"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪୩ କ ଧାଡ଼ି:
ଜାପାନରେ ସେ ପ୍ରଥମେ ଦିଆସିଲି ଶିଳ୍ପ ସମ୍ବନ୍ଧରେ ଶିକ୍ଷା ନେଲେ । ଅଧିକ ଶିଳ୍ପ ଶିକ୍ଷା ନିମଂତେ ଜାପାନୀ ଭାଷା ଜାଣିବା ଜରୁରୀ ହେଲା । ମାତ୍ର ଜାପାନୀ ଭାଷା ଶିକ୍ଷା ନିମଂତେ ଅନେକ ସମୟ ଲାଗିବାକୁ ଥିଲା । ତାପରେ ତାଂକର ଧାରଣା ହେଲା ଯେ ଜାପାନରେ ଶିକ୍ଷା ସ୍ତର ଏତେ ଉଚ୍ଚ ନୁହଁ, ତେଣୁ ସେ ଜାପାନ ଛାଡି ଆମେରିକା ଯିବାକୁ ସ୍ଥିର କଲେ ଢେଂକାନାଳ ରାଜା ତାଂକୁ ଫେରି ଆସିବାକୁ ପତ୍ର ଲେଖିଲେ, ମାତ୍ର ତାକୁ ଭ୍ରୂ କ୍ଷେପ ନ କରି ସେ ଆମେରିକା ଯିବାକୁ ବଦ୍ଧପରିକର ହେଲେ । ସେ ଶୁଣିଥିଲେ ଯେ ଆମେରିକାରେ ଚାକିରୀ କରି ପାଠ ପଢିପାରିବେ । ହେଲେ ଜାପାନରୁ ଆମେରିକା ଯିବା ନିମଂତେ ଟିକଟ ଖର୍ଚ୍ଚ ମଧ୍ୟ ତାଂକ ପାଖରେ ନ ଥିଲା । ପଣ୍ଡିତ ଗୋପବଂଧୁ ଏବଂ ଆଚାର୍ଯ୍ୟ ହରିହର ଉତ୍କଳ ସମ୍ମିଳନୀ ତରଫରୁ ତାଂକୁ ୩୦୦ ଟଂକା ପଠାଇଲେ , ଏଥିରେ ସେ ତୃତୀୟ ଶ୍ରେଣୀ ଜଳ ଜାହାଜ ଟିକଟ ଖଣ୍ଡେ କରିପାରିଲେ । ପାଠ ପଢିବାକୁ ଆମେରିକା ଯାଉଥିବା ଛାତ୍ର ମାନଂକ ପାଖରେ ଅତି କମ୍‍ରେ ୫୦ଡଲାର ଅର୍ଥ ଥିବାର ଗୋଟିଏ ନିୟମ ଥିଲା । ଏଥି ନିମଂତେ ଜାପାନର ଥିବା ଜଣେ ମୁଲତାନ୍‍ ଅଂଚଳର ଜଣେ ବ୍ୟବସାୟୀ ତାଂକୁ ବଂଧୁତା ଦୃଷ୍ଟିରେ ଦାନ ଦେଲେ । ଅଂୟ ଉପାୟ ନ ପାଇ ସାରଂଗଧର ତାକୁ ଗ୍ରହଣ କରିଥିଲେ , ହେଲେ ଆମେରିକା ପହଂଚିବାର ଚାରି ମାସ ମଧ୍ୟରେ ଫେରାଇଦେଇଥିଲେ ।
 
ଆମେରିକାରେ ପହଂଚି ସେ କାଲିଫର୍ଣିଆ ବିଶ୍ୱବିଦ୍ୟାଳୟରେ ବିଜ୍ଞାନ ଶିକ୍ଷା ପାଇଁ ନାମ ଲେଖାଇଥିଲେ । ଏହା ସେ ଢେଂକାନାଳ ରାଜାଂକୁ ଜଣାଇଥିଲେ, ମାତ୍ର ଏଥିରେ ରାଜା କ୍ରୋଧାନ୍ୱିତ ହୋଇ ତାଂକର ବତ୍ତ ବଂଦ କରିଦେଲେ । ଏହାପରେ ଅର୍ଥାଭାବର ସମ୍ମୁଖୀନ ହୋଇ ସେ ବେର୍କ୍ଲୀର ଜଣେ ଗୃହକର୍ତ୍ତ୍ରୀଂକ ଘରେ ଦୈନିକ ଚାରିଘଣ୍ଟା କାର୍ଯ୍ୟ କରି ନିଜର ରହିବା ଓ ଖାଇବା ଖର୍ଚ୍ଚ ଯୋଗାଡ କରିଥିଲେ ।
ଆମେରିକାରେ ପହଂଚି ସେ କାଲିଫର୍ଣିଆର ବେର୍କ୍ଲି ବିଶ୍ୱବିଦ୍ୟାଳୟରେ ବିଗ୍ୟାନ ଶିକ୍ଷା ପାଇଁ ନାମ ଲେଖାଇଥିଲେ ।
 
==ସମାଜ ସେବା==