"ରାଜେଶ ଖାନ୍ନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 23 interwiki links, now provided by Wikidata on d:q107130 (translate me)
ଟିକେ clean up, replaced: ଉଚ୍ଚ କୋଟୀର → ଉଚ୍ଚକୋଟୀର using AWB
୬ କ ଧାଡ଼ି:
| birth_name = ଯତିନ ଖାନ୍ନା
| birth_date = {{birth date|1942|12|29|df=y}}
| birth_place = [[ଅମୃତସର]], [[ପଞ୍ଜାବ]], [[ଭାରତ]]|ପଞ୍ଜାବ]], [[ଭାରତ]]
|death_date = {{death date and age|2012|7|18|1942|12|29|df=yes}}
|death_place = [[ମୁମ୍ବାଇ]], [[ଭାରତ]]
୨୦ କ ଧାଡ଼ି:
 
== ପ୍ରାରମ୍ଭିକ ଜୀବନ ==
ଛୋଟବେଳୁ ଅଭିନୟ କରିବାର ତାଙ୍କର ବହୁତ ଆଗ୍ରହ ଥିଲା । ସେ ସ୍କୁଲ ଓ କଲେଜ ସମୟରେ ଡ୍ରାମା ରେ ଅଭିନୟ କରୁଥିଲେ । ୧୯୬୫ ମସିହାରେ ତାଙ୍କର ଭାଗ୍ୟର ଡୋରି ବଦଳିଯାଇଥିଲା । ସେହି ସମୟରେ "ୟୁନାଇଟେଡ୍ ପ୍ରଡ୍ୟୁସର ଏଣ୍ଡ ଫିଲ୍ମଫେୟାର" ପକ୍ଷରୁ ଅଭିନେତା ପାଇଁ "ଟାଲେଣ୍ଟ ହଣ୍ଟ"ରେ ଭାଗ ନେଇ ଶେଷ ୮ ଜଣଙ୍କ ମଧ୍ୟରେ ରହି ସମସ୍ତଙ୍କ ନଜରକୁ ଆସିଥିଲେ । ଏହାର ଗୋଟିଏ ବର୍ଷ ପରେ [[ଚେତନ ଆନନ୍ଦ]] ତାଙ୍କୁ ଆଖିର୍ ଖତ୍ ଚଳଚ୍ଚିତ୍ରରେ ପ୍ରଥମଥର ମୁଖ୍ୟଚରିତ୍ର ରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ । ସେହିଠାରେ ହିଁ ତାଙ୍କ ନାମ ଯତିନରୁ ରାଜେଶକୁ ପରିବର୍ତ୍ତନ କରାଯାଇଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ପ୍ରାରମ୍ଭିକ ସମୟରେ ତାଙ୍କ ଫିଲ୍ମ ଗୁଡିକ ବିଶେଷ ସଫଳତା ଲାଭ କରିନ ଥିଲା । କିନ୍ତୁ ୧୯୬୯ ରେ ନିର୍ମିତ "ଆରାଧନା" କଥାଚିତ୍ରରେ ଅଭିନେତ୍ରୀ [[ଶର୍ମିଲା ଟାଗୋର]] ଙ୍କ ସହ ତାଙ୍କ ଅଭିନୟ ଦର୍ଶକଙ୍କ ମନ କୁ କିଣି ନେଇଥିଲା । ଆରାଧନା ଫିଲ୍ମରର ବିପୁଳ ସଫଳତା ଥିଲା ରାଜେଶଙ୍କ କ୍ୟାରିଅରର ନିର୍ଣ୍ଣାୟକ ମୋଡ଼ । "ଆରାଧନା" କଥଚିତ୍ରରୁ ସେ ହେଲେ ସୁପରଷ୍ଟାର । ସେ ଅଭିନେତ୍ରୀ [[ହେମାମାଳିନୀ]]ଙ୍କ ସହ ସର୍ବାଧିକ ୧୫ଟି ରୋମାଣ୍ଟିକ ଫିଲ୍ମ କରିଥିଲେ । ଫିଲ୍ମ '''ଆନନ୍ଦ'''ରେ ସେ ଖୁବ ଉଚ୍ଚ କୋଟୀରଉଚ୍ଚକୋଟୀର ଅଭିନୟ କରି ପ୍ରମାଣ କରିଦେଇଥିଲେ ଯେ,"ଫିଲ୍ମ ରେ ଜଣେ ଅଭିନେତା କାନ୍ଦିବାଟା ଦୁଃଖ ନୁହେଁ, ତାହାକୁ ଦେଖି ଯଦି ଦର୍ଶକ ଦେଖି କାନ୍ଦିବେ ତାହା ପ୍ରକୃତ ଦୁଃଖ" । ଫିଲ୍ମଟି ଦେଖିବାପରେ ଦର୍ଶକଙ୍କ କାନରେ ରାଜେଶଙ୍କ"ବାବୁମୁସାୟ" ଡାକଟି ସତେ ଯେମିତି ଗୁଞ୍ଜରିତ ହେଉଥିଲା । ଜୀବନ କାଳ ମଧ୍ୟରେ ସେ ୧୬୩ଟି କଥଚିତ୍ରରେ ଅଭିନୟ କରିଛନ୍ତି । ସେ ଗୁଡିକ ମଧ୍ୟରେ ୧୦୬ଟି ଫିଲ୍ମରେ ମୂଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମ ଫେୟାର ଆୱାଡ ପାଇଁ ସେ ୧୪ ଥର ମନୋନୟନ ତାଲିକାରେ ସ୍ଥାନ ପାଇଥିବା ବେଳେ ତାଙ୍କୁ ୩ ଥର ଶ୍ରେଷ୍ଠ ଅଭିନେତା ପୁରସ୍କୃତ କରାଯାଇଥିଲା । ୨୦୦୫ ରେ ତାଙ୍କୁ '''ଲାଇଫ ଟାଇମ ଆଚିଭମେଣ୍ଟ '''ପୁରସ୍କାର ପ୍ରଦାନ କରାଯାଇଥିଲା ।<ref>http://www.awardsandshows.com/features/lifetime-achievement-award-64.html</ref> ଅଭିନେତ୍ରୀ ଅଞ୍ଜୁ ମହେନ୍ଦ୍ରୁଙ୍କ ସହ ତାଙ୍କର ୭ ବର୍ଷର ପ୍ରେମ ସମ୍ପର୍କ ରହିଥିଲା । ତାହା ତୁଟି ଯିବାପରେ ସେ ୧୯୭୩ ମସିହାରେ ହଠାତ ଅଭିନେତ୍ରୀ [[ଡିମ୍ପଲ କାପାଡ଼ିଆ]] ଙ୍କୁ ବିବାହ କରି ବଲିଉଡ଼ରେ ଚହଳ ସୃଷ୍ଟି କରିଥିଲେ । <ref>http://entertainment.oneindia.in/bollywood/features/2012/the-love-hate-story-of-rajesh-khanna-dimple-kapadia-097601.html</ref> ତାଙ୍କ ଦୁଇ ଝିଅ ଟ୍ଵିଙ୍କିଲ ଓ ରିଙ୍କି । ଅଭିନେତା [[ଅକ୍ଷୟ କୁମାର]] ତାଙ୍କ ଜାମାତା ଓ ଟ୍ଵିଙ୍କିଲଙ୍କ ସ୍ଵାମୀ ।<ref>http://www.in.com/rajesh-khanna/biography-612.html</ref> ୧୯୮୪ ରେ ଡିମ୍ପଲ ଙ୍କ ସହ ମନୋମାଳିନ୍ୟ ଯୋଗୁଁ ପରସ୍ପର ଦୁରେଇଯାଇଥିଲେ । କିନ୍ତୁ ସେମାଙ୍କ ମଧ୍ୟରେ ବିବାହ ଉଚ୍ଛେଦ ହୋଇନଥିଲା ।
 
=== ସର୍ବକାଳୀନ ଶ୍ରେଷ୍ଠ ୧୫ କଥାଚିତ୍ର ===