"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୧୬ କ ଧାଡ଼ି:
 
ଟେଲର ଓ ମ୍ୟାକ୍‌ନାମାରା ଭିଏତନାମ ର ଉପ-ରାଷ୍ଟ୍ରପତି ଙ୍ଗୁୟେନ ଙ୍ଗୋକ ଥୋ (ଯିଏକି ଡିଏମଙ୍କ ଗାଦିଚ୍ୟୁତ ହେବା ଅବସ୍ଥାରେ ଶାସନ ଭାର ସମ୍ଭାଳିବା ଲାଗି ସର୍ବାଗ୍ର ପ୍ରାର୍ଥୀ ଥିଲେ) ଠାରୁ ଅତି ଜରୁରୀ ତଥ୍ୟ ପାଇଲେ । ଟେଲର ଙ୍କୁ ମିଳିଥିବା ଭୁଲ ତଥ୍ୟ ସେନାବାହିନୀ ଯେ ଦେଶର ଆଭ୍ୟନ୍ତର ଗ୍ରାମାଞ୍ଚଳରେ ଜିତୁଛି ତାହାର ସେ ଖଣ୍ଡନ କରିଥିଲେ । କେନେଡ଼ିଙ୍କ ଅନୁରୋଧାନୁସାରେ ଆମେରିକୀୟ ସେନା ପ୍ରତ୍ୟାହାର କରିବା ଲାଗି ଉପଯୁକ୍ତ ସମୟ ଓ ବିଧି ମଧ୍ୟ ଏହି ମିଶନ ରିପୋର୍ଟରେ ରହିଥିଲା: ବର୍ଷ ଶେଷ ସୁଦ୍ଧା ୧୦୦୦ ଓ ୧୯୬୫ ସୁଦ୍ଧା ପୂର୍ଣ୍ଣ ସାମରିକ ପ୍ରତ୍ୟାହାର (ଯାହାକି NSC ମତରେ ଏକ ଦିବାସ୍ୱପ୍ନ ପରି ଥିଲା) । ଶେଷ ରିପୋର୍ଟରେ ଲେଖା ଥିଲା ଯେ ସେନା ଆଗକୁ ଅଗ୍ରସର ହେଉଛି, ଡିଏମ ସରକାର ଲୋକପ୍ରିୟତା ହରାଇଥିଲେ ହେଁ ବିପ୍ଳବର ଆଶଙ୍କା ନାହିଁ କିନ୍ତୁ ଡିଏମ ବା ନ୍‌ହୁ ଙ୍କୁ ହତ୍ୟା କରାଯିବାର ସମ୍ଭାବନା ରହିଛି ।
 
ଅକ୍ଟୋବର ଶେଷ ଆଡ଼କୁ ଗୋ‍ଇନ୍ଦା ସୂତ୍ରରୁ ପୁଣି ଖବର ମିଳିଲା ଯେ ଡିଏମ ସରକାର ବିରୋଧ ରେ ଆଉ ଥରେ ବିପ୍ଳବର ଯୋଜନା ଚାଲିଛି । ଖବରର ସୂତ୍ର ଜେନେରାଲ ଡୁଓଙ୍ଗ ଭାନ ମିନ (ବିଗ୍ ମିନ) ଏ ନେଇ ଆମେରିକାର ମତାମତ ଲୋଡ଼ିଲେ । କେନେଡ଼ି, ଲଜ୍ ଙ୍କୁ ଏହି ବିପ୍ଳବ ଲାଗି ସବୁ ଗୁପ୍ତ ସହାୟତା (ଡିଏମଙ୍କ ହତ୍ୟା ଛଡ଼ା) ଯୋଗାଇଦେବାକୁ ନିର୍ଦ୍ଦେଶ ଦେଲେ, କିନ୍ତୁ ଏପରିଭାବେ ଯେପରି ଆମେରିକା ନାଁ ଏଥିରେ ନ ଉଠେ । ମାସ ଶେଷ ଆଡ଼କୁ ବିପ୍ଳବ ଆସନ୍ନ ହେବାରୁ ସବୁ କିଛି ନିଜ ନିୟନ୍ତ୍ରଣରେ ରଖିବା ଲାଗି ସବୁ ବାର୍ତ୍ତା କେନେଡ଼ିଙ୍କ ମାଧ୍ୟମରେ ଗଲା । ଅର୍ଥାତ ସବୁ ନିୟନ୍ତ୍ରଣର ଖିଅ କେନେଡ଼ିଙ୍କ ହାତରେ ରହିଲା କିନ୍ତୁ ଉତ୍ତରଦାୟିତ୍ୱ ରହିଲା ନାହିଁ ।
 
୧ ନଭେମ୍ବର ୧୯୬୩ ରେ ଦକ୍ଷିଣ ଭିଏତନାମ ସେନାଧ୍ୟକ୍ଷ ମାନେ ବିଗ୍ ମିନ ଙ୍କ ନେତୃତ୍ୱରେ ଡିଏମ ସରକାରକୁ ଗାଦିଚ୍ୟୁତ କରି ଡିଏମ ଓ ନ୍‌ହୁ ଙ୍କୁ ଗିରଫ କଲେ ଓ ପରେ ହତ୍ୟା କଲେ । ଏ ହତ୍ୟା ନେଇ କେନେଡ଼ି ଚକିତ ହୋ‍ଇଥିଲେ । ପରେ ସେ ଜାଣିବାକୁ ପାଇଲେ ଯେ ମିନ ବାସ୍ତବରେ CIA ର ଜନୈକ ଅଧିକାରୀଙ୍କୁ ଡିଏମ ଓ ନ୍‌ହୁ ଙ୍କୁ ଦେଶରୁ ସୁରକ୍ଷିତ ଭାବେ ବାହାର କରିବା ଲାଗି କହିଥିଲେ, କିନ୍ତୁ ବିମାନ ଯୋଗାଡ଼ ଲାଗି ୨୪ ଘଣ୍ଟା ଆବଶ୍ୟକ କୁହାଯିବାରୁ ମିନ କହିଥିଲେ ଯେ ସେ ସେମାନଙ୍କୁ ଏତେ ଡେରି କଏଦରେ ରଖି ପାରିବେ ନାହିଁ ।
 
ଏହି ବିପ୍ଳବକୁ ନେଇ ପ୍ରଥମେ ପ୍ରଥମେ ଉଭୟ ଆମେରିକା ଓ ଦକ୍ଷିଣ ଭିଏତନାମ ରେ ବେଶ୍ ଉତ୍ସାହ ଦେଖାଗଲା ଯେ ଯୁଦ୍ଧ ବିଜୟର ତଥାପି କିଛି ଆଶା ରହିଛି । ମ୍ୟାକ୍‌ଜର୍ଜ ବଣ୍ଡି ଡାଲାସ୍ ରୁ କେନେଡ଼ି ଙ୍କ ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ ପ୍ରଦାନ କରିବା ଲାଗି ଏକ ଜାତୀୟ ସୁରକ୍ଷା ଅଭିଯୋଜନ ମେମୋ ପ୍ରସ୍ତୁତ କରିଥିଲେ । ଡାଲାସ୍ ଯିବା ପୂର୍ବରୁ କେନେଡ଼ି ମାଇକେଲ ଫରେଷ୍ଟାଲ ଙ୍କୁ କହିଥିଲେ ଯେ ସେ ପ୍ରଥମ ବର୍ଷ ପରେ ସବୁ ସମ୍ଭବ ପରିସ୍ଥିତି (ପ୍ରତ୍ୟାହାର ସହ) ର ଟିକିନିଖି ନିରୀକ୍ଷା ଚାହାନ୍ତି । ଏହା ବିଷୟରେ ଫରେଷ୍ଟାଲ ଙ୍କ ମତ ଲୋଡ଼ା ଯିବାରୁ ସେ କହିଥିଲେ ଏଇଟା ପୁରା ଛିଦ୍ରାନ୍ୱେଷୀ କାର୍ଯ୍ୟକଳାପ ।
 
କେନେଡ଼ି ବଞ୍ଚିଥିଲେ ଓ ୧୯୬୪ରେ ପୁନଃ ନିର୍ବାଚିତ ହୋ‍ଇଥିଲେ ଭିଏତନାମ ଅବସ୍ଥା ଅଧିକ ଗୁରୁତର ହୋ‍ଇଥାନ୍ତା କି ନୁହଁ ଏ ନେଇ ଇତିହାସକାରଙ୍କ ମଧ୍ୟରେ ମତଭେଦ ରହିଛି । "The Fog of War" ଚଳଚ୍ଚିତ୍ରରେ ପ୍ରତିରକ୍ଷା ସଚିବ ମ୍ୟାକ୍‌ନାମାରା ମତବ୍ୟକ୍ତ କରିଥିଲେ ଯେ ୧୯୬୪ ନିର୍ବାଚନ ପରେ ଭିଏତନାମ ରୁ ସାମରିକ ପ୍ରତ୍ୟାହାର କଥା କେନେଡ଼ି ଚିନ୍ତା କରୁଥିଲେ । ଫିଲ୍ମ ଟିରେ ଲିଣ୍ଡନ ଜନସନ ଙ୍କ ଗୋଟେ ଟେପ ରେକର୍ଡ଼ ମଧ୍ୟ ରହିଛି ଯେଉଁଥିରେ ସେ କହିଥିଲେ ଯେ କେନେଡ଼ି ପ୍ରତ୍ୟାହାର ବିଷୟ ଭାବିଥିଲେ ଓ ଲିଣ୍ଡନ ସ୍ୱୟଂ ଏହାର ବିରୋଧୀ ଥିଲେ । କେନେଡ଼ି ୧୧ ଅକ୍ଟୋବର ରେ ଜାତୀୟ ସୁରକ୍ଷା ଅଭିଯୋଜନ ମେମୋରାଣ୍ଡମ ୨୬୩ (NSAM 263) ରେ ସ୍ୱାକ୍ଷର କରିଥିଲେ ଯାହା ଅନୁସାରେ ବର୍ଷ ଶେଷ ସୁଦ୍ଧା ୧୦୦୦ ସୈନ୍ୟ ପ୍ରତ୍ୟାହାରର ଯୋଜନା ଥିଲା । ଏପରି କରିବା କେନେଡ଼ିଙ୍କ ପୂର୍ବ ନୀତି ର ବିପକ୍ଷରେ ଯାଇଥାନ୍ତା କିନ୍ତୁ ୧୦ ଜୁନ ୧୯୬୩ ରେ ସେ ଆମେରିକାନ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଶାନ୍ତି ଉପରେ ଦେଇଥିବା ପ୍ରଖ୍ୟାତ ଭାଷଣ ପରଠାରୁ ତାଙ୍କଠି କିଛିଟା ଉଦାରପନ୍ଥୀ ମନୋଭାବ ଆସିଥିଲା ।
 
୧୯୬୪ ରେ ଯେବେ ରବର୍ଟ କେନେଡ଼ିଙ୍କୁ ପଚରାଗଲା ଯେ ଯଦି ଦକ୍ଷିଣ ଭିଏତନାମ ପରାଜୟ ସୀମାରେ ପହଞ୍ଚିଥାନ୍ତା ତାହେଲେ ତାଙ୍କ ଭାଇ ଜୀବିତ ଥିଲେ ଏ ବିଷୟରେ କଣ କରିଥାନ୍ତେ । ରବର୍ଟ ଉତ୍ତର ଦେଲେ "ସେପରି ଚରମ ଅବସ୍ଥା ର ସମ୍ମୁଖୀନ ହେଲେ ହିଁ ତାହା ଆମେ ସ୍ଥିର କରିବୁ ।" କେନେଡ଼ିଙ୍କ ମୃତ୍ୟୁ ସମୟରେ ଭିଏତନାମ କୁ ନେଇ କୌଣସି ଅନ୍ତିମ ନୀତି ନିର୍ଦ୍ଧାରଣ ହୋ‍ଇ ନଥିଲା । ସେଠାରେ ଆମେରିକୀୟ ଅଂଶଗ୍ରହଣ ଧୀରେ ଧୀରେ ବଢ଼ିଲା ଓ ଶେଷରେ କେନେଡ଼ିଙ୍କ ଉତ୍ତରାଧିକାରୀ ଲିଣ୍ଡନ ଜନସନ ସିଧା ନିୟମିତ ସେନାବାହିନୀ ପ୍ରେରଣ କଲେ ଓ ଭିଏତନାମ ଯୁଦ୍ଧର ଅସଲ ଆରମ୍ଭ ହେଲା । କେନେଡ଼ିଙ୍କ ହତ୍ୟା ପରେ ୨୬ ନଭେମ୍ବର ରେ ରାଷ୍ଟ୍ରପତି ଜନସନ NSAM 273 ସ୍ୱାକ୍ଷର କରି କେନେଡ଼ିଙ୍କ ୧୦୦୦ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି କୁ ରଦ୍ଦ କରିବା ସହ ଦକ୍ଷିଣ ଭିଏତନାମ କୁ କ୍ରମାଗତ ସହଯୋଗ ଯୋଗାଇଦେବାକୁ ସ୍ଥିର କଲେ ।
 
====ଆମେରିକାନ ବିଶ୍ୱବିଦ୍ୟାଳୟ ଭାଷଣ====
 
[[ଶ୍ରେଣୀ:୧୯୧୭ ଜନ୍ମ]]