିଜକୁ ଆନନ୍ଦ ଲାଗେ ୤ ଏପରି ଉଦ୍ଦୀପନା ଓ ନିଜର ଶରୀରକୁ ଆବିଷ୍କାର କରିବାର ଆଗ୍ରହ ହସ୍ତମୈଧୁନ କରିବାର ଇଚ୍ଛାକୁ ବଢ଼ାଇ ଦିଏ ୤ ଏହି ବୟସରେ କେତେକ ଶିଶୁ ଅନ୍ୟମାନଙ୍କର, ଏପରିକି ପଶୁମାନଙ୍କର ଯୌନାଙ୍ଗ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି ୤ ଯେତେବେଳେ ଶିଶୁଟିଏ ବନ୍ଧୁତା ସ୍ଥାପନ କରେ, ସେତେବେଳେ ଅନ୍ୟମାନଙ୍କର ଯୌନାଙ୍ଗ ଦେଖି ଓ ନିଜର ଯୌନାଙ୍ଗ ପ୍ରଦର୍ଶନ କରି ଆନନ୍ଦ ପାଏ ୤ ବଡ଼ ହେବା ପରେ ଏଭଳି ବ୍ୟବହାର ପାଇଁ କେତେଜଣ ଲାଜ କରନ୍ତି ଓ ନିଜକୁ ଦୋଷୀ ମନେ କରନ୍ତି ୤ ସେମାନଙ୍କର ଏଭଳି ବ୍ୟବହାର କମିଯାଏ ୤ ମାତ୍ର ଅନ୍ୟମାନଙ୍କର ବଢ଼ିଥାଏ ୤ ଶିଶୁଟିଏ କିଶୋର ବୟସରେ ପାଦଦେବା ସମୟରୁ, ଶରୀରରୁ ଯୌନ ଉଦ୍ଦୀପକ ଜୀବରସ(Sex Hormone) ନିର୍ଗତ ହୁଏ ୤ ହସ୍ତମୈଥୁନ କରିବାର ଇଚ୍ଛା ବଢ଼ିଯାଏ ୤ କିଶୋରଟିଏ ରତିକ୍ରିୟା(Coitus) ଓ ଯୌନକ୍ରିୟାର ପରିତୃପ୍ତି(Orgasm) ପାଇବାକୁ ସମର୍ଥ ୤ ମାତ୍ର ସାମାଜିକ ବାଧା ଯୋଗୁଁ କରେ ନାହିଁ ୤ ସେ ନିଜର ଯୌନାଙ୍ଗକୁ ଉତ୍ତେଜିତ କରି ଯୌନତୃପ୍ତି ଆଣିବାକୁ ଇଚ୍ଛା କରେ ୤ ତେବେ ଶିଶୁ ଓ କିଶୋର ମଧ୍ୟରେ ପ୍ରଭେଦ ଜାଣିବା ଦରକାର ୤ କିଶୋରଟିଏ ହସ୍ତମୈଧୁନ କରିବା ସମୟରେ ଯୌନକ୍ରିୟାର କଳ୍ପନା କରେ ୤ ଶିଶୁମାନେ କଳ୍ପନା କରନ୍ତି ନାହିଁ ୤ ଏଭଳି କଳ୍ପନା କିଶୋରଟିକୁ ଯୁବକ ହେବାପରେ ଯୌନପ୍ରକ୍ରିୟା ପାଇଁ ସାହାଯ୍ୟ କରେ ୤ ପୁରୁଷଟିଏ ନିଜର ଲିଙ୍ଗକୁ(Penis), ସ୍ତ୍ରୀଟିଏ ନିଜର ଯୋନି ଗହ୍ୱରର ସାମାନ୍ୟ ଉର୍ଦ୍ଧ୍ୱରେ ଥିବା ଯୌନ ଉଦ୍ଦୀପକ ପେଶି(Clitoris)କୁ ଉତ୍ତେଜନା ଦେଇ ଆନନ୍ଦ ପାଏ ୤ ବିବାହିତ ପୁରୁଷ ଓ ସ୍ତ୍ରୀମାନେ ବି ବେଳେବେଳେ ହସ୍ତମୈଥୁନ କରନ୍ତି ୤ ଯୌନକ୍ରିୟାରେ ପରିତୃପ୍ତି ନ ମିଳିଲେ, ସ୍ୱାମୀ ବା ସ୍ତ୍ରୀ ପାଖରେ ନ ଥିଲେ ସେମାନେ ଏଭଳି ବ୍ୟବହାର କରିଥାନ୍ତି ୤ ଏହା ଯୌନ ପ୍ରକ୍ରିୟାରେ ଆନନ୍ଦ ଦେଇଥାଏ ୤ ମାନସିକ ଚାପ ମଧ୍ୟ କମ୍‌ ରହିଥାଏ ୤ କେତେଜଣ ଧାରଣା କରନ୍ତି ଯେ, ଅତ୍ୟଧିକ ହସ୍ତମୈଥୁନ ଯୋଗୁଁ ମାନସିକ ରୋଗ ହୋଇଥାଏ ୤ ନପୁଂସକ ମଧ୍ୟ ହୋଇଯାନ୍ତି ୤ ମାତ୍ର ଏଭଳି ଧାରଣାକୁ କୌଣସି ବୈଜ୍ଞାନିକ ମତାମତ ସମର୍ଥ କରୁନାହିଁ ୤ ମାତ୍ର କେତେଜଣ ମାନସିକ ସମସ୍ୟା ଯୋଗୁଁ, ନିଜର ଆବେଗକୁ ନିୟନ୍ତ୍ରଣ କରି ନ ପାରି ହସ୍ତମୈଥୁନ କରିଥାନ୍ତି ୤ ସେମାନେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ ୤ [୧]

  1. ଡାକ୍ଟର ସମ୍ରାଟ କର, ମନରେ କଅଣ ଅଛି ?,ପୃଷ୍ଠା-୨୭-୨୯