"ବିଶ୍ୱନାଥ କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ବିଶିଷ୍ଠ → ବିଶିଷ୍ଟ (2) using AWB
୨୫ କ ଧାଡ଼ି:
ସେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ "ସତ୍ୟ ସମାଚାର" ପତ୍ରିକା ଚଳାଇଥିଲେ । ସେହି ସମୟରେ ସେ "ପୁରୁଷ ସିଂହ ଗାନ୍ଧୀ" ବୋଲି ଏକ ପ୍ରବନ୍ଧ ଲେଖିଥିଲେ । ଫଳରେ ବ୍ରିଟିଶ ସରକାର ତାଙ୍କ ଉପରେ କଡା ନଜର ରଖିଥିଲେ ।
 
କୁସଂସ୍କାର ଦୂର କରିବା ପାଇଁ ସେ ଥିଲେ ସତତ ଅାଗ୍ରହୀଆଗ୍ରହୀ । ସେ ବୁଝିଥିଲେ ଅନ୍ଧବିଶ୍ୱାସ, କୁସଂସ୍କାର ମଣିଷର ବିକାଶରେ ପ୍ରତିବନ୍ଧକ ସାଜିଛି । ରାଜା ରାମମୋହନ ରାୟଙ୍କ ପ୍ରତିଷ୍ଠିତ "ବ୍ରାହ୍ମସମାଜ' ସାମାଜିକ ପରିବର୍ତନ ପାଇଁ ତାଙ୍କୁ ଯଥେଷ୍ଟ ମାନସିକ ସାମର୍ଥ୍ୟ ଯୋଗାଇ ଦେଇଥିଲା । ଏପରିକି ବ୍ରାହ୍ମଧର୍ମର ନୀତି ନିୟମ, ଅାଦର୍ଶଆଦର୍ଶ ଭାବ ଦେଖି ବିଶ୍ୱନାଥ ଏହି ଧର୍ମ ଗ୍ରହଣ କରିଥିଲେ । ସେତେବେଳେ ହେଉଥିବା କର୍ମକାଣ୍ଡ ଓ ପୂଜା ପଦ୍ଧତିକୁ ସେ ତୀବ୍ର ବିରୋଧ କରୁଥିଲେ । ଓଡ଼ିଶାରେ ବ୍ରାହ୍ମଧର୍ମର ପ୍ରଚାର ପ୍ରସାରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପାଦନ କରିଥିଲେ ।
 
ପତ୍ରପତ୍ରିକା ସଂପାଦନରେ ବିଶ୍ୱନାଥ କରଙ୍କ ପ୍ରଚେଷ୍ଟା ଉଲ୍ଲେଖଯୋଗ୍ୟ । ନ'ଅଙ୍କ ଦୁର୍ଭିିକ୍ଷ ଓ ପରେ ପରେ ଭାଷା ବିଲୋପ ଆନ୍ଦୋଳନ ପ୍ରଭୃତି ଘଟଣା ଓଡ଼ିଆ ଜାତୀୟ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା । ତାଙ୍କ ଦ୍ୱାରା ସଂପାଦିତ "ଉତ୍କଳ ସାହିତ୍ୟ'' (୧୮୯୭) ଓଡ଼ିଆ ନବଜାଗରଣର ସାର୍ଥକ ମୁଖପତ୍ର । ଫକୀର ମୋହନ ସେନାପତି, ମଧୁସୂଦନ ରାଓ, କୃଷ୍ଣ ପ୍ରସାଦ ଚୌଧୁରୀ, ଶ୍ୟାମସୁନ୍ଦର ରାଜଗୁରୁ, ମୃତ୍ୟୁଞ୍ଜୟ ରଥ, ଗୋପାଳ ଚନ୍ଦ୍ର ପ୍ରହରାଜ, ଗୋପୀନାଥ ନନ୍ଦ, ମୋହିନୀ ମୋହନ ସେନାପତିଙ୍କ ଭଳି ପ୍ରମୁଖ ସାହିତ୍ୟିକଙ୍କ ବିଶିଷ୍ଟ କୃତିଗୁଡ଼ିକ ଏହି ପତ୍ରିକାରେ ହିଁ ପ୍ରକାଶ ପାଇ ପାଠକୀୟ ଅାଦୃତିଆଦୃତି ଲାଭ କରିଥିଲା । ପତ୍ରିକା ସଂପାଦନାରେ ନିର୍ଭୀକତା ଓସ୍ପଷ୍ଟବାଦିତା ତାଙ୍କ ବ୍ୟକ୍ତିତ୍ୱର ଯଥାର୍ଥ ପରିପ୍ରକାଶ । ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ବିକାଶ ଲାଗି ପ୍ରତିଷ୍ଠା ହୋଇଥିବା ସର୍ବପ୍ରାଚୀନ ସାରସ୍ୱତ ଅନୁଷ୍ଠାନ "[[ଉତ୍କଳ ସାହିତ୍ୟ ସମାଜ]]''ର ସେ ଥିଲେ ପ୍ରଥମ ପ୍ରତିଷ୍ଠାତା ସଂପାଦକ ।
 
ସେ ଥିଲେ ଜଣେ ସ୍ଵାଧୀନତା ସଂଗ୍ରାମୀ । [[ଭାରତୀୟ ଜାତୀୟ କଂଗ୍ରେସ]]ରେ ସେ ଯୋଗଦାନ କରିଥିଲେ । ବିହାର ଓ ଓଡ଼ିଶାବ୍ୟବସ୍ଥାପକ ସଭାକୁ ସେ ପ୍ରତିନିଧି ଭାବରେ ଯାଇଥିଲେ । ଓଡ଼ିଶା- ବିହାର କାଉନ୍‍ସିଲର ସଭ୍ୟ ଥିବା ସମୟରେ ବ୍ୟବସ୍ଥାପକ ସଭାରେ ସେ ନିଜ ମାତୃଭାଷାରେ ଭାଷଣ ଦେଇଥିଲେ । ଅନ୍ୟ ସଭ୍ୟମାନେ ତାଙ୍କୁ ଇଂରେଜୀରେ କହିବା ଲାଗି ବାଧ୍ୟ କଲାବେଳେ ସେ ସ୍ୱାଭିମାନୀସୁଲଭ ଭଙ୍ଗୀରେ ମାତୃଭାଷା ଓଡ଼ିଆରେ ହିଁ ନିଜର ବକ୍ତବ୍ୟ ରଖିଥିଲେ । ସେଦିନ ସଭାରେ ସେ କହିଥିଲେ- ""ଓଡ଼ିଆ ଏକ ସ୍ୱୀକୃତ ପ୍ରାଚୀନ ଭାଷା, ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ । ମୋର ଓଡ଼ିଆ ଜିଭକୁ କାଟି ଦେବାର ଅଧିକାର ଏଠାରେ କୌଣସି ମାନ୍ୟବର ସଭ୍ୟଙ୍କର ନାହିଁ ।''