"ହନୁମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
ଅଧିକ ତଥ୍ୟ
୧୨ କ ଧାଡ଼ି:
}}
==ହନୁମାନଙ୍କ ଜନ୍ମ ବୃତ୍ତାନ୍ତ==
ସତ୍ୟଯୁଗର କଥା ୤ ସମୁଦ୍ର ମନ୍ଥନ ସମୟରେ ସମୁଦ୍ର ଗର୍ଭରୁ ଅମୃତ ବାହାରିଥିଲା ୤ ସେହି ସମୟରେ ଭଗବାନ ଶିବ ବିଷ୍ଣୁଙ୍କର ମାୟାମୋହିନୀ ରୂପରେ ବଶୀଭୂତ ହୋଇଥିଲେ ୤ ଦିନେ ଶିବ ଓ ବିଷ୍ଣୁ ଏକ ସ୍ବର୍ଗର ପୁଷ୍ପ ଉଦ୍ୟାନରେ ଭ୍ରମଣ କରୁଥିଲେ ୤ ହଠାତ୍‌ ଶିବ ଶଙ୍କରଙ୍କ ସେହି ମାୟାମୋହିନୀ ରୂପକଥା ମନେ ପଡ଼ିଲା ୤ ଭଗବାନ ଶିବଶଙ୍କର ତାଙ୍କ ବନ୍ଧୁ ବିଷ୍ନୁଙ୍କୁ କହିଲେ, ତୁମେ ମୋର ମନସ୍କାମନା ପୂରଣ କର ୤ ସ୍ବୟଂ ବିଷ୍ଣୁ ନାରାୟଣ ମହାଦେବଙ୍କୁ ପଚାରିଲେ ତୁମର ମନସ୍କାମନା ପୂର୍ଣ୍ଣକରିବି ହେଲେ ସେ ମନସ୍କାମନା କ’ଣ କୁହ ଆଗ ୤ ଭଗବାନ ଶିବଶଙ୍କର କହୁଛନ୍ତି ତୁମର ମନେଥିବ ସତ୍ୟଯୁଗରେ ତୁମେ ମାୟାମୋହିନୀ ରୂପରେ ଅମୃତ ବଣ୍ଟନ କରୁଥିଲ ୤ ତୁମେ ପୁନର୍ବାର ସେହିରୂପ ଧାରଣ କର ଓ ମୋ ମନସ୍କାମନା ପୂରଣ କର ୤ ସ୍ବୟଂ ବିଷ୍ଣୁ କହୁଛନ୍ତି ନାରାୟଣ କହୁଛନ୍ତି- ଏହିକଥା ୤ ହେଉ ତାହେଲେ ତୁମର ମନସ୍କାମନା ପୂରଣ ହେଉ କହି ମାୟାମୋହିନୀ ରୂପ ଧାରଣ କଲେ ୤ ଭଗବାନ ଶିବଶଙ୍କର ମାୟାମୋହିନୀଙ୍କ ରୂପରେ ବିଭୋର ହୋଇ ରାସକ୍ରୀଡ଼ା ଆରମ୍ଭ କରିଦେଲେ ୤ ଏହିପରି କିଛିସମୟ ବିତିଗଲା ପରେ ହଠାତ୍‌ ଶିବଶଙ୍କରଙ୍କ ଅଙ୍ଗରୁ ବ୍ରହ୍ମଜ୍ୟୋତି ଖସିଲା ୤ସେହି ଜ୍ୟୋତିକୁ ପବନ ଦେବତା ଉଡ଼ାଇ ନେଇ ମୁନିଶ୍ରେଷ୍ଠ ଯମଦଗ୍ନିଙ୍କ ହୋମକୁଣ୍ଡ ମଧ୍ୟରେ ଗୋପନରେ ରଖିଲେ ୤ ସତ୍ୟଯୁଗ ଚାଲିଗଲା ୤ ତ୍ରେତୟା ଆସିଲା ୤ ଏକଦା ଦିନେ ଅଞ୍ଜନା ଭଗବାନ ଶିବଶଙ୍କରଙ୍କୁ ପୁତ୍ର ରୂପରେ ପାଇବା ପାଇଁ ମହାଦେବଙ୍କୁ ଘୋର ତପସ୍ୟା କଲେ ୤ ଅଞ୍ଜନାଙ୍କ ତପତ୍ୟାରେ ପ୍ରସନ୍ନ ହୋଇ କହିଲେ, ଦେବୀ ମୋର ଅଂଶରୂପୀ ଏକ ବାଳକ ଜନ୍ମ ଗ୍ରହଣ କରିବ ୤ ଏହା କହି ମହାଦେବ କୈଳାସ ପର୍ବତକୁ ପ୍ରତ୍ୟାବର୍ତ୍ତନ କଲେ ୤ ଏହି ସମୟରେ ନାରଦ ମୁନି ଆସି କୈଳାସ ପର୍ବତରେ ପହଞ୍ଚି କହିଲେ, ପ୍ରଭୁ ତୁମେ ତ ବରଦାନ କରିଛ ଯେ, ଅଞ୍ଜନା ଗର୍ଭରେ ତୁମର ଅଂଶରୂପୀ ବାଳକ ଜନ୍ମ ହେବ କିପରି ? ଭଗବାନ୍‌ ବଡ଼ ଚିନ୍ତାରେ ପଡ଼ିଲେ ୤ ନାରଦ ମୁନି କହିଲେ, ପ୍ରଭୁ ଚିନ୍ତା କରନ୍ତୁ ନାହିଁ ୤ ସତ୍ୟଯୁଗ ସମୟରେ ଆପଣ ଭଗବାନ୍‌ ବିଷ୍ଣୁଙ୍କର ମାୟାମୋହିନୀ ରୂପରେ ବିଭୋର ହୋଇ ରାସକ୍ରୀଡ଼ା କରୁଥିବା ସମୟରେ ଆପଣଙ୍କ ଅଙ୍ଗରୁ ଏକ ଜ୍ୟୋତି ନିର୍ଗତ ହୋଇଥିଲା ୤ ସେହି ଜ୍ୟୋତିକୁ ପବନ ଦେବତା ଉଡ଼ାଇ ନେଇ ଯଗଦମ୍ନିଙ୍କ ହୋମକୁଣ୍ଡରେ ଲୁଚାଇ ରଖିଛନ୍ତି ୤ ସେହି ଜ୍ୟୋତିକୁ ଅଞ୍ଜନାଙ୍କ ଅଜାଣତରେ ତାଙ୍କ ଗର୍ଭରେ ଛାଡ଼ି ପାରିବ ତା’ହେଲେ ଆପଣଙ୍କ ଅଂଶରୂପୀ ଏକ ବାଳକ ଜନ୍ମନେବ ୤ ଏହିକଥା ଶୁଣି ମହାଦେବ ପବନ ଦେବତାଙ୍କୁ ସ୍ମରଣ କରି ଆଦେଶ ଦେଲେ ଯଗଦମ୍ନିଙ୍କ ହୋମକୁଣ୍ଡରେ ଲୁଚାଇ ରଖିଥିବା ଜ୍ୟୋତିକୁ ଆଣି ଗୋପନରେ ଅଞ୍ଜନାଙ୍କ ଗର୍ଭରେ ସ୍ଥାପନ କରିବାକୁ ୤ ଅଞ୍ଜନା ଶୟନ କରିଥିବା ସମୟରେ ପବନ ଦେବତା ସେହି ଦିବ୍ୟଜ୍ୟୋତିକୁ ତାଙ୍କ ଗର୍ଭରେ ସ୍ଥାପନ କଲେ ୤ କିଛିଦିନ ପରେ, ଅଞ୍ଜନାଙ୍କର ଏକ ପୁତ୍ର ସନ୍ତାନ ଜାତ ହେଲା ୤ ତାଙ୍କର ନାମକରଣ ହେଲା ହନୁମାନ ୤ ଦିନେ ଅଞ୍ଜନା କାର୍ଯ୍ୟବ୍ୟସ୍ତ ଥିବା ସମୟରେ ହନୁମାନ ଆସି ଭୋକଲାଗିଲାଣି ବୋଲି କହିଲେ ୤ ହନୁମାନ ଏହିକଥା ଦୁଇଥର କହିଲେ, ଯେତେବେଳେ ତୃତୀୟଥର ଏହିକଥା କହିଲେ ଅଞ୍ଜନା ଅତ୍ୟନ୍ତ କ୍ରୋଧାନ୍ବିତ ହୋଇଗଲେ ୤ ସେହି ସମୟରେ ସୂର୍ଯ୍ୟ ପୂର୍ବଦିଗରେ ଉଦୟ ହେଉଥିଲେ ୤ ମା କ୍ରୋଧିତ ହୋଇ କହିଲେ, ପୂର୍ବଦିଗରେ ଯେଉଁ ଲାଲ୍‌ଫଳ ଦେଖାଯାଉଛି ତାକୁ ଖାଅ ୤ ହନୁମାନ କାଳ ବିଳମ୍ବ ନକରି ସୂର୍ଯ୍ୟଙ୍କୁ ଗିଳିବାକୁ ଉଦ୍ୟତ ହୁଅନ୍ତେ ସୂର୍ଯ୍ୟ ତାଙ୍କର ତାପ ଓ କଳେବର ବୃଦ୍ଧି କଲେ ୤ କିନ୍ତୁ ହନୁମାନ ଏହାକୁ ଭୃକ୍ଷେପ ନକରି ନିଜର କାୟା ବିସ୍ତାର କରି ସୂର୍ଯ୍ୟଙ୍କୁ ଗିଳିଦେଲେ ୤ କିନ୍ତୁ ସୂର୍ଯ୍ୟ ହନୁମାନଙ୍କ ଗଳାରେ ରହିଗଲେ୤ ଇନ୍ଦ୍ର ଏସବୁ ଦେଖି ଅତ୍ୟନ୍ତ କ୍ରୋଧାନ୍ବିତ ହୋଇ ବଜ୍ର ପ୍ରହାର କଲେ ୤ ସେହି ସମୟରେ ସୂର୍ଯ୍ୟ ହନୁମାନଙ୍କ ପାଟିରୁ ବାହାରି ଆସିଲେ ଓ ହନୁମାନ ଅଚେତ ହୋଇ ପଡ଼ିଗଲେ ୤ ପବନ ଦେବତା ହନୁମାନଙ୍କୁ ନେଇ ଏକ ଗୁମ୍ଫାକୁ ଚାଲିଯିବା ସହିତ ତ୍ରିଭୂବନକୁ ପବନଶୂନ୍ୟ କରିଦେଲେ ୤ ବାୟୁଶୂନ୍ୟ ହେବାମାତ୍ରେ ତିନିପୁରରେ ହାହାକାର ପଡ଼ିଗଲା ୤ ସବୁ ଦେବାଦେବୀ ଆସି ବିଷ୍ଣୁଙ୍କର ଶରଣାପନ୍ନ ହେଲେ ୤ ସଙ୍ଗେ ସଙ୍ଗେ ବିଷ୍ଣୁ ପବନ ଦେବତାଙ୍କୁ ଡକାଇ, ତିନିପୁର ବାୟୁଶୂନ୍ୟ କାହିଁକି କରିଛ ବୋଲି ପଚାରିଲେ ? ପବନଦେବ କହିଲେ, ହେ ପ୍ରଭୁ ମୋପୁତ୍ର ହନୁମାନର ଜୀବନ ଏବେ ସଂକଟରେ ୤ ଯଦି ମୋପୁତ୍ର ପ୍ରାଣତ୍ୟାଗ କରେ, ମୁଁ ତ୍ରିପୁର ପବନଶୂନ୍ୟ କରିଦେବି ୤ ଭଗବାନ ବିଷ୍ଣୁ ହନୁମାନ ଦେହରେ ପ୍ରାଣ ସଂଚାର ସହିତ ସମସ୍ତ ଦେବତାଙ୍କୁ ବରପ୍ରଦାନ କରିବାକୁ କହିଲେ ୤ ସମସ୍ତ ଦେବତା ହନୁମାନଙ୍କୁ ବର ପ୍ରଦାନକଲେ ୤ ଇନ୍ଦ୍ର ବରଦାନ ଦେଲେ ତୁମଦେହ ବଜ୍ର ହୋଇଯାଉ ଏବଂ କୌଣସି ଅସ୍ତ୍ରଶସ୍ତ୍ର ତୁମଦେହକୁ ସ୍ପର୍ଶ ନକରୁ ୤ ଆଜିଠାରୁ ତୁମନାମ ବଜରଙ୍ଗବାଲି ନାମରେ ଖ୍ୟାତ ହେବ ୤ <ref>ଡାକ୍ଟର ବିରଞ୍ଜି ନାରାୟଣ ମଲ୍ଲିକ, ଦିନଲିପି</ref><br />
ହନୁମାନ ବାନର କୁଳରେ ଜନ୍ମଗ୍ରହଣ କରିଥିଲେ ୤ ମାତା ଅଞ୍ଜନା ଏକ ଅପ୍‌ସରୀ, ଅଭିଶାପ ପାଇ ପୃଥିବୀପୃଷ୍ଠରେ ଜନ୍ମ ଗ୍ରହଣ କରିଥିଲେ ୤ ସେ ହନୁମାନଙ୍କୁ ଜନ୍ମଦେବା ପରେ ଦେହତ୍ୟାଗ କରି ଅଭିଶାପରୁ ମୁକ୍ତ ହୋଇଥିଲେ ୤ ବାଲ୍ମୀକି ରାମାୟଣରେ ଉଲ୍ଲେଖ ଅଛି ଯେ, କେଶରୀ ହେଉଛନ୍ତି ଦେବଗୁରୁ ବୃହଷ୍ପତିଙ୍କ ପୁତ୍ର ଆଉ ଶ୍ରୀରାମ ଓ ରାବଣଙ୍କ ଯୁଦ୍ଧରେ ଶ୍ରୀରାମ ପକ୍ଷରେ ଯୁଦ୍ଧ କରିଥିଲେ୤ ଅଞ୍ଜନା ଓ କେଶରୀଙ୍କର ବହୁଦିନ ପର୍ଯ୍ୟନ୍ତ ସନ୍ତାନସନ୍ତତି ନହେବାରୁ ଦୁହେଁ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଭଗବାନ୍‌ ଶିବଙ୍କୁ କଠୋର ତପସ୍ୟା କଲେ ୤ ସେମାନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ମହାଦେବ ବର ପ୍ରଦାନ କଲେ ଯେ, ତୁମ ପୁତ୍ର ମୋ ଅଂଶରେ ଜନ୍ମ ଗ୍ରହଣ କରିବ ୤ ତେଣୁ ହନୁମାନଙ୍କୁ ଶିବଙ୍କର ଅନ୍ୟ ଏକ ଅବତାର ରୂପେ ଗ୍ରହଣ କରାଯାଏ୤ହନୁମାନଙ୍କର ଜନ୍ମରେ ପବନଦେବଙ୍କ ଅନେକ ଭୂମିକା ଥିବାରୁ ହନୁମାନଙ୍କୁ ଅନେକ ସମୟରେ ବାୟୁଦେବତାଙ୍କ ପୁତ୍ର ବୋଲି କହାଯାଏ ୤ ଏକନାଥଙ୍କ ଭାବାର୍ଥ ରାମାୟଣର ଏକ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ, ଯେତେ ବେଳେ ଅଞ୍ଜନା ଭଗବାନ ଶିବଙ୍କୁ ପୂଜା କରୁଥିଲେ, ଅଯୋଧ୍ୟାର ସେତେବେଳେ ରାଜା ଦଶରଥ ମଧ୍ୟ ସନ୍ତାନ ପ୍ରାପ୍ତି ପାଇଁ ପୁତ୍ରକାମ ଯଜ୍ଞ କରୁଥିଲେ ୤ ଯଜ୍ଞ ସମ୍ପାଦନ ପରେ ପୁରୋହିତ ଚରୁଅନ୍ନ ରାଜାଙ୍କୁ ପ୍ରଦାନ କରି ତିନିରାଣୀଙ୍କୁ ସେବନ କରିବାକୁ କହିଲେ, ଫଳ ସ୍ବରୂପ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ଜନ୍ମ ହେଲେ୤ ଦୈବ ଇଙ୍ଗିତରେ ଏକ କାଉ ଚରୁଅନ୍ନରୁ କିଛି ଝାମ୍ପିନେଇଗଲା, ଉଡ଼ୁଥିବା ସମୟରେ ଅଞ୍ଜନା ଯେଉଁ ଜଙ୍ଗଲରେ ଶିବଙ୍କୁ ପ୍ରାର୍ଥନାରେ ନିମଗ୍ନଥିଲେ ସେଠାରେ ପକାଇ ଦେଲା ୤ ପବନ ଦେବତା ସେହି ଚରୁଅନ୍ନକୁ ଅଞ୍ଜନାଙ୍କ ଆଞ୍ଜୁଳିରେ ପକାଇ ଦେଲେ, ତାକୁ ଅଞ୍ଜନା ଖାଇଦେଲେ ୤ ଫଳରେ ହନୁମାନ ତାଙ୍କଠାରୁ ଜନ୍ମହେଲେ ୤
 
ପୌରାଣିକ ମତେ ହନୁମାନ ସୁଗ୍ରୀବଙ୍କ ଭଣଜା ଓ ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତଭାବେ ପରିଚିତ । ଏହାଙ୍କ ମାତାଙ୍କ ନାମ ଅଞ୍ଜନା; ଏ ବାୟୁଦେବତାଙ୍କ ପୁତ୍ର । ଏ ପ୍ରଥମେ ବାଳିଙ୍କର ସେନାପତି ଥିଲେ, ପରେ ବାଳିଙ୍କର ରାଜ୍ୟରୁ ବିତାଡ଼ନ ପରେ ଏ ସୁଗ୍ରୀବଙ୍କର ପାରିଷଦ ହେଲେ ସୀତାହରଣ ପରେ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ହେବାରୁ ଏ ସୀତାଙ୍କୁ ଠାବ କରିବାକୁ ଦୂତରୂପେ ଦକ୍ଷିଣକୁ ଯାଇ ଲଙ୍କାରେ ଅଶୋକବନରେ ସୀତାଙ୍କୁ ଠାବ କରି, ତାଙ୍କୁ ଶ୍ରୀରାମଙ୍କ ସଂବାଦ ଦେଇ, ତାଙ୍କଠାରୁ ଲେଉଟ ସଂବାଦ ଓ ସଂଙ୍କେତ ଆଣି ଶ୍ରୀରାମଙ୍କୁ ଦେଇଥିଲେ । ଏ ନିଜ ଲାଙ୍ଗୁଳରେ କନା ଗୁଡ଼ିଆଇ ତେଲ ଢଳାଇ ତହିଁରେ ନିଆ ଲଗାଇ ଲଙ୍କାକୁ ପୋଡ଼ି ପକାଇ ଥିଲେ ଏ ଅତ୍ୟନ୍ତ ବଳଶାଳୀ ଥିଲେ ଓ ଭାରତବର୍ଷରୁ ଲଙ୍କାକୁ ଡେଇଁଥିଲେ ଲକ୍ଷ୍ମଣଙ୍କ ଶକ୍ତିଭେଦ ହେବାରୁ ଏ ଅମରଔଷଧି ଆଣିବାକୁ ଯାଇ ଗନ୍ଧମାର୍ଦ୍ଦନ ପର୍ବତକୁ ଉପାଡ଼ି ନିଜ ମୁଣ୍ଡରେ ବୋହି ଲଙ୍କାଠାକୁ ଆଣିବାରୁ ଲକ୍ଷ୍ମଣଙ୍କର ପ୍ରାଣରକ୍ଷା ହେଲା । ଏ ରାବଣଙ୍କ ରାକ୍ଷସ ସେନା ସଙ୍ଗେ ଖୁବ୍ ବୀରତା ସହକାରେ ୟୁଦ୍ଧ କରି ଥିଲେ ରାମଚନ୍ଦ୍ର ଦେହ ତ୍ୟାଗ କରିବା ସମଯରେ ଏହାଙ୍କୁ ଅମରବର ଦେଇଥିଲେ । କଥିତ ଅଛି ଯେ, ଲଙ୍କା ପୋଡ଼ିବା ପରେ ହନୁମାନ୍ ନିଜ ଲାଙ୍ଗୁଡ଼ରେ ଜଳୁଥିବା ନିଆଁକୁ ହାତରେ ଓ ଗୋଡ଼ରେ ମଳି ଲିଭାଇ ଦେଇ ସେହି କରତଳକୁ ମୁଁହରେ ବୋଳି ଦେବାରୁ ତାଙ୍କ ମୁହଁ କଳା ପଡ଼ିଗଲା ଓ ତଦବଧି ତାଙ୍କ ବଂଶଧରମାନେ (ହନୁମାଙ୍କଡ଼) ମୁହଁପୋଡ଼ା ବାନ୍ଦର ହେଲେ । [[ଦ୍ଵାପର ଯୁଗ]]ରେ ଭୀମଙ୍କ ସଙ୍ଗେ ଗନ୍ଧମାର୍ଦ୍ଦନ ପର୍ବତରେ ଏହାଙ୍କର ଭେଟ ହୋଇଥିଲା । ହିନ୍ଦୁମାନେ ଏହାଙ୍କୁ 'ମହାବୀର' ଠାକୁର ରୁପରେ ପୁଜା କରନ୍ତି । <ref>{{cite book|last=ପ୍ରହରାଜ|first=ଗୋପାଳ ଚନ୍ଦ୍ର|title=ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ|page=୮୯୩୩|url=http://dsalsrv02.uchicago.edu/cgi-bin/philologic/contextualize.pl?p.41.praharaj.573735.574035|accessdate=2 April 2015}}</ref>
 
"https://or.wikipedia.org/wiki/ହନୁମାନ"ରୁ ଅଣାଯାଇଅଛି