"ବଚେନ୍ଦ୍ରୀ ପାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ପର୍ବତାରୋହୀ
Content deleted Content added
"<b>ବାଚେନ୍ଦ୍ରୀ ପାଲ</b> (ଜନ୍ମ: ୨୪ ମେ ୧୯୫୪) ଏଭେରେଷ୍ଟ ଶ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୫:୫୬, ୮ ମାର୍ଚ୍ଚ ୨୦୧୫ ଅନୁସାରେ କରାଯାଇଥିବା ବଦଳ

ବାଚେନ୍ଦ୍ରୀ ପାଲ (ଜନ୍ମ: ୨୪ ମେ ୧୯୫୪) ଏଭେରେଷ୍ଟ ଶୃଙ୍ଗରେ ପାଦ ଥାପିଥିବା ପ୍ରଥମ ଭାରତୀୟ ମହିଳା। ସେ ଏହି ସଫଳତା ପ୍ରାପ୍ତ କରିବାରେ ବିଶ୍ଵର ପଞ୍ଚମ ମହିଳା। ବର୍ତ୍ତମାନ ସେ ଇସ୍ପାତ କମ୍ପାନୀ ଟାଟା ଷ୍ଟିଲରେ କାର୍ଯ୍ୟରତ ଯେଉଁଠି ସେ କିଛି ବଛା ବଛା ଲୋକଙ୍କୁ ଦୁଃସାହସିକ ଯାତ୍ରାର ପ୍ରଶିକ୍ଷଣ ଦିଅନ୍ତି।[୧]

ପ୍ରାରମ୍ଭିକ ଜୀବନ

ବାଚେନ୍ଦ୍ରୀ ପାଲଙ୍କ ଜନ୍ମ ବର୍ତ୍ତମାନର ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ଜିଲ୍ଲାର ନକୁରୀ ଗାଁରେ ୧୯୫୪ ମସିହାରେ ହେଇଥିଲା। କ୍ଷେତିହାର ପରିବାରରେ ଜନ୍ମିତ ବାଚେନ୍ଦ୍ରୀ ବି.ଏଡ ଯାଏଁ ପାଠ ପଢିଛନ୍ତି। ମେଧାବୀ ଓ ପ୍ରତିଭାଶାଳୀ ହେଇଥିବା ସତ୍ତ୍ୱେ ତାଙ୍କୁ ଚାକିରୀ ମିଳିନଥିଲା। ଯାହା ବି ମିଳିଥିଲା ତାହା ଅସ୍ଥାୟୀ, ଜୁନିଅର ସ୍ତରର କିମ୍ବା କମ ଦରମାର ଥିଲା। ଏଥିରେ ନିରାଶ ହେଇ ବାଚେନ୍ଦ୍ରୀ ଚାକିରୀ କରିବା ବଦଳରେ ନେହେରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନିଅରିଙ୍ଗରେ ପଢିବାପାଇଁ ଆବେଦନ କଲେ। ଏଠାରୁ ବାଚେନ୍ଦ୍ରୀଙ୍କୁ ଜୀବନର ନୂଆ ବାଟ ମିଳିଗଲା। ୧୯୮୨ରେ ଅଗ୍ରୀମ ଅଭ୍ୟାସ ଶିବିରରେ ସେ ଗଙ୍ଗୋତ୍ରୀ (୬୬୭୨ ମିଟର) ଓ ଋଦୁଗେଇରା (୫୮୧୯ ମିଟର) ର ଆରୋହଣ କରିଥିଲେ। ଏହି ଶିବିରରେ ବ୍ରିଗେଡିଅର ଜ୍ଞାନ ସିଂହ ବାଚେନ୍ଦ୍ରୀଙ୍କୁ ପ୍ରଶିକ୍ଷକଭାବେ ନିଯୁକ୍ତି ଦେଇଥିଲେ। ସେ ପର୍ବତାରୋହୀର ପେସା ଗ୍ରହଣ କରିବାରୁ ତାଙ୍କୁ ପରିବାର ଓ ସମ୍ପର୍କୀୟମାନଙ୍କ ବିରୋଧର ସମ୍ମୁଖୀନ ହବାକୁ ମଧ୍ୟ ପଡିଥିଲା।

ଜୀବିକା

ବାଚେନ୍ଦ୍ରୀଙ୍କ ପାଇଁ ପର୍ବତାରୋହଣର ପ୍ରଥମ ସୁଯୋଗ ତାଙ୍କୁ ୧୨ବର୍ଷ ବୟସ ହେଇଥିବା ବେଳେ ଆସିଥିଲା, ଯେତେବେଳେ ସେ ସ୍କୁଲର ସହପାଠୀ ମାନଙ୍କସହ ୪୦୦ମିଟର ଉଚ୍ଚର ଏକ ପାହାଡ ଚଢିଥିଲେ।୧୯୮୪ରେ ଭାରତର ଚତୁର୍ଥ ଏଭେରେଷ୍ଟ ଅଭିଯାନ ଆରମ୍ଭ ହେଲା। ଏହି ଅଭିଯାନ ପାଇଁ ଯେଉଁ ଦଳ ଗଠନ କରାଗଲା ସେଥିରେ ବାଚେନ୍ଦ୍ରୀଙ୍କ ସମେତ ୭ ମହିଳା ଓ ୧୧ ପୁରୁଷଙ୍କୁ ନିଆଗଲା। ଏହି ଦଳଦ୍ଵାରା ୨୩ ମେ ୧୯୮୪ରେ ଅପରାହ୍ନ ଗୋଟେ ସାତ ମିନିଟରେ ୨୯,୦୨୮ଫୁଟ (୮୮୪୮ ମିଟର) ଉଚ୍ଚତାରେ ସାଗରମଥା(ଏଭେରେଷ୍ଟ)ରେ ଭାରତର ଜାତୀୟ ପତାକା ଉଡ଼ାଯାଇଥିଲା। ଏହା ସହ ଏଭେରେଷ୍ଟରେ ସଫଳତାର ସହ ପାଦ ରଖିବାରେ ସେ ବିଶ୍ଵର ପଞ୍ଚମ ମହିଳା ହେଲେ। ଭାରତୀୟ ଅଭିଯାନ ଦଳର ସଦସ୍ୟ ରୂପେ ଏହି ଏହି ଯାତ୍ରା ସାରିବାର କିଛି ସମଯପରେ ସେ ମହିଳା ମାନଙ୍କ ଏକ ଦଳ ଗଠନ କରି ଏହାର ସଫଳ ନେତୃତ୍ଵ ନେଇ ପୁଣି ଏଭେରେଷ୍ଟ ଚଢିଥିଲେ। ସେ ୧୯୯୪ରେ ହରିଦ୍ଵାର ରୁ କଲିକତା ପର୍ଯ୍ୟନ୍ତ ଗଙ୍ଗାନଦୀରେ ୨୫୦୦ ଦୀର୍ଘ ଜଳପଥ ଯାତ୍ରାର ନେତୃତ୍ଵ ନେଇଥିଲେ। ହିମାଳୟର ଗଳିରେ ଭୁଟାନ, ନେପାଳ, ଲେହ ଓ ସିଆଚେନ ଦେଇଯାଇଥିବା କାରାକୋରମ ପର୍ବତମାଳାର ୪୦୦୦ କି.ମି. ଲମ୍ବା ଗିରିପଥ ର ଯାତ୍ରା ସେ ପୂରଣ କରିଥିଲେ, ଯାହାକୁ ଏହି ଦୁର୍ଗମ ଅଞ୍ଚଳରେ ପ୍ରଥମ ମହିଳା ଅଭିଯାନ ବୋଲି କୁହାଯାଏ।

ସମ୍ମାନ/ପୁରସ୍କାର

ଆଧାର

  1. "ବାଚେନ୍ଦ୍ରୀ ପାଲଙ୍କ ସମ୍ପର୍କରେ ଜାଣିବା କଥା". दैनिक जागरण. लखनऊ. 3 मई 2012. Retrieved 19 फ़रवरी 2014. {{cite news}}: Check date values in: |accessdate= and |date= (help)
  2. "Indian Mountaineering Foundation - Wikipedia, the free encyclopedia". Retrieved 19 Feb 2014.
  3. "Padma Shri Awards (1980–89) - Wikipedia, the free encyclopedia". Retrieved 19 Feb 2014.
  4. "Bachendri Pal gets MP 'Rashtriya Samman' - News Oneindia". Retrieved 19 Feb 2014.
  5. "Bachendri Pal gets 'Rashtriya Samman' from MP Governor". Retrieved 19 Feb 2014.

ବାହାର ଲିଙ୍କ