"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୨୮ କ ଧାଡ଼ି:
 
====ଆମେରିକାନ ବିଶ୍ୱବିଦ୍ୟାଳୟ ଭାଷଣ====
 
୧୦ ଜୁନ ୧୯୬୩ ରେ ନିଜ ନିଜ କ୍ୟାରିୟରର ଶିଖର ରେ କେନେଡ଼ି ୱାଶିଂଟନ ଡି.ସି. ର ଆମେରିକାନ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହ ଅଭିଭାଷଣ (commencement address) ରେ "ଶାନ୍ତି ର ରଣନୀତି" ନାମରେ ଯେଉଁ ଭାଷଣ ଟି ଦେଇଥିଲେ ତାହା ବେଶ ପ୍ରସିଦ୍ଧ ହୋ‍ଇଥିଲା । ଏଥିରେ ସେ ଆଣବିକ ଅସ୍ତ୍ରଶସ୍ତ୍ର ନଷ୍ଟ କରିବା ଲାଗି ଏକ ବ୍ୟାବହାରିକ ଯୋଜନାର ରୂପରେଖ ଦେବା ସହ ବିଶ୍ୱ ଶାନ୍ତି ଲାଗି ଏକ ଆଶାପୂର୍ଣ୍ଣ କିନ୍ତୁ ବାସ୍ତବବାଦୀ ପନ୍ଥା ଉପରେ ମନ୍ଥନ କରିଥିଲେ, ଉଲ୍ଲେଖନୀୟ ଯେ ଏହି ସମୟରେ ଆମେରିକା ଓ ସୋଭିଏତ ଋଷିଆ ମଧ୍ୟରେ ଏତେ ତିକ୍ତତା ଥିଲା ଯେ ଆଣବିକ ଯୁଦ୍ଧ ଆସନ୍ନ ପ୍ରାୟ ଲାଗୁଥିଲା ଓ ଶାନ୍ତିର କଳନା ହିଁ ଅସମ୍ଭବ ପ୍ରାୟ ଥିଲା । ତାଙ୍କ ଭାଷାରେ "ମୁଁ ଏପରି ବିଷୟ ଏଠି ଉପସ୍ଥାପନ କରିବାକୁ ଚାହୁଁଛି ଯାହା ବିଷୟରେ ପ୍ରାୟ ଲୋକ ଅବଜ୍ଞ ଓ ଖୁବ କମ ହିଁ କଣ ସତ୍ୟ ତାହା ଜାଣିପାରନ୍ତି -- କିନ୍ତୁ ଏହା ହେଉଛି ଦୁନିଆର ସବୁଠୁ ଜରୁରୀ ବିଷୟ: ବିଶ୍ୱ ଶାନ୍ତି ... ମୁଁ ଆଜି ଶାନ୍ତି ର କଥା କହୁଛି କାରଣ ଆମେ ଆଜି ଯୁଦ୍ଧର ଏକ ନୂଆ ରୂପ ଦେଖୁଛେ ... ଏପରି ଯୁଗରେ ଯେଉଁଠି କେବଳ ଗୋଟିଏ ଆଣବିକ ଅସ୍ତ୍ରରେ ଏତେ ବିଧ୍ୱଂସକାରୀ ଶକ୍ତି ରହିଛି ଯେ ତାହା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମିତ୍ରଶକ୍ତି ମାନେ ପ୍ରଯୁକ୍ତ କରିଥିବା ସମସ୍ତ ଶକ୍ତିର ଦଶ ଗୁଣ ... ଏପରି ଯୁଗରେ ଯେ ଗୋଟିଏ ଆଣବିକ ଅସ୍ତ୍ର ପ୍ରୟୋଗରୁ ଉତ୍ପନ୍ନ ବିଷାକ୍ତ ପଦାର୍ଥ ପାଣି, ପବନ ଓ ମାଟି ଦେଇ ପୃଥିବୀ କୋଣ କୋଣ ଯାଏଁ, ଆମର ପରବର୍ତ୍ତୀ ପିଢ଼ୀ ମାନଙ୍କ ଯାଏଁ ବ୍ୟାପିଯିବ ... ଠିକ ଆମ ସାହି ପଡ଼ିଶାରେ ଶାନ୍ତି ପରି ବିଶ୍ୱ ଶାନ୍ତି ଲାଗି ଆବଶ୍ୟକ ନୁହଁ ଯେ ପ୍ରତି ବ୍ୟକ୍ତି ନିଜ ପଡ଼ୋଶୀ କୁ ଭଲ ପାଉ -- ଏଥିଲାଗି କେବଳ ପରସ୍ପର ସହିଷ୍ଣୁତାର ହିଁ ଆବଶ୍ୟକତା ରହିଛି ... ଆମ ସମସ୍ୟା ଗୁଡ଼ିକ କୃତ୍ରିମ, ମନୁଷ୍ୟକୃତ--ଏଣୁ ମଣିଷ ହିଁ ସେଗୁଡ଼ିକର ସମାଧାନ କରିପାରିବ । ଆଉ ମଣିଷର ବଡ଼ପଣିଆର କୌଣସି ସୀମା ନାହିଁ ।" ତା ଛଡ଼ା ରାଷ୍ଟ୍ରପତି ଦୁଇଟି ଘୋଷଣା ମଧ୍ୟ କରିଥିଲେ - ଯେ ସୋଭିଏତ ମାନେ ଆଣବିକ ପରୀକ୍ଷଣ ନିଷେଧ ଚୁକ୍ତି କରିବା ଲାଗି ଇଚ୍ଛା ପ୍ରକାଶ କରିଛନ୍ତି ଓ ଆମେରିକା ତରଫରୁ ବାୟୁମଣ୍ଡଳୀୟ ପରୀକ୍ଷା କୁ ସ୍ଥଗିତ କରାଯାଇଛି ।
 
====ପଶ୍ଚିମ ବର୍ଲିନ ଭାଷଣ====
 
[[ଶ୍ରେଣୀ:୧୯୧୭ ଜନ୍ମ]]