"ଓଡ଼ିଆ ଭାଗବତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୫ କ ଧାଡ଼ି:
'''{{PAGENAME}}''' କବି [[ଜଗନ୍ନାଥ ଦାସ]]ଙ୍କ ଲେଖା [[ଓଡ଼ିଆ ଭାଷା]]ରେ ଲେଖା ଏକ ପୁରାତନ ସାହିତ୍ୟିକ ପୁରାଣ କୃତି ।<ref>[http://www.orissadiary.com/personality/poet/JAGANNATHA_DAS.asp ATIBADI JAGANNATHA DAS, POET THE GREAT]</ref>, <ref>[http://puri.nic.in/great.htm EMINENT PERSONALITIES FROM PURI ]</ref> {{PAGENAME}} [[ତାଳପତ୍ର ପୋଥି]]ରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଏହା ଆଗ କାଳରେ [[ଭାଗବତ ଟୁଙ୍ଗୀ]] ମାନଙ୍କରେ ସଞ୍ଜ ଦେବା ପରେ ବୋଲାଯାଉଥିଲା । ଆଜିକାଲି ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା [[ଓଡ଼ିଆ ଲୋକ|ଓଡ଼ିଆ ଘର]] ମାନଙ୍କରେ ବୋଲାଯାଇଥାଏ ।
 
== ଇତିହାସ ==
ବ୍ୟାସଦେବ ରଚିତ ସଂସ୍କୃତ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା । [[ପଞ୍ଚସଖା]] ଯୁଗର କବି ଜଗନ୍ନାଥ ଦାସ ଓଡ଼ିଆ ଭାଷାରେ ନବାକ୍ଷରୀ ଛନ୍ଦରେ ଏହାର ଭାବାନୁବାଦ କରିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ବେଢ଼ାରେ ଜଗନ୍ନାଥ ପାଠ ହୁଏ ଓ ଭକ୍ତଗଣ ଶୁଣିବାକୁ ଆସନ୍ତି । ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳଭାଷାରେ ବୁଝାଇ ଦିଅନ୍ତି । ଜଗନ୍ନାଥଙ୍କ ମା’ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦ୍ଦେଶ ଦିଅନ୍ତି । ବିଧବା ମା’ ବାର୍ଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ ଜଗନ୍ନାଥ ଦାସ ଜନନୀର ଅଭିଳାଷ ପୂରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା ।
 
== ଭାଗବତ ବାଣୀ ==