"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୦୧ କ ଧାଡ଼ି:
ସେଇ ବର୍ଷ କେନେଡ଼ି ଗୃହ ବିଭାଗ ର ଗୋ‍ଇନ୍ଦା ମୁଖ୍ୟ ରଜର ହିଲ୍ସମ୍ୟାନ ଙ୍କୁ ଭିଏତନାମ ଅବସ୍ଥା ନିରୀକ୍ଷଣ ପାଇଁ ପଠାଇଲେ । ସେଠି ହିଲ୍ସମ୍ୟାନ ଙ୍କ ଦକ୍ଷିଣ ଭିଏତନାମ କୁ ବ୍ରିଟିଶ ପରାମର୍ଶଦାତା ମିଶନ ମୁଖ୍ୟ ସାର ରବର୍ଟ ଥମ୍ପସନ ଙ୍କ ସହ ଦେଖା ହେଲା ଓ ଷ୍ଟ୍ରାଟେଜିକ ହାମଲେଟ ପ୍ରୋଗ୍ରାମ ଜନ୍ମ ନେଲା । ଉଭୟ କେନେଡ଼ି ଓ ଙ୍ଗୋ ଡିନ ଡିଏମ ଏହାକୁ ସ୍ୱୀକୃତି ଦେବାରୁ ୧୯୬୨ ରେ ଏହା କାର୍ଯ୍ୟକାରୀ ହେଲା । ଏହା ଅନ୍ତର୍ଗତ ଗ୍ରାମ ଗୁଡ଼ିକର ଜନବସତି କୁ ବିସ୍ଥାପିତ କରାଯାଇ ନୂଆ ବସତି ରେ ଏଠାକାର ଚାଷୀ ମୂଲିଆ ମାନଙ୍କୁ କମ୍ୟୁନିଷ୍ଟ ପ୍ରଭାବରୁ ଦୂରେଇ ରଖିବାକୁ ଉଦ୍ୟମ କରା ଯାଇଥିଲା । ଆଶା କରାଯାଇଥିଲା ଯେ ଏହା ଦ୍ୱାରା ଲୋକଙ୍କୁ ଅଧିକ ସୁରକ୍ଷା ମିଳିବା ସହ କେନ୍ଦ୍ର ସରକାର ସହ ସମ୍ପର୍କ ଦୃଢ଼ ହେବ । ନଭେମ୍ବର ୧୯୬୩ ସୁଦ୍ଧା ଏହି ଯୋଜନା ଧୀମେଇ ଯାଇଥିଲା ଓ ଆଧିକାରିକ ଭାବେ ୧୯୬୪ ରେ ଅନ୍ତ କରିଦିଆଗଲା ।
 
୧୯୬୨ ରେ କେନେଡ଼ି "National Security Action Memorandum – Subversive Insurgency (War of Liberation)" ନାମକ ଚିଠାରେ ସ୍ୱାକ୍ଷର କରି ଭିଏତନାମ ରେ ପୂର୍ଣ୍ଣ ଭାବେ ଲିପ୍ତ ହେବା ଲାଗି ସ୍ୱୀକୃତି ଦେଲେ । ଗୃହ ସଚିବ ଡିନ ରସ୍କ ଖୋଲାଖୋଲି ଭାବେ ଆମେରିକାର ଲିପ୍ତତା ପ୍ରକାଶ କଲେ । "Operation Ranch Hand" ନାମରେ ଦକ୍ଷିଣ ଭିଏତନାମ ର ରାସ୍ତା କଡ଼ରେ ବ୍ୟାପକ ସ୍ତରରେ ଜଙ୍ଗଲ ସଫା କରିବା ଉଦ୍ୟମ ଆରମ୍ଭ ହେଲା ।
 
ଏପ୍ରିଲ ୧୯୬୩ ରେ କେନେଡ଼ି ଭିଏତନାମ ଅବସ୍ଥାର ଅବଲୋକନ କରି କହିଥିଲେ "ଭିଏତନାମ ରେ ରହିବାର ଆମର କୌଣସି ଇଚ୍ଛା ନାହିଁ । ସେଠାର ଲୋକେ ଆମକୁ ଘୃଣା କରନ୍ତି । ମ‍ଉକା ପାଇବା ମାତ୍ରେ ସେମାନେ ଆମକୁ ସେଠାରୁ ତଡ଼ି ଦେବାରେ ପଶ୍ଚାତ୍‌ପଦ ହେବେ ନାହିଁ । କିନ୍ତୁ ସେ ଅଞ୍ଚଳଟାକୁ ମୁଁ ଏତେ ସହଜେ କମ୍ୟୁନିଷ୍ଟ ମାନଙ୍କ ହାତକୁ ଟେକି ଦେଇ ଆଉ ତ ଆଶା କରିପାରିବିନି ଯେ ଆମେରିକୀୟ ମାନେ ମୋତେ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚିତ କରିବେ ।" ଭିଏତନାମ ରେ ସଙ୍କଟ କ୍ରମଶଃ ଜୁଲାଇ ଆଡ଼କୁ ଘନୀଭୂତ ହେଲା । ଆମେରିକାର ଅଧିକାଧିକ ସମର୍ଥନ ସତ୍ତ୍ୱେ ଦକ୍ଷିଣ ଭିଏତନାମ ସେନା, କମ୍ୟୁନିଷ୍ଟ ସମର୍ଥିତ ଭିଏଟ୍ କଙ୍ଗ ସେନାଠାରୁ ମାତ୍ର ପାଦେ ଆଗରେ ଥିଲା ।
 
ଅଗଷ୍ଟ ୨୧ ରେ ନୂଆ ଆମେରିକୀୟ ରାଜଦୂତ ହେନେରୀ କାବଟ ଲଜ୍ ଜୁନିଅର ଙ୍କ ଆଗମନ ସମୟରେ ଡିଏମ ଓ ତାଙ୍କ ଭାଇ ଙ୍ଗୋ ଡିନ ନ୍‌ହୁ CIA ପ୍ରଶିକ୍ଷିତ ସେନାବାହିନୀ କୁ ବୌଦ୍ଧ ମାନଙ୍କ ପ୍ରଦର୍ଶନ କୁ ଦମନ କରିବାକୁ ଆଦେଶ ଦେଲେ । ଏହି ଘଟଣା ପରେ ଆଶା କରାଯାଇଥିଲା ଯେ ବିପ୍ଳବ ହୋ‍ଇ ଡିଏମ ଙ୍କ ବଦଳରେ ନ୍‌ହୁ ଗାଦି ଦଖଲ କରିବେ । ପ୍ରକୃତରେ ଲଜ ଆଦେଶାନୁସାରେ ଉଭୟ ଡିଏମ ଓ ନ୍‌ହୁ ଙ୍କୁ ଦେଶ ଛାଡ଼ି ପଳାୟନ କରିବାକୁ ପରାମର୍ଶ ଦେଇଥିଲେ କିନ୍ତୁ ଏହାକୁ ଡିଏମ ଅଣଦେଖା କଲେ ।
 
Cable 243 (DEPTEL 243), ତାରିଖ ୨୪ ଅଗଷ୍ଟ ଅନୁସାରେ ଜଣାଇ ଦିଆଗଲା ଯେ ଆମେରିକା ଆଉ ନ୍‌ହୁ ଙ୍କ କାର୍ଯ୍ୟକଳାପ କୁ ବରଦାସ୍ତ କରିବ ନାହିଁ । ଲଜ୍ ଙ୍କୁ କୁହାଗଲା ଯେ ସେ ନ୍‌ହୁ ଙ୍କୁ ନିଜ ପଦତ୍ୟାଗ କରି ଦେଶ ଛାଡ଼ିବାକୁ ଡିଏମ ଙ୍କ ଉପରେ ଚାପ ପକାନ୍ତୁ । ଡିଏମ ମନା କରିବା ପରିସ୍ଥିତିରେ ଆମେରିକୀୟ ମାନେ ନୂଆ ନେତା ଯୋଗାଡ଼ କରିବାର ଥିଲା । ଲଜ୍ ଙ୍କ ଅନୁସାରେ ଏକମାତ୍ର ଉପାୟ ଥିଲା ଦକ୍ଷିଣ ଭିଏତନାମ ସେନାଧ୍ୟକ୍ଷ ମାନଙ୍କ ମାଧ୍ୟମରେ ଡିଏମ ଓ ନ୍‌ହୁ ଙ୍କୁ ଗାଦିଚ୍ୟୁତ କରାଯିବ ।
 
ସପ୍ତାହ ଶେଷ ଆଡ଼କୁ ଲଜ୍ ଙ୍କ ଠାରୁ ଖବର ମିଳିଲା ଯେ ନ୍‌ହୁ ଙ୍କ ପଛେ ଥିବା ଫ୍ରାନ୍ସର ସମର୍ଥନରେ ଡିଏମ ସରକାର କମ୍ୟୁନିଷ୍ଟ ମାନଙ୍କ ସହ ଗୋପନରେ ହାତ ମିଶାଇଥାଇ ପାରେ ଓ ଖୁବ ଶୀଘ୍ର ଆମେରିକୀୟ ମାନଙ୍କୁ ଭିଏତନାମ ଛାଡ଼ିବା ଲାଗି ଆଦେଶ ଦେଇ ପାରେ । ଏଇ ପରିସ୍ଥିତିରେ ସାଇଗନ ଓ ୱାଶିଂଟନ କୁ ବାର୍ତ୍ତା ପଠାହେଲା ଯେ ଗାଦିବଦଳ ସମ୍ବନ୍ଧୀୟ ସବୁ ଚିଠି ନଷ୍ଟ କରାଯାଉ । ଏହିସମୟରେ ପ୍ରଥମ କରି ଔପଚାରିକ ରୂପେ ଭିଏତନାମ ଯୁଦ୍ଧ ବିରୋଧୀ ବକ୍ତବ୍ୟ ଏକ ଧର୍ମଗୁରୁ ମାନଙ୍କ ଗୋଷ୍ଠୀ ତରଫରୁ ପ୍ରକାଶ ପାଇଥିଲା ।
 
ସେପ୍ଟେମ୍ବରରେ ଏକ ହ୍ୱାଇଟ ହାଉସ ବୈଠକରେ ବ୍ୟକ୍ତିଗତ ଭାବେ ଅବସ୍ଥା ପରିଦର୍ଶନ ପରେ ରାଷ୍ଟ୍ରପତି ଙ୍କୁ ଏ ନେଇ ପ୍ରତିରକ୍ଷା ବିଭାଗ ତରଫରୁ ଜେନେରାଲ ଭିକ୍ଟର କ୍ରୁଲାକ ଓ ଗୃହ ବିଭାଗ ତରଫରୁ ଜୋସେଫ ମେଣ୍ଡେନହାଲ ସୂଚନା ଦେଇଥିଲେ । ଉଭୟଙ୍କ ସୂଚନା ଠିକ୍ ଆକାଶ ପାତାଳ ତଫାତ୍ ଥିଲା । କ୍ରୁଲାକ ଜଣାଇଲେ ଯେ କମ୍ୟୁନିଷ୍ଟ ବିରୋଧୀ ଯୁଦ୍ଧ ଚାଲିଛି ଓ ବିଜୟ ଅବଶ୍ୟମ୍ଭାବୀ ଏଣେ ମେଣ୍ଡେନହାଲ ସୂଚାଇଲେ ଯେ ଜନତାଙ୍କ ଭିତରେ ଆମେରିକାର ପ୍ରଭାବ ଦିନକୁ ଦିନ ହ୍ରାସ ପାଉଛି । କେନେଡ଼ି ପଚାରି "ତମେ ଦୁଇ ଭଦ୍ରବ୍ୟକ୍ତି ସମାନ ଦେଶ ପରିଦର୍ଶନ ରେ ଯାଇଥିଲ ତ!" ସେତେବେଳେ ସେ ଜାଣିନଥିଲେ ରେ କ୍ରୁଲାକ ଓ ମେଣ୍ଡେନହାଲ ଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ ଓ ଫେରନ୍ତ ବିମାନ ଯାତ୍ରା ରେ ଦୁହେଁ ପଦେ ହେଲେ କଥା ହୋ‍ଇନଥିଲେ ।
 
ଅକ୍ଟୋବର ୧୯୬୩ ରେ ରାଷ୍ଟ୍ରପତି ନିଜ ପ୍ରତିରକ୍ଷା ସଚିବ ମ୍ୟାକ୍‌ନାମାରା ଓ ଜେନେରାଲ ମ୍ୟାକ୍ସୱେଲ ଡ଼ି ଟେଲର ଙ୍କୁ ଭିଏତନାମ ରୁ ସଠିକ ତଥ୍ୟ ପ୍ରାପ୍ତି ଓ ନୀତି ନିର୍ଦ୍ଧାରଣ ଲାଗି ପଠାଇଲେ । ଏହି ଉଦ୍ୟମ ପଛେ ଆଶା ଥିଲା ଭିନ୍ନ ଭିନ୍ନ ଆମେରିକୀୟ ସୂତ୍ରରୁ ମିଳୁଥିବା ତଥ୍ୟର ସଠିକତା ପରୀକ୍ଷଣ । ମ୍ୟାକ୍‌ନାମାରା, ଟେଲର ଓ ଲଜ୍ ଙ୍କ ସହ ଅନୁଷ୍ଠିତ ବୈଠକରେ ଡିଏମ ପୁନର୍ବାର ଶାସନରେ ପରିବର୍ତ୍ତନ ଲାଗି ଆମେରିକୀୟ ପରାମର୍ଶକୁ ପ୍ରତ୍ୟାଖ୍ୟାନ କଲେ । ଏଇଠୁ ଡିଏମ ଙ୍କ ଉପରେ ମ୍ୟାକ୍‌ନାମାରା ଙ୍କ ଯାହା କିଛି ଭରଷା ଥିଲା ତାହା ମଧ୍ୟ ତୁଟି ଗଲା ।
 
ଟେଲର ଓ ମ୍ୟାକ୍‌ନାମାରା ଭିଏତନାମ ର ଉପ-ରାଷ୍ଟ୍ରପତି ଙ୍ଗୁୟେନ ଙ୍ଗୋକ ଥୋ (ଯିଏକି ଡିଏମଙ୍କ ଗାଦିଚ୍ୟୁତ ହେବା ଅବସ୍ଥାରେ ଶାସନ ଭାର ସମ୍ଭାଳିବା ଲାଗି ସର୍ବାଗ୍ର ପ୍ରାର୍ଥୀ ଥିଲେ) ଠାରୁ ଅତି ଜରୁରୀ ତଥ୍ୟ ପାଇଲେ । ଟେଲର ଙ୍କୁ ମିଳିଥିବା ଭୁଲ ତଥ୍ୟ ସେନାବାହିନୀ ଯେ ଦେଶର ଆଭ୍ୟନ୍ତର ଗ୍ରାମାଞ୍ଚଳରେ ଜିତୁଛି ତାହାର ସେ ଖଣ୍ଡନ କରିଥିଲେ । କେନେଡ଼ିଙ୍କ ଅନୁରୋଧାନୁସାରେ ଆମେରିକୀୟ ସେନା ପ୍ରତ୍ୟାହାର କରିବା ଲାଗି ଉପଯୁକ୍ତ ସମୟ ଓ ବିଧି ମଧ୍ୟ ଏହି ମିଶନ ରିପୋର୍ଟରେ ରହିଥିଲା: ବର୍ଷ ଶେଷ ସୁଦ୍ଧା ୧୦୦୦ ଓ ୧୯୬୫ ସୁଦ୍ଧା ପୂର୍ଣ୍ଣ ସାମରିକ ପ୍ରତ୍ୟାହାର (ଯାହାକି NSC ମତରେ ଏକ ଦିବାସ୍ୱପ୍ନ ପରି ଥିଲା) । ଶେଷ ରିପୋର୍ଟରେ ଲେଖା ଥିଲା ଯେ ସେନା ଆଗକୁ ଅଗ୍ରସର ହେଉଛି, ଡିଏମ ସରକାର ଲୋକପ୍ରିୟତା ହରାଇଥିଲେ ହେଁ ବିପ୍ଳବର ଆଶଙ୍କା ନାହିଁ କିନ୍ତୁ ଡିଏମ ବା ନ୍‌ହୁ ଙ୍କୁ ହତ୍ୟା କରାଯିବାର ସମ୍ଭାବନା ରହିଛି ।
 
[[ଶ୍ରେଣୀ:୧୯୧୭ ଜନ୍ମ]]