"ବାଜି ରାଉତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଉଇକିକରଣ: ଅନୁପଯୁକ୍ତ ଲେଖା ହଟାଗଲା
ଟିକେ →‎ପରିବାର: clean up, replaced: ଓଡିଶା → ଓଡ଼ିଶା, । → ।, ମାନଙ୍କ → ମାନଙ୍କ (2) using AWB
୨୦ କ ଧାଡ଼ି:
 
== ପରିବାର ==
୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦି ବାଜି ରାଉତ ଢେଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଗ୍ରାମରେ ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ପିଲା ବେଳୁ ବାପାଙ୍କୁ ହରାଇ ମା'ଙ୍କ ଦ୍ୱାରା ପ୍ରତିପାଳିତ ହେଉଥିଲେ । ପରିବାରରେ ଚାଷବାଷ ସକାଶେ ଜମି ନ ଥିଲା । ମା’ ଅନ୍ୟଘରେ ପାଇଟିକରି ତାଙ୍କୁ ପାଳୁଥିଲେ । ହେତୁ ପାଇଲା ପରେ ସେତେବେଳର ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବ ମାନଙ୍କଗରିବମାନଙ୍କ ଉପରେ ଅତ୍ୟାଚାର କରୁଥିବାର ସେ ଅନୁଭବ କରିଥିଲେ । ପରେ ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ (ବୀର ବୈଷ୍ଣବ ନାମରେ ଜଣା) ଯେତେବେଳେ ରାଜାଙ୍କ ବିରୋଧରେ ପ୍ରଜାମଣ୍ଡଳ ଆରମ୍ଭ କଲେ ସେତେବେଳେ ବାଜି ସେହି କୋମଳ ବୟସରେ ସେଥିରେ ଯୋଗ ଦେଇଥିଲେ । ସେ ଇଂରେଜ ମାନଙ୍କୁଇଂରେଜମାନଙ୍କୁ ଡଙ୍ଗାରେ ନଦୀ ପାରିକରିବାକୁ ମନା କରି ସେମାନଙ୍କ ହାତରେ ଜୀବନ ଦେଇଥିଲେ ।<ref>{{cite book|title=ଅମର ଶହିଦ ବାଜି ରାଉତ|publisher=ସୂଚନା ଓ ଗଣସମ୍ପର୍କ ବିଭାଗ, ଓଡ଼ିଶା ସରକାର}}</ref>
 
ଇଂରେଜ ସରକାରଙ୍କ ରାଜତ୍ଵ କାଳରେ ଭାରତବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରିତରେ ଜର୍ଜରିତ ହେଉଥିଲେ । ସେତେବେଳେ ଇଂରେଜ ସରକାର ତାଙ୍କର ଶାସନ ପ୍ରଣାଳୀକୁ ସରଳ କରିବା ଉଦ୍ଦେଶ୍ୟରେ ସମଗ୍ର ଓଡିଶାକୁଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ । ମୋଗଲବନ୍ଦୀ ଅଞ୍ଚଳଗୁଡ଼ିକରେ ଜମିଦାରମାନେ ଏବଂ ଗଡଜାତ ଅଞ୍ଚଳମାନଙ୍କରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଏହି ଦୁଇଭାଗ ମଧ୍ୟରୁ ଗଡଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିଲା । ଗଡଜାତ ରାଜ୍ୟର ରାଜା ତଥା ପାରିଷାଦବର୍ଗଙ୍କ ଯାବତିୟ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ବେଠି, ବେଘାରି, ଯୋରଜବରଦସ୍ତ ଟିକସ ଅସୁଲ, ମନମୁଖିଶାସନ, ମିଥ୍ୟା ମୋକଦ୍ଦମା ପ୍ରଭୁତିରେ ଜର୍ଜରିତ ହେଉଥିଲେ ଗଡଜାତବାସୀ । ସମୟେ ସମୟେ ଗଡଜାତ ଅଞ୍ଚଳରେ ଏହି ଶୋଷଣ କଷଣରେ ଫଳସ୍ଵରୁପ ପୁଞ୍ଜୀଭୁତ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇ ବିସ୍ପୋରଣର ରୁପ ଧାରଣ କରୁଥିଲା, କିନ୍ତୁ ଇଂରେଜ ସରକାର ତାହାକୁ କଳେବଳେ କୌଶଳେ ଦମନ କରୁଥିଲେ । ଏହିସବୁ ଗଡଜାତ ଆନ୍ଦୋଳନ ସେତେବେଳେ ସମଗ୍ର ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିଲା ।
 
୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ଵେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ସେ ପ୍ରଜାମଣ୍ଡଳର ସିପାହୀ ସାଜିଛନ୍ତି । ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୁରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜ ମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାର କରାଇବ । ଶୁଣିଲେ ଡଙ୍ଗାକୁ ତୁରନ୍ତ କୁଳରେ ଲଗାଇବା ପାଇଁ ନରହନ୍ତା ସିପାହୀ ଦଳ ଗର୍ଜନ କରୁଛନ୍ତି “ କୁଳକୁ ଡଙ୍ଗା ଆଣ, କୁଳକୁ ଡଙ୍ଗା ଆଣ ।” ବାଜିଆ ଦେହରେ ଶତ ସିଂହର ବଳ ଜାଗି ଉଠିଲା । କ୍ରୋଧରେ ଜର୍ଜରିତ ହୋଇ ରକ୍ତରେ ତାଙ୍କର ନିଆଁ ଲାଗିଗଲା । ସେ ହଠାତ୍ ସ୍ଵେଚ୍ଛାସେବୀଙ୍କ ଓ ବାନର ସେନାଙ୍କ ଆଗକୁ ଚାଲି ଆସିଲେ । ଫଉଜକୁ ଅନେଇ ବୀରଦର୍ପରେ ଜବାବ ଦେଲେ –“ ପ୍ରଜାମଣ୍ଡଳର ହୁକୁମ, ଡଙ୍ଗା ଦେବି ନାହିଁ ।” ସିପାହୀମାନେ ପୁଣି କହିଲେ – “ ଜାଣିଛୁ ଆମେ କିଏ ? ଆମେ ତୋତେ ଗୁଳିରେ ଉଡାଇ ଦେଇପାରୁ ।” ବାଜିଆ କ୍ରୋଧରେ ଗର୍ଜନ କରି କହିଲେ –“ ଆରେ, ରଖ ତୋ’ ଗୁଳି । ମୁଁ ଜାଣିଛି ତୁମେ ହେଉଛ ଅତ୍ୟାଚାରୀ ରାଜାର କୁକୁର ଦଳ – ତୁମେ ଗାଁ ଗାଁ ବୁଲି ଗାଁଗଣ୍ଡା ଛାରଖାର କରୁଛ, ସମ୍ପତି ଲୁଟ୍ କରୁଛ, ମା ଓ ଭଉଣୀଙ୍କ ଇଜ୍ଜତ ନେଉଛ, ଭାଇମାନଙ୍କୁ ଜୀବନରେ ମାରୁଛ । ତୁମେ ପଶୁ, ରାକ୍ଷସ ।”
 
ଆଖି ପିଛୁଳାକେ ବନ୍ଧୁକରୁ ଛୁଟି ଅସିଲା ଗୁଳି ଗୁଡୁମ୍ ଗୁଡୁମ୍ । ଗୁଳି ମାଡ଼ରେ ବଜିଆଙ୍କ ଗଛ କାଟିଲା ଭଳି ସେ ତଳେ ପଡିଗଲେ । ସେଇ ରକ୍ତ ଜୁଡୁବୁଡୁ ଦେହରେ ସେ ପୁଣି ଉଠି ଠିଆ ହେଲେ । ସେ ଡରିବାର ପିଲା ନୁହେଁ । ତାଙ୍କ ଭିତରଟା ବଜ୍ରଠାରୁ ଆହୁରି କଠିନ । ଦେହରେ ତାଙ୍କର ଅମାପ ଶକ୍ତି । ବଡ ପାଟିରେ ଡାକ ଛାଡିଲେ “ ଧାଇଁ ଆସ ହେ ଧାଇଁ ଆସ । ପ୍ରଜାମଣ୍ଡଳର ଲୋକ କେଉଁଠି ଅଛ ଧାଇଁ ଆସ । ଆମ ଘାଟକୁ ପୁଲିସ୍ ଆଇଚି ।” ତା’ ପରେ ସବୁ ଶେଷ । ଗାଁ ଲୋକେ ଡାକ ଶୁଣି ତତକ୍ଷାଣତ୍ ଧଇଁଲେ । ସତେ ଯେପରି ଗାଁଟା ସାରା ନଈ କୁଳକୁ ଉଠି ଆସିଲେ । ସମସ୍ତେ ସେଇ ନଈ ତୁଠରେ ଡଙ୍ଗା ଦଉଡିକୁ ଅଣ୍ଟାରେ ବାନ୍ଧି ଛାତି ଫୁଲାଇ ଠିଆ ହୋଇଗଲେ । ଜୀବନ ପଛକେ ଚାଲିଯିବ ଡଙ୍ଗା ଫିଟିବ ନାହିଁ । ପ୍ରଜାମଣ୍ଡଳର ହୁକୁମ୍ ଏପଟ ସେପଟ ହେବାର ନୁହେଁ ।