"ପୃଥିବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଦରକାରୀ ଛାଞ୍ଚ ହଟାଗଲା using AWB
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ using AWB
୭ କ ଧାଡ଼ି:
| caption =
| apsis = helion
| alt_names = ନୀଳ ଗ୍ରହ,<ref name=Blue>''Blue Planet'' is used in movies, such as Blue Planet and The Blue Planet, in the ''Life'' issue ''The Incredible Year '68'' with the Earthrise photograph and lines from poet James Dickey ''Behold/The blue planet steeped in its dream/Of reality'' [http://yalepress.yale.edu/yupbooks/excerpts/poole_earthrise.pdf] pp. 7–8 [http://www.northjersey.com/entertainment/books/36520714.html], and in the title of the [[European Space Agency]] bulletin report ''Exploring the water cycle of the 'Blue Planet' [http://www.esa.int/esapub/bulletin/bulletin137/bul137b_drinkwater.pdf]</ref> ସଂସାର,<ref name=Terra>By [[International Astronomical Union]] convention, the term "Terra" is used for naming extensive land masses, rather than for the planet Earth. ''Cf.'' {{cite web
| last=Blue | first=Jennifer | date=July 5, 2007
| url=http://planetarynames.wr.usgs.gov/jsp/append5.jsp
୩୭ କ ଧାଡ଼ି:
}}
 
'''ପୃଥିବୀ''' ହେଉଛି, [[ସୌରମଣ୍ଡଳ]]ର ତୃତୀୟ ଗ୍ରହ । ସୌରମଣ୍ଡଳର ଚାରୋଟି କଠିନ ଗ୍ରହ ମଧ୍ୟରୁ ଏହା ଗୋଟିଏ । ଅର୍ଥାତ୍‌ ଏହାର ଅଧିକାଂଶ ହେଉଛି କଠିନ । ଅନ୍ୟ ତିନୋଟି ହେଉଛି ବୁଧ, ଶୁକ୍ର ଓ ମଙ୍ଗଳ ।
 
ମାନବ ସମେତ ଲକ୍ଷାଧିକ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତିର ଘର ହେଉଛି ପୃଥିବୀ । ବ୍ରହ୍ମାଣ୍ଡରେ ପୃଥିବୀ ହେଉଛି ଏକମାତ୍ର ସ୍ଥାନ ଯେଉଁଠି ଜୀବନ ଅଛି । ପୃଥିବୀ ପ୍ରାୟ ୪.୫ ଅର୍ବୁଦ ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲା । ପୃଥିବୀର ଜୀବମାନେ ଗ୍ରହକୁ ଅନେକାଂଶରେ ପ୍ରଭାବିତ କରନ୍ତି । ଦୃଷ୍ଟାନ୍ତ ସ୍ୱରୂପ, ପୂର୍ବରୁ ଜୀବମାନେ ବାୟୁମଣ୍ଡଳକୁ ସମ୍ପୂର୍ଣ ପରିବର୍ତ୍ତନ କରିଦେଇଥିଲେ । ସମସ୍ତ ଜୀବଙ୍କୁ ନେଇ ଜୀବମଣ୍ଡଳ ଗଠିତ ।
 
ପୃଥିବୀର ପ୍ରାୟ ୭୧% ଲୁଣିଆ ମହାସାଗର ଦ୍ୱାରା ଆଚ୍ଛାଦିତ । ବର୍ତ୍ତମାନ କେବଳ ପୃଥିବୀରେ ତରଳ ଜଳ ଥିବାର ଜଣାଯାଇଛି ।
 
ବାକି ୨୯% ହେଉଛି ମହାଦେଶ ଓ ଦ୍ୱୀପ । ପୃଥିବୀ ସୌରମଣ୍ଡଳର ଅନ୍ୟ ବସ୍ତୁ, ମୁଖ୍ୟତଃ ସୂର୍ଯ୍ୟ ଓ ଚନ୍ଦ୍ର ଦ୍ୱାରା ପ୍ରଭାବିତ ହୁଏ । ପୃଥିବୀ ସୂର୍ଯ୍ୟକୁ ପ୍ରାୟ ୩୬୫.୨୫ ଦିନରେ ପରିକ୍ରମା କରେ । ପୃଥିବୀର ଗୋଟିଏ ଆବର୍ତ୍ତନକୁ ଗୋଟିଏ ଦିନ ଓ ସୂର୍ଯ୍ୟ ଚାରିପଟେ ଗୋଟିଏ ପରିକ୍ରମଣକୁ ବର୍ଷ କୁହାଯାଏ । ସେଥିପାଇଁ ଗୋଟିଏ ବର୍ଷ ୩୬୫ ଦିନ ଅଟେ । ପୃଥିବୀର ଏକମାତ୍ର ଉପଗ୍ରହ ହେଉଛି ଚନ୍ଦ୍ର ।
 
== ଇତିହାସ ==
ପୃଥିବୀ ଓ ଅନ୍ୟ ଗ୍ରହମାନେ ପ୍ରାୟ ୪.୬ ଅର୍ବୁଦ ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲେ । ସୂର୍ଯ୍ୟକୁ ସୃଷ୍ଟି କରିଥିବା ନିହାରିକାର ବଳକା ଗ୍ୟାସ୍‌ରୁ ଗ୍ରହମାନେ ସୃଷ୍ଟି ହୋଇଥିଲେ । ଚନ୍ଦ୍ର ସମ୍ଭବତଃ ପୃଥିବୀ ସହ ଅନ୍ୟ ଏକ ଛୋଟ ଗ୍ରହର ସଂଘର୍ଷରୁ ସୃଷ୍ଟି ହୋଇଥିଲା । ଉଭୟ ଗ୍ରହର ଭଗ୍ନାଂଶରୁ ଚନ୍ଦ୍ରର ସୃଷ୍ଟି ବୋଲି ବୈଜ୍ଞାନିକଙ୍କ ବିଶ୍ୱାସ ।
 
ଧୂମକେତୁ, ଗ୍ରହାଣୁମାନଙ୍କ ଆଘାତ ଓ ଜଳ ଘନିଭୂତ ହେବାରୁ ମହାସାଗର ତିଆରି ହେଲା । ପୃଥିବୀ ସୃଷ୍ଟିର ୧ ଅର୍ବୁଦ ବର୍ଷ ପରେ ଅର୍ଥାତ୍‌ ପ୍ରାୟ ୩.୬ ଅର୍ବୁଦ ବର୍ଷ ପୂର୍ବେ ପ୍ରଥମ ଜୀବ ସୃଷ୍ଟି ହେଲା । କିଛି ବୀଜାଣୁ ସୂର୍ଯ୍ୟରଶ୍ମୀ ଓ ଜଳରୁ ଆଲୋକଶ୍ଳେଷଣ ମାଧ୍ୟମରେ ଖାଦ୍ୟ ତିଆରି କଲେ । ଏହି ପ୍ରକ୍ରିୟାରେ ନିର୍ଗତ ପ୍ରଚୁର ଅମ୍ଳଜାନରୁ କିଛି ଲୌହ ଶୋଷଣ କରିନେଲା । ବଳକା ଅମ୍ଳଜାନ ବାୟୁମଣ୍ଡଳ ତିଆରି କରି ଜୀବଜଗତ ପାଇଁ ଉପଯୁକ୍ତ ସ୍ଥାନ ତିଆରି କଲା । ସୂର୍ଯ୍ୟର କ୍ଷତିକାରକ ଅତିବାଇଗଣୀ ରଶ୍ମିରୁ ରକ୍ଷା କରୁଥିବା ଓଜୋନ୍‌ ସ୍ତର ମଧ୍ୟ ଏହି ଅମ୍ଳଜାନରୁ ତିଆରି ହେଲା । ଏହି ସୁରକ୍ଷା ଯୋଗୁ ଜୀବନ ଅତଳ ମହାସାଗରରୁ ଭୂପୃଷ୍ଠକୁ ଆସିଲା ।
 
ପୂର୍ବେ ସ୍ଥଳଭାଗ ଗୋଟିଏ ସ୍ଥାନରେ ଥିଲା । ତାହାକୁ ବୃହତ ମହାଦେଶ କୁହାଯାଏ । ଏହି ବୃହତ ମହାଦେଶକୁ ରୋଡିନା କୁହାଯାଏ । ଏହା ପରେ ପୃଥିବୀ ବରଫର ମୋଟା ଆସ୍ତରଣରେ ଆଚ୍ଛାଦିତ ଥିଲା ବୋଲି ବୈଜ୍ଞାନିକମାନଙ୍କ ବିଶ୍ୱାସ । ଏହାକୁ ପୃଥିବୀର ବରଫପେଣ୍ଡୁ ତତ୍ତ୍ୱ କୁହାଯାଏ ।
୮୧ କ ଧାଡ଼ି:
 
=== ପୃଷ୍ଠତଳ ===
ପୃଥିବୀର ପୃଷ୍ଠତଳରେ ସ୍ଥଳବିଶେଷରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ପୃଥିବୀର ୭୦% ରୁ ଅଧିକ ଜଳରେ ଆଚ୍ଛାଦିତ । ସମୁଦ୍ରତଳ ଅନେକାଂଶରେ ସ୍ଥଳଭାଗ ସହିତ ସମାନ । ୩୦% ସ୍ଥଳଭାଗ ଜଙ୍ଗଲ, ମରୁଭୂମି, ସମତଳ, ପର୍ବତ ଓ ମାଳଭୂମିକୁ ନେଇ ଗଠିତ । ମାନବ ସଭ୍ୟତା ସହରୀକରଣର ମାୟାରେ ମୋହିତ ।
 
ଭୂପୃଷ୍ଠକୁ ପରିବର୍ତ୍ତନ କରିବା ପାଇଁ ଅନେକ କାରକ ଅଛି । ମୁଖ୍ୟ କାରକ ହେଉଛି ଭୂଚଳନ, ଅନ୍ୟ କାରକମାନେ ହେଲେ ପବନ, ଜଳ, ସାଗର ଦ୍ୱାରା ମୃତ୍ତିକା କ୍ଷୟ, ଗ୍ରହାଣୁ ସଂଘାତ ଇତ୍ୟାଦି । ପୃଥିବୀପୃଷ୍ଠ ସାଧାରଣତଃ ୩ ପ୍ରକାରର ଶିଳାକୁ ନେଇ ଗଠିତ ।
୯୫ କ ଧାଡ଼ି:
=== ବାୟୁମଣ୍ଡଳ ===
{{main|ବାୟୁମଣ୍ଡଳ}}
ଗ୍ରହର ଚାରିପାଖରେ ଥିବା ବାୟୁକୁ ବାୟୁମଣ୍ଡଳ କୁହାଯାଏ । ମାଧ୍ୟାକର୍ଷଣ ଏହାକୁ ଧରି ରଖେ । ପୃଥିବୀର ବାୟୁମଣ୍ଡଳ ୭୮% ଯବକ୍ଷାରଜାନ, ୨୧% ଅମ୍ଳଜାନ ଓ ଅନ୍ୟ ଗ୍ୟାସମାନଙ୍କୁ ନେଇ ଗଠିତ । ବାୟୁ ହେଉଛି ଗ୍ୟାସ୍‌ମାନଙ୍କର ଏକ ମିଶ୍ରଣ । ବାୟୁମଣ୍ଡଳରେ ଓଜୋନ୍‌ ଗ୍ୟାସ ବିଶିଷ୍ଟବିଶିଷ୍ଠ ଏକ ଓଜୋନ୍‌ ସ୍ତର ଅଛି । ସୂର୍ଯ୍ୟର ଅତିବାଇଗଣୀ ରଶ୍ମିକୁ ଓଜୋନ୍‌ ଶୋଷିନିଏ । ଅତିବାଇଗଣୀ ରଶ୍ମି ଜୀବନ ପାଇଁ ବିପଜ୍ଜନକ ହୋଇଥିବାରୁ ଓଜୋନ୍‌ ବିନା ଜୀବନ ସମ୍ଭବ ନୁହେଁ । ଉଲ୍‌କା ଓ କ୍ଷୁଦ୍ର ଗ୍ରହାଣୁ ସଂଘାତରୁ ମଧ୍ୟ ବାୟୁମଣ୍ଡଳ ପୃଥିବୀକୁ ରକ୍ଷା କରେ । କାରଣ ଏଗୁଡ଼ିକ ବାୟୁମଣ୍ଡଳରେ ଘଷି ହୋଇ ପୋଡ଼ିଯାଆନ୍ତି । ବାୟୁମଣ୍ଡଳ ପୃଥିବୀକୁ ଉଷ୍ଣ ରଖେ । ମିଥେନ୍‌, ଅଙ୍ଗାରକାମ୍ଳ ପରି ଗ୍ୟାସ୍‌ମାନେ ତାପକୁ ଧରିରଖି ପୃଥିବୀକୁ ଉଷ୍ଣ ରଖନ୍ତି । ଏହାକୁ ପ୍ରାକୃତିକ ସବୁଜ କୋଠରୀ ପ୍ରଭାବ କୁହାଯାଏ । ମଣିଷମାନେ ଜାରଣ ପ୍ରକ୍ରିୟା ସମ୍ବଳିତ କାରଖାନା ତିଆରି କରନ୍ତି । ଜାରଣ ପ୍ରଚୁର ଅଙ୍ଗାରକାମ୍ଳ ଛାଡ଼େ । ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ଅଧିକ ତାପ ଧରି ରଖେ । ଏହାକୁ ବିଶ୍ୱ ତାପନ କୁହାଯାଏ ।
 
=== ଜଳବାୟୁ, ପାଣିପାଗ ଓ ଜଳଚକ୍ର ===
"https://or.wikipedia.org/wiki/ପୃଥିବୀ"ରୁ ଅଣାଯାଇଅଛି